୪୦ରୁ ଖସୁନି ଆଳୁ ଦର

ରସୁଲପୁର,୨୯ା୭ (ରଞ୍ଜିତ ରାଉତ): ରସୁଲପୁର ବ୍ଲକରେ ଅତ୍ୟାବଶ୍ୟକ ସାମଗ୍ରୀ ବିଶେଷକରି ଆଳୁ ଦର ଅହେତୁକ ବୃଦ୍ଧି ପାଇଛି। ଖାଦ୍ୟ ସାମଗ୍ରୀର ଦରକୁ କୃତ୍ରିମ ଭାବରେ ବୃଦ୍ଧି ନ କରିବା ପାଇଁ ବ୍ୟବସାୟୀମାନଙ୍କୁ ପ୍ରଶାସନ ପକ୍ଷରୁ ତାଗିଦ୍‌ କରାଯାଇଛି। ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ଆଳୁ ଗୋଦାମଗୁଡ଼ିକୁ ପରିଦର୍ଶନ କରାଯିବା ସହ ବ୍ୟବସାୟୀମାନଙ୍କୁ ଆଳୁ କେ.ଜି. ପିଛା ସର୍ବାଧିକ ୩୨ଟଙ୍କାରେ ବିକ୍ରି କରିବାକୁ କୁହାଯାଇଛି। ଯୋଗାଣ ବିଭାଗର ଏହି ନିର୍ଦ୍ଦେଶନାମାକୁ ବ୍ୟବସାୟୀମାନେ ଅବମାନନା କରୁଛନ୍ତି। ଗ୍ରାମାଞ୍ଚଳ ଦୋକାନଠାରୁ ଆରମ୍ଭ କରି ହାଟବଜାର ଛକରେ ଥିବା ଦୋକାନୀମାନେ ଆଳୁ କେ.ଜି. ପିଛା ୪୦ରୁ ୪୫ ଟଙ୍କାରେ ବିକ୍ରି କରୁଛନ୍ତି। ଲୋକେ ଏହାଦ୍ୱାରା ଲୁଟ୍‌ର ଶିକାର ହେଉଥିବାବେଳେ ଏଥିରେ ରୋକ ଲଗାଇବାରେ ପ୍ରଶାସନ ବିଫଳ ହେଉଛି।
ପଶ୍ଚିମବଙ୍ଗରୁ ଆଳୁ ବୋଝେଇ ଟ୍ରକ ଆସିପାରି ନ ଥିବାରୁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଥିଲା। ଫଳରେ ସପ୍ତାହେ ହେଲା ଆଳୁ ଦର ୪୦ ଟଙ୍କା ଛୁଇଁଥିଲା। ଶନିବାର ସନ୍ଧ୍ୟାରୁ ଆଳୁ ବୋଝେଇ ଟ୍ରକ ଓଡ଼ିଶାର ବିଭିନ୍ନ ସ୍ଥାନରେ ପହଞ୍ଚତ୍ଛି। କିନ୍ତୁ ବିଭିନ୍ନ ସ୍ଥାନରେ ଗୋଦାମ ମାଲିକମାନେ ଆଳୁର କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି। ଫଳରେ ଦର କମୁନାହିଁ। ଆଳୁ ମହଜୁଦ୍‌ ନାହିଁ କହି ଗୋଦାମ ଓ ଖୁଚୁରା ବ୍ୟବସାୟୀମାନେ କମ୍‌ ଦାମରେ କିଣିଥିବା ଆଳୁକୁ ଉଚ୍ଚାଦରରେ ବିକ୍ରିକରି ମାଲାମାଲ ହେଉଛନ୍ତି। ଏହାଦ୍ୱାରା ସାଧାରଣ ଗରିବ, ଖଟିଖିଆ ଲୋକଙ୍କ ଉପରେ ଆର୍ଥିକ ବୋଝ ଲଦି ହୋଇପଡ଼ିଛି। ବିଭାଗ ପକ୍ଷରୁ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଲଗାତର ଚଢାଉ କରାଯାଉ ନ ଥିବାରୁ ଏଭଳି ଘଟୁଛି ବୋଲି କୁହାଯାଉଛି। ଅସାଧୁ ବ୍ୟବସାୟୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦରଦାମ୍‌କୁ ତୁରନ୍ତ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ବାଲେଶ୍ୱର, ଜଳାର୍ଣ୍ଣବ ଚାଷଜମି

ବାଲେଶ୍ୱର,୨୮।୭(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ମଙ୍ଗଳବାର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନୀ…

ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇପାରିବେ କି ସରକାର? ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ, ୨୮।୭: ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ପଦରୁ ହଟାଇବା ପାଇଁ ଏକ ପ୍ରସ୍ତାବ ଆଣିବା କଥା…

CJP ଆନ୍ଦୋଳନ ବେଳେ ପିଏମ୍‌ ମୋଦି କରିଥିବା ଭିଡିଓକୁ ଫେସବୁକ୍‌ କଲା ବ୍ୟାନ! ବିବାଦ ପରେ…

ନୂଆଦିଲ୍ଲୀ, ୨୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆ କମ୍ପାନି ମେଟା ବିବାଦରେ ଫସିଛି। ଦିଲ୍ଲୀର ଜନ୍ତର-ମନ୍ତରରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ…

ଲଗାଣ ବର୍ଷାରେ ରାସ୍ତା ବେହାଲ୍‌: ଭାଙ୍ଗିଲା ଝାଟିମାଟି ଘର

କେସିଙ୍ଗା,୨୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପଥ ର୍ଲା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ମାଲପଡାର ଜିତେନ ଚଣ୍ଡୀଙ୍କ ଏକ ଝାଟିମାଟି ଘର ଲଗାଣ ବର୍ଷାରେ ଗତକାଲି…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଅଗଷ୍ଟ ୧ରୁ ବଦଳିବ ତତ୍କାଳ ଟିକେଟ୍ ବୁକିଂ ନିୟମ

ନୂଆଦିଲ୍ଲୀ,୨୮ା୭: ଆସନ୍ତା ଅଗଷ୍ଟ ୧ତାରିଖରୁ ବଦଳିବ ତତକାଳ ଟିକେଟ ବୁକିଂ ନିୟମ । ଭାରତୀୟ ରେଳବାଇ କାଉଣ୍ଟରରେ ତତକାଳ ଟିକେଟ୍ ବୁକ୍ କରିବା ପାଇଁ ଏକ ନୂତନ…

OSSTET-୨୦୨୬ ପରୀକ୍ଷା ତାରିଖ ଘୋଷଣା: ଏହିଦିନଠୁ ଆବେଦନ ପ୍ରକ୍ରିୟା ଆରମ୍ଭ!

କଟକ,୨୮।୭: ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ), ଓଡ଼ିଶା ପକ୍ଷରୁ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି)-୨୦୨୬ର ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ବିଏସଇ…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କିଏ ଗଲେ, କିଏ ଆସିଲେ…

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟ ମାସରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯାଇ ୨ଟି ଟେଷ୍ଟ ମ୍ୟାଚ ସିରିଜ ଖେଳିବ। ଏହି ସିରିଜ ପାଇଁ ବିସିସିଆଇ (BCCI) ମଙ୍ଗଳବାର…

ଅଗଷ୍ଟ ୧୩ରେ ଚାମେଲୀଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ: ୨୨ ୱାର୍ଡସଭ୍ୟଙ୍କ ମଧ୍ୟରୁ ୨୧ ସଭ୍ୟାସଭ୍ୟ…

କେନ୍ଦ୍ରାପଡ଼ା/ମହାକାଳପଡ଼ା,୨୮ା୭ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ତିଖିରୀ ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ଆସନ୍ତା ଅଗଷ୍ଟ ୧୩ରେ ଅନାସ୍ଥା ପ୍ରସ୍ତାବ ଆସିବ। ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri