ସ୍ବାସ୍ଥ୍ୟସେବାରେ ପିପିପି ମଡେଲ

ତିତିର ଭଟ୍ଟାଚାର୍ଯ୍ୟ              ତନିକା ଚକ୍ରବର୍ତ୍ତୀ

 

ବର୍ଷେ କିମ୍ବା ୨ ବର୍ଷ ମଧ୍ୟରେ ନିମ୍ନ ଓ ମଧ୍ୟମ ଆୟ ବର୍ଗ ଦେଶଗୁଡ଼ିକର ସରକାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଇନ୍‌ସ୍ୟୁରାନ୍ସ କମ୍ପାନୀ ବହନ କରୁ ନ ଥିବା ରୋଗୀଙ୍କ ଖର୍ଚ୍ଚ କମ୍‌ କରିବା ଉପାୟ ଲାଗୁ କରୁଛନ୍ତି। ବୈଶ୍ୱିକ ସ୍ତରରେ ସ୍ବାସ୍ଥ୍ୟସେବା ଉପଲବ୍ଧ ନିଶ୍ଚିତ କରିବା ପାଇଁ ସେମାନେ ଧୀରେ ଧୀରେ ସରକାରଙ୍କ ଦ୍ୱାରା ଅନୁଦାନପ୍ରାପ୍ତ ବୀମାକୁ ଆପଣାଉଛନ୍ତି ଯାହା ଘରୋଇ ହସ୍ପିଟାଲରେ ଚିକିତ୍ସା ସେବା ଯୋଗାଇବାରେ ସାହାଯ୍ୟ କରୁଛନ୍ତି। ଭାରତ ଏହାର ଏକ ବଡ଼ ଉଦାହରଣ। ୨୦୦୦ ଦଶକ ମଧ୍ୟଭାଗରୁ କେନ୍ଦ୍ର ସରକାର ଏବଂ ବିଭିନ୍ନ ରାଜ୍ୟ ସ୍ବଳ୍ପ ଆୟକାରୀ ବର୍ଗଙ୍କ ନିକଟରେ ସ୍ବାସ୍ଥ୍ୟସେବା ସୁବିଧା ପହଞ୍ଚାଇବା ପାଇଁ ଏହିପରି ବୀମା କାର୍ଯ୍ୟକ୍ରମ ଲାଗୁ କରିଛନ୍ତି।
ଏହି ପ୍ରକାରର ସରକାରୀ-ବେସରକାରୀ( ଘରୋଇ) ସହଭାଗିତା (ପିପିପି) ମଡେଲ ବିକାଶଶୀଳ ଦେଶଗୁଡ଼ିକରେ ସ୍ବାସ୍ଥ୍ୟନୀତି ଆଲୋଚନାରେ ପ୍ରମୁଖ ଅଂଶ ହୋଇଛି। ବ୍ୟୟବହୁଳ ଭିତ୍ତିଭୂମି ନିର୍ମାଣ ଏବଂ ଅମଲାତାନ୍ତ୍ରିକ ବିଳମ୍ବ, ରାଜନୈତିକ ପକ୍ଷପାତିତା ଏବଂ ଆୟବ୍ୟୟ ପ୍ରତିବନ୍ଧକ ଦ୍ୱାରା ସୃଷ୍ଟ ସମସ୍ୟାକୁ ଦେଖିଲେ ଏସିଆ, ଆଫ୍ରିକା ଏବଂ ଦକ୍ଷିଣ ଆମେରିକାରେ ଜାତୀୟ ତଥା ରାଜ୍ୟ ସରକାରଗୁଡ଼ିକ ସ୍ବାସ୍ଥ୍ୟବୀମା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହା ସ୍ବଳ୍ପ ଆୟ କରୁଥିବା ପରିବାରଗୁଡ଼ିକୁ ଅଧିକ କିମ୍ବା ସମ୍ପୂର୍ଣ୍ଣ ରିହାତିରେ ଘରୋଇ ସେବା ପାଇବାକୁ ସକ୍ଷମ କରିଛି।
ଏହିିସବୁ କାର୍ଯ୍ୟକ୍ରମର ସଫଳତା ବିଭିନ୍ନ ଦେଶରେ ଭିନ୍ନ ହୋଇଥାଏ ଏବଂ ତାହା ସେମାନଙ୍କ ସ୍ଥାନୀୟ ପରିବେଶ ଓ ଢାଞ୍ଚା ଉପରେ ନିର୍ଭରକରେ। ଉଦାହରଣ ସ୍ବରୂପ, ଚାଇନା ଓ ଭିଏଟ୍‌ନାମ ବହୁ ସମୟରେ ସେମାନଙ୍କ ସଫଳତା ଦର୍ଶାଇଛନ୍ତି। ୨୦୧୬ ସୁଦ୍ଧା କେତୋଟି ସ୍ବାସ୍ଥ୍ୟ ବୀମା ଦ୍ୱାରା ସେମାନଙ୍କ ଜନସଂଖ୍ୟାର ଯଥାକ୍ରମେ ୧୦୦% ଓ ୮୦%କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେଇପାରିଛନ୍ତି। କିନ୍ତୁ ଚାଇନାରେ ଜଟିଳ ସ୍ବାସ୍ଥ୍ୟ ସମସ୍ୟାରେ ଉନ୍ନତ ତଥା ଅତ୍ୟାଧୁନିକ ଚିକିତ୍ସା ସେବା ପାଇଁ ଇନ୍‌ସୁରାନ୍ସ ବହନ କରୁ ନ ଥିବା ରୋଗୀଙ୍କ ଖର୍ଚ୍ଚ ବୃଦ୍ଧି ପାଇଥିବାବେଳେ ଭିଏଟ୍‌ନାମରେ ପିପିପି ମୋଡ୍‌ କାର୍ଯ୍ୟକ୍ରମର ବିସ୍ତାର ପରେ ତାହା ହ୍ରାସ ପାଇଛି। ଗରିବ ଲୋକଙ୍କୁ ସରକାରୀ ଅନୁଦାନପ୍ରାପ୍ତ ବୀମା ଦ୍ୱାରା ମାଗଣା ଚିକିତ୍ସା ସୁବିଧା ଯୋଗାଇବା ଉପରେ ଧ୍ୟାନଦେଇ ଭାରତ ମଧ୍ୟ ଭିଏଟ୍‌ନାମ ଆଭିମୁଖ୍ୟ ଗ୍ରହଣ କରିଛି। ଘରୋଇ ହସ୍ପିଟାଲ ଓ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇଦେଲେ ସମ୍ପୂର୍ଣ୍ଣ ସବ୍‌ସିଡିଯୁକ୍ତ ବୀମା ଉନ୍ନତ ସ୍ବାସ୍ଥ୍ୟ ଫଳାଫଳ ଦେଇପାରିବ। କିନ୍ତୁ ଅନେକ ମାଗଣା ବୀମା କାର୍ଯ୍ୟକ୍ରମ ଚାଲିବା ସତ୍ତ୍ୱେ ଏହାର ଗ୍ରହଣୀୟତା ଭାରତରେ କମ୍‌ ରହିଛି। ଭାରତର ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେର ତଥ୍ୟକୁ ଆଧାରକରି କରାଯାଇଥିବା ଏକ ଆକଳନରୁ ଜଣାପଡ଼ିଛି ଯେ, ଭାରତରେ ମାତ୍ର ୪୧% ପରିବାରରେ ସ୍ବାସ୍ଥ୍ୟ ବୀମା ରହିଛି। ଏପରିକି ଯେଉଁମାନଙ୍କ ପାଖରେ ଏହା ଅଛି ସେମାନେ ଏହାକୁ କିଭଳି କାର୍ଯ୍ୟକାରୀ କରିବେ ତାହା ମଧ୍ୟ ଜାଣିନାହାନ୍ତି। ଏହି ବିଷୟ ଉପରେ ବିକାଶଶୀଳ ଦେଶଗୁଡିକର ଗୁରୁତ୍ୱ ଦେବା ଦରକାର। ଗ୍ରାମାଞ୍ଚଳରେ ପରିବାରଗୁଡ଼ିକ ପ୍ରାୟତଃ ସେମାନଙ୍କର ସ୍ଥାନୀୟ ଗୋଷ୍ଠୀଗୁଡ଼ିକ ଉପରେ ନିର୍ଭର କରନ୍ତି ଏବଂ ଏପରିକି ଗୋଷ୍ଠୀରେ ଯୋଗଦିଅନ୍ତି ଯାହାର ସଦସ୍ୟମାନେ ଜରୁରୀ ସ୍ବାସ୍ଥ୍ୟ ପରିସ୍ଥିତି ପାଇଁ ଟଙ୍କା ଜମା କରି ରଖିଥାନ୍ତି। କେତେକ ଅଧ୍ୟୟନ ଦର୍ଶାଏ ଯେ, ଏହି ଅନୌପଚାରିକ ଗୋଷ୍ଠୀର ଉପସ୍ଥିତି ଓପଚାରିକ ବୀମା ପାଇଁ ଦେୟ ଦେବାର ଇଚ୍ଛାକୁ କମ୍‌ କରିପାରେ। ଅନୌପଚାରିକ ବୀମା ଔପଚାରିକ ଯୋଜନାଗୁଡ଼ିକୁ ଆଗକୁ ବଢ଼ିବାକୁ ସୁଯୋଗ ଦେଉ ନ ଥିବା ଏଥିରୁ ବୁଝାପଡ଼ୁଥିବାବେଳେ ଆମର ଅନୁସନ୍ଧାନ ଦର୍ଶାଏ ଯେ ଅନୌପଚାରିକ ନେଟ୍‌ୱର୍କଗୁଡ଼ିକ ପ୍ରକୃତରେ ସରକାରୀ ପ୍ରଦତ୍ତ ଯୋଜନାଗୁଡିକର ବ୍ୟାପକ ଗ୍ରହଣୀୟତାକୁ ସହଜ କରିପାରେ। ଉଦାହରଣ ସ୍ବରୂପ, ଏଭଳି ନେଟ୍‌ୱର୍କଗୁଡ଼ିକର ସହଯୋଗ ଲୋକମାନଙ୍କୁ ଦୁର୍ଗମ ଅଞ୍ଚଳର ଡାକ୍ତରଖାନାକୁ ଯିବା ସହଜ କରିପାରେ।
ଆମ ଗବେଷଣା କହିଛି ଯେ, ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ପିପିପି ମଡେଲ ସର୍ବୋତ୍ତମ ଉପାୟ କି ନୁହେଁ ତାହା ସରକାରମାନେ ସ୍ଥିର କରିବେ। କୋଭିଡ୍‌-୧୯ ମହାମାରୀ ଦର୍ଶାଇଛି ଯେ ଅନେକ ସେବା ପ୍ରଦାନକାରୀଙ୍କ ଦ୍ୱାରା ସ୍ବାସ୍ଥ୍ୟସେବା ସମସ୍ତଙ୍କୁ ଉପଲବ୍ଧ ହୋଇଛି। କେତେକ କ୍ଷେତ୍ରରେ ପ୍ରତ୍ୟକ୍ଷ ସରକାରୀ ଯୋଗାଣ ଏକମାତ୍ର ସମ୍ଭବ ବିକଳ୍ପ ହୋଇଥାଇପାରେ। ଏବେ ଜାରି ରହିଥିବା ଅନ୍ୟ ଏକ ଅଧ୍ୟୟନରେ ଆମେ ସ୍ବାସ୍ଥ୍ୟସେବା ଉପଲବ୍ଧ ପାଇଁ ପିପିପି ମଡେଲର ଜଟିଳ ପ୍ରଭାବଗୁଡିକ ଉପରେ ଅନୁଧ୍ୟାନ କରିଛୁ। ସିଦ୍ଧାନ୍ତରେ ପହଞ୍ଚିଛୁ ଯେ, ଯଦି ବେସରକାରୀ ବ୍ୟବସ୍ଥା ସରକାରୀ ଅପେକ୍ଷା ଭଲ, ତେବେ ସ୍ବାସ୍ଥ୍ୟ ଫଳାଫଳରେ ଉନ୍ନତି ହୋଇପାରେ। କିନ୍ତୁ ଯଦି ସରକାରୀ ବ୍ୟବସ୍ଥା ଘରୋଇ ବ୍ୟବସ୍ଥାଠାରୁ ଉନ୍ନତ, ତେବେ ସାମଗ୍ରିକ ସ୍ବାସ୍ଥ୍ୟ ପରିଣାମ ନକାରାମତ୍କ ଭାବେ ପ୍ରଭାବିତ ହୋଇପାରେ। ଉଦାହରଣ ସ୍ବରୂପ, ଗୋଟିଏ କ୍ଷେତ୍ର ଯେଉଁଥିେରେ ଭାରତ ତାହାର ପଡ଼ୋଶୀଙ୍କ ଠାରୁ ପଛରେ ପଡ଼ିଛି, ତାହା ହେଉଛି ମାତୃ ଓ ଶିଶୁ ସ୍ବାସ୍ଥ୍ୟ। ହସ୍ପିଟାଲରେ ପ୍ରସବ ହାର କମ୍‌ ହେଉଛି। ଅପରପକ୍ଷରେ ଘରୋଇ ସେବାର ଅଧିକ ମୂଲ୍ୟ ଏବଂ ସରକାରୀ ଡାକ୍ତରଖାନାଗୁଡ଼ିକରେ ଦୀର୍ଘ ସମୟ ଅପେକ୍ଷାକୁ ମଧ୍ୟ ଏଥିପାଇଁ ଦାୟୀ କରାଯାଇପାରେ। ଘରୋଇ ସେବା ପାଇଁ ଆର୍ଥିକ ସହାୟତା ଦିଆଗଲେ ଅଧିକ ମହିଳା ସେମାନଙ୍କ ଘର ଭଳି ଅନ୍ୟ ଅଗ୍ରହଣୀୟ ବ୍ୟବସ୍ଥା ପରିବର୍ତ୍ତେ ସେମାନଙ୍କର ଶିଶୁକୁ ଘରୋଇ ଡାକ୍ତରଖାନା୍ର ଜନ୍ମଦେବାକୁ ପସନ୍ଦ କରିବେ।
ଆମେ ମଧ୍ୟ ଜାଣିବାକୁ ପାଇଛୁ ଯେ, ଓପଚାରିକ ସ୍ବାସ୍ଥ୍ୟବୀମା କାର୍ଯ୍ୟକ୍ରମ ଆରମ୍ଭ କରାଯିବା ପରେ ମହିଳାମାନେ ବହୁ ସମୟରେ ସରକାରୀ ଡାକ୍ତରଖାନା ବଦଳରେ ଘରୋଇ ହସ୍ପିଟାଲକୁ ଯାଉଛନ୍ତି। ତେବେ ଏହିସବୁ କାର୍ଯ୍ୟକ୍ରମ ରୋଗୀଙ୍କ ସ୍ବାସ୍ଥ୍ୟ ସେବା ପାଇଁ ନିଜେ ବହନ କରୁଥିବା ଖର୍ଚ୍ଚ ହ୍ରାସ କରୁଛି। ଏଥିରୁ ବୁଝାପଡ଼ୁଛି , ପୂର୍ବରୁ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ଦେଉଥିବା ଦେୟ ଏବେ ସରକାରଙ୍କ ଦ୍ୱାରା କମ୍‌ ହୋଇପାରୁଛି। ଭାରତର ଜାତୀୟ ସ୍ବାସ୍ଥ୍ୟ ଆକାଉଣ୍ଟର ଏବକାର ଏକ ଆକଳନ ଦୁଇଟି ଦିଗକୁ ସୂଚିତ କରିଛି। ଜଟିଳ ତଥା ଅତ୍ୟାଧୁନିକ ଚିକିତ୍ସା ଉପରେ ସରକାରୀ ଖର୍ଚ୍ଚ ବହୁତ କମିଛି ଏବଂ ସାମାଜିକ ସ୍ବାସ୍ଥ୍ୟବୀମା ସମେତ ସରକାରଙ୍କ ସାମାଜିକ ସୁରକ୍ଷା ଖର୍ଚ୍ଚ ଅତ୍ୟଧିକ ବୃଦ୍ଧି ପାଇଛି। ଏହା ସୂଚିତ କରୁଛି ଯେ, ଜଟିଳ ଓ ଅତ୍ୟାଧୁନିକ ଚିକିତ୍ସା ପାଇଁ ସରକାର ସିଧାସଳଖ ସରକାରୀ ବ୍ୟବସ୍ଥା ବଦଳରେ ପିପିିପି ମଡେଲକୁ ଗ୍ରହଣ କରିଛନ୍ତି।
କିନ୍ତୁ ଯଦି ବହୁତ କମ୍‌ ବେସରକାରୀ ହସ୍ପିଟାଲ ଅଛି, ତେବେ ସରକାରୀ ଖର୍ଚ୍ଚ ହ୍ରାସ କଲେ ତାହା ଲୋକଙ୍କୁ ସ୍ବାସ୍ଥ୍ୟସେବା ପାଇଁ ଅଧିକ ଦୂର ଯିବାକୁ ବାଧ୍ୟ କରିପାରେ। ଆମ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଆନ୍ଧ୍ରପ୍ରଦେଶରେ ଯେଉଁଠାରେ ଭାରତର ସବୁଠୁ ବେଶି ଡାକ୍ତରଖାନା ଅଛି, ସେଠାରେ ଡାକ୍ତରଖାନାରେ ପହଞ୍ଚିବା କଷ୍ଟକର। ବୀମା ସମ୍ପୂର୍ଣ୍ଣ ସବ୍‌ସିଡି ହୋଇଥିଲେ ମଧ୍ୟ ଏହାର ଗ୍ରହଣୀୟତା ହାର ପ୍ରଭାବିତ ହେଉଛି। ଅପରପକ୍ଷେ ସାମଗ୍ରିକ ଭାବେ ସ୍ବାସ୍ଥ୍ୟସେବା ଯୋଗାଇବାରେ ଭିଏଟ୍‌ନାମ ହାସଲ କରିଥିବା ସଫଳତା ଡାକ୍ତରଖାନା ଏବଂ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ବିପୁଳ ସରକାରୀ ନିବେଶକୁ ଶ୍ରେୟ ଦିଆଯାଇପାରେ। ଯଦି ଭାରତର ନୂତନ ସାମାଜିକ ବୀମା ନୀତି ଘରୋଇ ଡାକ୍ତରଖାନାକୁ ନିୟନ୍ତ୍ରଣ କରେ, ତେବେ ଏହା ଜଟିଳ ଓ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ଉପଲବ୍ଧତା ବଢ଼ାଇପାରେ ଏବଂ ଏ କ୍ଷେତ୍ରରେ ସରକାରୀ ଖର୍ଚ୍ଚ ହ୍ରାସ କରିପାରେ। ତେବେ ଏହି ଘରୋଇ ହସ୍ପିଟାଲଗୁଡ଼ିକର ଅଭିବୃଦ୍ଧି ସହରାଞ୍ଚଳରେ ଯଦି କେନ୍ଦ୍ରୀଭୂତ ହୁଏ, ତେବେ ବହୁ କମ୍‌ ଲୋକ ଉପକୃତ ହେବେ। ଅତ୍ୟାବଶ୍ୟକ ସ୍ବାସ୍ଥ୍ୟସେବା ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବା ପାଇଁ ପିପିପି ମୋଡ୍‌କୁ ପ୍ରୋତ୍ସାହିତ କରିବା ପର୍ଯ୍ୟାପ୍ତ ନୁହେଁ। ଦେଶର ସମସ୍ତ ଅଞ୍ଚଳରେ ବେସରକାରୀ ହସ୍ପିଟାଲଗୁଡ଼ିକ ଉପଲବ୍ଧତା ନିଶ୍ଚିତ କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କ୍ଷେତକୁ ଫସଲ ଖାଇବାକୁ ବନ୍ୟପ୍ରାଣୀ ଆସିଲେ ସେମାନଙ୍କୁ ହତ୍ୟା କିମ୍ବା ଗୁରୁତର ଆହତ କରାଯାଉଥିବା ଦେଖିବାକୁ ମିଳୁଛି। ଏହି ସମସ୍ୟା ଦୂର କରିପାରୁଛି ବେଙ୍ଗାଲୁରୁର ‘କଟିଧନ’...

ବୃକ୍ଷ ବିନା ଜୀବନ

ପ୍ରାୟ ପ୍ରାଗୈତିହାସିକ ଯୁଗରୁ ମଣିଷର ବନଭୂମି ସହ ନିବିଡ଼ ସମ୍ପର୍କ ରହିଛି। ଦିନେ ସଭ୍ୟତାର ବିକାଶ ବନଭୂମିରେ ହିଁ ହୋଇଥିଲା। ମଣିଷ ଉଦ୍ଭିଦ ବା ବୃକ୍ଷ...

ଦୁର୍ନୀତିର ଅଗ୍ନିକୁଣ୍ଡରେ ମେଧା ଆହୁତି

ଆମ ଦେଶର ଜନସାଧାରଣ ପ୍ରାୟ ଧରି ନେଇଛନ୍ତି ସବୁଠାରୁ ଦାମୀ ତଥା ସମ୍ମାନଜନକ ପାଠ ହେଉଛି ଡାକ୍ତରୀ ପାଠ। ସବୁ ମାତାପିତାଙ୍କ ସ୍ବପ୍ନ ହେଲା ତାଙ୍କ...

ଡୋଭାଲଙ୍କ ଟିମ୍‌

ନିକଟରେ ନ୍ୟାଶନାଲ ସିକ୍ୟୁରିଟି କାଉନସିଲ ସେକ୍ରେଟାରିଏଟ୍‌ ଅନେକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିବାବେଳେ କିଛି ନିରନ୍ତରତା ବଜାୟ ରଖିଛି। ପ୍ରାରମ୍ଭରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ (ପାଶ୍ଚାତ୍ୟ)...

ଏଇ ଭାରତରେ

ତାମିଲନାଡୁର ୮୪ ବର୍ଷୀୟା ଧନମ ପାତି ଏବକାର ମହଙ୍ଗା ଯୁଗରେ ୨ ଟଙ୍କାରେ ଇଡ୍‌ଲି ବିକୁଛନ୍ତି ଓ ଲୋକଙ୍କୁ ପେଟପୂରା ଖାଇବାକୁ ଦେଉଛନ୍ତି। ଧନମଙ୍କ ଘର...

ଗଣତନ୍ତ୍ର ଓ ଏକ କଥିତ କାହାଣୀ

ହରେକୃଷ୍ଣ ପଣ୍ଡା ସବୁ କ୍ଷେତ୍ରରେ ପରିଚାଳକଙ୍କର ଏକ ଦୃଷ୍ଟିଭଙ୍ଗୀ ଥାଏ। ସେହି ଦୃଷ୍ଟିଭଙ୍ଗୀ ସୃଷ୍ଟି କରିଥାଏ ଅପାର ଆନନ୍ଦ ବା ନିରାନନ୍ଦ, ସ୍ବଚ୍ଛତା ବା ଭ୍ରଷ୍ଟାଚାରିତା।...

ଷ୍ଟର୍ମର ମଡେଲ

ଡାରୋନ୍‌ ଆକେମୋଗ୍ଲୁ ବ୍ରିଟେନର ସାଧାରଣ ନିର୍ବାଚନରେ ଲେବର ପାର୍ଟି ବିପୁଳ ବିଜୟ ହାସଲ କରିଛିି। କିନ୍ତୁ ଆର୍ଥିକ ସମସ୍ୟା ଦୂରକରିବାକୁ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟର୍ମରଙ୍କ ସାମର୍ଥ୍ୟ...

ଘନିଷ୍ଠତା ବେଶି, ତିକ୍ତତା କମ୍‌

ଲଳିତେନ୍ଦୁ ପଲାଉରୀ ୭୭ବର୍ଷରେ ପଦାର୍ପଣ କରିଛି ଭାରତ-ରୁଷ ବନ୍ଧୁତା। ଗତ ୧୦ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୧୭ଥର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri