ଟିନା ଡାବିଙ୍କ ସହ ନିର୍ବନ୍ଧ ପରେ ରାତାରାତି ଷ୍ଟାର ପାଲଟିଲେ ଆଇଏଏସ୍‌ ପ୍ରଦୀପ

ନୂଆଦିଲ୍ଲୀ,୩୦।୩: ୨୦୧୫ରେ ୟୁପିଏସସି ପରୀକ୍ଷାରେ ଟପ୍ପର ହୋଇଥିବା ଟିନା ଡାବି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଏବେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ୨୦୧୩ ବ୍ୟାଚ ଆଇଏଏସ୍‌ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଛି। ଏହି ବିଷୟରେ ଟିନା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି। ତାଙ୍କ ପୋଷ୍ଟରେ ଟିନା ଏହାର କ୍ୟାପସନ ଦେଇଛନ୍ତି, ‘ତୁମେ ଦେଉଥିବା ହସକୁ ମୁଁ ପିନ୍ଧିଛି।’ ପ୍ରଦୀପ ମଧ୍ୟ ତାଙ୍କ ସୋସିଆଲ ମିଡିଆରେ ଦୁଇଟି ଫଟୋ ଶେୟାର କରିଛନ୍ତି। ଫଟୋରେ ଟିନା ନାଲି ରଙ୍ଗର ଶାଢି ପିନ୍ଧିଛନ୍ତି ଏବଂ ପ୍ରଦୀପ ଗାୱାଣ୍ଡେ ନାଲି ରଙ୍ଗର କୁର୍ତ୍ତା ପିନ୍ଧିଛନ୍ତି। ଟିନା ଏବଂ ପ୍ରଦୀପଙ୍କ ବିବାହ ମଧ୍ୟ ସ୍ବତନ୍ତ୍ର। କାରଣ ଏହା ଉଭୟଙ୍କ ଦ୍ୱିତୀୟ ବିବାହ। ଟିନାଙ୍କୁ ନିର୍ବନ୍ଧ କରିବା ପରେ ସୋସିଆଲ ମିଡିଆରେ ପ୍ରଦୀପଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି। ଇନ୍‌ଷ୍ଟାଗ୍ରାମରେ କିଛି ଘଣ୍ଟା ମଧ୍ୟରେ ୩ ହଜାରରୁ ବଢି ୪୫ ହଜାରରେ ପହଞ୍ଚିଛି। ଏବେ ବି ତାଙ୍କ ଫଲୋଅର୍ସ ସଂଖ୍ୟା ବଢିଚାଲିଛି।
ଗୋଟିଏ ପଟେ ଟିନାଙ୍କ ଏହି ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବାବେଳେ ଲୋକମାନେ ତାଙ୍କୁ ଏକ ନୂତନ ଜୀବନର ଆରମ୍ଭ ପାଇଁ ଶୁଭେଚ୍ଛା ଜଣାଉଛନ୍ତି। ଅନ୍ୟପକ୍ଷରେ, ତାଙ୍କ ସ୍ବାମୀଙ୍କ ବିଷୟରେ ଜାଣିବାକୁ ଲୋକମାନେ ବହୁତ ଉତ୍ସାହିତ ଅଛନ୍ତି।
ଏକ ନୂତନ ଜୀବନ ଆରମ୍ଭ କରିବାକୁ ଯାଉଥିବା ଟିନା ଏବେ ରାଜସ୍ଥାନର ଅର୍ଥ ବିଭାଗର ଯୁଗ୍ମ ସଚିବ ଏବଂ ପ୍ରଦୀପ ରାଜସ୍ଥାନର ପ୍ରତ୍ନତତ୍ତ୍ୱ ଏବଂ ସଂଗ୍ରହାଳୟ ବିଭାଗର ନିର୍ଦ୍ଦେଶକ। ପ୍ରଦୀପ ୯ ଡିସେମ୍ବର ୧୯୮୦ରେ ଜନ୍ମ ହୋଇଥିଲେ ଏବଂ ଟିନା ଠାରୁ ୧୩ ବର୍ଷ ବଡ। ପ୍ରଦୀପଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ଗାୱାଣ୍ଡେ ପ୍ରଦୀପ କେଶୋରାଓ। ସରକାରୀ ମେଡିକାଲ କଲେଜ ନାଶିକରୁ ପ୍ରଦୀପ ଏମ୍‌ବିବିଏସ୍‌ କରିଛନ୍ତି। ପରେ ସେ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।
ଏହାପୂର୍ବରୁ, ୨୦୧୫ରେ ଟିନା ପ୍ରଥମ ପ୍ରୟାସରେ ୟୁପିଏସ୍‌ସି ଟପ କରି ଚର୍ଚ୍ଚାରେ ରହିଥିଲେ। ସେ ୨୦୧୮ରେ ଆଇଏଏସ ଅତହର ଖାନଙ୍କୁ ବିବାହ କରିଥିଲେ। ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ପ୍ରଥମ ଏବଂ ଅମିର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଉଭୟ ଟ୍ରେନିଂ ସମୟରେ ପ୍ରେମରେ ପଡିଥିଲେ ଏବଂ ପ୍ରାୟ ଏକ ବର୍ଷର ସମ୍ପର୍କ ପରେ ଦୁହେଁ ୨୦୧୮ ମସିହାରେ ବିବାହ କରିଥିଲେ। ୨୦୨୦ରେ ଉଭୟଙ୍କର ଛାଡପତ୍ର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲସ୍କର-ଇ-ତୋଏବାର ହିଟ୍‌ ଲିଷ୍ଟରେ ମୋଦି, ବିରାଟ

ନୂଆଦିଲ୍ଲୀ,୨୯।୧୦: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇପଡ଼ିଛନ୍ତି ଆତଙ୍କବାଦୀ ସଂଗଠନ। ଏହାପରେ ଭାରତରେ ଆତଙ୍କବାଦୀ ସଂଗଠନ ପକ୍ଷରୁ ଅଲ୍‌-ଇଣ୍ଡିଆ ଲସ୍କର-ଇ-ତୋଏବା ନାଁରେ ଏକ...

ପଞ୍ଚମ ପର୍ଯ୍ୟାୟ ନିର୍ବାଚନ;ମଇଦାନରେ ୧୮୪ କୋଟିପତି: ପୁନମ୍‌ ସିହ୍ନା ସବୁଠୁ

ନୂଆଦିଲ୍ଲୀ,୧ା୫(ପି.ଟି.): ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ସବୁଠୁ ଧନୀ ହେଉଛନ୍ତି ଲକ୍ଷ୍ନୌ ଲୋକ ସଭା ଆସନର ସମାଜବାଦୀ ପାର୍ଟି (ଏସ୍‌ପି) ପ୍ରାର୍ଥୀ...

ଫାରୁକ ଅବଦୁଲାଙ୍କ ପିତାଙ୍କୁ ୧୧ ବର୍ଷ ଜେଲରେ ରଖିଥିଲା କଂଗ୍ରେସ: ଶାହ

ନୂଆଦିଲ୍ଲୀ,୧୦।୧୨: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଲୋକ ସଭାରେ ଜମ୍ମୁ-କଶ୍ମୀରରେ ବନ୍ଦୀଥିବା ନେତାଙ୍କୁ ନେଇ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଜମ୍ମୁ-କଶ୍ମୀରରେ ଗୃହବନ୍ଦୀ...

ନୌସେନାର ଶକ୍ତିରେ ବୃଦ୍ଧି, ସର୍ବେକ୍ଷଣ ଜାହାଜ ଇକ୍ଷକ ସାମିଲ…

ଚେନ୍ନାଇ,୨୬।୧୧ : ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି। ବାସ୍ତବରେ, ଚେନ୍ନାଇର କଟ୍ଟୁପାଲ୍ଲୀରେ ସର୍ବେକ୍ଷଣ ଜାହାଜ ଇକ୍ଷକକୁ ଶନିବାର ଫ୍ଲାଇଟ ଅଫିସର କମାଣ୍ଡିଂ-ଇନ-ଚିଫ, ସାଉଥ...

ପେଟ୍ରୋଲ ଢାଳି ନିଜର ମର୍ସିଡିଜ୍‌ କାର୍‌ ଜାଳିଦେଲେ ଯୁବକ, କାରଣ ଜାଣିଲେ ଚକିତ ହେବେ

ରୁଷିଆର ଜଣେ ୟୁଟ୍ୟୁବର ନିଜର ମର୍ସିଡିଜ୍‌ ଗାଡ଼ିକୁ ଜଳାଇ ଲକ୍ଷାଧିକ ଦର୍ଶକଙ୍କୁ ଚକିତ କରିଦେଇଛନ୍ତି। ୟୁଟ୍ୟୁବ୍‌ରେ ଏହି ଭିଡିଓ ଖୁବ୍‌ ତୀବ୍ର ବେଗରେ ଏବେ ଭାଇରାଲ...

ପକ୍କେ ବାଘ ଅଭୟାରଣ୍ୟ ଇତିହାସ

ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ, ୧୯୬୬ ମସିହାରେ ଏହି ବାଘ ସଂରକ୍ଷଣ କେନ୍ଦ୍ରଟି ପାଖୁଇ ରିଜର୍ଭ ଫରେଷ୍ଟ ଭାବେ ପ୍ରଥମେ ଏଠାରେ ଗଢ଼ି ଉଠିଥିଲା। ପରେ...

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇ ଫସିଲେ ଏଏପି ନେତା

ନୂଆଦିଲ୍ଲୀ,୧୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ନେଇ ଫସିଛନ୍ତି ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ଗୁଜରାଟ ଅଧ୍ୟକ୍ଷ ଗୋପାଳ ଇଟାଲୀୟା। ନ୍ୟାଶନାଲ କମିଶନ ଫର୍‌...

‘ଇଦ୍‌-ଉଲ୍‌-ଫିତର’ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩।୫: ସମଗ୍ର ଦେଶରେ ଆଜି ଇଦ୍‌-ଉଲ୍‌-ଫିତର ପର୍ବ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା...

Advertisement
Archives

Model This Week