ସତ ହୋଇଥିଲା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୩।୮: ଭାରତୀୟ ରାଜନୀତିରେ ଏମିତି କେତେଜଣ ରାଜନେତା ରହିଛନ୍ତି ଯେଉଁମାନେ କାଳ କାଳ ଧରି ଅମର ହୋଇ ରହିବେ। ଏମାନଙ୍କ ମଧ୍ୟରୁ ଜଣେ ହେଲେ ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଭାରତର ୧୩ତମ ରାଷ୍ଟ୍ରପତି ତଥା ଭାରତ ରତ୍ନ ସମ୍ମାନରେ ସମ୍ମାନୀତ ହୋଇଥିବା ମୁଖାର୍ଜୀ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ସୃଷ୍ଟି କରିଛନ୍ତି ନିଜର ଭିନ୍ନ ପରିଚୟ। ସେ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ। ୨୦୧୨ରେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଶାସନକାଳରେ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥିଲେ ମୁଖାର୍ଜୀ। କୁହାଯାଏ ଯେତେବେଳେ ମୁଖାର୍ଜୀ ପ୍ରଥମେ ଏମ୍‌ପି ଆସନରେ ବସିଥିଲେ ସେତେବେଳେ ସେ ଥରେ ତାଙ୍କ ଭଉଣୀ ଅନ୍ନପୂର୍ଣ୍ଣା ଦେବୀଙ୍କ ସହ କଥା ହୋଇଥିଲେ। ସେହି ସମୟରେ ସେ ତାଙ୍କ ଭଉଣୀଙ୍କୁ କହିଥିଲେ କି ଆରଜନ୍ମରେ ସେ ରାଷ୍ଟ୍ରପତି ଭବନରେ ବନ୍ଧା ହୋଇଥିବା ଘୋଡ଼ା ଭାବେ ଜନ୍ମ ହେବାକୁ ଚାହୁଁଛନ୍ତି। ଏହାଶୁଣି ତାଙ୍କ ଭଉଣୀ ଅନ୍ନପୂର୍ଣ୍ଣା ଦେବୀ ଆଶ୍ଚର୍ଯ୍ୟ ହୋଇ ନ ଥିଲେ ବରଂ କହିଥିଲେ ଆରଜନ୍ମ କାହିଁକି ଏହି ଜନ୍ମରେ ତୁମେ ରାଷ୍ଟ୍ରପତି ହେବ। ଆଉ ୨୦୧୨ରେ ହିଁ ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥିଲେ। ୨୦୦୪ ପ୍ରଧାନମନ୍ତ୍ରୀ ଦୌଡ଼ରେ ମଧ୍ୟ ପ୍ରଣବଙ୍କ ନାଁ ସାମିଲ ଥିଲା। ନିର୍ବାଚନ ସରିବା ପରେ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବାନେଇ ଆଲୋଚନା ଚାଲୁଥିବା ବେଳେ ଏହି ଦୌଡ଼ରେ କିନ୍ତୁ ସାମିଲ ଥିଲେ ଡା. ମନମୋହନ ସିଂ, ଅର୍ଜୁନ ସିଂ ଓ ପ୍ରଣବ ମୁଖାର୍ଜୀ। କିନ୍ତୁ ବାଜି ମାରିଥିଲେ ମନମୋହନ ସିଂ। ଦୀର୍ଘ ୧୦ ବର୍ଷ କାଳ ସେ ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜମିଛି ଆବର୍ଜନା-ନର୍ଦ୍ଦମାପାଣି: ବଢୁଛି ସଂକ୍ରାମକ ରୋଗ ଭୟ

ବରଗଡ଼,୨୭ା୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ସହରର ଯୁଆଡ଼େ ଦେଖିଲେ କୁଢ଼କୁଢ଼ ମଇଳା, ଆବର୍ଜନା ପଡ଼ିରହିଛି। ସେହିପରି ନିଷ୍କାସନ ବ୍ୟବସ୍ଥା…

ଜନ୍ମଜନ୍ମାନ୍ତରର ସାଥୀ ହୋଇରୁହନ୍ତି ଏହି ରାଶି ଯୋଡ଼ି! ଜ୍ୟୋତିଷ ଅନୁସାରେ ଏହି ରାଶି ଯୋଡ଼ି ‘ପରଫେକ୍ଟ ମ୍ୟାଚ’

ଜ୍ୟୋତିଷ ଶାସ୍ତ୍ରରେ ରାଶି ମିଳନ କେବଳ ଗ୍ରହଙ୍କ ଚଳନ ବୁଝିବା ପାଇଁ ନୁହେଁ, ବରଂ ଦୁଇଜଣଙ୍କ ସ୍ବଭାବ ଓ ଊର୍ଜାର ତାଳମେଳ ଜାଣିବା ପାଇଁ ମଧ୍ୟ କରାଯାଏ।…

୫ମାସ ବିତିଲା, ଅପହୃତାଙ୍କ ପତ୍ତା ମିଳୁନି: ଉଦ୍ଧାର ପାଇଁ ନିବେଦନ କଲେ ଅଜା

ମହାକାଳପଡ଼ା, ୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଥା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ବତୀଘର ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଗତ ମାର୍ଚ୍ଚ ୧୧ତାରିଖ…

ଡାକ୍ତରୀ ପଢ଼ିବେ ଗରିବ ମେଧାବୀ ଛାତ୍ର ସୌମ୍ୟରଞ୍ଜନ: ସହଯୋଗର ହାତ ବଢାଇଲେ ସମବାୟବିତ୍‌

ମହାକାଳପଡ଼ା,୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଜୟ ନଗର ପଞ୍ଚାୟତ ସାହାବାଜପୁର ଗ୍ରାମର କୈଳାସ ଚନ୍ଦ୍ର ସାହୁଙ୍କ ଆର୍ଥିକ ସ୍ଥିତି ଗମ୍ଭୀର। ମୁଣ୍ଡ ଗୁଞ୍ଜିବାକୁ…

ବିହାରରେ ପହଞ୍ଚିଲା ନେପାଳର ବନ୍ୟା ଜଳ…ଏକ ବଡ଼ ବିପଦ ଟଳି ଯାଇଛି କି? ଜାଣନ୍ତୁ ବର୍ତ୍ତମାନର ସ୍ଥିତି

ପାଟନା/କାଠମାଣ୍ଡୁ,୨୭।୮: ନେପାଳରେ ପ୍ରବଳ ବର୍ଷାର ପ୍ରଭାବ ଏବେ ବିହାରର ସୀମାବର୍ତ୍ତୀ ଅଞ୍ଚଳରେ ଦୃଶ୍ୟମାନ ହେଉଛି। ବୁଧବାର ରାତିରେ, ନେପାଳରୁ ପ୍ରବାହିତ ହେଉଥିବା ଜଳର ପ୍ରବଳ ଲହରୀ ଯୋଗୁ…

ଅପହଞ୍ଚ ଗାଁ ପାଣିଖିଆ: ମୌଳିକ ସୁବିଧାରୁ ବଞ୍ଚିତ ଲୋକେ

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):୮୦ ବର୍ଷ ହେଲା ସ୍ବାଧୀନତା ମିଳିଲାଣି। ହେଲେ ଏବେବି ଅନେକ ନିପଟ ମଫସଲ ଗାଁରେ ସ୍ବାଧୀନତା ଅପହଞ୍ଚ ପାଲଟିଛି। ଲୁଣା ହେନ୍ତାଳ…

ମେଟାର ବଡ଼ ନିଷ୍ପତ୍ତି : ରାତି ୧୨ଟାରୁ ସକାଳ ୬ଟା ଯାଏ ଆଉ ଚାଲିବନି ଇନଷ୍ଟା-ଫେସବୁକ୍‌

ନୂଆଦିଲ୍ଲୀ,୨୭।୮: ଶିଶୁ ଓ କିଶୋରମାନଙ୍କୁ ସୋସିଆଲ ମିଡିଆ ନିଶାରେ ପକାଉଥିବା ଅଭିଯୋଗରେ ଛନ୍ଦି ହୋଇଥିବା ଫେସବୁକ-ଇନଷ୍ଟାଗ୍ରାମର ମାଲିକାନା ସଂସ୍ଥା ‘Meta’ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଆମେରିକାରେ…

ପୁଣି ଆସିବ ପ୍ରଳୟ! ଶେଷ ହୋଇନି ନେପାଳବାସୀଙ୍କ ଦୁର୍ଦ୍ଦଶା, ବଡ଼ ଆକଳନ କଲେଣି ବିଶେଷଜ୍ଞ

କାଠମାଣ୍ଡୁ,୨୭।୮: ନେପାଳରେ ବନ୍ୟା ହଜାର ହଜାର ଲୋକଙ୍କୁ ପ୍ରଭାବିତ କରିଛି; ଏପର୍ଯ୍ୟନ୍ତ ୧୬୦ ଜଣଙ୍କ ଜୀବନ ଯାଇଛି ଏବଂ ଶହ ଶହ ଲୋକ ନିଖୋଜ ଅଛନ୍ତି। ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri