ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ୱର ଗିରଫ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରମୁଖ ସହଯୋଗୀ ଭି. ସର୍ବେଶ୍ୱର ରାଓଙ୍କୁ ଗୁରୁବାର କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ଗିରଫ କରିଛି। ଟାଟା ମୋଟର୍ସ ନାଁରେ ଜାଲ୍‌ ନିଯୁକ୍ତି ଓ ଠକେଇ ମାମଲାରେ ବ୍ରହ୍ମପୁରରେ ଡେରା ପକାଇଥିବା କ୍ରାଇମବ୍ରାଞ୍ଚ ଟିମ୍‌ ପ୍ରଥମେ ସର୍ବେଶ୍ୱରଙ୍କୁ ନିଜ ହେପାଜତକୁ ନେଇଥିଲା। ଠକେଇରେ ସମ୍ପୃକ୍ତ ଥିବା ନେଇ ତଦନ୍ତବେଳେ ଜଣାପଡିବାରୁ ତାଙ୍କୁ ଭୁବନେଶ୍ୱରକୁ ଅଣାଯାଇଥିଲା। ବୁଧବାରଠାରୁ ସର୍ବେଶ୍ୱର ଓ ରିମାଣ୍ଡରେ ଆସିଥିବା ବିଧାୟକ ପାଣିଗ୍ରାହୀଙ୍କୁ ମାରାଥନ ଜେରା କରିଥିଲା କ୍ରାଇମବ୍ରାଞ୍ଚ। ପ୍ରଦୀପ ଓ ଭାବୀ ଜ୍ୱାଇଁ ତଥା ଆଇଏଫ୍‌ଏସ୍‌ ଅଭୟ ପାଠକଙ୍କ ପୁଅ ଆକାଶଙ୍କ ଏହି ଠକେଇ ର଼୍ୟାକେଟ୍‌ରେ ସର୍ବେଶ୍ୱରଙ୍କ ସିଧାସଳଖ ସମ୍ପୃକ୍ତି ଥିବା ନେଇ ପ୍ରମାଣ ପାଇବା ପରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି। ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସର୍ବେଶ୍ୱରଙ୍କୁ ଝାରପଡ଼ା ସ୍ବତନ୍ତ୍ର କାରାଗାରକୁ ପଠାଇ ଦିଆଯାଇଛି। ସେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ରହିବେ। ଅନ୍ୟପକ୍ଷରେ ପ୍ରଦୀପଙ୍କ ୨ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଗୁରୁବାର କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇ ଝାରପଡା ଜେଲର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ କୋର୍ଟ ଓ ହସ୍ପିଟାଲ ପରିସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଦୀପ କହିଥିଲେ, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ। ଧୈର୍ଯ୍ୟ ରଖନ୍ତୁ, ସମସ୍ତ ଅଭିଯୋଗ ମିଥ୍ୟା ବୋଲି କୋର୍ଟରେ ପ୍ରମାଣିତ କରିବି। ଏଥିସହ ରାଜନୈତିକ ବନ୍ଦୀର ସୁବିଧା ଦେବାକୁ କୋର୍ଟଙ୍କୁ ନିବେଦନ କରିଥିବା ପ୍ରଦୀପ କହିଥିଲେ।
ସୂଚନାଯୋଗ୍ୟ, ଠକେଇ ଓ ବେଆଇନ ଅର୍ଥ କାରବାର ଅଭିଯୋଗରେ ଜେଲ ଯାଇଥିବା ବିଧାୟକ ପ୍ରଦୀପଙ୍କ ମୁଖ୍ୟ ରାଜନୈତିକ ଓ ବ୍ୟବସାୟିକ ସହଯୋଗୀ ହେଉଛନ୍ତି ସର୍ବେଶ୍ୱର। ପ୍ରଦୀପଙ୍କର ସବୁକିଛି ବୁଝୁଥିବାରୁ ତାଙ୍କୁ ସର୍ବେସର୍ବା କୁହାଯାଉଥିଲା। ତଦନ୍ତବେଳେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଥିଲା ଯେ, ସର୍ବେଶ୍ୱର ବ୍ରହ୍ମପୁରସ୍ଥିତ ସିଟି କଲେଜର ଅଧ୍ୟାପକ ଥିବାବେଳେ ପ୍ରଦୀପଙ୍କ ପ୍ରତିଦିନ ରାଜନୈତିକ ଗସ୍ତଠାରୁ ଆରମ୍ଭ କରି ସମସ୍ତ ଅର୍ଥ କାରବାର ବୁଝୁଥିଲେ। ସର୍ବେଶ୍ୱରଙ୍କ ସହ ଅବସରପ୍ରାପ୍ତ ଶିକ୍ଷକ କମ୍ଭୁପାଣି ସାହୁଙ୍କ ଗୁପ୍ତ ଚୁକ୍ତିନାମାରେ ଆକାଶ, ପ୍ରଦୀପ ଓ ତାଙ୍କ ଭାଇଙ୍କ ସମସ୍ତ ବେଆଇନ କାରବାର ଚାଲିଥିବା ନେଇ ସୂଚନା ପାଇବା ପରେ କ୍ରାଇମବ୍ରାଞ୍ଚ ଏସ୍‌ଆଇଟି କମ୍ଭୁପାଣିଙ୍କୁ ମଧ୍ୟ ବ୍ରହ୍ମପୁରରେ ୨ଦିନ ଧରି ଜେରା କରି ଛାଡ଼ିଥିଲା। ତେବେ କୋଟିଏରୁ ଊର୍ଦ୍ଧ୍ୱ ଠକେଇରେ ସର୍ବେଶ୍ୱରଙ୍କ ସମ୍ପୃକ୍ତି ନେଇ ଦୃଢ଼ ପ୍ରମାଣ ମିଳିଥିଲା। ପୂର୍ବରୁ ଗିରଫ ଭୟରେ ଆତ୍ମଗୋପନ କରିଥିଲେ ସର୍ବେଶ୍ୱର। ଆକାଶଙ୍କ ପିଏ ଡେଭିଡ୍‌ ପିଟରଙ୍କୁ ଜେରା ସମୟରେ ସର୍ବେଶ୍ୱରଙ୍କ ନଁା ସାମ୍ନାକୁ ଆସିଥିଲା। କଲେଜରୁ ଅବସର ନେବାପରେ ପ୍ରଦୀପ ଓ ଆକାଶଙ୍କ ଠକେଇ ର଼୍ୟାକେଟ୍‌ର ପ୍ରମୁଖ ଭୂମିକା ନେଇଥିଲେ। ସେ ଯୁବତୀଯୁବକଙ୍କ ବାୟୋଡାଟା ସହ ଟଙ୍କା ସଂଗ୍ରହ କରିବାରେ ନିୟୋଜିତ ଥିଲେ। ମିଛ ନିଯୁକ୍ତି ଫାଶରେ ଯୁବତୀଯୁବକଙ୍କୁ ଫସାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?