ଆଳୁ ପୁରି

ଆବଶ୍ୟକ ସାମଗ୍ରୀ-:
ଅଟା- ୧କପ୍‌, ସୁଜି- ଅଧାକପ୍‌, ସିଝା ଆଳୁ- ୨ଟି, ଅଦା- ଛୋଟ ଖଣ୍ଡେ, କଞ୍ଚାଲଙ୍କା- ୨-୩ଟି, ଧନିଆପତ୍ର କଟା- ୧ ଚାମଚ, ଲଙ୍କାଗୁଣ୍ଡ- ଅଳ୍ପ, ହଳଦୀ ଗୁଣ୍ଡ- ଅଳ୍ପ, ଚିଲି ଫ୍ଲେକ୍ସ- ୧ ଚଉଠ ଚାମଚ, ଜୁଆଣି ଓ ଖାଇବା ସୋଡ଼ା- ୧ ଚଉଠ ଚାମଚ ଲେଖାଏଁ, ଗୁଆ ଘିଅ- ୨ ଚାମଚ, ହେଙ୍ଗୁ ଓ ଜିରା- ଅଳ୍ପ, ଲୁଣ ସ୍ବାଦ ଅନୁସାରେ
ପ୍ରଣାଳୀ- ପ୍ରଥମେ ଆଳୁର ଚୋପା ଛଡାଇ ଚକଟି ରଖନ୍ତୁ। ଅଦାକୁ ବାଟି ରଖନ୍ତୁ। ଧନିଆପତ୍ର ଓ କଞ୍ଚା ଲଙ୍କାକୁ ଛୋଟ ଛୋଟ କାଟି ରଖନ୍ତୁ। ଆଳୁରେ ସୁଜି, ଅଟା, ହେଙ୍ଗୁ, ଲୁଣ, ଜିରା, ଲଙ୍କାଗୁଣ୍ଡ, ହଳଦୀ, ଖାଇବା ସୋଡ଼ା, ଜୁଆଣି, ଚିଲି ଫ୍ଲେକ୍ସ, ଅଦା, କଞ୍ଚା ଲଙ୍କା, ଧନିଆଁ ଓ ୨ଚାମଚ ଗୁଆ ଘିଅ ମିଶାଇ ଭଲଭାବେ ଚକଟି ଦିଅନ୍ତୁ। ଏକ ଓଦା କପଡ଼ାରେ ଏହାକୁ ୧୫ ମିନିଟ୍‌ ଘୋଡ଼ାଇ ରଖନ୍ତୁ।
ଏହାପରେ କଡ଼େଇରେ ତେଲ ପକାଇ ଚୁଲିରେ ବସାଇ ଗରମ କରନ୍ତୁ। ଏବେ ଚକଟା ହୋଇଥିବା ଅଟାକୁ ଛୋଟ ଛୋଟ ଗୁଳା କରି ସେଥିରେ ପୁରି ବେଲି ଦିଅନ୍ତୁ। ତେଲ ଭଲଭାବେ ଗରମ ହେବା ପରେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆଳୁ ପୁରି। ଏହାକୁ ଚଟଣି କିମ୍ବା ତରକାରି ସହିତ ଖାଇଲେ ଭଲ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ସଫା ରହିବ ଫ୍ରିଜ୍‌

ଫ୍ରିଜ୍‌କୁ ସଫା କରିବା ପୂର୍ବରୁ ପ୍ରଥମେ ଡିଫ୍ରଷ୍ଟ କରି ଦିଅନ୍ତୁ। ଏହାପରେ ସୁଇଚ୍‌ ବନ୍ଦ କରି ପ୍ଲଗ୍‌ ବାହାର କରିଦିଅନ୍ତୁ… ଫ୍ରିଜ୍‌ରେ ରହିଥିବା ସମସ୍ତ ସାମଗ୍ରୀକୁ...

ଏପିଲେପ୍‌ସି

”ଏପିଲେପ୍‌ସି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ପ୍ରତିବର୍ଷ ଫେବୃୟାରୀ ଦ୍ୱିତୀୟ ସୋମବାର ଦିନ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ଅପସ୍ମାର ଦିବସ’ ବା ‘ଇଣ୍ଟରନ୍ୟାଶନାଲ୍‌...

ଭାଗ୍ୟଶାଳୀ ବାମ୍ବୋପ୍ଲାଣ୍ଟ

ବାସ୍ତୁଶାସ୍ତ୍ର ଅନୁଯାୟୀ, ବାମ୍ବୋ ପ୍ଲାଣ୍ଟ ହେଉଛି ଭାଗ୍ୟଶାଳୀ ତଥା ଶୁଭଫଳ ପ୍ରଦାନକାରୀ ଏକ ପ୍ରକାରର ଗଛ। ଏହାକୁ ଘରେ ହେଉ ଅବା କର୍ମକ୍ଷେତ୍ରରେ ରଖିଲେ ଭାଗ୍ୟୋଦୟ...

ହାର୍ଟଆଟାକ୍‌ ଓ ମେଦବହୁଳତାରୁ ଦୂରେଇ ରହିବା ପାଇଁ ସପ୍ତାହରେ ଏଥିରୁ ୨ ଥର…

ଛତୁରେ ବହୁ ମାତ୍ରାରେ ପୋଷକତ୍ବ ରହିଛି। ଏହା ଶରୀର ପାଇଁ ବେଶ୍‌ ଲାଭଦାୟକ। ଛତୁ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ସପ୍ତାହରେ...

ଜନସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ଲୋଡ଼ା: ଡା. ଅରିଜିତ ମହାପାତ୍ର

ନବଜାତ ଶିଶୁରୋଗ ବିଶେଷଜ୍ଞ ଭାବେ ସେ ଜଣାଶୁଣା। ବହୁ ଜଟିଳ ଅସ୍ତ୍ରୋପଚାର କରି ପାଇଛନ୍ତି ଅନେକ ସଫଳତା। କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରେ ବି...

ଏହି ସ୍ବଭାବ ଥିଲେ ବଢ଼ିଥାଏ ଆୟୁ

ଓ୍ବାଶିଂଟନ୍‌: ଆମେରିକାସ୍ଥିତ କାଲିଫର୍ନିଆ ୟୁନିଭର୍‌ସିଟିର ଗବେଷକମାନେ ସର୍ବଦା କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆଣିଥା’ନ୍ତି। ସେହିପରି ଏକ ନୂଆ ଗବେଷଣା କରିଛନ୍ତି। ଲସ୍‌ ଏଞ୍ଜେଲ୍‌ସ...

କୋଭିଡ୍‌-୧୯ ଟିକାର ସଫଳତା

”ବିଦେଶୀ ଟିକାର ସଂରକ୍ଷଣ ବ୍ୟବସ୍ଥା ଭାରତରେ ଅନୁକୂଳ ନୁହେଁ। ଏହା ବିଯୁକ୍ତ ୮୦ ଡିଗ୍ରୀ (-୭୦ରୁ-୮୦) ସେଲସିୟସ ଉତ୍ତାପରେ ସୁରକ୍ଷିତ ରହିଥାଏ। ଏହାକୁ କୋଲ୍ଡ ଚେନ୍‌...

ଏହି ସବୁ ରୋଗରୁ ମୁକ୍ତିଦିଏ କାଜୁ

କାଜୁ ଖାଇବା ଲାଗି ସ୍ବାଦିଷ୍ଟ ହୋଇଥିବା ବେଳେ ସ୍ବାସ୍ଥ୍ୟ ପାଇଁ ମଧ୍ୟ ହିତକର। ଏଥିରେ ଭିଟାମିନ୍‌ ଓ ପ୍ରୋଟିନ୍‌ର ମାତ୍ରା ଅଧିକ ରହିଥାଏ। ଶୀତଦିନେ ଏହାକୁ...

Advertisement
Archives

Model This Week