Posted inଖେଳ

ପ୍ରଜନେଶ କ୍ୱାର୍ଟରଫାଇନାଲରେ

ଓର୍ଲାଣ୍ଡୋ,୨୦ା୧୧(ପି.ଟି.)-ଭାରତୀୟ ଟେନିସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ଏଠାରେ ଚାଲିଥିବା ଓର୍ଲାଣ୍ଡୋ ଚ୍ୟାଲେଞ୍ଜର ଇଭେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଚତୁର୍ଥ ସିଡ୍‌ ପ୍ରଜନେଶ ତଙ୍ଗ୍‌ ଲିନ୍‌ ଉ’ ବିପକ୍ଷ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ୫-୭, ୭-୫, ୨-୦ରେ ଅଗ୍ରଣୀ ଥିବାବେଳେ ଇଞ୍ଜୁରି ଯୋଗୁ ତାଇପେ ଖେଳାଳି ଓହରିଯାଇଥିଲେ। ସେତେବେଳକୁ ୨ ଘଣ୍ଟା ୩୦ମିନିଟ ଧରି ଖେଳ ଶେଷ ହୋଇଯାଇଥିଲା। ତଙ୍ଗ୍‌ ଲିନ୍‌ଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ୧୩୭ର଼୍ୟାଙ୍କିଙ୍ଗପ୍ରାପ୍ତ ପ୍ରଜନେଶ ଗତ ସପ୍ତାହରେ କାରେ ଚ୍ୟାଲେଞ୍ଜର ଫାଇନାଲରେ ପ୍ରବେଶ କରିଥିଲେ। ଏହି ଇଭେଣ୍ଟରେ ମଧ୍ୟ ସେ ଭଲ ଫର୍ମରେ ଅଛନ୍ତି। ବର୍ତ୍ତମାନ ସେ ୧୭୨ ର଼୍ୟାଙ୍କିଙ୍ଗପ୍ରାପ୍ତ କଜାକସ୍ତାନର ଦିମିତ୍ରି ପପ୍‌କୋଙ୍କୁ ଭେଟିବେ। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଅନ୍ୟଜଣେ ଭାରତୀୟ ଖେଳାଳି ରାମକୁମାର ରମାନାଥନ ପ୍ରଥମରାଉଣ୍ଡରେ ସ୍ଥାନୀୟ ଖେଳାଳି ନିକ୍‌ ଚାପେଲଙ୍କଠାରୁ ପରାଜିତ ହୋଇ ବିଦାୟ ନେଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦକ୍ଷିଣ ଆଫ୍ରିକାକୁ ୨୩୮ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

ଗୁଆହାଟୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ରେ ଭାରତ ଜବରଦସ୍ତ ବ୍ୟାଟିଂ କରିଛି। ପ୍ରଥମ ବ୍ୟାଟିଂ କରି ଭାରତ ୨୦ ଓଭରରେ ୩ ଉଇକେଟ ହରାଇ...

କୋହଲିଙ୍କ ସହ ତୁଳନାକୁ ବାବରଙ୍କ ନାପସନ୍ଦ

କରାଚୀ,୩।୭(ପି.ଟି.): ଭାରତୀୟ ଅଧିନାୟକ ବିରାଟ କୋହଳିଙ୍କ ସହ ତାଙ୍କୁ ତୁଳନା କରାଯାଉଥିବାରୁ ପାକିସ୍ତାନ ସୀମିତ ଓଭର ଅଧିନାୟକ ବାବର ଆଜମ ନାପସନ୍ଦ କରିଛନ୍ତି। କୋହଲିଙ୍କ ସହ...

ନେଗେଟିଭ୍‌ ହେଲେ ଜୋକୋଭିଚ୍‌

ବେଲଗ୍ରେଡ୍‌, ୩ା୭ (ଏପି)-ଦଶ ଦିନ ପୂର୍ବେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ଷ୍ଟାର ଟେନିସ୍‌ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ ଏବଂ ତାଙ୍କ ସ୍ତ୍ରୀ ଜେଲେନା ରୋଗମୁକ୍ତ...

ରିୟଲ କଶ୍ମୀର ଜିତିଲା ଆଇଏଫ୍‌ଏ ଶିଲ୍ଡ

କୋଲକାତା,୨୦ା୧୨ (ପି.ଟି.)-ରିୟଲ କଶ୍ମୀର ଏଫ୍‌ସି ପ୍ରଥମଥର ଏକ ପ୍ରମୁଖ ଫୁଟ୍‌ବଲ ଟୁର୍ନାମେଣ୍ଟ ଜିତିବାରେ ସଫଳ ହୋଇଛି। ସ୍ଥାନୀୟ ସଲ୍ଟଲେକ୍‌ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ...

ପ୍ଲିସ୍‌କୋଭା ଫାଇନାଲରେ

ବେଜିଂ, ୧୫ା୯ (ଏଏଫ୍‌ପି)- ବିଶ୍ୱର ଦୁଇ ନମ୍ବର ମାନ୍ୟତାପ୍ରାପ୍ତ କାରୋଲିନା ପ୍ଲିସକୋଭା ଡବ୍ଲ୍ୟୁଟିଏ ଝେଙ୍ଗ୍‌ଝୋ ଓପନ୍‌ ଟେନିସ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ସେ...

ଧୋନୀଙ୍କୁ ପଶଂସା କରିବା ପାକିସ୍ତାନ କ୍ରିକେଟରଙ୍କୁ ପଡିଲା ମହଙ୍ଗା, ପିସିବି ଦେଲା ଏମିତି ଦଣ୍ଡ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ଅବସର ନେଇଛନ୍ତି। ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ବିଶ୍ୱର କିଛି କ୍ରିକେଟର। ପାକିସ୍ତାନର...

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଦଳ ଘୋଷଣା: ରାହୁଲଙ୍କୁ ନେଇ ଦ୍ୱନ୍ଦ୍ୱ, ରୋହିତ ଫେରିବା ସମ୍ଭାବନା, ଈଶ୍ୱରନ ଡାର୍କ ହର୍ସ

ନୂଆଦିଲ୍ଲୀ,୧୨।୯ (ପି.ଟି.)- ଆସନ୍ତାମାସ ଠାରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଗୁରୁବାର ଭାରତୀୟ ଘୋଷଣା ହେବ। ଚୟନକର୍ତ୍ତାମାନେ ବୈଠକରେ...

ଷ୍ଟାର ଭାରତୀୟ ବ୍ୟାଟରଙ୍କ କାନରେ ବାଜିଲ ବଲ

ରାଙ୍ଗିଓରା(ନ୍ୟୁଜିଲାଣ୍ଡ),୧।୩: ଷ୍ଟାର ଭାରତୀୟ ଓପନର ସ୍ମ୍ରିତି ମନ୍ଧାନା ସୋମବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍‌ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ କନକଶନର ସମ୍ମୁଖୀନ ହୋଇଛନ୍ତି। ତେବେ...

Advertisement
Archives

Model This Week