ନିୟନ୍ତ୍ରଣରେ ନାହିଁ ଆଳୁ, ପିଆଜ ଦର

ଭୁବନେଶ୍ୱର,୧୫।୯(ବ୍ୟୁରୋ): କରୋନା ମହାମାରୀ ରୋଜଗାରକୁ ଛଡାଇ ନେଇଥିବା ବେଳେ ବଜାରର ଆଳୁ, ପିଆଜ ଓ ପରିବା ଦର ବୋଝ ଉପରେ ନଳିତା ବିଡା ହୋଇଛି। ଦର ବୃଦ୍ଧି ଗରିବ ମଧ୍ୟବିତ୍ତ ପରିବାରକୁ ଅତିଷ୍ଠ କରିଛି। ଏଭଳି ସଙ୍କଟ ସମୟରେ ବଜାରରେ ପରିବା ଦର ଗତ ଦୁଇ ସପ୍ତାହରୁ ଊର୍ଦ୍ଧ୍ୱ ହେଲାଣି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି। ରାଜ୍ୟରେ ଆଉ ଲକ୍‌ଡାଉନକୁ କି ଶଟ୍‌ଡାଉନ ନାହିଁ ତଥାପି ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁ ହୁ ହୋଇ ବଢିବା ଗ୍ରାହକଙ୍କ ଚିନ୍ତା ବଢାଇ ଦେଇଛି।
ଖୁଚୁରା ବଜାରରେ ଆଳୁ ଓ ପିଆଜ କିଲୋ ପ୍ରତି ୩୫ ଟଙ୍କାରେ ବିକ୍ରିି ହେଉଛି। କେବଳ ଆଳୁ କି ପିଆଜ ନୁହେଁ ପରିବା ଦର ମଧ୍ୟ ଆକଶ ଛୁଆଁ ହୋଇଛି। ୧ ନମ୍ବର ହାଟରେ ଟମାଟୋ କିଲୋ ୮୦ଟଙ୍କା ହୋଇଥିବା ବେଳେ ପୋଟଳ ୭୦ ଟଙ୍କା, ବାଇଗଣ ୫୦ ଟଙ୍କା, କଲରା ୭୦ ଟଙ୍କା, କାକୁଡି ୫୦ ଟଙ୍କା, ବିନ୍‌ ୬୦ ଟଙ୍କା, ଝୁଡଙ୍ଗ ୮୦ ଟଙ୍କା, ଭଣ୍ଡା ୩୦ ଟଙ୍କା, କଖାରୁ ୩୦ ଟଙ୍କାରେ ବିକ୍ରି ହେଉଛି। ବର୍ଷା ଓ ବନ୍ୟା ଯୋଗୁ ପନିପରିବା ଉତ୍ପାଦନ କମି ଯାଇଛି। ପାଣି ମାଡିଯିବା ଯୋଗୁ ବାରଙ୍ଗ, ନଖରା, ଖୋର୍ଦ୍ଧା, ବଡମ୍ବାରୁ ଆସୁଥିବା ପନିପରିବା କମିଯାଇଛି। ଉଚ୍ଚା ଦରରେ କିଣୁ ଥିବାରୁ ଅଧିକ ଦରରେ ବିକ୍ରି କରିବାକୁ ପଡୁଛି ବୋଲି ପରିବା ବ୍ୟବସାୟୀ କୁମର ସାହୁ କହିଛନ୍ତି। ପରିବା ଦର କମିବାକୁ ଆହୁରି ମାସେ ସମୟ ଲାଗିବ ବୋଲି ସେ କହିଛନ୍ତି।
ଆଳୁ ପିଆଜ ଓ ପରିବା ଦର ବୃଦ୍ଧି ଗରିବ ଶ୍ରମଜୀବୀଙ୍କ ପାଇଁ ଅତ୍ୟନ୍ତ ଅସହ୍ୟ ହୋଇଛି। କାମଧନ୍ଦା ନ ଥିବା ବେଳେ ବଜାରରେ ଖାଇବା ସାମଗ୍ରୀ ଦର ବୃଦ୍ଧି ସେମାନଙ୍କ ଆର୍ଥିକ ସ୍ଥିତିକୁ ଆହୁରି ଦୋହଲାଇ ଦେଇଛି। ଦିନ ମଜୁରିଆ କ୍ଷେତ୍ରବାସୀ ନାୟକ କହିଛନ୍ତି ଯେ କରୋନା ବେଳେ ସବୁ ଦିନେ କାମ ମିଳୁ ନାହିଁ। ୫ ପ୍ରାଣୀ କୁଟୁମ୍ବଙ୍କୁ ଚଳାଇବା କଷ୍ଟକର ହୋଇ ପଡୁଛି। ଆଳୁ ଓ ପିଆଜରେ କାମ ଚଳି ଯାଉଥିଲା। ପରିବା କିଣିବା ଦୂରର କଥା ଦର ବୃଦ୍ଧି ଯୋଗୁ ଆଳୁ ପିଆଜ କିଣିବା ମଧ୍ୟ ଅସମ୍ଭବ ହେଉଛି। ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଛି। ବଡ ବଡିଆ ସବୁ କିଛି କିଣି ଖାଇପାରିବେ ଆମେ କେମିତି ଚଳିବୁ ବୋଲି ସେ କହିଛନ୍ତି।
ଓଡିଶା ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ। ବନ୍ୟା ପ୍ରଭାବିତ ପଡୋଶୀ ରାଜ୍ୟ ବିହାର, ଝାଡଖଣ୍ଡ, ଛତିଶଗଡ, ଆସାମକୁ ପଶ୍ଚିମବଙ୍ଗରୁ ଅଧିକ ପରିମାଣର ଆଳୁ ଯାଉଥିବାରୁ ଦର ବୃଦ୍ଧି ଘଟୁଛି। ଦର ବୃଦ୍ଧି ଆସନ୍ତା ଡିସେମ୍ବର ଶେଷ ଯାଏ ଲାଗି ରହିବ। ତେବେ ପିଆଜର ହୋଲ ସେଲ ଦର ବର୍ତ୍ତମାନ ୧୫ରୁ ୧୭ ଟଙ୍କା ମଧ୍ୟରେ ରହିଛି। ଏ ପରି ସ୍ଥଳେ ଖୁଚୁରା ବଜାରରେ କାହିଁକି ଦର ବଢୁଛି ତାହା ବୁଝାପଡୁ ନାହିଁ। ବଜାରରେ ଦର ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସର କାର ବିଭିନ୍ନ ଜିଲାରେ ଥିବା ବ୍ୟବସାୟୀ ସଂଘଙ୍କୁ ଡାକି ନିୟମିତ ବ୍ୟବଧାନରେ ଆଲୋଚନା କଲେ ସମସ୍ୟାର ସମାଧାନ ହୋଇପାରନ୍ତା। ଖାଉଟିମାନେ ଉଚିତ ଦରରେ ଖାଦ୍ୟ ସାମଗ୍ରୀ ପାଇ ପାରନ୍ତେ। ଏ ନେଇ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ବହୁବାର ଚିଠି ଲେଖାଗଲେ ମଧ୍ୟ ତାହାର ଉତ୍ତର ମିଳୁ ନାହିଁ ବୋଲି ସେ କହିଛନ୍ତି।
ରାଜ୍ୟକୁ ଆଳୁ ଉତ୍ପାଦନରେ ସ୍ବାବଲମ୍ବୀ କରିବାକୁ ରାଜ୍ୟ ସରକାର ୨୦୧୪ରେ ଆଳୁ ମିଶନ ଆରମ୍ଭ କରିଥିଲେ। ହେଲେ ତାହା ଫଳପ୍ରଦ ହେଲା ନାହିଁ। ଆଳୁ ପାଇଁ ପଡୋଶୀ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡୁଛି। ଜୁଲାଇରୁ ନଭେମ୍ବର ଯାଏ ରାଜ୍ୟରେ ଆଳୁ ଦର ଆକାଶ ଛୁଆଁ ହେଉଛି। ଦର କମିବାକୁ ଅପେକ୍ଷା କରିବା ଛଡା ସରକାରଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ।
ଦର ବୃଦ୍ଧି ବେଳେ ଯୋଗାଣ ବିଭାଗ କେବଳ ନିର୍ଦ୍ଦେଶନାମା ଜାରି କରି ବସିଯାଉଛି। ଅସାଧୁ ବ୍ୟବସାୟୀମାନେ ମନଇଚ୍ଛା ଦର କଷି ନେଉଥିଲେ ମଧ୍ୟ ଗ୍ରାହକଙ୍କୁ ସୁରକ୍ଷା ଦେବାକୁ ସେପରି କିଛି ପଦକ୍ଷେପ ନିଆଯାଉ ନ ଥିବା ଗ୍ରାହକ ବଳରାମ ସାହୁ ଅଭିଯୋଗ କରିଛନ୍ତି। ଯଦି ସରକାର ତିରୋଟ ସମୟରେ ବଜାରକୁ ନିୟନ୍ତ୍ରଣ କରନ୍ତେ ତେବେ ଖାଉଟିମାନେ ଉଚିତ ମୂଲ୍ୟରେ ଆଳୁ,ପିଆଜ ଓ ପନିପରିବା ପାଇପାରନ୍ତେ ବୋଲି ସେ କହିଛନ୍ତି। ସରକାରଙ୍କ ବଜାର ଉପରେ ସତେ ଯେମିତି କାୈଣସି ନିୟନ୍ତ୍ରଣ ନାହିଁ। ବିଭାଗୀୟ ଅଧିକାରୀମାନେ ଚୁପ ହୋଇ ରହିବାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏ ନେଇ ଯୋଗାଣ ବିଭାଗ ସଚିବ ଭି.ଭି. ଯାଦବଙ୍କୁ ଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ମତ ମିଳି ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?