ଟିନା ଡାବିଙ୍କ ସହ ନିର୍ବନ୍ଧ ପରେ ରାତାରାତି ଷ୍ଟାର ପାଲଟିଲେ ଆଇଏଏସ୍‌ ପ୍ରଦୀପ

ନୂଆଦିଲ୍ଲୀ,୩୦।୩: ୨୦୧୫ରେ ୟୁପିଏସସି ପରୀକ୍ଷାରେ ଟପ୍ପର ହୋଇଥିବା ଟିନା ଡାବି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଏବେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ୨୦୧୩ ବ୍ୟାଚ ଆଇଏଏସ୍‌ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଛି। ଏହି ବିଷୟରେ ଟିନା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି। ତାଙ୍କ ପୋଷ୍ଟରେ ଟିନା ଏହାର କ୍ୟାପସନ ଦେଇଛନ୍ତି, ‘ତୁମେ ଦେଉଥିବା ହସକୁ ମୁଁ ପିନ୍ଧିଛି।’ ପ୍ରଦୀପ ମଧ୍ୟ ତାଙ୍କ ସୋସିଆଲ ମିଡିଆରେ ଦୁଇଟି ଫଟୋ ଶେୟାର କରିଛନ୍ତି। ଫଟୋରେ ଟିନା ନାଲି ରଙ୍ଗର ଶାଢି ପିନ୍ଧିଛନ୍ତି ଏବଂ ପ୍ରଦୀପ ଗାୱାଣ୍ଡେ ନାଲି ରଙ୍ଗର କୁର୍ତ୍ତା ପିନ୍ଧିଛନ୍ତି। ଟିନା ଏବଂ ପ୍ରଦୀପଙ୍କ ବିବାହ ମଧ୍ୟ ସ୍ବତନ୍ତ୍ର। କାରଣ ଏହା ଉଭୟଙ୍କ ଦ୍ୱିତୀୟ ବିବାହ। ଟିନାଙ୍କୁ ନିର୍ବନ୍ଧ କରିବା ପରେ ସୋସିଆଲ ମିଡିଆରେ ପ୍ରଦୀପଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି। ଇନ୍‌ଷ୍ଟାଗ୍ରାମରେ କିଛି ଘଣ୍ଟା ମଧ୍ୟରେ ୩ ହଜାରରୁ ବଢି ୪୫ ହଜାରରେ ପହଞ୍ଚିଛି। ଏବେ ବି ତାଙ୍କ ଫଲୋଅର୍ସ ସଂଖ୍ୟା ବଢିଚାଲିଛି।
ଗୋଟିଏ ପଟେ ଟିନାଙ୍କ ଏହି ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବାବେଳେ ଲୋକମାନେ ତାଙ୍କୁ ଏକ ନୂତନ ଜୀବନର ଆରମ୍ଭ ପାଇଁ ଶୁଭେଚ୍ଛା ଜଣାଉଛନ୍ତି। ଅନ୍ୟପକ୍ଷରେ, ତାଙ୍କ ସ୍ବାମୀଙ୍କ ବିଷୟରେ ଜାଣିବାକୁ ଲୋକମାନେ ବହୁତ ଉତ୍ସାହିତ ଅଛନ୍ତି।
ଏକ ନୂତନ ଜୀବନ ଆରମ୍ଭ କରିବାକୁ ଯାଉଥିବା ଟିନା ଏବେ ରାଜସ୍ଥାନର ଅର୍ଥ ବିଭାଗର ଯୁଗ୍ମ ସଚିବ ଏବଂ ପ୍ରଦୀପ ରାଜସ୍ଥାନର ପ୍ରତ୍ନତତ୍ତ୍ୱ ଏବଂ ସଂଗ୍ରହାଳୟ ବିଭାଗର ନିର୍ଦ୍ଦେଶକ। ପ୍ରଦୀପ ୯ ଡିସେମ୍ବର ୧୯୮୦ରେ ଜନ୍ମ ହୋଇଥିଲେ ଏବଂ ଟିନା ଠାରୁ ୧୩ ବର୍ଷ ବଡ। ପ୍ରଦୀପଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ଗାୱାଣ୍ଡେ ପ୍ରଦୀପ କେଶୋରାଓ। ସରକାରୀ ମେଡିକାଲ କଲେଜ ନାଶିକରୁ ପ୍ରଦୀପ ଏମ୍‌ବିବିଏସ୍‌ କରିଛନ୍ତି। ପରେ ସେ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।
ଏହାପୂର୍ବରୁ, ୨୦୧୫ରେ ଟିନା ପ୍ରଥମ ପ୍ରୟାସରେ ୟୁପିଏସ୍‌ସି ଟପ କରି ଚର୍ଚ୍ଚାରେ ରହିଥିଲେ। ସେ ୨୦୧୮ରେ ଆଇଏଏସ ଅତହର ଖାନଙ୍କୁ ବିବାହ କରିଥିଲେ। ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ପ୍ରଥମ ଏବଂ ଅମିର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଉଭୟ ଟ୍ରେନିଂ ସମୟରେ ପ୍ରେମରେ ପଡିଥିଲେ ଏବଂ ପ୍ରାୟ ଏକ ବର୍ଷର ସମ୍ପର୍କ ପରେ ଦୁହେଁ ୨୦୧୮ ମସିହାରେ ବିବାହ କରିଥିଲେ। ୨୦୨୦ରେ ଉଭୟଙ୍କର ଛାଡପତ୍ର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାନା ପାଟେକରଙ୍କ ପରିବାରରେ କିଏ କିଏ ଅଛନ୍ତି? ପତ୍ନୀଙ୍କଠାରୁ ଅଲଗା ରହୁଥିଲା ବେଳେ ଜଣେ ପୁଅଙ୍କର ମୃତ୍ୟୁ ହୋଇସାରିଛି

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ମଣିପାଲ ହସ୍ପିଟାଲର ଅଙ୍କୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଶେଖର ସାଲକର…

୪ ଦଫା ଦାବିରେ ଓଡ଼ିଶା ବନ୍ଦ, ପଦ୍ମପୁରରେ କଂଗ୍ରେସର ପିକେଟିଂ

ପଦ୍ମପୁର, ୮।୧୦ (ପ୍ରଦୀପ୍ତ ଦାଶ): ୪ ଦଫା ଦାବି ନେଇ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗୁରୁବାର ସକାଳୁ…

ଆସିଲା ନାନା ପାଟେକରଙ୍କ ମୃତ୍ୟୁର ଅସଲ କାରଣ! ଡାକ୍ତର କହିଲେ…

ମୁମ୍ବାଇ,୮।୧୦: ବରିଷ୍ଠ ଅଭିନେତା ନାନା ପାଟେକର ଗୁରୁବାର ସକାଳ ୫ଟା୨୦ ସମୟରେ ପରଲୋକ ହୋଇଛି। ହୃଦଘାତ (କାର୍ଡିଆକ ଆରେଷ୍ଟ) ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଇଛି।…

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?