ସମ୍ଭାବ୍ୟ ଡାକ୍ତରୀ ସଙ୍କଟ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

 

ଗୋଟିଏ ପ୍ରବାଦ ବହୁଳ ଭାବେ ପ୍ରଚଳିତ ଯେ, ପ୍ରତ୍ୟେକ ଜୀବ ନିଜ ଜୀବନ ବଞ୍ଚାଇ ରଖିବାକୁ ସର୍ବଦା ପ୍ରଥମ ଆବଶ୍ୟକତା ଭାବେ ବିଚାର କରନ୍ତି ଏବଂ ଏହା ବଜାୟ ରଖିବା ପାଇଁ ଯାହା କିଛି କରିବା ପ୍ରୟୋଜନୀୟ, ତାହା ବିନା ଦ୍ୱିଧାରେ କାର୍ଯ୍ୟକାରୀ କରିଥାନ୍ତି । ତେଣୁ ବିଜ୍ଞ ବ୍ୟକ୍ତିଙ୍କ ଦ୍ୱାରା ଉପଦେଶ ଦିଆଯାଇଛି, କୌଣସି ପଶୁଟିଏ ମଧ୍ୟ ବିଷମ ପରିସ୍ଥିତିରେ ଯଦି ପଡିଥାଏ, ତାକୁ ଆକ୍ରମଣ କରନାହିଁ, ସେ ପ୍ରାଣ ପଣେ ନିଜକୁ ରକ୍ଷା କରିବା ପାଇଁ ହିଂସ୍ର ହୋଇ ଯେକୌଣସି କୌଶଳ ଓ ବଳ ପ୍ରୟୋଗ କରିବ ଏବଂ ଆକ୍ରମଣକାରୀକୁ ରାସ୍ତାରୁ ହଟାଇବ।
୧୦ ଜୁଲାଇ ୨୦୨୦ରେ ଦିଲ୍ଲୀରେ ଘଟିଥିବା ଗୋଟିଏ ଘଟଣା ଖବରକାଗଜରେ ମୁଦ୍ରିତ ହୋଇଥିଲା । ଜଣେ ବ୍ୟକ୍ତିର ସ୍ବାସ୍ଥ୍ୟସେବା ଉପରେ ଏତାଦୃଶ ମତାମତରୁ ଅନ୍ୟ କୌଣସି ରୋଗୀର ମାନସିକତା ସମ୍ବନ୍ଧରେ ଧାରଣା କରି ହେବ । ବ୍ୟକ୍ତି ଜଣକ କୋଭିଡ-୧୯ ଦ୍ୱାରା ଆକ୍ରାନ୍ତ ବୋଲି ସେମିତି କୌଣସି ପରୀକ୍ଷିତ ପ୍ରମାଣ ନ ଥିଲା । ତେବେ ସେ ସ୍ବାଦହୀନତା ଅନୁଭବ କରିବାରୁ କରୋନା ପରୀକ୍ଷା କରିବାକୁ ଆଗ୍ରହୀ ହେଲେ । ବତିଶ ବର୍ଷ ବୟସ୍କ ଏହି ଯୁବକ ଜଣକ ଇଏନ୍‌ଟି-ବିଶେଷଜ୍ଞଙ୍କ ନିକଟରେ ନିଧାର୍ଯ୍ୟ ସମୟରେ ଉପସ୍ଥିତ ହେଲେ। ତାଙ୍କ ଦେହରେ ଜ୍ୱର ଥିଲା । ଉଦ୍ଦିଷ୍ଟ କ୍ଲିନିକରେ ପହଞ୍ଚତ୍ବା ପରେ ପିପିଇ କିଟ୍‌ ଦ୍ୱାରା ଆବୃତ୍ତ କର୍ମଚାରୀ ଜଣକ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଲେ । କିନ୍ତୁ ଡାକ୍ତର ଖୋଲାରେ ବସି ନ ଥିଲେ । ସେ କାଚ ଘରେ ଥିଲେ ।
ବିଶେଷଜ୍ଞ ରୋଗୀ ସହିତ ସିଧାସଳଖ କଥା ହେଲେ ନାହିଁ । ଏପରି କି ରୋଗର ଇତିହାସ-ବିଷୟ ମଧ୍ୟ ନ ପଚାରି ତୁରନ୍ତ ପ୍ରେସକ୍ରିପସନ ଲେଖିଦେଲେ।
ଡାକ୍ତରଙ୍କ ଏହି ଆଚରଣରେ ରୋଗୀଟି ଅସନ୍ତୁଷ୍ଟ ହେଲେ। ସେ ଚାହୁଁଥିଲେ ଚିକିତ୍ସକ ଓ ପୀଡିତଙ୍କ ମଧ୍ୟରେ ଅଧିକ ଆନ୍ତରିକତା । ତେବେ ଏଥିପାଇଁ ବିଶେଷଜ୍ଞଙ୍କୁ ଆମେ ସମ୍ପୂର୍ଣ୍ଣ ଦୋଷ ଦେବା ଅଯଥାର୍ଥ ।
ନିଜ ଜୀବନ ସୁରକ୍ଷା ପାଇଁ ସତର୍କ ହେବା ପ୍ରତ୍ୟେକ ଜୀବର ଏକ ସହଜାତ ପ୍ରବୃତ୍ତି । ଏହା ଅନସ୍ବୀକାର୍ଯ୍ୟ ଯେ, ସାଧାରଣ ସମୟରେ ରୋଗୀ ଓ ଚିକିତ୍ସକଙ୍କ ମଧ୍ୟରେ ଏମିତି ଖାପଛଡା ବ୍ୟବହାର ବା ବ୍ୟବଧାନ ପରିଦୃଷ୍ଟ ହୋଇ ନ ଥାନ୍ତା। କେତେକ ମହଲରୁ ଅଭିଯୋଗ ଆସେ ଯେ, କରୋନାର ବ୍ୟାପକତା ଦୃଷ୍ଟିରୁ ସନ୍ଦେହବଶତଃ ଡାକ୍ତରମାନେ ରକ୍ତଚାପ ମାପିବା, ହୃତସ୍ପନ୍ଦନ ନିର୍ଣ୍ଣୟ କରିବା, ଥର୍ମୋମିଟର ବ୍ୟବହାର କରିବା ଇତ୍ୟାଦି ଯନ୍ତ୍ରପାତି ଦରକାର ହେଲେ ମଧ୍ୟ ଏଥିରୁ ନିବୃତ୍ତ ରହନ୍ତି । ମୂଳ କାରଣ ହେଉଛି ସ୍ବାସ୍ଥ୍ୟଗତ ରୋଗ ନିଦାନ କରିବା ସକାଶେ ସ୍ପର୍ଶର ଯେଉଁ ଆବଶ୍ୟକତା ରହିଛି, ସେମାନେ ସେଥିପ୍ରତି ବିମୁଖ । ପରିଣାମବଶତଃ ରୋଗୀର ବିଶ୍ୱାସ ବ୍ୟାଘାତ ହୁଏ। ସଂପ୍ରତି ଫୋନ ବା ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଯେଉଁ ଡାକ୍ତରୀ ପରାମର୍ଶ-ଧାରା ପ୍ରଚଳିତ, ଏହା ମଧ୍ୟ ଅନେକ ବ୍ୟକ୍ତି ନାପସନ୍ଦ କରନ୍ତି।
ଏଥିରେ ପୀଡିତର ମନବୋଧ ହୋଇ ନ ଥାଏ।
ଏହି ମର୍ମରେ ଏମ୍‌ସ, ଦିଲ୍ଲୀର ମନୋଚିକିତ୍ସକ ବିଭାଗର ପ୍ରଫେସର ଡା.ରାଜେଶ ସାଗର କହିଛନ୍ତି ଯେ, କେବଳ ଔଷଧ ପତ୍ର ଦ୍ୱାରା ଚିକିତ୍ସା ନୁହେଁ, ଚିକିତ୍ସକଙ୍କ କଥାଭାଷା, ମୁଖଭଙ୍ଗୀ ଓ ଶରୀରର ଆପେକ୍ଷିକ ସ୍ଥିତି ସମ ପରିମାଣରେ ପ୍ରତ୍ୟୟ କରିବାକୁ ଆକ୍ରାନ୍ତମାନେ ଆଶା କରନ୍ତି ।
ଅବଶ୍ୟ ବେଳେ ବେଳେ ଜଣେ ଡାକ୍ତର ବିପଦ ମୁଣ୍ଡାଇବାକୁ ଆଗଭର ହେଲେ ମଧ୍ୟ ରୋଗୀ ମାସ୍କ ଦ୍ୱାରା ନିଜ ମୁହଁକୁ ଘୋଡାଇଥାଏ, ସେଥିରେ ପାରସ୍ପରିକ ଭାବ ବିନିମୟ ଦୁଃସାଧ୍ୟ ହୋଇଥାଏ।
ଅନ୍ୟ ସାଧାରଣ ଓ୍ବାର୍ଡ ଅପେକ୍ଷା କୋଭିଡ୍‌ ଓ୍ବାର୍ଡରେ ଭିନ୍ନ ପ୍ରକାର ବିଧି ଅନୁସୃତ ହୋଇଥାଏ ।
ପାଖାପାଖି ଦୁଇଟି ଶଯ୍ୟା ମଧ୍ୟରେ ଅତି କମ୍‌ରେ ଗୋଟିଏ ମିଟର ଦୂରତା ରହିବା ଆବଶ୍ୟକ । ତତ୍‌ ସହ ପ୍ରତ୍ୟେକ ରୋଗୀ ଅହର୍ନିଶ ତ୍ରିସ୍ତରୀୟ ସର୍ଜିକାଲ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଅନ୍ୟ ସାଧାରଣ ଓ୍ବାର୍ଡରେ ସାନ୍ନିଧ୍ୟ ଯୋଗୁ ରୁଗ୍‌ଣ ବ୍ୟକ୍ତିମାନେ ପରସ୍ପର ମଧ୍ୟରେ ଖୋଲାରେ କଥା ଭାଷା କରିପାରୁଥିଲେ । ଫଳରେ ସେମାନଙ୍କ ଜ୍ଞାତି କୁଟୁମ୍ବ କେହି ନ ଆସିଲେ ମଧ୍ୟ ସେମାନେ ମନକୁ ସାନ୍ତ୍ୱନା ଦେଉଥିଲେ ଯେ, ସେମାନଙ୍କ ପରି ସମାଜରେ ଏମିତି ବହୁତ ସଂଖ୍ୟକ ଆକ୍ରାନ୍ତ ମଧ୍ୟ ଅଛନ୍ତି । ପୀଡିତ ଜଣକ ବିଚଳିତ ହେଉ ନ ଥିଲେ ଯେ ସେ ଦୁନିଆରେ କେବଳ ହେଉଛି ଏକମାତ୍ର ଜଣେ, ଯିଏ କି ଏମିତି ଯନ୍ତ୍ରଣାର ଶିକାର । କିନ୍ତୁ କରୋନା ଓ୍ବାର୍ଡରେ ଏମିତି ମନୋଭାବରୁ ରୋଗୀମାନେ ବଞ୍ଚତ୍ତ । ସେମାନେ ଜ୍ଞାତି କୁଟୁମ୍ବ, ବନ୍ଧୁ ବାନ୍ଧବ ଇତ୍ୟାଦିଙ୍କ ଶ୍ରଦ୍ଧାରୁ ବଞ୍ଚତ୍ତ ।
ଏମ୍‌ସର ଗୋଟିଏ ଗବେଷକ-ଗ୍ରୁପ ‘ଏସିଆନ ଜର୍ନାଲ ଅଫ ସାଇକିଆଟ୍ରି’ରେ ଗୋଟିଏ ନିବନ୍ଧ ପ୍ରକାଶ କରିଛନ୍ତି । ସେଥିରେ ଜୋର ଦିଆଯାଇଛି ଯେ, ଅଣ କୋଭିଡ୍‌ଙ୍କ ପରି କରୋନା ପୀଡିତଙ୍କ ପାଇଁ ମଧ୍ୟ ଚିକିତ୍ସକଙ୍କ ସ୍ପର୍ଶ ଅତ୍ୟାବଶ୍ୟକ । ଏଥିରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଟିର ଆମତ୍ବିଶ୍ୱାସ, ମନୋବଳ ଦୃଢ ହୁଏ ଓ ନିଶ୍ଚିତ ତଥା ଶୀଘ୍ର ଆରୋଗ୍ୟ ହେବା ଉତ୍ସାହ ତାକୁ ସତେଜ ରଖେ । ସେହି ପତ୍ରିକାରେ ଚଣ୍ଡିଗଡର ପିଜି ଆଇଏମଇଆର କିଛି ଅନୁସନ୍ଧାନକାରୀ ଦୃଢଯୁକ୍ତି ଉପସ୍ଥାପନ କରିଛନ୍ତି ଯେ, କରୋନାର ପ୍ରକୋପ ଓ ପ୍ରଭାବ କେବଳ ଶରୀର ମଧ୍ୟରେ ସୀମିତ ନୁହେଁ, ଏହାଦ୍ୱାରା ଜଣେ ବ୍ୟକ୍ତି ମାନସିକ ସ୍ତରରେ ମଧ୍ୟ ଅସୁସ୍ଥ ହୋଇଥାଏ।
ତେବେ ଯେଉଁ ଡାକ୍ତର ଏହି ଦିଗ ବିଷୟରେ ଚିନ୍ତିତ ହୋଇ ପୀଡିତର ନିକଟତର ହୋଇଥାନ୍ତି ଏବଂ ସାଧାରଣ ଓ୍ବାର୍ଡ ପରି ଆବଶ୍ୟକ ସ୍ପର୍ଶ କରିବାରେ ପଛଘୁଞ୍ଚା ଦେଇ ନ ଥାନ୍ତି, ସେମାନେ ହୁଏତ ନିଜ ଜୀବନକୁ ବିପନ୍ନ କରୁଛନ୍ତି । ତେଣୁ କରୋନା ଓ୍ବାର୍ଡରେ କାର୍ଯ୍ୟରତ ଥିବା ଜଣେ ସ୍ବାସ୍ଥ୍ୟ କର୍ମଚାରୀ ଏକ ବିପଦସଂକୁଳ କାର୍ଯ୍ୟରେ ନିୟୋଜିତ ବୋଲି ବିବେଚନା କରିବା ଅତ୍ୟୁକ୍ତି ହେବ ନାହିଁ । ବାସ୍ତବିକ ଏହା ଯୁଦ୍ଧ କ୍ଷେତ୍ରରେ କର୍ମରତ ଯୋଦ୍ଧାର ସମ୍ମାନ ପାଇବାକୁ ଯୋଗ୍ୟ। ତେଣୁ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା ଯୋଦ୍ଧା ଭାବେ ବିବେଚନା କରିବା ଯଥାର୍ଥ।
କିନ୍ତୁ କ୍ଷୋଭର ବିଷୟ ଯେ, ୧୭ ସେପ୍ଟେମ୍ବର ୨୦୨୦ରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ କୋଭିଡ୍‌-୧୯ର ଚିକିତ୍ସା କରୁଥିବା ବେଳେ ପ୍ରାଣବଳି ଦେଇଥିବା ଡାକ୍ତରମାନଙ୍କ ସମ୍ପର୍କରେ ପାର୍ଲାମେଣ୍ଟରେ ଗୋଟିଏ ପଦ ମଧ୍ୟ ଉଲ୍ଲେଖ କରି ନ ଥିଲେ। ଏପରି କି କେନ୍ଦ୍ର ସ୍ବାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ପାର୍ଲାମେଣ୍ଟର ମୃତକଙ୍କ ପରିସଂଖ୍ୟାନ ଉପଲବ୍ଧ ନୁହେଁ ବୋଲି କହିବା ସହ ସଫେଇ ଦେଇଥିଲେ ଯେ, ସ୍ବାସ୍ଥ୍ୟ ହେଉଛି ରାଜ୍ୟମାନଙ୍କ ତାଲିକାଭୁକ୍ତ ଏକ ବିଷୟ ଏବଂ ଏଥିରେ କେନ୍ଦ୍ରର ଭୂମିକା ନାହିଁ।
ଏହି ବିବୃତି ଭାରତୀୟ ଭେଷଜ ସଂଘ (ଆଇ.ଏମ୍‌.ଏ)କୁ ବିବ୍ରତ କରିଥିଲା। ତାଙ୍କର ଜଣେ ମୁଖପାତ୍ର ଏହି କାରଣରୁ ୩୮୨ ଜଣ ଡାକ୍ତର ପ୍ରାଣ ହରାଇ ଥିବା ଏକ ତାଲିକା ଉପସ୍ଥାପନ କରିଥିଲେ, ଯେଉଁଥିରେ ସେମାନଙ୍କ ଠିକଣା ମଧ୍ୟ ଦର୍ଶାଯାଇଥିଲା। ସେଥିରେ କ୍ଷୋଭ ପ୍ରକଟିତ ହୋଇଛି ଯେ, ସରକାର ମହାମାରୀ ଆଇନ ୧୮୯୭ ଓ ଦୁର୍ବିପାକ ପରିଚାଳନା ଆଇନ ପ୍ରତି ଆଖିବୁଜି ଦେଇ ନିଜ ଦାୟିତ୍ୱ ମୁଣ୍ଡରୁ ଖସାଇ ଦେବାକୁ ଚେଷ୍ଟା କରିଛନ୍ତି। ତୁଳନାମତ୍କ ଭାବେ ଅନ୍ୟ ଦେଶରେ ଏହି ମୃତ୍ୟୁ ହାର ଏତେ ଅଧିକ ନୁହେଁ ବୋଲି ଦାବି କରାଯାଇଥିଲା। ଏପଟେ ସମ୍ମୁଖ କରୋନା ଯୁଦ୍ଧରେ ସଂଗ୍ରାମୀ ଭାବେ ସରକାର ସାବାସି ଦେଉଥିବା ବେଳେ ସେମାନଙ୍କୁ ବାସ୍ତବ କ୍ଷେତ୍ରରେ ଅବହେଳା କରାଯାଉଛି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉନାହିଁ।
୨୦୧୧ରେ ‘କନ୍‌ସ୍ପେରେସି ଅଫ ଫ୍ରେଣ୍ଡସ’ ପୁସ୍ତକର ବ୍ରିଟିଶ ରଚୟିତା ଆଲେକ୍‌ଜାଣ୍ଡାର ମ୍ୟାକ୍‌ କାଲ ସ୍ମିଥ (ଜନ୍ମ ୧୯୪୮) ଏମିତି ଏକ ନୈତିକ ସଙ୍କଟ ବିଷୟରେ ଗୋଟିଏ ମନ୍ତବ୍ୟ ଦେଇଛନ୍ତି। ପ୍ରକାଶଥାଉ କି, ଏଡିନବରା ବିଶ୍ୱବିଦ୍ୟାଳୟରେ ସେ ଏମିରିଟସ ପ୍ରଫେସର ଭାବେ କାର୍ଯ୍ୟରତ ଏବଂ ମେଡିକାଲ ଲ’ ଓ ବାଇଓଏଥିକ୍ସ ବିଷୟରେ ପ୍ରବୀଣ। ତାଙ୍କର ବକ୍ତବ୍ୟ ହେଉଛି ଦେଶର ଭାଗ୍ୟ ସହ ଜଡ଼ିତ ସାମ୍ରଗିକ ଲାଭକ୍ଷତି ସମ୍ବଳିତ ଆଶଙ୍କା ହେଉ କିମ୍ବା ଜଣେ ଦୁଇଜଣ ବ୍ୟକ୍ତିର ସୁଖ ସହ ସମ୍ପୃକ୍ତ ହେଉ, ନୈତିକ ବିଚାର ସମପରିମାଣରେ ଗୁରୁତ୍ୱପୂର୍ଣ୍ଣ। ଜଣେ କର୍ତ୍ତବ୍ୟରତ ଚିକିତ୍ସକ ବେଳେ ବେଳେ ଏମିତି ଅସାମାନ୍ୟ ବିଷମ ପରିସ୍ଥିତିର ସମ୍ମୁଖୀନ ହେବା ଆଶ୍ଚର୍ଯ୍ୟଜନକ ହୋଇ ନ ପାରେ।
ବଡଖେମୁଣ୍ଡି ବଙ୍ଗଳା, ବ୍ରହ୍ମପୁର, ମୋ:୯୪୩୭୦୨୬୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?