Posted inଫୁରସତ

୧୬ କୋଟିରେ ଡାକ ଟିକେଟ ନିଲାମ

ନ୍ୟୁୟର୍କ: ବେଳେବେଳେ ଏକ ଛୋଟ ଜିନିଷ ବି ବେଶ୍‌ ଅମୂଲ୍ୟ ହୋଇଯାଏ। ସାଧାରଣତଃ ଡାକ ଟିକେଟର ମୂଲ୍ୟ ୫ରୁ ଆରମ୍ଭ ହୋଇ ୧୦୦ ଟଙ୍କା ଭିତରେ ହୋଇଥାଏ। ହେଲେ ନିକଟରେ ଏକ ଡାକ ଟିକେଟ ୧୬ କୋଟି ଟଙ୍କାରେ ନିଲାମ ହୋଇଥିବା ଜଣାପଡ଼ିଛି। ଟିକେଟ ଛପାରେ କିଛି ଗଡ଼ବଡ଼ ହେବା କାରଣରୁ ଏହାର ମୂଲ୍ୟ ଏତେ ହୋଇଛି। ୧୯୧୮ ମସିହାର ଏକ ଆମେରିକା ଡାକ ଟିକେଟ ଥିଲା, ଯାହାର ବ୍ୟବହାର ବିଶ୍ୱର ପ୍ରଥମ ନିୟମିତ ରୂପରେ ସରକାରୀ ଏୟାରମେଲ୍‌ ସେବାର ଟିକେଟ ପାଇଁ କରାଯାଇଥିଲା। ଟିକେଟରେ ସାଧାରଣତଃ ଏକ ‘ଜେନି’ କର୍ଟିସ୍‌ ବାଇପଲେନ୍‌କୁ ଉପରକୁ ଦିଗ କରାଇ ରଖାଯାଇଛି। ହେଲେ ଛପା ଦାୟିତ୍ୱରେ ଥିବା ଲୋକେ ସେହି ଚିତ୍ରକୁ ଓଲଟା ଛାପି ଦେଇଥିଲେ। ଏହାପରେ ଯାହା ଚିତ୍ର ହେଲା, ତାହା ‘ଇନ୍‌ଭର୍ଟେଡ୍‌ ଜେନି’ର ଥିଲା। ‘ଇନ୍‌ଭର୍ଟେଡ୍‌ ଜେନି’ ଗୋଟେ ୧୦୦ ପିସ୍‌ ଥିବା ସିଟ୍‌ ପୂର୍ବରୁ ବିକ୍ରି ହୋଇଥିଲା, ହେଲେ ଏହାର ଏକ ଭୁଲ୍‌ ଧରାପଡ଼ିବା ପରେ ଏହି ଟିକେଟର ମୂଲ୍ୟ ବଢ଼ିଯାଇଛି। ନ୍ୟୁୟର୍କର ସିଇଗଲ୍‌ ଅକ୍‌ଶନ ଗ୍ୟାଲେରିସ୍‌ର ଅଧ୍ୟକ୍ଷ ସ୍କଟ ତ୍ରିପେଲ୍‌ଙ୍କ କହିବା ଅନୁସାରେ, ଏହା ‘ଷ୍ଟାମ୍ପ୍‌ ସଂଗ୍ରହର ପ୍ରତୀକ’ ହୋଇଥିବାରୁ ଅତ୍ୟନ୍ତ ଖାସ୍‌ ଏବଂ ମହଙ୍ଗା ମଧ୍ୟ। ୧୯୧୮ ମସିହାରେ ସେହି ବିମାନ ବିଶେଷ ଭାବେ ଏତେ ଖାସ୍‌ ନ ଥିଲା। ସେତେବେଳେ ବହୁତ ଲୋକ ମଧ୍ୟ ସେହି ବିମାନ କିପରି ଦେଖାଯାଏ ତାହା ଜାଣି ନ ଥିଲେ। ସେଥିପାଇଁ ଟିକେଟର ଓଲଟା ଫଟୋ ଲୋକଙ୍କ ନଜରକୁ ଆସି ନ ଥିଲା ବୋଲି ତ୍ରିପେଲ୍‌ କହିଛନ୍ତି। ଡାକଘର କିରାଣିଙ୍କୁ ପଚାରିବାରେ, ସେ ସେତେବେଳେ ବିମାନକୁ ଦେଖି ନ ଥିଲେ। ସେଥିପାଇଁ ଟିକେଟ ବିକିବା ସମୟରେ ସେ ଜାଣିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri