ପଶ୍ଚିମବଙ୍ଗରୁ ଆଳୁ ପରିବହନ ବନ୍ଦ:କିଲୋ ପିଛା ଏତିକି ଟଙ୍କା ଛୁଇଁଲା ଆଳୁ ଦର

ଜଳେଶ୍ୱର, ୨୬ା୭(ରବିନାରାୟଣ ପାତ୍ର):ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟରେ ଆଳୁ ଆବଶ୍ୟକତାକୁ ଲକ୍ଷ୍ୟ କରି ଅନ୍ୟ ରାଜ୍ୟକୁ ପରିବହନ ଉପରେ ଗତ ୬ଦିନ ତଳେ ରୋକ ଲଗାଇଛନ୍ତି। ପଶ୍ଚିମବଙ୍ଗରେ ଥିବା ସମସ୍ତ ଶୀତଳଭଣ୍ଡାରରୁ ଆଳୁ ବାହାରି ପାରୁନାହିଁ। ଫଳରେ ବାଲେଶ୍ୱର ଜିଲା ଜଳେଶ୍ୱର ବଜାରରେ ଆଳୁ କିଲୋ ପ୍ରତି ମୂଲ୍ୟ ୫୦ ଟଙ୍କା ଛୁଇଁଛି। ୨୦୧୪ ମସିହା ପରିସ୍ଥିତି ଉପୁଜିବାକୁ ଯାଉଥିବାରୁ ଏହାର ସମାଧାନ ଲାଗି ଉଭୟ ରାଜ୍ୟ ପ୍ରଶାସନିକ ଆଲୋଚନା କରାଯିବାକୁ ସାଧାରଣରେ ଦାବି ହୋଇଛି। ଅନ୍ୟଥା ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଯାଉଥିବା ଅନ୍ୟ ସମସ୍ତ ଜିନିଷର ପରିବହନକୁ ବନ୍ଦ କରାଯିବ ବୋଲି ଉପାନ୍ତରେ ପ୍ରସ୍ତୁତି ଚାଲିଛି ା ପଶ୍ଚିମବଙ୍ଗ ରାଜ୍ୟ ସରକାର ଗତ ୨୦ତାରିଖରୁ ଅନ୍ୟ ରାଜ୍ୟକୁ ଆଳୁର ରପ୍ତାନୀ ଉପରେ ରୋକ ଲଗାଇଛନ୍ତି। ତାଙ୍କ ରାଜ୍ୟରେ ଆଳୁ କିଲୋଗ୍ରାମ ପ୍ରତି ୨୦ଟଙ୍କାରେ ବିକ୍ରି କରିବାକୁ ଆଳୁ ବ୍ୟବସାୟୀ ମହାସଂଘକୁ ପଶ୍ଚିମବଙ୍ଗ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଉପାନ୍ତରେ ଥିବା ତନଖି ଫାଟକ ଓ ଥାନାଗୁଡିକୁ ଅନ୍ୟ ରାଜ୍ୟକୁ ନ ଛାଡିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ୬ଦିନ ହେଲାଣି ପଶ୍ଚିମବଙ୍ଗ ଆଳୁ ମହାସଂଘ ରପ୍ତାନୀ ବନ୍ଦ ରଖିଛି ା ଫଳରେ ଓଡିଶା, ଝାଡଖଣ୍ଡ, ଛତିଶଗଡ, ବିହାର, ଆସାମ ରାଜ୍ୟକୁ ଆଳୁ ପରିବହନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି ବୋଲି ପଶ୍ଚିମବଙ୍ଗ ଆଳୁ ମହାସଂଘ ପକ୍ଷରୁ ସୂଚନା ମିଳିଛି ା ଗୁରୁବାର ପଶ୍ଚିମବଙ୍ଗର ପ୍ରଶାସନିକ ଅଧିକାରୀ ଓ ବ୍ୟବସାୟୀ ମହାସଂଘ ମଧ୍ୟରେ ଆରମବାଗଠାରେ ଆଲୋଚନା କରାଯାଇଛି। ଅନ୍ୟପକ୍ଷରେ ଆଳୁ ପରିବହନ ବନ୍ଦ ହୋଇଥିବାରୁ ଜଳେଶ୍ୱର ଅଞ୍ଚଳର ବ୍ୟବସାୟୀମାନେ ଗଡବେତା, ଚନ୍ଦ୍ରକଣା, ବର୍ଦ୍ଧମାନ ଅଞ୍ଚଳରୁ ଆଳୁକୁ ଚୋରାରେ ଆଣି କିଲୋ ପ୍ରତି ୫୦ଟଙ୍କାରେ ବିକ୍ରି କରୁଥିବା ବେଳେ ଗ୍ରାମାଞ୍ଚଳରେ ୬୦ଟଙ୍କା ଛୁଇଁଛି।
ସୂଚନାଯୋଗ୍ୟ, ଜଳେଶ୍ୱରକୁ ପ୍ରତିଦିନ ୮୦ଟନ୍‌ ଆଳୁ ବିକ୍ରି ପାଇଁ ଆସୁଥିବା ବେଳେ ଓଡ଼ିଶାକୁ ପ୍ରତିଦିନ ୧୨ହଜାର ଟନ୍‌ ଆଳୁ ଆସୁଥିବା ଜଣାଯାଇଛି। ଓଡ଼ିଶାକୁ ଆଳୁ ପରିବହନ ହେଉ ନ ଥିବାରୁ ଶୁକ୍ରବାରଠାରୁ ଆଳୁର ମୂଲ୍ୟ ଅଧିକ ହେବା ସମ୍ପର୍କରେ ସ୍ଥାନୀୟ ବ୍ୟବସାୟୀମାନେ ଆକଳନ କରୁଛନ୍ତି ା ୨୦୧୪ ମସିହା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଯଥାଶୀଘ୍ର ରାଜ୍ୟ ସରକାର ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ା ଅନ୍ୟଥା ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଇଥିବା ବିଭିନ୍ନ ଜିନିଷର ପରିବହନ ଉପରେ ଉପାନ୍ତ ଅଞ୍ଚଳରେ ରୋକ ଲଗାଯିବ ବୋଲି ସ୍ଥାନୀୟ ଲୋକେ ସଜବାଜ ହେଉଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଆଉ ନାହାନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଗୋପବନ୍ଧୁ ବେହେରା: କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜଣେ ଅଗ୍ରଣୀ ଶିକ୍ଷାବିତ୍, ଆଦର୍ଶ ମାର୍ଗଦର୍ଶକ ତଥା ବିଶିଷ୍ଟ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ଗୋପବନ୍ଧୁ ବେହେରାଙ୍କର ୮୭…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?