୪୦ରୁ ଖସୁନି ଆଳୁ ଦର

ରସୁଲପୁର,୨୯ା୭ (ରଞ୍ଜିତ ରାଉତ): ରସୁଲପୁର ବ୍ଲକରେ ଅତ୍ୟାବଶ୍ୟକ ସାମଗ୍ରୀ ବିଶେଷକରି ଆଳୁ ଦର ଅହେତୁକ ବୃଦ୍ଧି ପାଇଛି। ଖାଦ୍ୟ ସାମଗ୍ରୀର ଦରକୁ କୃତ୍ରିମ ଭାବରେ ବୃଦ୍ଧି ନ କରିବା ପାଇଁ ବ୍ୟବସାୟୀମାନଙ୍କୁ ପ୍ରଶାସନ ପକ୍ଷରୁ ତାଗିଦ୍‌ କରାଯାଇଛି। ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ଆଳୁ ଗୋଦାମଗୁଡ଼ିକୁ ପରିଦର୍ଶନ କରାଯିବା ସହ ବ୍ୟବସାୟୀମାନଙ୍କୁ ଆଳୁ କେ.ଜି. ପିଛା ସର୍ବାଧିକ ୩୨ଟଙ୍କାରେ ବିକ୍ରି କରିବାକୁ କୁହାଯାଇଛି। ଯୋଗାଣ ବିଭାଗର ଏହି ନିର୍ଦ୍ଦେଶନାମାକୁ ବ୍ୟବସାୟୀମାନେ ଅବମାନନା କରୁଛନ୍ତି। ଗ୍ରାମାଞ୍ଚଳ ଦୋକାନଠାରୁ ଆରମ୍ଭ କରି ହାଟବଜାର ଛକରେ ଥିବା ଦୋକାନୀମାନେ ଆଳୁ କେ.ଜି. ପିଛା ୪୦ରୁ ୪୫ ଟଙ୍କାରେ ବିକ୍ରି କରୁଛନ୍ତି। ଲୋକେ ଏହାଦ୍ୱାରା ଲୁଟ୍‌ର ଶିକାର ହେଉଥିବାବେଳେ ଏଥିରେ ରୋକ ଲଗାଇବାରେ ପ୍ରଶାସନ ବିଫଳ ହେଉଛି।
ପଶ୍ଚିମବଙ୍ଗରୁ ଆଳୁ ବୋଝେଇ ଟ୍ରକ ଆସିପାରି ନ ଥିବାରୁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଥିଲା। ଫଳରେ ସପ୍ତାହେ ହେଲା ଆଳୁ ଦର ୪୦ ଟଙ୍କା ଛୁଇଁଥିଲା। ଶନିବାର ସନ୍ଧ୍ୟାରୁ ଆଳୁ ବୋଝେଇ ଟ୍ରକ ଓଡ଼ିଶାର ବିଭିନ୍ନ ସ୍ଥାନରେ ପହଞ୍ଚତ୍ଛି। କିନ୍ତୁ ବିଭିନ୍ନ ସ୍ଥାନରେ ଗୋଦାମ ମାଲିକମାନେ ଆଳୁର କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି। ଫଳରେ ଦର କମୁନାହିଁ। ଆଳୁ ମହଜୁଦ୍‌ ନାହିଁ କହି ଗୋଦାମ ଓ ଖୁଚୁରା ବ୍ୟବସାୟୀମାନେ କମ୍‌ ଦାମରେ କିଣିଥିବା ଆଳୁକୁ ଉଚ୍ଚାଦରରେ ବିକ୍ରିକରି ମାଲାମାଲ ହେଉଛନ୍ତି। ଏହାଦ୍ୱାରା ସାଧାରଣ ଗରିବ, ଖଟିଖିଆ ଲୋକଙ୍କ ଉପରେ ଆର୍ଥିକ ବୋଝ ଲଦି ହୋଇପଡ଼ିଛି। ବିଭାଗ ପକ୍ଷରୁ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଲଗାତର ଚଢାଉ କରାଯାଉ ନ ଥିବାରୁ ଏଭଳି ଘଟୁଛି ବୋଲି କୁହାଯାଉଛି। ଅସାଧୁ ବ୍ୟବସାୟୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦରଦାମ୍‌କୁ ତୁରନ୍ତ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସେକ୍ସ ଓ୍ବାର୍କର ପାଇଁ ମନା କରିବାରୁ ପ୍ରେମିକାଙ୍କୁ ମା’ ଭାଇଙ୍କ ସାମ୍ନାରେ ଏମିତି କଲେ ପ୍ରେମିକ

ବିଜୟଓ୍ବାଡା,୧୯।୭: ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ଏକ ଲୋମଟାଙ୍କୁରା ଖବର ଆସିଛି, ଯେଉଁଠାରେ ଜଣେ ପୁରୁଷ ତାଙ୍କ ଲିଭ-ଇନ ପାର୍ଟନରଙ୍କୁ ହତ୍ୟା କରିଛନ୍ତି। କୁହାଯାଉଛି ଯେ ମହିଳା ପାର୍ଟନର...

ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ

ଭୁବନେଶ୍ୱର,୧୯।୭: ପୁରୀ ଜିଲା ବଳଙ୍ଗା ଥାନା ବାୟାବର ଗାଁରେ ଜଣେ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ନାବାଳିକା ଜଣକ ଗୁରୁତର ଅବସ୍ଥାରେ...

ଆପକୁ ଲାଗିଲା ଜବରଦସ୍ତ ଝଟକା, ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ନେତା କହିଲେ…

ଚଣ୍ଡିଗଡ଼,୧୯।୭: ପଞ୍ଜାବ ଖରାର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଅନମୋଲ ଗଗନ ମାନ, ଯାହାଙ୍କୁ ପୂର୍ବରୁ ମନ୍ତ୍ରୀ ପଦରୁ ହଟାଯାଇଥିଲା, ସେ ଏବେ ତାଙ୍କ ବିଧାୟକ ପଦରୁ...

ମା’ କାଳୀଙ୍କ ନାଁ ନେବାରୁ ମୋଦିଙ୍କ ଉପରେ ବର୍ଷିଲେ ମହୁଆ

ନୂଆଦିଲ୍ଲୀ,୧୯।୭: ପଶ୍ଚିମବଙ୍ଗର ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେବୀ କାଳୀଙ୍କ ନାମ ନେବାରୁ ତ୍ରୁଣଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରା ଏହାକୁ କଟାକ୍ଷ...

ଭତ୍ତା ଆତ୍ମସାତ ଘଟଣାରେ ବଢ଼ିଲା ଯନ୍ତ୍ରୀଙ୍କ ଅଡ଼ୁଆ, କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ସରପଞ୍ଚଙ୍କ ଏତଲା  

ନିଶ୍ଚିନ୍ତକୋଇଲି,୧୯।୭(ଅଶୋକ କୁମାର ମହାପାତ୍ର): କଟକ ଜିଲା ମାହାଙ୍ଗା ବ୍ଲକ ଅଞ୍ଚଳରେ ଭତ୍ତା ଟଙ୍କା ଆତ୍ମସାତ ଘଟଣାରେ  ସହକାରୀ ଯନ୍ତ୍ରୀଙ୍କ ଅଡ଼ୁଆ ବଢଛି। ଏହି ଘଟଣାକୁ ନେଇ...

କେସିଙ୍ଗାର ଦୁଇ ପଞ୍ଚାୟତକୁ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ଭେଟି: ଉଦ୍‌ଘାଟିତ ହେଲା…

କେସିଙ୍ଗା,୧୯।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଦୁଇଟି ପଞ୍ଚାୟତକୁ ଗ୍ରାମ ଉନ୍ନୟନ, ପଞ୍ଚାୟତ ରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଭେଟି...

ପ୍ରେମ ଘଟଣାରୁ ଭଉଣୀ ସହ ଆସିଥିବା ଭାଇଙ୍କୁ ଡାକିନେଇ ଛୁରାମାଡ

ଖଲ୍ଲିକୋଟ,୧୯।୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା କହ୍ନେଇପୁର ରାହାଣଦେବୀ ଛକରେ ଦୁଇ ଯୁବକଙ୍କ ମଧ୍ୟରେ ଛୁରାମାଡ଼ ହୋଇଛି । ସୂଚନା ଅନୁଯାୟୀ, କହ୍ନେଇପୁର...

ଦାଦା-ପୁତୁରାଙ୍କ ହେବ ମିଳନ! ମହାରାଷ୍ଟ୍ର ରାଜନୀତି ପୁଣି ହଲଚଲ

ମୁମ୍ବାଇ,୧୯।୭: ପ୍ରାୟ ୨ ଦଶନ୍ଧି ପରେ ମହାରାଷ୍ଟ୍ରରେ ଠାକରେ ଭାଇମାନଙ୍କୁ ଏକାଠି ହେଉଥିବାର ଦେଖାଯାଉଛି। କଳ୍ପନାଜଳ୍ପନା ଆରମ୍ଭ ହୋଇଛି ଯେ, ଦାଦା-ପୁତୁରା ଅର୍ଥାତ୍‌ ଶରଦ ପାୱାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri