ରୌପ୍ୟ ପଦକ ଜିତିଲେ ପ୍ରମିଳା କିସାନୀ

ବୁଗୁଡ଼ା,୧ା୧(ଡି.ଏନ.ଏ.): ଆନ୍ଧ୍ର ପ୍ରଦେଶର ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟଠାରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗଞ୍ଜାମ ଜିଲା ବୁଗୁଡ଼ା ପିପୁଲସ୍‌ କଲେଜ ଛାତ୍ରୀ ପ୍ରମିଳା କିସାନୀ ରୌପ୍ୟ ପଦକ ଜିତି ଓଡ଼ିଶାର ନାମ ଉଜ୍ଜ୍ୱଳ କରିଛନ୍ତି। ଡିସେମ୍ବର ୨୭ରୁ ୩୦ ଯାଏ ଚାଲିଥିବା ଏହି ପ୍ରତିଯୋଗିତାରେ ସେ ୫୫ କିଲୋ ବର୍ଗରେ ୧୭୦ ଅଙ୍କ ହାସଲ କରି ଏହି ସଫଳତା ପାଇଥିବା ଜଣାପଡିଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତରଫରୁ ବିଭିନ୍ନ ବର୍ଗରେ ୫ ଜଣ ଝିଅ ଅଂଶଗ୍ରହଣ କରିଥିବା ବେଳେ ପ୍ରମିଳାଙ୍କୁ ହିଁ ଏହି ସଫଳତା ମିଳିଛି। ବୁଗୁଡ଼ା ପିପୁଲସ୍‌ କଲେଜରେ ଯୁକ୍ତ ୩ ଇତିହାସ ସମ୍ମାନ ନେଇ ଶେଷ ବର୍ଷରେ ପଢୁଥିବା ପ୍ରମିଳା ଏହି ସଫଳତା ପାଇଁ ସେ ପିପୁଲସ୍‌ କଲେଜ କ୍ରୀଡ଼ା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଓ ବ୍ରହ୍ମପୁର ହନୁମାନ କ୍ଲବର କେ. ରବି କୁମାର, ଚିତ୍ତରଞ୍ଜନ ପଟ୍ଟନାୟକଙ୍କ ସମେତ କ୍ଲବର ସିନିୟର ଭାରୋତ୍ତୋଳନକାରୀମାନଙ୍କୁ ଶ୍ରେୟ ଦେଇଛନ୍ତି। ତାଙ୍କର ଏହି କୃତିତ୍ୱରେ ବୁଗୁଡା ପିପୁଲ୍‌ସ କଲେଜର ଅଧ୍ୟକ୍ଷ ରଜନୀ କାନ୍ତ ଦାଶଙ୍କ ସମେତ ସମସ୍ତ ଅଧ୍ୟାପକ, କର୍ମଚାରୀ, ଛାତ୍ରୀଛାତ୍ର ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୋକନ ମିଳିଲା, ମିଳିନି ଚାଉଳ

କେନ୍ଦୁଝର,୮ା୪ (ସ୍ବ.ପ୍ର.) – କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ବିଭିନ୍ନ ସ୍କୁଲ ଛୁଟି କରାଯାଇ ଛାତ୍ରୀଛାତ୍ରଙ୍କୁ ୩ ମାସର ମଧ୍ୟାହ୍ନଭୋଜନ ଚାଉଳ...

୧୧ବର୍ଷରେ ବିଦ୍ୟୁତ୍‌ ସଂସ୍ପର୍ଶରେ ମରିଛନ୍ତି ୧୧୯ ହାତୀ

ଭୁବନେଶ୍ୱର, ୨୦-୧୧(ବ୍ୟୁରୋ):ରାଜ୍ୟରେ ଗତ ୧୧ବର୍ଷରେ ୧୧୯ ହାତୀଙ୍କ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛିିି। ୨୦୦୯-୧୦ଠାରୁ ୨୦୧୯-୨୦ ମଧ୍ୟରେ ଘଟିଥିବା ଏହି ହାତୀ ମୃତ୍ୟୁରେ କେନ୍ଦୁଝର...

ମା’, ପୁଅ ହେଲେ ସମିତି ସଭ୍ୟ

ସଇଁତଳା, ୩ା୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଳା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳ ପ୍ରକାଶ ପାଇଛି। ଘୋଷିତ ତାଲିକାରେ ସମିତି ସଭ୍ୟଭାବେ ମା’ ଓ ପୁଅ...

ଇତିହାସ ରଚିଲା ଓଲିଉଡ୍‌: ଆମେରିକାରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ଛବିରାଣୀ’

କଟକ ଅଫିସ,୨୩ା୧୧: ଆଠ ଦଶନ୍ଧି ଅତିକ୍ରମ କରିବା ପରେ ଓଡ଼ିଆ ସିନେ ଜଗତ ତଥା ଓଲିଉଡ୍‌ ଏକ ଭିନ୍ନ ଧରଣରେ ଇତିହାସ ରଚିଛି। ପ୍ରଥମଥର ନିମନ୍ତେ...

ଲୁହାଖୁଣ୍ଟରେ ପିଟିହେଲା କେନ୍ଦୁପତ୍ର ବୋଝେଇ ଟ୍ରକ୍‌, ଦୀର୍ଘ ସମୟ ଧରି ରାସ୍ତା ଅବରୋଧ

କୋରାପୁଟ,୧୯ା୨(ସ୍ବ.ପ୍ର.): ମାଲକାନାଗିରି ଅଞ୍ଚଳରୁ କେନ୍ଦୁପତ୍ର ନେଇ କୋଲକାତା ଯାଉଥିବା ସିଜି-୦୪-ଏଚ୍‌ୟୁ-୬୧୫୯  ନମ୍ବର ବିଶିଷ୍ଟ ଏକ ଟ୍ରକ୍‌ ସ୍ଥାନୀୟ ରେଲଓ୍ବେ ଓଭର ବ୍ରିଜ୍‌ ନିକଟରେ ଥିବା ବିପଦ...

ପଞ୍ଚାୟତ ପୃଥକାବାସ ଶୌଚାଳୟ ଭାଙ୍ଗିଲେ ଦୁର୍ବୃତ୍ତ

ଲୋଇସିଂହା, ୨୯।୩(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ପକ୍ଷରୁ ଭାଲୁପାଲି ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ କରୋନା ଭାଇରସ ମୁକାବିଲା ପାଇଁ...

ଫି’ ଛାଡ଼ ମାମଲା: ଘରୋଇ ସ୍କୁଲ ଉପରେ କର୍ତ୍ତୃତ୍ୱ ନାହିଁ

ଘରୋଇ ସ୍କୁଲ ଫି’ ସମସ୍ୟା ଦୂର କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୧୮ରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ସେହି କମିଟିରେ...

ବର୍ଲିନ ମହୋତ୍ସବରେ ଓଡ଼ିଆ ଫିଲ୍ମ

ଭୁବନେଶ୍ୱର,୨୮।୯: ଜର୍ମାନୀର ବର୍ଲିନଠାରେ ଅନୁଷ୍ଠିତ ହେଉଥିବା ଇଣ୍ଡୋ ଜର୍ମାନ ଫିଲ୍ମ ମହୋତ୍ସବରେ ପ୍ରଦର୍ଶିତ ହୋଇଛି ଓଡ଼ିଶାର କ୍ରୀଡ଼ା ଡକ୍ୟୁମେଣ୍ଟ ଭିତ୍ତିକ ଫିଲ୍ମ ‘ଦ ମାଉଣ୍ଟେନ୍‌ ହକି’।...

Advertisement
Archives

Model This Week