ଫେମ୍‌ ଇଣ୍ଡିଆ ଏସିଆ ପୋଷ୍ଟ ସର୍ଭେ: ପ୍ରଣବ, ତାରା ଶ୍ରେଷ୍ଠ ବିଧାୟକ

ଭୁବନେଶ୍ୱର,୧୭ା୮(ବ୍ୟୁରୋ): ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ‘ଫେମ୍‌ ଇଣ୍ଡିଆ ଏସିଆ ପୋଷ୍ଟ’ ପକ୍ଷରୁ ୨୦୨୦ ବର୍ଷ ପାଇଁ ଶ୍ରେଷ୍ଠ ବିଧାୟକ ଭାବେ ମନୋନୀତ କରାଯାଇଛି। ପ୍ରଣବଙ୍କୁ ଭଲ ଉଦ୍ଦେଶ୍ୟ (ଇଣ୍ଟେଣ୍ଟ) ବର୍ଗରେ ଚୟନ କରାଯାଇଥିବାବେଳେ ବାହିନୀପତିଙ୍କୁ ଜନସମ୍ପର୍କ ଦକ୍ଷତା କ୍ଷେତ୍ରରେ ମନୋନୀତ କରାଯାଇଛି। ଫେମ୍‌ ଇଣ୍ଡିଆ ଏସିଆ ପୋଷ୍ଟ ପତ୍ରିକା ପକ୍ଷରୁ ଦେଶର ୫୦ ଶ୍ରେଷ୍ଠ ବିଧାୟକଙ୍କୁ ନେଇ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି।
ପ୍ରାଥମିକ ପ୍ରକ୍ରିୟାରେ ଅନ୍‌ଲାଇନ ସର୍ଭେ କରାଯାଇ ବିଭିନ୍ନ ରାଜ୍ୟର ୧୫ଶହ ବିଧାୟକଙ୍କୁ ମନୋନୀତ କରାଯାଇଥିଲା। ପରେ ବିଭିନ୍ନ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହୋଇ ୧୫୦ ଜଣ ଚୂଡ଼ାନ୍ତ ପର୍ଯ୍ୟାୟକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୫୦ ଜଣଙ୍କୁ ଶ୍ରେଷ୍ଠ ବିଧାୟକ ରୂପେ ମନୋନୀତ କରାଯାଇଛି। ଆସନ୍ତା ଜାନୁୟାରୀରେ ଉଭୟ ପ୍ରଣବ ଓ ବାହିନୀପତିଙ୍କୁ ସମ୍ମାନିତ କରାଯିବ। ସୂଚନାଯୋଗ୍ୟ, ଫେମ୍‌ ଇଣ୍ଡିଆ ଏସିଆ ପୋଷ୍ଟ ପକ୍ଷରୁ ବିଧାୟକଙ୍କ ଲୋକପ୍ରିୟତା, କାର୍ଯ୍ୟଶୈଳୀ, ଜନସମ୍ପର୍କ, ଲୋକଙ୍କ ସ୍ବାର୍ଥ, ବିଧାନସଭାରେ ପ୍ରଶ୍ନ ଉତ୍ତର, ନିବାଚନମଣ୍ଡଳୀରେ କାର୍ଯ୍ୟଦକ୍ଷତା, ବିଧାୟକ ପାଣ୍ଠିର ଉପଯୋଗକୁ ତର୍ଯମା କରାଯାଇ ଶ୍ରେଷ୍ଠ ବିଧାୟକଙ୍କ ନାମ ଚୟନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ଆଟ ଜମିକୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌: ତେଜି ଉଠିଲା ଚାଷୀ ଅସନ୍ତୋଷ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉମାତ୍ର ୬ ଦିନ ବାକି ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ…

ବିଜୟ ସରକାରର ୧୦୦ ଦିନ ପୂର୍ତ୍ତିରେ ରଜନୀକାନ୍ତଙ୍କ ‘ସାଇଲେଣ୍ଟ ମୋଡ’, ପ୍ରଶ୍ନ ଶୁଣି ଏମିତି ଦେଲେ ରିଆକ୍ସନ

ଚେନ୍ନାଇ,୨୬।୮: ଥଲାପତି ବିଜୟ ମେ’ ୧୦ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ। ତାମିଲନାଡୁରେ ସରକାର ଗଠନକୁ ନେଇ ରହିଥିବା ସସ୍ପେନ୍ସର ଅନ୍ତ ଘଟାଇ, ନିଜ…

କୀର୍ତ୍ତନ ମଣ୍ଡଳୀ ଉପରେ ମାଡ଼ିଗଲା କାର୍‌: ଚାଲିଗଲା ୫ ଜୀବନ

ପାଟନା,୨୬।୮: ବିହାରର ସୁପୌଲ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିପ୍ରା ଥାନା ଅଞ୍ଚଳର କଟାୟା ଚୌକର ବଜରଙ୍ଗବଳୀ ମନ୍ଦିର ନିକଟରେ ଏକ ନିୟନ୍ତ୍ରଣହୀନ କାର…

ଧନଲାଭର ମହାଯୋଗ! ଏହି ୫ ରାଶିଙ୍କ ପାଇଁ ଶୁଭ ସଙ୍କେତ, ଜାଣନ୍ତୁ କ’ଣ କହୁଛି ଆଜିର ରାଶିଫଳ

୨୬ ଅଗଷ୍ଟ ୨୦୨୬ ଜ୍ୟୋତିଷ ଦୃଷ୍ଟିରୁ ଏକ ବିଶେଷ ଦିନ ହୋଇପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାରର ସଂଯୋଗ ରହିଛି।…

କ୍ରିତି ସାନନଙ୍କ ସମର୍ଥନରେ ବାହାରିଲେ ରାହୁଲ ଗାନ୍ଧୀ, ମୁହଁତୋଡ଼ ଜବାବ ଦେଇ କହିଲେ…

ନୂଆଦିଲ୍ଲୀ,୨୬।୮: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିନେତ୍ରୀ କ୍ରିତି ସାନନଙ୍କ ସମର୍ଥନରେ ଆଗକୁ ଆସିଛନ୍ତି। ଇନଷ୍ଟାଗ୍ରାମରେ କ୍ରିତି ସାନନଙ୍କ ଷ୍ଟୋରିକୁ ରିପୋଷ୍ଟ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri