Posted inଜାତୀୟ

ଭାଜପା ପୁସ୍ତକ ପ୍ରକାଶନ ଉପରେ ସ୍ଥଗିତାଦେଶ

ନୂଆଦିଲ୍ଲୀ,୧୦।୧: କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ଟଣାଓଟରା ଆରମ୍ଭ ହୋଇଯାଇଛି। ଶାସକ ଭାଜପା ପ୍ରକାଶ କରିବାକୁ ଯାଉଥିବା ଏକ ପୁସ୍ତକର କଭରରେ କଂଗ୍ରେସ ନେତା ସିଦ୍ଧରମୈୟା ଟିପୁ ସୁଲ୍‌ତାନ ପୋଷାକ ପିନ୍ଧି ହାତରେ ଖଣ୍ଡା ଧରିଥିବା ପୋଷ୍ଟର ବିଭିନ୍ନ ସ୍ଥାନରେ ଲଗାଯାଇଥିଲା। ଏହାକୁ ନେଇ ବିବାଦ ଦେଖାଦେବା ସହ କଂଗ୍ରେସ ନେତା ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ନିର୍ବାଚନ ପୂର୍ବରୁ ତାଙ୍କ ବଦ୍‌ନାମ କରିବା ପାଇଁ ଏଭଳି ପୁସ୍ତକ ଶାସକ ଦଳ ଛାପୁଥିବା ସିଦ୍ଦରମୈୟା ଅଭିଯୋଗ କରିଥିଲେ। ମାନହାନିକାରୀ ଉକ୍ତ ପୁସ୍ତକର ପ୍ରକାଶନ ଉପରେ ବେଙ୍ଗାଲୁରୁର ଏକ ଅଦାଲତ ସୋମବାର ସ୍ଥଗିତାଦେଶ ଜାରି କରିଛନ୍ତି।
ଅଷ୍ଟାଦଶ ଶତାବ୍ଦୀର ମହୀଶୂର ଶାସକ ଟିପୁ ସୁଲ୍‌ତାନଙ୍କୁ ସିଦ୍ଦରମୈୟା କିଛିଦିନ ପୂର୍ବରୁ ପ୍ରଶଂସା କରିଥିଲେ। ଭାଜପା ସିଦ୍ଦରମୈୟାଙ୍କୁ ଉକ୍ତ ପୁସ୍ତକରେ ସିଦ୍ଦରମୁଲ୍ଲା ଖାନ୍‌ ବୋଲି ଲେଖିଛି। ପୁସ୍ତକର ନାମ ରଖାଯାଇଛି ସିଦ୍ଦୁ ନିଜାକାନାସୁଗାଲୁ (ସିଦ୍ଦୁଙ୍କ ପ୍ରକୃତ ସ୍ବପ୍ନ)। ଏଥିରେ ବରିଷ୍ଠ କଂଗ୍ରେସ ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଅପମାନିତ କରାଯାଇଥିଲା। ଏହା ବିରୋଧରେ ସିଦ୍ଦରମୈୟାଙ୍କ ପୁଅ କଂଗ୍ରେସ ବିଧାୟକ ୟଥିନ୍ଦ୍ର ସିଦ୍ଦରମୈୟା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୋମବାର ପୁସ୍ତକ ପ୍ରକାଶ ପାଇବାକୁ ଥିବାବେଳେ ବେଙ୍ଗାଲୁରୁର ସେସନ୍ସ କୋର୍ଟ ଏହା ଉପରେ ରୋକ୍‌ ଲଗାଇଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଉକ୍ତ ପୁସ୍ତକର ପ୍ରକାଶନ, ଉନ୍ମୋଚନ, ବିକ୍ରି କିମ୍ବା ପ୍ରଦର୍ଶନ କରାଯାଇପାରିବ ନାହଁ ବୋଲି କୋର୍ଟ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ସି.ଏନ୍‌. ଅଶ୍ୱଥ ନାରାୟଣ ଓ ଅନ୍ୟମାନଙ୍କୁ କହିଛନ୍ତି। ମନ୍ତ୍ରୀ ଅଶ୍ୱଥ ଉକ୍ତ ପୁସ୍ତକ ଉନ୍ମୋଚନ କରିବା କାର୍ଯ୍ୟକ୍ରମ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

ମୁଖ୍ୟମନ୍ତ୍ରୀ ହେବା ପରେ ଦିଲ୍ଲୀରେ ମୋଦିଙ୍କୁ ସାକ୍ଷାତ କଲେ ବିଜୟ, ୨୦ ମିନିଟରେ କଲେ…..

ନୂଆଦିଲ୍ଲୀ,୨୭।୫: ଜୋସେଫ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରିଥିଲେ। ଏଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହା ତାମିଲନାଡୁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri