ଓଏମ୍‌ବିଏଡିସିରେ ସ୍ବାସ୍ଥ୍ୟସେବା ଦିଗହରା

ଯାଜପୁର,୨୦ା୬(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ସ୍ବାସ୍ଥ୍ୟସେବା କ୍ଷେତ୍ରର ବିକାଶ ଦିଗରେ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ(ଓଏମ୍‌ବିଏଡିସି) ପାଣ୍ଠିର ବିନିଯୋଗ ଅତି ନୈରାଶ୍ୟଜନକ ରହିଛି। ଫଳରେ ସୁକିନ୍ଦା ଖଣି ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବା ସହ ବ୍ୟାସନଗର ସହରରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଶ୍ରୁତି ସ୍ବପ୍ନ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମାସିକ ଅଗ୍ରଗତି ରିପୋର୍ଟ(ଏମ୍‌ପିଆର)ରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୪ ଏପ୍ରିଲ ସୁଦ୍ଧା ଯାଜପୁର ଜିଲା ସ୍ବାସ୍ଥ୍ୟ ବିଭାଗକୁ ଓଏମ୍‌ବିଏଡିସି ପାଣ୍ଠିରୁ ୧୨ କୋଟି ୩୯ ଲକ୍ଷ ୬୬ ହଜାର ଟଙ୍କା ପ୍ରଦାନ କରାଯାଇଛି। ହେଲେ ବିଡମ୍ବନା ଯେ, ମାତ୍ର ୩ କୋଟି ୭୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ସେଥିରୁ ୨ କୋଟି ୯୨ ଲକ୍ଷ ଟଙ୍କାର ବିନିଯୋଗ ପତ୍ର ଦାଖଲ ହୋଇଛି। ଅଧିକାଂଶ ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ରହିଥିବା ପୂର୍ତ୍ତ ବିଭାଗର ଅବହେଳା ଯୋଗୁ ଏଭଳି ପରସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ବିଭାଗୀୟ ସମୀକ୍ଷା ବୈଠକର ବିବରଣୀ ଅନୁସାରେ ଜିଲା ସଦର ଡାକ୍ତରଖାନାରେ ୧୦ଟି ଲେଖାଏଁ ଇ-ଟାଇପ କ୍ୱାର୍ଟର୍ସ ନିର୍ମାଣ ପାଇଁ ଚିହ୍ନଟ ଜମି ଅତି ଖାଲୁଆ ହୋଇଥିବାରୁ ମଞ୍ଜୁର ଓଏମ୍‌ବିଏଡିସି ପାଣ୍ଠିକୁ ଫେରାଇ ନିଆଯାଇଛି।
ସୁପ୍ରିମକୋର୍ଟ ୨୦୧୭ରେ ଖଣିଜ ପଦାର୍ଥ ଲୁଟିଥିବା ଲିଜ୍‌ଧାରୀଙ୍କଠାରୁ କ୍ଷତିପୂରଣ ବାବଦକୁ ୧୮ ହଜାର କୋଟି ଆଦାୟ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅର୍ଥରେ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ(ଓଏମ୍‌ବିଏଡିସି) ଗଠିତ ହୋଇଛି। ଏହି ପାଣ୍ଠିରେ ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲାର ପାନୀୟ ଜଳ ଯୋଗାଣ, ଶିକ୍ଷା(ପ୍ରଶିକ୍ଷଣ ଏବଂ କୌଶଳ ବିକାଶ), ସ୍ବାସ୍ଥ୍ୟ(ଅଙ୍ଗନବାଡ଼ି କେନ୍ଦ୍ର ସମେତ), ଜୀବନ ଜୀବିକା, ଗ୍ରାମ୍ୟ ସଂଯୋଗୀକରଣ, ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ, ଜଳ ସଂରକ୍ଷଣ ଓ ଭୂତଳ ଜଳ ରିଚାର୍ଜ ଆଦି କ୍ଷେତ୍ରର ବିକାଶ ପାଇଁ ଅର୍ଥ ମଞ୍ଜୁର କରାଯାଉଛି। ଏହି କ୍ରମରେ ସମୀକ୍ଷା ବୈଠକର ବିବରଣୀ ରିପୋର୍ଟ ଅନୁସାରେ ଯାଜପୁର ଜିଲାର କେବଳ ପୂର୍ତ୍ତ ବିଭାଗ(ଆର ଏଣ୍ଡ ବି) ଦ୍ୱାରା ମାତ୍ର ୭ଟି ସ୍ବାସ୍ଥ୍ୟ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଏଥିରେ ପାଣିକୋଇଲି ପୂର୍ତ୍ତ ଡିଭିଜନ ପକ୍ଷରୁ ଦାନଗଦି ସିଏଚ୍‌ସି ପରିସରରେ ୩ଟି ଷ୍ଟାଫ୍‌ କ୍ୱାର୍ଟର୍ସ, ସୁକିନ୍ଦା ସିଏଚ୍‌ସିରେ ମୋଡୁଲାର ଆଇସିୟୁ, ଭିଜନ ସେଣ୍ଟର, ମୋଡୁଲାର ଓଟି ଓ ସିଏସ୍‌ଏସ୍‌ଡି ସମେତ ୩ଟି ଷ୍ଟାଫ୍‌ କ୍ୱାର୍ଟର୍ସ ନିର୍ମାଣାଧୀନ ରହିଛି। ସେହିପରି ରସୁଲପୁର ବ୍ଲକ ମଧୁବନ ସିଏଚ୍‌ସିର ନୂତନ ବିଲଡିଂ ଓ ଧର୍ମଶାଳା ସିଏଚ୍‌ସିର ନୂତନ ଓପିଡି ବିଲ୍ଡିଂ ନିର୍ମାଣାଧୀନ ରହିଛି। ଏହାବାଦ୍‌ ଚାରବାଟିଆ ପୂର୍ତ୍ତ ଡିଭିଜନ ଅଧୀନରେ ବଡ଼ଚଣା ସିଏଚ୍‌ସିର ପ୍ରଶାସନିକ ଗୃହ ଓ ୨ଟି ଡି-ଟାଇପ୍‌ ଗୃହ ନିର୍ମାଣାଧୀନ ରହିଛି। ପାଣିକୋଇଲି ପୂର୍ତ୍ତ ଡିଭିଜନ ଅଧୀନରେ ଚାଲିଥିବା ପ୍ରକଳ୍ପଗୁଡିକ ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହେବ ଏବଂ ଚାରବାଟିଆ ଡିଭିଜନ ଅଧୀନରେ ଚାଲିଥିବା ପ୍ରକଳ୍ପଗୁଡିକ ଚଳିତ ମାସ ଶେଷ ସୁଦ୍ଧା ସରିବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହାବାଦ୍‌ ଜିଲା ସଦର ଡାକ୍ତରଖାନାର ଡ୍ରଗ୍‌ ଓ୍ବାର ହାଉସର ସମ୍ପ୍ରସାରଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ। ସେହିପରି ୧୫୦ ଶଯ୍ୟା ବିଶିଷ୍ଟ ଯାଜପୁର ମେଡିକାଲ କଲେଜ ହସ୍‌ପିଟାଲ ପାଇଁ ୩ୟ ଓ ଶେଷ ପର୍ଯ୍ୟାୟରେ ୧୯.୫୯ କୋଟି ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ହୋଇଛି। ଜିଲାରେ ଓଏମ୍‌ବିଏଡିସି ପାଣ୍ଠିରୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମାତ୍ର ଏତିକି ପ୍ରକଳ୍ପ ହାତକୁ ନିଆଯାଇଛି। ଜିଲାର ଗ୍ରାମାଞ୍ଚଳର ସ୍ବାସ୍ଥ୍ୟସେବାକୁ ଅବଲୋକନ କଲେ ଜିଲାର ବିକାଶ କେତେ ତାହା ସ୍ପଷ୍ଟ ମନେ ହେଉଛି ା ଏହାବାଦ୍‌ ଆଦିବାସୀ ଏବଂ ଖଣି ପ୍ରଭାବିତ ଅଞ୍ଚଳ ସୁକିନ୍ଦା ବ୍ଲକରେ ମଧ୍ୟ ସ୍ବାସ୍ଥ୍ୟସେବାର ବିକାଶ ସେତେଟା ହୋଇ ପାରିନାହିଁ। ଜିଲାର ଅନ୍ୟତମ ପ୍ରମୁଖ ସହର ବ୍ୟାସନଗରରେ ସ୍ବାସ୍ଥ୍ୟସେବାକୁ ଆଦୌ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହେଉଛି। କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲାଗି ଥିବା ଏହି ସହରର ଲୋକ ସଂଖ୍ୟା ବେସରକାରୀ ଭାବେ ପ୍ରାୟ ଦେଢ ଲକ୍ଷକୁ ଟପିଲାଣି। ଦିନକୁ ଦିନ ସହରର ନବ କଳେବର ବୃଦ୍ଧି ପାଉଛି। ହେଲେ ସହରବାସୀଙ୍କ ସମେତ ଆଖପାଖ ଅଞ୍ଚଳବାସୀ ୩୦ ଶଯ୍ୟା ବିଶିଷ୍ଟ ଏକ ସିଏଚ୍‌ସି ଉପରେ କେବଳ ନିର୍ଭରଶୀଳ। ଗତ ଦୁଇ ଦଶନ୍ଧି ହେଲା ୧୦୦ ବେଡ ବିଶିଷ୍ଟ ସୁପର ସ୍ପେଶିଆଲିଟି କିମ୍ବା ଉପଖଣ୍ଡସ୍ତରୀୟ ଡାକ୍ତରଖାନା ରାଜନୈତିକ ନେତାଙ୍କ ଭାଷଣବାଜିରେ ସୀମିତ ରହିଛି। ଫଳରେ ଅଧିକାଂଶ ରୋଗୀ ବେସରକାରୀ ଡାକ୍ତରଖାନା ଏବଂ ଔଷଧ ଦୋକାନଗୁଡିକରେ ପରାମର୍ଶ ଦେଉଥିବା ଡାକ୍ତରମାନଙ୍କ ଉପରେ ନିର୍ଭର କରି ଖର୍ଚ୍ଚାନ୍ତ ହେଉଛନ୍ତି। ଗରିବ ରୋଗୀ ନିଜ ଭାଗ୍ୟକୁ ଆଦରି ସରକାରୀ ଡାକ୍ତରଖାନାରେ ପଡି ରହୁଥିବା ଦେଖିବାକୁ ମିଳିଛି। ଏ ସଂକ୍ରାନ୍ତରେ ସିଡିଏମ୍‌ଓ ଶିବାଶିଷ ମହାରଣାଙ୍କୁ ପଚାରିବାରୁ ତଥ୍ୟ ସଂକ୍ରାନ୍ତରେ ଗୁରୁବାର କହିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri