ନିୟନ୍ତ୍ରଣରେ ନାହିଁ ଆଳୁ, ପିଆଜ ଦର

ଭୁବନେଶ୍ୱର,୧୫।୯(ବ୍ୟୁରୋ): କରୋନା ମହାମାରୀ ରୋଜଗାରକୁ ଛଡାଇ ନେଇଥିବା ବେଳେ ବଜାରର ଆଳୁ, ପିଆଜ ଓ ପରିବା ଦର ବୋଝ ଉପରେ ନଳିତା ବିଡା ହୋଇଛି। ଦର ବୃଦ୍ଧି ଗରିବ ମଧ୍ୟବିତ୍ତ ପରିବାରକୁ ଅତିଷ୍ଠ କରିଛି। ଏଭଳି ସଙ୍କଟ ସମୟରେ ବଜାରରେ ପରିବା ଦର ଗତ ଦୁଇ ସପ୍ତାହରୁ ଊର୍ଦ୍ଧ୍ୱ ହେଲାଣି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି। ରାଜ୍ୟରେ ଆଉ ଲକ୍‌ଡାଉନକୁ କି ଶଟ୍‌ଡାଉନ ନାହିଁ ତଥାପି ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁ ହୁ ହୋଇ ବଢିବା ଗ୍ରାହକଙ୍କ ଚିନ୍ତା ବଢାଇ ଦେଇଛି।
ଖୁଚୁରା ବଜାରରେ ଆଳୁ ଓ ପିଆଜ କିଲୋ ପ୍ରତି ୩୫ ଟଙ୍କାରେ ବିକ୍ରିି ହେଉଛି। କେବଳ ଆଳୁ କି ପିଆଜ ନୁହେଁ ପରିବା ଦର ମଧ୍ୟ ଆକଶ ଛୁଆଁ ହୋଇଛି। ୧ ନମ୍ବର ହାଟରେ ଟମାଟୋ କିଲୋ ୮୦ଟଙ୍କା ହୋଇଥିବା ବେଳେ ପୋଟଳ ୭୦ ଟଙ୍କା, ବାଇଗଣ ୫୦ ଟଙ୍କା, କଲରା ୭୦ ଟଙ୍କା, କାକୁଡି ୫୦ ଟଙ୍କା, ବିନ୍‌ ୬୦ ଟଙ୍କା, ଝୁଡଙ୍ଗ ୮୦ ଟଙ୍କା, ଭଣ୍ଡା ୩୦ ଟଙ୍କା, କଖାରୁ ୩୦ ଟଙ୍କାରେ ବିକ୍ରି ହେଉଛି। ବର୍ଷା ଓ ବନ୍ୟା ଯୋଗୁ ପନିପରିବା ଉତ୍ପାଦନ କମି ଯାଇଛି। ପାଣି ମାଡିଯିବା ଯୋଗୁ ବାରଙ୍ଗ, ନଖରା, ଖୋର୍ଦ୍ଧା, ବଡମ୍ବାରୁ ଆସୁଥିବା ପନିପରିବା କମିଯାଇଛି। ଉଚ୍ଚା ଦରରେ କିଣୁ ଥିବାରୁ ଅଧିକ ଦରରେ ବିକ୍ରି କରିବାକୁ ପଡୁଛି ବୋଲି ପରିବା ବ୍ୟବସାୟୀ କୁମର ସାହୁ କହିଛନ୍ତି। ପରିବା ଦର କମିବାକୁ ଆହୁରି ମାସେ ସମୟ ଲାଗିବ ବୋଲି ସେ କହିଛନ୍ତି।
ଆଳୁ ପିଆଜ ଓ ପରିବା ଦର ବୃଦ୍ଧି ଗରିବ ଶ୍ରମଜୀବୀଙ୍କ ପାଇଁ ଅତ୍ୟନ୍ତ ଅସହ୍ୟ ହୋଇଛି। କାମଧନ୍ଦା ନ ଥିବା ବେଳେ ବଜାରରେ ଖାଇବା ସାମଗ୍ରୀ ଦର ବୃଦ୍ଧି ସେମାନଙ୍କ ଆର୍ଥିକ ସ୍ଥିତିକୁ ଆହୁରି ଦୋହଲାଇ ଦେଇଛି। ଦିନ ମଜୁରିଆ କ୍ଷେତ୍ରବାସୀ ନାୟକ କହିଛନ୍ତି ଯେ କରୋନା ବେଳେ ସବୁ ଦିନେ କାମ ମିଳୁ ନାହିଁ। ୫ ପ୍ରାଣୀ କୁଟୁମ୍ବଙ୍କୁ ଚଳାଇବା କଷ୍ଟକର ହୋଇ ପଡୁଛି। ଆଳୁ ଓ ପିଆଜରେ କାମ ଚଳି ଯାଉଥିଲା। ପରିବା କିଣିବା ଦୂରର କଥା ଦର ବୃଦ୍ଧି ଯୋଗୁ ଆଳୁ ପିଆଜ କିଣିବା ମଧ୍ୟ ଅସମ୍ଭବ ହେଉଛି। ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଛି। ବଡ ବଡିଆ ସବୁ କିଛି କିଣି ଖାଇପାରିବେ ଆମେ କେମିତି ଚଳିବୁ ବୋଲି ସେ କହିଛନ୍ତି।
ଓଡିଶା ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ। ବନ୍ୟା ପ୍ରଭାବିତ ପଡୋଶୀ ରାଜ୍ୟ ବିହାର, ଝାଡଖଣ୍ଡ, ଛତିଶଗଡ, ଆସାମକୁ ପଶ୍ଚିମବଙ୍ଗରୁ ଅଧିକ ପରିମାଣର ଆଳୁ ଯାଉଥିବାରୁ ଦର ବୃଦ୍ଧି ଘଟୁଛି। ଦର ବୃଦ୍ଧି ଆସନ୍ତା ଡିସେମ୍ବର ଶେଷ ଯାଏ ଲାଗି ରହିବ। ତେବେ ପିଆଜର ହୋଲ ସେଲ ଦର ବର୍ତ୍ତମାନ ୧୫ରୁ ୧୭ ଟଙ୍କା ମଧ୍ୟରେ ରହିଛି। ଏ ପରି ସ୍ଥଳେ ଖୁଚୁରା ବଜାରରେ କାହିଁକି ଦର ବଢୁଛି ତାହା ବୁଝାପଡୁ ନାହିଁ। ବଜାରରେ ଦର ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସର କାର ବିଭିନ୍ନ ଜିଲାରେ ଥିବା ବ୍ୟବସାୟୀ ସଂଘଙ୍କୁ ଡାକି ନିୟମିତ ବ୍ୟବଧାନରେ ଆଲୋଚନା କଲେ ସମସ୍ୟାର ସମାଧାନ ହୋଇପାରନ୍ତା। ଖାଉଟିମାନେ ଉଚିତ ଦରରେ ଖାଦ୍ୟ ସାମଗ୍ରୀ ପାଇ ପାରନ୍ତେ। ଏ ନେଇ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ବହୁବାର ଚିଠି ଲେଖାଗଲେ ମଧ୍ୟ ତାହାର ଉତ୍ତର ମିଳୁ ନାହିଁ ବୋଲି ସେ କହିଛନ୍ତି।
ରାଜ୍ୟକୁ ଆଳୁ ଉତ୍ପାଦନରେ ସ୍ବାବଲମ୍ବୀ କରିବାକୁ ରାଜ୍ୟ ସରକାର ୨୦୧୪ରେ ଆଳୁ ମିଶନ ଆରମ୍ଭ କରିଥିଲେ। ହେଲେ ତାହା ଫଳପ୍ରଦ ହେଲା ନାହିଁ। ଆଳୁ ପାଇଁ ପଡୋଶୀ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡୁଛି। ଜୁଲାଇରୁ ନଭେମ୍ବର ଯାଏ ରାଜ୍ୟରେ ଆଳୁ ଦର ଆକାଶ ଛୁଆଁ ହେଉଛି। ଦର କମିବାକୁ ଅପେକ୍ଷା କରିବା ଛଡା ସରକାରଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ।
ଦର ବୃଦ୍ଧି ବେଳେ ଯୋଗାଣ ବିଭାଗ କେବଳ ନିର୍ଦ୍ଦେଶନାମା ଜାରି କରି ବସିଯାଉଛି। ଅସାଧୁ ବ୍ୟବସାୟୀମାନେ ମନଇଚ୍ଛା ଦର କଷି ନେଉଥିଲେ ମଧ୍ୟ ଗ୍ରାହକଙ୍କୁ ସୁରକ୍ଷା ଦେବାକୁ ସେପରି କିଛି ପଦକ୍ଷେପ ନିଆଯାଉ ନ ଥିବା ଗ୍ରାହକ ବଳରାମ ସାହୁ ଅଭିଯୋଗ କରିଛନ୍ତି। ଯଦି ସରକାର ତିରୋଟ ସମୟରେ ବଜାରକୁ ନିୟନ୍ତ୍ରଣ କରନ୍ତେ ତେବେ ଖାଉଟିମାନେ ଉଚିତ ମୂଲ୍ୟରେ ଆଳୁ,ପିଆଜ ଓ ପନିପରିବା ପାଇପାରନ୍ତେ ବୋଲି ସେ କହିଛନ୍ତି। ସରକାରଙ୍କ ବଜାର ଉପରେ ସତେ ଯେମିତି କାୈଣସି ନିୟନ୍ତ୍ରଣ ନାହିଁ। ବିଭାଗୀୟ ଅଧିକାରୀମାନେ ଚୁପ ହୋଇ ରହିବାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏ ନେଇ ଯୋଗାଣ ବିଭାଗ ସଚିବ ଭି.ଭି. ଯାଦବଙ୍କୁ ଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ମତ ମିଳି ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri