ମହାବାତ୍ୟାରେ କେନ୍ଦ୍ରାପଡ଼ା ଆସିଥିଲେ ପ୍ରଣବଦା

କେନ୍ଦ୍ରାପଡ଼ା ଅଫିସ, ୧।୯: ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତ ରନତ୍ ପ୍ରଣବ ମୁଖାର୍ଜୀଙ୍କର ସୋମବାର ଦେହାନ୍ତ ପରେ କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳରେ ବହୁ ଲୋକ ଶୋକ ବ୍ୟକ୍ତ କରିଛନ୍ତି। ମହାକାଳପଡ଼ା ରାମନଗର ଗ୍ରାମର ତରୁଣକାନ୍ତି କାଞ୍ଜିଲାଲ କହିଛନ୍ତି, ୧୯୯୯ ମହାବାତ୍ୟା ପରେ ପ୍ରଣବଦା କେନ୍ଦ୍ରାପଡ଼ା ଆସିଥିଲେ। ସେ ସମୟରେ ସେ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ର ସାଧାରଣ ସମ୍ପାଦକ ଥିଲେ। ମହାବାତ୍ୟାର କରୁଣ ଦୃଶ୍ୟ ଦେଖିବା ପାଇଁ ବରଜ, ବାହାକୁଦ, ବିବି କଲୋନୀ, ଶବରପଡା ଆଦି ଅଞ୍ଚଳ ଗସ୍ତ କରିଥିଲେ। ଏହି ସମୟରେ ସେ ତରୁଣକାନ୍ତିଙ୍କ ବାଇକ୍‌ରେ ବୁଲାବୁଲି କରିଥିଲେ। ଏଥିସହିତ ତାଙ୍କ ଘରେ ଭାତ ମାଛ ତରକାରି ଖାଇଥିଲେ ା ପ୍ରଣବଙ୍କ ସ୍ବାସ୍ଥ୍ୟ ଖରାପ ଖବର ଜାଣିବା ପରେ ତାଙ୍କ ଆରୋଗ୍ୟ ପାଇଁ ଗତ ଅଗଷ୍ଟରେ ତରୁଣକାନ୍ତି ଯଜ୍ଞ କରିଥିଲେ ବୋଲି କହିଛନ୍ତି। ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ତାଙ୍କର ସ୍ମୃତିଚାରଣ କରି କହିଛନ୍ତି, ଜଣେ ଭଲ ମଣିଷ ଏ ଦୁନିଆରୁ ଚାଲିଗଲେ। ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଶୋକ ପ୍ରକଟ କରି ପ୍ରଣବଦାଙ୍କର କେନ୍ଦ୍ରାପଡ଼ା ଜିଲା ଓ ଓଡିଶା ପ୍ରତି ଏକ ସ୍ବତନ୍ତ୍ର ଆବେଗ ଥିଲା ଏବଂ ଜଣେ ଦରଦୀ ଲୋକଙ୍କୁ ହରାଇଲୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ବିଶିଷ୍ଟ କଳାକାର

ଖଇରା, ୧୫ା୬(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ନନ୍ଦୁର ଗ୍ରାମର ଭଗବାନ ନାୟକ(୮୭)ଙ୍କର ଶନିବାର ରାତିରେ ପରଲୋକ ହୋଇଯାଇଛି। ଗାଁରେ ବିଭିନ୍ନ ଯୁବକ ସଂଘ ତରଫରୁ...

ମାନୁନାହାନ୍ତି ଲକ୍‌ଡାଉନ୍‌ କଟକଣା: ୧୭ଜଣଙ୍କୁ ଗିରଫ କଲା ଝାରସୁଗୁଡ଼ା ପୋଲିସ

ଝାରସୁଗୁଡା ଅଫିସ,୨୭ା୩- କରୋନା ମୁକାବିଲା କରିବା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ କରାଯାଇଛି। ଏହି ସମୟରେ କୌଣସି ଜରୁରୀ କାମ ନ ଥାଇ ବାହାରକୁ ବାହାରିଲେ...

ବିଶ୍ୱ ରେକର୍ଡ ପାଇଁ ଯୁବଶିଳ୍ପୀଙ୍କ ଉଦ୍ୟମ: କାଠରେ ନିର୍ମାଣ କଲେ ୩.୫ ଇଞ୍ଚର ନନ୍ଦିଘୋଷ

ଅନୁଗୋଳ ଅଫିସ, ୨୬।୬- ମାତ୍ର ୨୦ ବର୍ଷ ବୟସରେ ବିଶ୍ୱ ରେକର୍ଡ ପାଇଁ ଉଦ୍ୟମ କରିଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୁରୁମଟାପ ଗ୍ରାମର ଶିଳ୍ପୀ...

ବେପରୁଆ ଗାଡି ଚାଳନା ଉପରେ ଲାଗିବ କଟକଣା

ବାଲେଶ୍ୱର ଅଫିସ, ୩୧।୭-ବଲେଶ୍ୱର ଜିଲା ପ୍ରକଳ୍ପ ଉନ୍ନୟନ ଅଧିକାରୀଙ୍କ ସଭାଗୃହରେ ମଙ୍ଗଳବାର ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତା...

ବୃଦ୍ଧ ଦମ୍ପତିଙ୍କୁ ନିଶା ଦେଇ ଲୁଟ୍‌ ଉଦ୍ୟମ

ହିଞ୍ଜିଳିକାଟୁ ୧।୧୨ ( ଡିଏନଏ): ବୃଦ୍ଧ ଦମ୍ପତିଙ୍କୁ ନିଶା ଦେଇ ଲୁଟ୍‌ ଉଦ୍ୟମ। ଗୁରୁବାର ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବସ୍‌ଷ୍ଟାଣ୍ଡରେ ଏଭଳି ଘଟଣା ସାମ୍ନାକୁ ଆସିଛି।...

ମୁର୍ମୂଷୁ ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନା ନେଲେ ଏସ୍‌ଡ଼ିପିଓ

ଜଳେଶ୍ୱର, ୧୪।୧(ସ୍ବ.ପ୍ର.)-ଜଳେଶ୍ୱର-ଚନ୍ଦନେଶ୍ୱର-ଦୀଘା ୫୭ତମ ରାଜ୍ୟ ରାଜପଥର ଧାନସିମୁଳିଆସ୍ଥିତ ଦୀନକୃଷ୍ଣ ମହାବିଦ୍ୟାଳୟ ସମ୍ମୁଖରେ ଏକ ରାସ୍ତା ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିରହିଥିବା ଯୁବକଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର...

ରାଉରକେଲାରେ ସାରଦା ନାୟକ ଆଗୁଆ

ରାଉରକେଲା ଅଫିସ,୨୩।୫: ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ରାଉରକେଲା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସାରଦା ନାୟକ ଆଗୁଆ ରହିଛନ୍ତି। ସାରଦା ୨୧୭୧ ଭୋଟ...

ଆସିଲା ବର୍ଷାଋତୁ, ୧୨୦୬ ବିଦ୍ୟାଳୟରୁ ୬୪୮ଟିରେ ନାହିଁ ରୋଷେଇ ଘର

ନୟାଗଡ଼ ଅଫିସ,୨୮।୬- ଗ୍ରୀଷ୍ମଛୁଟି ଅବକାଶରେ ୨ ମାସରୁ ଅଧିକ ଦିନ ବିଦ୍ୟାଳୟ ବନ୍ଦ ହେବା ପରେ ଗତ ଶୁକ୍ରବାର ଠାରୁ ଖୋଲିଛି। ତେବେ ଜିଲାର ଅଧିକାଂଶ...

Advertisement
Archives

Model This Week