୪ଦିନ ହେବ ବସ୍ତିରେ ରହିଛନ୍ତିି ପଜିଟିଭ୍‌

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ବସ୍ତି ଓ ଶିଳ୍ପାଞ୍ଚଳରେ କାର୍ଯ୍ୟ କରୁଥିବା ବାହାର ଶ୍ରମିକଙ୍କ ପାଇଁ ଭୁବନେଶ୍ୱରରେ ଏବେ ସଂକ୍ରମଣ ବଢ଼ିଚାଲିଛି। ବର୍ତ୍ତମାନ ସହରରେ ୫ଶହରୁ ଊର୍ଦ୍ଧ୍ୱ ବସ୍ତି ରହିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏସବୁ ବସ୍ତିରେ ଆକ୍ଟିଭ୍‌ ସର୍ଭିଲାନ୍ସ ଜାରି ରହିଥିବାବେଳେ ନମୁନା ଟେଷ୍ଟ ପରିମାଣକୁ ବୃଦ୍ଧି କରାଯାଇଛି। ଚିହ୍ନଟ ପରେ ସମସ୍ତ ଆକ୍ରାନ୍ତଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବାରେ ବିଏମ୍‌ସି ବିଫଳ ହେଉଥିବା ନଜରକୁ ଆସିଛି। ଭୁବନେଶ୍ୱର ବାୟାବାବା ମଠ ପଛରେ ଥିବା ଏକ ବସ୍ତିରେ ଦିନକରେ ୨୧ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ୧୬ଜଣଙ୍କୁ ମେଣ୍ଢାଶାଳସ୍ଥିତ କୋଭିଡ୍‌ କେୟାର ହୋମ୍‌ ନିଆଯାଇଥିବାବେଳେ ବାକି ୫ଜଣଙ୍କୁ ଲକ୍ଷଣ ନ ଥିବା କହି ଛାଡ଼ି ଦିଆଯାଇଛି। ଫଳରେ ସେମାନେ ୪ଦିନ ବସ୍ତିରେ ରହିଥିବାରୁ ବାସିନ୍ଦଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବିଏମ୍‌ସିର ଏପରି ଆଭିମୁଖ୍ୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ବସ୍ତିବାସିନ୍ଦାଙ୍କ ଅଭିଯୋଗ ମୁତାବକ, ୭୦ ନମୁନାରୁ ଯଦି ୨୧ ପଜିଟିଭ୍‌ ବାହାରିଲା, ତେବେ ଅଧିକ ଟେଷ୍ଟ୍‌ ହେଲେ ଆହୁରି ଅଧିକ ଚିହ୍ନଟ ହେବେ। ତେବେ ଚିହ୍ନଟ ହୋଇଥିବା ୫ଜଣଙ୍କୁ କୋଭିଡ୍‌ ହସ୍ପିଟାଲ ନିଆଯାଇ ନ ଥିବାରୁ ଚିନ୍ତା ବଢ଼ିଛି। ସବୁଠୁ ବଡ଼ କଥା ହେଲା, ଏବେବି ଜଣଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ହେଲେ ବିଏମ୍‌ସି ବେପରୁଆ କୋଭିଡ୍‌ ପରିଚାଳନା କରୁଥିବା ଓ ଗୁରୁତର ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଅଣଦେଖା କରୁଥିବା ଜଣେ ପଜିଟିଭ୍‌ କହିଛନ୍ତି।
ଏନେଇ ଉକ୍ତ ବସ୍ତି ଦାୟିତ୍ୱରେ ଥିବା ଅଙ୍ଗନଓ୍ବାଡି କର୍ମୀ ସ୍ବାଗତିକା ସିଂ କୁହନ୍ତି, ମଙ୍ଗଳବାର ୧୬ ଜଣଙ୍କୁ କୋଭିଡ୍‌ କେୟାର ହୋମ୍‌ ପଠାଇଛି। ହସ୍ପିଟାଲରେ ଆବଶ୍ୟକ ଶଯ୍ୟା ନ ଥିବାରୁ ବାକି ୫ଜଣଙ୍କୁ ସ୍ଥାନାନ୍ତର କରିପାରିନି। ଗୁରୁବାର ସକାଳେ କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର କରାଯିବ ବୋଲି ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି। ହେଲେ ବିଏମ୍‌ସି କମିଶନର ପ୍ରେମ୍‌ଚନ୍ଦ୍ର ଚୌଧାରୀ ଓ ଦକ୍ଷିଣ ପୂର୍ବ ଜୋନ୍‌ର ଜୋନାଲ୍‌ ଡେପୁଟି କମିଶନର ଅଂଶୁମାନ ରଥଙ୍କୁ ଏ ବିଷୟରେ ପଚାରିବାରୁ ସେମାନେ ଏନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

ଖୋଲିବ ୟୁନିଟ୍‌-୪ ମାର୍କେଟ

ୟୁନିଟ୍‌-୪ ମାର୍କେଟ୍‌ରୁ କଣ୍ଟେନ୍‌ମେଣ୍ଟ କଟକଣା ହଟିବ। ମଙ୍ଗଳବାର ମାର୍କେଟର ଗ୍ରସେରି, ଗୋଦାମ ଓ ପରିବା ବ୍ୟବସାୟୀଙ୍କ ମଧ୍ୟରୁ ୬୫ ଜଣଙ୍କର ଆଣ୍ଟିଜେନ୍‌ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ବୁଧବାର ଅପରାହ୍ନରେ ଓ୍ବାର୍ଡ ଅଫିସରଙ୍କ କାର୍ଯ୍ୟାଳୟରେ ବୈଠକ ବସିଥିଲା। ବିଏମ୍‌ସି ଅତିରିକ୍ତ କମିଶନର ସୁରଥଚନ୍ଦ୍ର ମଲିକ, ଦକ୍ଷିଣ ପୂର୍ବ ଜୋନ୍‌ର ଜୋନାଲ୍‌ ଡେପୁଟି କମିଶନର ଅଂଶୁମାନ ରଥଙ୍କ ସହ ହାଟ ବ୍ୟବସାୟୀ ସଂଘର ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି। ବିଏମ୍‌ସି ପକ୍ଷରୁ କଣ୍ଟେନ୍‌ମେଣ୍ଟ କଟକଣା ହଟିବା ନେଇ ବିଧିବଦ୍ଧ ନିର୍ଦ୍ଦେଶନାମା ପ୍ରକାଶ କରାଯିବ ବୋଲି ଜଣାପଡ଼ିଛି। ଦୋକାନ ବଜାର କେବେ ଖୋଲିବ ଓ ଏନେଇ କ’ଣ ସବୁ ସର୍ତ୍ତାବଳୀ ରହିବ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ପରେ ମାର୍କେଟ ଖୋଲିବାକୁ ଅନୁମତି ମିଳିବ ବୋଲି ୟୁନିଟ୍‌-୪ ଭୌମନଗର ହାଟ ସଂଘ ସମ୍ପାଦକ ବଦ୍ରିନାରାୟଣ ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ, ମାଛଗଦିରୁ ଲଗାତାର କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ଗତ ୧୭ ତାରିଖରେ ପୂରା ୟୁନିଟ୍‌-୪ ମାର୍କେଟ ସିଲ୍‌ ସହ ଆଖପାଖ ଦୋକାନକୁ ବନ୍ଦ କରି ଦିଆଯାଇଥିଲା। ମାଛ ଗଦିକୁ ଛାଡ଼ି ଅନ୍ୟ ବ୍ୟବସାୟୀଙ୍କୁ ଦୋକାନ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ଦିଆଯାଉ ବୋଲି ବ୍ୟବସାୟୀ ସଂଘ ବିଏମ୍‌ସି ନିକଟରେ ଦାବି କରିଥିଲେ। ହେଲେ କୌଣସି ସୁଫଳ ନ ମିଳିବାରୁ ବିଧାୟକ ଅନନ୍ତ ନାରାୟଣ ଜେନା ହସ୍ତକ୍ଷେପ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?