ପାକିସ୍ତାନରେ ବିଦ୍ୟୁତ୍‌ ସଙ୍କଟ: ରାତି ୮ରୁ ବଜାର ବନ୍ଦ…

ଇସଲାମାବାଦ,୨୦।୧୨ : ନଗଦ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନ ମଙ୍ଗଳବାର ଶକ୍ତି ସଂରକ୍ଷଣ ପାଇଁ ଏକ ଯୋଜନା ଉପସ୍ଥାପନ କରିଛି। ଏହା ଅନ୍ତର୍ଗତ ରାତି ଆଠଟା ପରେ ଦେଶର ସମସ୍ତ ବଜାର ଏବଂ ରେଷ୍ଟୁରାଣ୍ଟ ବନ୍ଦ ରହିବ। ଏଥି ସହିତ, ବିବାହ ହଲ ଗୁଡିକ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ପାକିସ୍ତାନ ବର୍ତ୍ତମାନ ଭୟଙ୍କର ଶକ୍ତି ସଙ୍କଟ, ଆକାଶଛୁଆଁ ମୁଦ୍ରାସ୍ଫୀତି ଏବଂ ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ସମସ୍ୟା ଦେଇ ଗତି କରୁଛି। ଚଳିତ ବର୍ଷ ଫେବୃଆରୀରୁ ଚାଲିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ଏବଂ ଜୁନ ମାସରେ ହୋଇଥିବା ଭୟଙ୍କର ବନ୍ୟା ଦେଶର ଶକ୍ତି ସଙ୍କଟକୁ ଆହୁରି ବଢ଼ାଇ ଦେଇଛି।

ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଦ୍ୱାରା ଜାତୀୟ ଶକ୍ତି ସଂରକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହାର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଶକ୍ତି କ୍ଷେତ୍ରରେ ସର୍କୁଲାର ଋଣ ହ୍ରାସ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଦେଶବ୍ୟାପୀ ଯୋଜନା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ସମସ୍ତ ପ୍ରଦେଶ ସହ ଯୋଗାଯୋଗ କରିବେ ବୋଲି ଆସିଫ କହିଛନ୍ତି।

କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ଗୁରୁବାର ସୁଦ୍ଧା ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଆଗାମୀ କିଛି ଦିନ ମଧ୍ୟରେ ଆମେ ଏହି ଜାତୀୟ ଯୋଜନା ସହିତ ସମସ୍ତ ପ୍ରଦେଶ ସହିତ ଯୋଗାଯୋଗ କରିବୁ ବୋଲି ସେ କହିଛନ୍ତି। ତେବେ ଗୁରୁବାର ଦିନ ସଂରକ୍ଷଣ ନୀତିକ ଚୂଡ଼ାନ୍ତ ଅନୁମୋଦନ ଦିଆଯିବ।

ତେବେ ରେଷ୍ଟୁରାଣ୍ଟଗୁଡ଼ିକର ବନ୍ଦ ସମୟକୁ ଏକ ଘଣ୍ଟା ବଢ଼ାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇପାରେ ବୋଲି ସେ କହିଛନ୍ତି। ଆସିଫ କହିଛନ୍ତି, ଯଦି ୨୦ ପ୍ରତିଶତ ସରକାରୀ କର୍ମଚାରୀ ଘରୁ ରୋଟେଶନ ଭିତ୍ତିରେ କାମ କରନ୍ତି, ତେବେ ୫୬ ବିଲିୟନ ଟଙ୍କା ସଞ୍ଚୟ ହୋଇପାରିବ ଏବଂ କିଛି ପଦକ୍ଷେପ ଗ୍ରହଣ କଲେ ଦେଶ ୬୨ ବିଲିୟନ ଟଙ୍କା ସଞ୍ଚୟ କରିପାରିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୩୮ ବିଲିୟନ ଟଙ୍କା ସଞ୍ଚୟ କରିବାକୁ ଖୁବ ଶୀଘ୍ର ଶକ୍ତି ସଂରକ୍ଷକ ଫ୍ୟାନ ଏବଂ ବଲର ପ୍ରଚଳନ କରାଯିବ। ପେଟ୍ରୋଲ ବ୍ୟବହାର ହ୍ରାସ ପାଇଁ ଇଲେକ୍ଟ୍ରିକ ବାଇକ ପାରମ୍ପାରିକ ମୋଟରସାଇକେଲର ସ୍ଥାନ ନେବ। ସେ କହିଛନ୍ତି ଯେ ଆମେ ଇ-ବାଇକ ପାଇଁ ଆମଦାନୀ ଆରମ୍ଭ କରିଛୁ ଏବଂ ବିଦ୍ୟମାନ ମୋଟରସାଇକେଲର ଉନ୍ନତି ପାଇଁ ମୋଟରସାଇକେଲ କମ୍ପାନୀ ସହ ଆଲୋଚନା ଆରମ୍ଭ କରିଛୁ ଯାହା ଦ୍ୱାରା ପ୍ରାୟ ୮୬ ବିଲିୟନ ଟଙ୍କା ସଞ୍ଚୟ ହୋଇପାରିବ।

ମନ୍ତ୍ରୀ କହିଛନ୍ତି ଯେ ଅକ୍ଷୟ ଶକ୍ତି ଆଡକୁ ଯିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ପ୍ରସ୍ତାବିତ ଲକ୍ଷ୍ୟ ହାସଲ କରିବା ପାଇଁ ବଜାରର ଶୀଘ୍ର ବନ୍ଦ ଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ।

ଆସିଫ କହିଛନ୍ତି, ମୁଁ ମଧ୍ୟ ବିଶ୍ୱାସ କରେ ଯେ ରାଜନେତାମାନେ ପ୍ରଥମେ ଏହି ପରିବର୍ତ୍ତନଗୁଡିକ ଗ୍ରହଣ କରିବା ଉଚିତ ଏବଂ ଜନସାଧାରଣଙ୍କ ପାଇଁ ଆଦର୍ଶ ହେବା ଉଚିତ। ଷ୍ଟେଟ ବ୍ୟାଙ୍କ ଅଫ ପାକିସ୍ତାନ (ସେଣ୍ଟ୍ରାଲ ବ୍ୟାଙ୍କ) ର ବୈଦେଶିକ ମୁଦ୍ରା ସଂରକ୍ଷଣ ଡିସେମ୍ବର ୨ରେ ଚାରି ବର୍ଷର ସର୍ବନିମ୍ନ ୬.୭୨ ବିଲିୟନ ଡ଼ଲାରକୁ ଖସି ଆସିଛି। କେନ୍ଦ୍ରୀୟ ବ୍ୟାଙ୍କ ତଥ୍ୟ ଦର୍ଶାଇଛି ଯେ ୧୮ଜାନୁଆରୀ ୨୦୧୯ ସୁଦ୍ଧା ବୈଦେଶିକ ମୁଦ୍ରା ଭଣ୍ଡାର ୬.୬୪ ବିଲିୟନ ଡ଼ଲାରରେ ରେକର୍ଡ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?