ସମବାୟରେ ଦାରିଦ୍ର୍ୟ ଦୂରୀକରଣ

ଭାରତର ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ସେହି ତୁଳନାରେ ସାଧାରଣ ଲୋକଙ୍କର ଆର୍ଥିକ ବିକାଶର ଆଶାତୀତ ଭାବେ ବୃଦ୍ଧି ନ ପାଇବାରୁ ଗରିବ ଲୋକମାନେ ବିଭିନ୍ନ ପ୍ରକାର ବେଉସାକୁ ଆପଣାଉଛନ୍ତି। ଛେଳି ପାଳନ ତନ୍ମଧ୍ୟରୁ ଅନ୍ୟତମ। ଛେଳି ପାଳନ ଗରିବ ଲୋକଙ୍କ ଆର୍ଥିକ ସହାୟତାର ଆଶାବାଡ଼ି। ଛେଳିର କ୍ଷୀର, ମାଂସ, ଚମଡ଼ା, ଗୋବର ପ୍ରଭୃତି ଲୋକେ ବ୍ୟବହାର କରନ୍ତି। ବିଶେଷକରି ଛେଳି କ୍ଷୀର ଭିଟାମିନ ସାରଯୁକ୍ତ, ଛେଳି କ୍ଷୀରରେ ଗାଈ କ୍ଷୀର ତୁଳନାରେ ବହୁତ କମ୍‌ ଚର୍ବିଥାଏ। ଏହା ମା’ କ୍ଷୀର ସହିତ ସମାନ ଥିବାରୁ ଶିଶୁମାନଙ୍କ ଖାଦ୍ୟଭାବରେ ବ୍ୟବହୃତ ହେବା ସଙ୍ଗେ ସଙ୍ଗେ ଶିଶୁର ‘ଧର୍ମ ମା’ ଭାବେ ଛେଳି ପରିଚିତ। ଛେଳି କ୍ଷୀର ଅତ୍ୟନ୍ତ ଭିଟାମିନ୍‌ ସାରଯୁକ୍ତ, ଜୀର୍ଣ୍ଣକାରକ ତଥା ଔଷଧୀୟ ଗୁଣକାରକ ହେତୁ ଜାତିର ପିତା ମହାମତ୍ା ଗାନ୍ଧୀ ଛେଳିକ୍ଷୀର ବ୍ୟବହାର କରୁଥିଲେ। ଛେଳିର ଗୋବର ଖତ ଅନ୍ୟାନ୍ୟ ଗୋ ମେଷାଦି ପ୍ରାଣୀର ଗୋବର ଖତ ତୁଳନାରେ ଅଧିକ ଶସ୍ୟ ଉପତ୍ାଦନକାରୀ।
ଅନେକ ଧନୀ ଲୋକ ସମାଜର ଗରିବଙ୍କୁ ଛେଳିପାଳନ ଭାଗକୁ ଲଗାଇ ଅଧେ ମୂଲ୍ୟ ପାଆନ୍ତି ଆଉ ଅଧେ ପାଳନକାରୀ ପାଆନ୍ତି। ଆଜିକାଲି ଗାଈକ୍ଷୀର ସହିତ ଛେଳିକ୍ଷୀର ମିଶି ପ୍ରକ୍ରିୟାକରଣ ଉପାୟରେ ଅଧିକ ବହଳିଆ ହେଉଥିବାରୁ ଏହାକୁ ପ୍ୟାକେଟ୍‌ କରାଯାଇ ବଜାରରେ ବିକ୍ରି କରାଯାଉଛି। ଫଳରେ ଏହାର ଚାହିଦା ଯଥେଷ୍ଟ ବୃଦ୍ଧି ପାଇଛି। ଆଗକାଳରେ ଯେଉଁ ମା’ ମାନଙ୍କର କ୍ଷୀର ତା’ର ଶିଶୁପାଇଁ ଯଥେଷ୍ଟ ହେଉ ନ ଥିଲା ସେମାନେ ଛେଳି କ୍ଷୀରକୁ ଶିଶୁର ପାନୀୟ ଭାବେ ବ୍ୟବହାର କରୁଥିଲେ।
ଧନୀ ଲୋକଙ୍କ ଶୋଷଣରୁ ଗରିବଙ୍କୁ ମୁକ୍ତ କରାଇବା ପାଇଁ ୧୯୬୯ ମସିହାରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବୃହତ୍ତମ ବେସରକାରୀ ବ୍ୟାଙ୍କଗୁଡ଼ିକୁ ଜାତୀୟକରଣ ଘୋଷଣା କରି ବ୍ୟାଙ୍କ ଦ୍ୱାରା କ୍ଷୁଦ୍ର ତଥା ନାମମାତ୍ର ଚାଷୀମାନଙ୍କୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମାଧ୍ୟମରେ ଚୟନ କରିବା ସହିତ ସମବାୟ ବ୍ୟାଙ୍କ ଚାଷୀମାନଙ୍କୁ ଅତିରିକ୍ତ ଆର୍ଥିକ ଆୟ ବୃଦ୍ଧି ସକାଶେ ରିହାତି ଋଣ ସୂତ୍ରରେ ଛେଳିପଲ ଯୋଗାଇଥିଲେ। ଚାଷୀମାନେ ବିଲ କାମ କରୁଥିଲା ବେଳେ ସେମାନଙ୍କର ପିଲାମାନେ ଛେଳି ଚରାଇ କିଛି ଅର୍ଥ ଉପାର୍ଜନ କରି ପରିବାରର ଖର୍ଚ୍ଚ ତୁଲାଇବାକୁ ଭାଗୀଦାରି ହେଉଥିଲେ। ୧୯୮୦ ମସିହାରେ ସମାଜର ଭୂମିହୀନ ଓ ଅତି ଦରିଦ୍ରତମ ଲୋକମାନଙ୍କର ଦାରିଦ୍ର ଦୂରୀକରଣ କରିବା ପାଇଁ ସରକାର ବ୍ୟାଙ୍କମାନଙ୍କ ଜରିଆରେ ରିହାତି ଋଣସୂତ୍ରରେ ଛଳିପଲ ଯୋଗାଇବା ଆରମ୍ଭ କରିଥିଲେ।
ଛେଳି ଖୁରାରେ ଅଧିକ ମୃତ୍ତିକା କ୍ଷୟ ହୋଇ ଜମିଗୁଡ଼ିକ ମରୁଭୂମି ହୋଇଯିବ ବୋଲି ପୁରୁଣା କଥା ଅଛି। ଯୋଜନା କମିଶନର ପୂର୍ବତନ ସଭ୍ୟ ଅର୍ଥନୀତିଜ୍ଞ ଡା. ହନୁମନ୍ତ ରାଓ କମିଟି ଏହା ଉପରେ ତର୍ଜମା କରି ଉକ୍ତ ତଥ୍ୟର ପ୍ରାମାଣିକ ଭିତ୍ତିି ନ ଥିବାର ରିପୋର୍ଟ ପ୍ରଦାନ କରିବାରୁ ଦାରିଦ୍ର୍ୟ ଦୂରୀକରଣରେ ଛେଳି ପାଳନକୁ ସରକାର ତଥା ବ୍ୟାଙ୍କମାନେ ଗୁରୁତ୍ୱ ଦେବା ଆରମ୍ଭ କରିଦେଇଥିଲେ।
ବିଶେଷକରି ଗୋମେଷାଦି ପ୍ରାଣୀ ତୁଳନାରେ ଛେଳି ଶୁଷ୍କ ଜଳବାୟୁରେ ସୁରୁଖୁରୁରେ ଜୀବନଧାରଣ କରିପାରୁ ଥିବାରୁ ରାଜସ୍ଥାନରେ ଦରିଦ୍ର ଲୋକମାନେ ଛେଳି ପାଳନକୁ ପ୍ରଧାନ ସମ୍ବଳ ଭାବରେ ଆଦରି ନେଇଛନ୍ତି। ରାଜ୍ୟ ସରକାର ଏହି ଯୋଜନାକୁ ଫଳପ୍ରଦ କରିବା ପାଇଁ ରିହାତି ଋଣ ସୂତ୍ରରେ ଗରିବ ଲୋକଙ୍କୁ ପଲ ପଲ ଛେଳି ଋଣ ଯୋଗାଇ ସେମାନଙ୍କୁ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠାଇବାରେ ବିଶେଷ ସାହାଯ୍ୟ କରୁଛନ୍ତି। ଛେଳି ରଖିବାରେ ଅନ୍ୟ ପ୍ରାଣୀ ତୁଳନାରେ ଛୋଟ ଗୁହାଳ ନିର୍ମାଣ ଓ କମ୍‌ ଚାରଣ କ୍ଷେତ୍ରର ଆବଶ୍ୟକ ହେତୁ ଗରିବ ଲୋକମାନେ ଛେଳି ପାଳନକୁ ଅଧିକ ପସନ୍ଦ କରୁଛନ୍ତି। ରାଜସ୍ଥାନର ମରୁଭୂମି ଛେଳିପାଳନ ପାଇଁ ଉପଯୁକ୍ତ ଓ ପ୍ରଶସ୍ତ କ୍ଷେତ୍ର ହୋଇଥିବାରୁ ଲୋକମାନଙ୍କର ଆଗ୍ରହ ଏଥିପ୍ରତି ବୃଦ୍ଧି ପାଉଛି। ମରୁଭୂମିରେ ଉଠିଥିବା କଣ୍ଟାଜାତ ଗଛର ପତ୍ରକୁ ଛେଳି ସହଜରେ ଖାଇପାରେ।
ଗରିବ ଲୋକମାନେ ଛେଳି ସମବାୟ ସମିତି ଗଠନ କରି ସମିତି ମାଧ୍ୟମରେ ବହୁସଂଖ୍ୟାରେ ଛେଳି ରଖିଲେ ମଧ୍ୟସ୍ଥଙ୍କ ଶୋଷଣରୁ ମୁକ୍ତ ହୋଇ ସମବାୟ ସମିତିମାନଙ୍କ ସହଯୋଗରେ ମାଂସ ଓ କ୍ଷୀର ବିକ୍ରିର ଦାୟିତ୍ୱ ନେବା ଦ୍ୱାରା ସଭ୍ୟମାନେ ବେଶି ମାତ୍ରାରେ ଉପକୃତ ହୋଇପାରୁଛନ୍ତି। ଛେଳି ପାଳନ ଦ୍ୱାରା ବ୍ୟାପକ ନିଯୁକ୍ତି ସୃଷ୍ଟି ହୋଇପାରିଛି। ବ୍ୟାଙ୍କମାନେ ସମବାୟ ସମିତିକୁ ପାଣ୍ଠି ଯୋଗାଇ ଠିକ୍‌ ସମୟରେ ଛେଳିଋଣ ନେଇଥିବା ଋଣୀମାନଙ୍କଠାରୁ ଠିକ୍‌ ସମୟରେ କିସ୍ତି ଆଦାୟ କରିପାରୁଛନ୍ତି। ଓଡ଼ିଶାରେ ବିସ୍ତୀର୍ଣ୍ଣ ପାହାଡ଼ିଆ ଅଞ୍ଚଳ ଥିବାରୁ ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ଲୋକମାନଙ୍କ ଦ୍ୱାରା ଛେଳି ପାଳନ ଲାଭଜନକ ହୋଇପାରିଛି। ଏ ପ୍ରକାର ସୁବିଧା ସାଧାରଣ ଲୋକମାନେ ନେବାପାଇଁ ସରକାରଙ୍କ ଦ୍ୱାରା ଅଧିକ ପ୍ରଚାର ଓ ପ୍ରସାର ହେବା ଆବଶ୍ୟକ।
ବିଶ୍ୱ ଦରବାରରେ ବିଭିନ୍ନ ଦେଶ ଗୃହପାଳିତ ଗୋମେଷାଦି ପଶୁ ସମ୍ପଦ ମଧ୍ୟରେ ଛେଳି ମାଂସ ଓ କ୍ଷୀର ଯୋଗାଇବାରେ ଏକ ବିଶିଷ୍ଟ ସ୍ଥାନ ଅଧିକାର କରିଛନ୍ତି। ପୃଥିବୀର ଗୋମେଷାଦି ମୋଟ ସଂଖ୍ୟାରୁ ଛେଳି ସଂଖ୍ୟା ଶତକଡ଼ା ୪୪ ଭାଗ। ବର୍ତ୍ତମାନ ପୃଥିବୀର ଛେଳି ସଂଖ୍ୟା ୧୨୦ କୋଟି ମଧ୍ୟରୁ ଭାରତରେ ଏମାନଙ୍କ ସଂଖ୍ୟା ୧୪ କୋଟି ୮୮ ଲକ୍ଷ ୪୭ ହଜାର। ସମଗ୍ର ଏସିଆ ମହାଦେଶରେ ପୃଥିବୀର ମୋଟ ଛେଳି ସଂଖ୍ୟାର ୬୦ ଭାଗ ଭାରତରେ ଦେଖିବାକୁ ମିଳେ। ଯାହାକି ଏହି ସଂଖ୍ୟା ୨୬ ଅକ୍ଟୋବର ୨୦୨୩ ସୁଦ୍ଧା ପ୍ରକାଶ କରାଯାଇଛି। ସମଗ୍ର ପୃଥିବୀରେ ଖାଦ୍ୟଭାବେ ଛେଳି ମାଂସ ବାର୍ଷିକ ୭୫ ଲକ୍ଷ ଟନ୍‌ ଓ କ୍ଷୀର ୨୦୦ ଲକ୍ଷ ଟନ୍‌ ଆବଶ୍ୟକ ହେଉଥିଲା ବେଳେ ଏସିଆ ମହାଦେଶର ଛେଳିମାନଙ୍କ ଦ୍ୱାରା ୩୮ ଲକ୍ଷ ଟନ୍‌ ମାଂସ ଓ ୮୦ ଲକ୍ଷ ଟନ୍‌ କ୍ଷୀର ମିଳିପାରୁଛି। ଭାରତରେ ମୋଟ ଗୋମେଷାଦି ସଂଖ୍ୟାରୁ ଶତକଡ଼ା ୩୦ ଭାଗ ହେଉଛି ଛେଳିସଂଖ୍ୟା। ସମୁଦାୟ ବାର୍ଷିକ କୃଷି ଓ ଆନୁଷଙ୍ଗିକ ଗୋମେଷାଦି ପାଳନରୁ ଛେଳିମାନେ କେବଳ ଶତକଡ଼ା ୧୯ ଭାଗ ଆର୍ଥିକ ଆୟ ଦେଉଛନ୍ତି। କୃଷି ଉପତ୍ାଦନ ୨୦୨୨-୨୩ ବର୍ଷ ମଧ୍ୟରେ ଶତକଡ଼ା ୫୭ ଭାଗକୁ ବୃଦ୍ଧି ପାଇଥିବା ସ୍ଥଳେ ଗୃହପାଳିତ ପଶୁସମ୍ପଦ ଶତକଡ଼ା ୩୭ ଭାଗକୁ ବୃଦ୍ଧି ପାଇଛି ଏବଂ ଚଳିତ ବର୍ଷ ଗୋମେଷାଦି ପ୍ରାଣୀ ସମ୍ପଦରୁ ଅଧିକ ୬୦ ହଜାର କୋଟି ଟଙ୍କା ଆୟ ହୋଇପାରିବ ବୋଲି ଯୋଜନା ପ୍ରଣୟନ କରାଯାଇଛି। ଭାରତୀୟ ଅର୍ଥନୀତିରେ ଗତବର୍ଷ ଛେଳି ଦ୍ୱାରା ୧୦୦୦ କୋଟି ଟଙ୍କା ଆୟ କରାଯାଇପାରିଛି।
ଛେଳି ପାଳନରେ ଗ୍ରାମ୍ୟ ଅର୍ଥନୀତିର ବିକାଶ ତଥା ନିଯୁକ୍ତି ପରିସର ବୃଦ୍ଧିର ଗୁରୁତ୍ୱ ହେତୁ ଭାରତୀୟ କୃଷି ଗବେଷଣା ସଂସ୍ଥା, ଭାରତୀୟ ପଶୁ ଗବେଷଣା ସଂସ୍ଥା ଓ ଜାତୀୟ ଦୁଗ୍ଧ ଗବେଷଣା ସଂସ୍ଥା ମିଶି ଛେଳିର ବଂଶବୃଦ୍ଧି ବିଶେଷକରି ଯମୁନା ପାରି ଓ ବାରବାରି ଜାତୀୟ ଦୁଇ ପ୍ରମୁଖ ଛେଳିର ବଂଶ ସୁରକ୍ଷା, ଛେଳିମାନଙ୍କ ଉତ୍ତମ ସ୍ବାସ୍ଥ୍ୟରକ୍ଷା ଓ କ୍ଷୀର ପ୍ରକ୍ରିୟାକରଣରେ ଗବେଷଣା ଅବ୍ୟାହତ ରଖିଛନ୍ତି। ଏହା ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ପାଇଁ ଏକ ଉପଯୁକ୍ତ ଯୋଜନା। ଓଡ଼ିଶା ସରକାର ଏଥିପ୍ରତି ଯଥେଷ୍ଟ ଗୁରୁତ୍ୱ ଦେଇ ଯୋଜନାକୁ ସୁଫଳ କରାଇପାରିଲେ ଅର୍ଥନୀତି ବିକାଶ ହୋଇପାରିବ। କାରଣ ଓଡ଼ିଶାର ସମବାୟ ବିଭାଗ ଏ ବିଷୟରେ ବିଶେଷ ଧ୍ୟାନ ଦେବେ ବୋଲି ଆଶା।
ବରିଷ୍ଠ ସମବାୟବିତ୍‌
ମୋ: ୯୦୯୦୩୨୫୮୦୨


Enter your email to get our daily news in your inbox.

All Right Reserved By Dharitri.Com

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?