Posted inଜାତୀୟ

କହ୍ନେୟା କୁମାରଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ବଲିଉଡ୍‌ ଷ୍ଟାର

ନୂଆଦିଲ୍ଲୀ,୨୧।୪: ଲୋକ ସଭା ନିର୍ବାଚନ ୨୦୧୯ରେ ବିହାରର ବେଗୁସରାଇ ଆସନ ହଟ୍‌ ସିଟ୍‌ ପାଲଟିଛି। କହ୍ନେୟା କୁମାର ଏହି ଆସନରୁ ନିର୍ବାଚନ ଲଢୁଥିବା ବେଳେ ଭାଜପାର ଫାୟାରବ୍ରାଣ୍ଡ ନେତା ଗିରିରାଜ ସିଂ ମଧ୍ୟ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି। ବଲିଉଡ୍‌ ଷ୍ଟାର ମଧ୍ୟ ଏହି ଆସନ ପାଇଁ ପ୍ରଚାର କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ତେବେ କିଛିଦିନ ତଳେ କହ୍ନେୟା କୁମାରଙ୍କ ପାଇଁ ପ୍ରଚାର କରିବାକୁ ସ୍ବରା ଭାସ୍କର ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ଏବେ ଏଥିରେ ସାମିଲ ହୋଇଛନ୍ତି ବଲିଉଡ୍‌ର ନାମୀ କଳାକାର ପ୍ରକାଶ ରାଜ। ନିଜେ ଏଥର ନିର୍ବାଚନରେ ଭାଗ ନେଇଥିବା ବେଳେ କହ୍ନେୟା କୁମାରଙ୍କ ପାଇଁ ପ୍ରଚାର କରିବାକୁ ଶନିବାର ପ୍ରକାଶ ବେଗୁସରାଇ ପହଞ୍ଚିଥିଲେ। ଏହାକୁ ନେଇ ସେ ଏକ ଟୁଇଟ୍‌ ମଧ୍ୟ କରିଥିଲେ ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ପ୍ରଚାର ସମୟରେ ସେ ଭାଜପା ଉପରେ ବର୍ଷିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ନ ଦେଲେ, ବ୍ୟାଙ୍କ୍‌ ଆକାଉଣ୍ଟରୁ କଟିବ ଟଙ୍କା: ନକଲି ଖବର ପ୍ରସାରିତ ପରେ ପୋଲିସର ଦ୍ୱାରସ୍ଥ ହେଲା ନିର୍ବାଚନ କମିଶନ

ନୂଆଦିଲ୍ଲୀ,୫।୧୨: ଭାରତୀୟ ନିର୍ବାଚନ କମିଶନ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରେ ଏକ ଅଭିଯୋଗ କରିଛନ୍ତି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ଦିଆଯାଇଥିବା ଅଭିଯୋଗରେ ନିର୍ବାଚନ ଆୟୋଗଙ୍କ...

ଜଗନଙ୍କ କ୍ୟାବିନେଟରେ ଜାତି ସମୀକରଣ

ହାଇଦ୍ରାବାଦ,୧୦।୪: ୨୦୨୪ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଜଗନ ଏପ୍ରିଲ ୭ରେ...

ଦେଶରେ ଖୁବ୍‌ଶୀଘ୍ର ଉପଲବ୍ଧ ହେବ ମର୍ଡନା ଟିକା

ନୂଆଦିଲ୍ଲୀ,୬।୭: କରୋନାର ଚତୁର୍ଥ ଟିକା ଖୁବ୍‌ଶୀଘ୍ର ଦେଶରେ ଉପଲବ୍ଧ ହେବାକୁ ଯାଉଛି। ଜୁଲାଇ ୧୫ସୁଦ୍ଧା ଦେଶର କେତେକ ହସ୍ପିଟାଲରେ ମର୍ଡନା ଟିକା ଉପଲବ୍ଧ ହେବ ବୋଲି...

କନ୍ଦାଉଛି କରୋନା

ନୂଆଦିଲ୍ଲୀ,୧୧ା୪: ଦିନକୁ ଦିନ ଭାରତରେ କରୋନା ଭୂତାଣୁ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଶୁକ୍ରବାର ମୃତ୍ୟୁସଂଖ୍ୟା ୨୪୬କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା...

୩ ବର୍ଷ ଝିଅର ଶରୀର ଦାନ କଲେ ମାତାପିତା

ଯୋଧପୁର,୭।୬: ରାଜସ୍ଥାନର ଯୋଧପୁରରେ ଜଣେ ୩ ବର୍ଷ ଝିଅର ଶରୀର ଦାନ କରି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଝିଅଟିର ମାତାପିତା। ଏତେ କମ୍‌...

‘…ତେବେ କ’ଣ ପାକିସ୍ତାନ ପ୍ରଧାନମନ୍ତ୍ରୀ କରିବେ ସଂସଦ ଭବନର ଉଦଘାଟନ’, କଂଗ୍ରେସ ନେତାଙ୍କ ବିରୋଧୀଙ୍କୁ ଉପଦେଶ

ନୂଆଦିଲ୍ଲୀ,୨୫।୫: ଦେଶର ନୂଆ ସଂସଦ ଭବନ ଭାବେ ଲୋକତନ୍ତ୍ରକୁ ନୂଆ ମନ୍ଦିର ମିଳିବାକୁ ଯାଉଛି। ମେ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିବେ।...

ବିହାର ଜାତି ଭିତ୍ତିକ ଜନଗଣନା: ଏପ୍ରିଲ ୨୮ରେ ହେବ ଶୁଣାଣି

ପାଟନା,୨୧।୪: ବିହାର ସରକାରଙ୍କ ଜାତି ଭିତ୍ତିକ ଜନଗଣନା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଏହି ଆବେଦନ ଶୁଣାଣି କରିବାକୁ ଏପ୍ରିଲ ୨୮ରେ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଅନେକ...

ରାମ ମନ୍ଦିର ନିର୍ମାଣ ପାଇଁ ପ୍ରତି ପରିବାରରୁ ୧୧ଟଙ୍କା ମାଗିଲେ ଯୋଗୀ

ରାଞ୍ଚି,୧୪।୧୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୟାନ ଏବେ ବିବାଦ ମଧ୍ୟକୁ ଚାଲିଯାଇଛି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ପାଇଁ ଯାଇଥିବା ଯୋଗୀ...

Advertisement
Archives

Model This Week