ଦୁଇ ମହିଳାଙ୍କୁ ଉଦ୍ଧାର କରିବାକୁ ସମୁଦ୍ରକୁ ଡେଇଁଲେ ରାଷ୍ଟ୍ରପତି

ଲିସବନ,୧୮।୮: ପର୍ତ୍ତୁଗାଲର ଏଲଗ୍ରାଭେ ବିଚ୍‌ରେ ଦେଖିବାକୁ ମିଳିଥିଲା ଏକ ଅଦ୍ଭୁତ ଦୃଶ୍ୟ। ଯେତେବେଳେ ପାଣିରେ ବୁଡି ଯାଉଥିବା ୨ ମହିଳାଙ୍କ ଜୀବନ ବଞ୍ଚାଇବାକୁ ପାଣିକୁ ଡେଇଁ ପଡିଥିଲେ ନିଜେ ରାଷ୍ଟ୍ରପତି। ମିଳିଥିବା ସୂଚନାରୁ ଜଣାପଡିଛି, ଏଲଗ୍ରାଭେ ବିଚରେ ଦୁଇ ମହିଳା ଏକ ଛୋଟ ନୌକା ନେଇ ସମୁଦ୍ର ମଧ୍ୟକୁ ଚାଲିଯାଇଥିଲେ। ହେଲେ ଏମାନେ ପହଁରା ଜାଣି ନ ଥିବାରୁ ସମୁଦ୍ର ମଧ୍ୟରେ ଖୁବ୍‌ ଦୂରକୁ ଚାଲି ଯାଇଥିବା ବେଳେ ସେଠାରେ ନୌକାଟି ଓଲଟି ଯାଇଥିଲା। ଫଳରେ ଦୁଇ ମହିଳା ନୌକା ସହାୟତାରେ ପାଣିରୁ ବଞ୍ଚିବାକୁ ଚାହୁଁଥିଲେ। ଏହା ଦେଖିବା ପରେ ପର୍ତ୍ତୁଗାଲର ରାଷ୍ଟ୍ରପତି ମାର୍କେଲୋ ରେବେଲୋ ସୌସା ପାଣିକୁ ଡେଇଁ ପଡିଥିଲେ। ରାଷ୍ଟ୍ରପତି ଉକ୍ତ ବିଚ୍‌କୁ ଛୁଟି କାଟିବାକୁ ଯାଇଥିବା ବେଳେ ମହିଳା ଦ୍ୱୟଙ୍କ ଅସହାୟତାକୁ ଦେଖି ୭୧ ବର୍ଷୀୟ ରାଷ୍ଟ୍ରପତି ସେମାନଙ୍କୁ ଉଦ୍ଧାର କରିଥିଲେ। ରାଷ୍ଟ୍ରପତିଙ୍କ ଉଦ୍ଧାର ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମହିଳାଙ୍କୁ ଉଦ୍ଧାର କରିବା ପରେ ରାଷ୍ଟ୍ରପତି ମାର୍କେଲୋ କହିଛନ୍ତି, ସମୁଦ୍ର ମଧ୍ୟରେ ଖୁବ୍‌ ଜୋର୍‌ରେ ପବନ ବହିବା ସହ ଉଚ୍ଚ ଉଚ୍ଚ ଲହଡି ଉଠୁଥିଲା। ତେଣୁ ମହିଳାମାନେ ଖୁବ୍‌ ପାଣି ପିଇ ଯାଇଥିବାରୁ ନା ସେମାନେ ଲାଇଫ୍‌ ଜ୍ୟାକେଟ ପିନ୍ଧି ପହଁରି ପାରୁଥିଲେ ନାଁ ନୌକା ଉପରେ ଚଢି ପାରୁଥିଲେ। ତେବେ ରାଷ୍ଟ୍ରପତି ପହଞ୍ଚିବା ବେଳକୁ ଆଉ ଏକ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ଯାଇଥିଲେ ବୋଲି କୁହାଯାଏ। କରୋନା ମହାମାରୀ ପାଇଁ ଲୋକଙ୍କୁ ବାହାରକୁ ଯିବାକୁ ବାରଣ କରାଯାଉଥିବା ବେଳେ ଏବେ ପର୍ତ୍ତୁଗାଲରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ଏହି ମହିଳାମାନେ ସେଠାରେ ନିୟୋଜିତ ହୋଇଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତାକ୍ତ ସଂଘର୍ଷ, ୬୦୦ ତାଲିବାନୀ ନିହତ, ୧୦୦୦ରୁ ଅଧିକଙ୍କ ଆତ୍ମସମର୍ପଣ…

କାବୁଲ,୫।୯: ଆଫଗାନିସ୍ତାନର ପଞ୍ଜଶିରରେ ନର୍ଦନ ଆଲାଏନ୍ସ୍‌ ଏବଂ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ଭୟଙ୍କର ରକ୍ତାକ୍ତ ସଂଘର୍ଷ ଜାରି ରହିଛି। କ୍ଷମତା ଦଖଲ ନେଇ ପଞ୍ଜଶିର ଏବେ...

ମହିଳାଙ୍କ ପାଇଁ ଆରମ୍ଭ ହେଲା ଓ୍ବାଶ୍‌ରୁମ୍‌ ଅନ୍‌ ହ୍ବିଲ୍‌ ଅଭିଯାନ

ପୁଣେ,୨୨।୨: ମହାରାଷ୍ଟ୍ରରେ ପ୍ରଥମ କରି ମହିଳାଙ୍କ ସୁବିଧା ପାଇଁ ଓ୍ବାଶ୍‌ରୁମ୍‌ ଅନ୍‌ ହ୍ବିଲ୍‌ ଅଭିଯାନ ଆରମ୍ଭ ହୋଇଛି। ସ୍ଥାନୀୟ ପୁଣେ ପ୍ରଶାସନ ପକ୍ଷରୁ ୧୨ଟି ବସ୍‌କୁ...

ବେଶ ଆରାମରେ କୁକୁରର କ୍ଷୀର ପିଉଛି ଶୁଆ, ଚକିତ କରିବ ଭିଡିଓ

ସୋସିଆଲ ମିଡିଆରେ କେତେବେଳେ କ’ଣ ଦେଖିବାକୁ ମିଳିବ ସେ ନେଇ କହିବା କଷ୍ଟକର। କାରଣ ବେଳେବେଳେ ଏପରି ଜିନିଷ ମଧ୍ୟ ଦେଖିବାକୁ ମିଳେ ଯାହା କଳ୍ପନା...

ଆମେରିକୀୟ ବ୍ଲଗରଙ୍କ ଭିଡିଓକୁ ୩୨ ମିଲିୟନ ଭ୍ୟୁ: ଭୁଲରେ ଅପରିଚିତଙ୍କୁ କୁଣ୍ଢାଇ ଅଡ଼ୁଆରେ ପଡ଼ିଥିଲେ

ଆମେରିକୀୟ ବ୍ଲଗର ମେରି କ୍ୟାଥେରିନ ବ୍ୟାକ୍‌ଷ୍ଟ୍ରମଙ୍କ ସହ ଘଟିଥିବା ଏକ ମଜାଦାର ଘଟଣା ସମ୍ପର୍କିତ ଭିଡିଓ ସମ୍ପ୍ରତି ଫେସ୍‌ବୁକ୍‌ରେ ଭାଇରାଲ ହୋଇଛି। ସେ କିଭଳି ଭୁଲରେ...

ଗୋଟିଏ ଥରରୁ ଅଧିକ ଟଏଲେଟ୍‌ ଗଲେ ଦେବାକୁ ପଡ଼ିବ ଜରିମାନା, ଜାଣନ୍ତୁ କ’ଣ ରହିଛି କାରଣ

ଥରେ ଭାବିଲେ ସବୁ କିଛି ଅଟକାଇ ହେବ ଟଏଲେଟ୍‌ ଯିବା କ’ଣ କେହି କେବେ ଅଟକାଇ ପାରିବ? ଅଫିସରେ କାମ କରୁଛନ୍ତି, ଆପଣଙ୍କୁ ଟଏଲେଟ୍‌ ଯିବାକୁ...

ସୁନା ଖଣିରେ ଭୂସ୍ଖଳନ: ୫ ମୃତ, ୭୦ ନିଖୋଜ

ଜାକର୍ତ୍ତା,୨୫।୨: ଇଣ୍ଡୋନେସିଆରେ ଏକ ସୁନା ଖଣିରେ ଭୂସ୍ଖଳନ ଯୋଗୁ ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୭୦ ଜଣ ନିଖୋଜ ଥିବା ସ୍ଥାନୀୟ...

ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ବାମୀ ଫିଲିପ୍‌ଙ୍କ ପରଲୋକ

ଲଣ୍ଡନ, ୯ା୪- ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ବାମୀ ପ୍ରିନ୍ସ ଫିଲିପ୍‌ଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ଶେଷ ନିଃଶ୍ୱାସ ତ୍ୟାଗ କଲା ବେଳକୁ ତାଙ୍କୁ ୯୯ ବର୍ଷ...

ନିର୍ବାଚନ ପରିଣାମ ଆସିବା ପୂର୍ବରୁ ହ୍ବାଇଟ୍‌ ହାଉସ୍‌ ଛାଡ଼ୁଛନ୍ତି କି ଟ୍ରମ୍ପ? ଭାଇରାଲ ହେଉଛି ଏହି ଭିଡିଓ, ଦେଖନ୍ତୁ…

ଓ୍ବାଶିଂଟନ,୭।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଉପରେ ବିଶ୍ୱ ସମୁଦାୟର ନଜର କେନ୍ଦ୍ରୀଭୂତ ହୋଇଥିବା ବେଳେ ୭୭ ବର୍ଷୀୟ ଡେମୋକ୍ରାଟ ଜୋ ବାଇଡେନ୍‌ ଜିତିବା ଧିରେ ଧିରେ...

Advertisement
Archives

Model This Week