Posted inଜାତୀୟ

ହାଇକୋର୍ଟରେ ଅନଲାଇନ ଶୁଣାଣି ସମୟରେ ପର୍ନ ଭିଡିଓ, ଅଧାରେ ବନ୍ଦ ହେଲା ବିଚାର…

ବେଙ୍ଗାଲୁରୁ,୬।୧୨ : ଅନଲାଇନ ଶୁଣାଣି ସମୟରେ ପର୍ନ ଭିଡିଓ ଚାଲିବା ଖେଳାଯିବା କାରଣରୁ କର୍ନାଟକ ହାଇକୋର୍ଟ ଏହି ସୁବିଧାକୁ କିଛି ସମୟ ପାଇଁ ସ୍ଥଗିତ ରଖିଛନ୍ତି। ରିପୋର୍ଟ ଅନୁଯାୟୀ, କିଛି ହ୍ୟାକର ହାଇକୋର୍ଟ ସର୍ଭର ହ୍ୟାକ କରି ପର୍ନ ଭିଡିଓ ପ୍ରସାରିତ କରିଥିଲା, ଯାହାକି ୬ଟି ଭିନ୍ନ କୋର୍ଟ ରୁମରେ ସେଖାଯାଇଥିଲା।

ରିପୋର୍ଟ ଅନୁଯାୟୀ, ଏହି ଘଟଣା ସୋମବାର ୪ ଡିସେମ୍ବର ୨୦୨୩ ଅପରାହ୍ନରେ ଘଟିଥିଲା ଯେତେବେଳେ କୋର୍ଟର ଶୁଣାଣି ଚାଲିଥିଲା। ଏହି ସମୟରେ, ହ୍ୟାକର କୋର୍ଟର ଅନଲାଇନ ଶୁଣାଣି ପ୍ଲାଟଫର୍ମ ଜୁମର ଏକ ସର୍ଭରକୁ ହ୍ୟାକ କରି ଏଥିରେ ଏକ ଅଶ୍ଳୀଳ ଭିଡିଓ ଚାଲୁ କରିଥିଲେ। ପରଦିନ ଯେତେବେଳେ କୋର୍ଟ କର୍ମଚାରୀମାନେ ଅନଲାଇନ କନଫରେନ୍ସିଂ ଆରମ୍ଭ କରିବାକୁ ଚାହିଁଲେ, ପୁନର୍ବାର ଅଶ୍ଳୀଳ ଭିଡିଓ ଚଳାଇବାକୁ ଚେଷ୍ଟା କରାଯାଇଥିଲା। ଏହା ପରେ ଭିଡିଓ କନଫରେନ୍ସିଂ ସୁବିଧା ସ୍ଥଗିତ ରଖିବାକୁ କୋର୍ଟ ନିଷ୍ପତ୍ତି ନେଇଥିଲେ। ଅନଲାଇନ ଶୁଣାଣି ପାଇଁ କର୍ନାଟକ ହାଇକୋର୍ଟ ଚାଇନିଜ କମ୍ପାନୀ ଜୁମ ବ୍ୟବହାର କରନ୍ତି ।

ଏହି ପ୍ରସଙ୍ଗରେ କର୍ନାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରସନ୍ନ ବି ଭାରାଲେ କହିଛନ୍ତି ଏକ ଗୁରୁତର ସମସ୍ୟା ଉପୁଜିଛି। ଆମେ ଲାଇଭଷ୍ଟ୍ରିମିଂ ଏବଂ ଭିଡିଓ କନଫରେନ୍ସିଂକୁ ସ୍ଥଗିତ କରୁଛୁ। ଟେକ୍ନୋଲୋଜିର ଅପବ୍ୟବହାର କରି କିଛି ଭୁଲ କରାଯାଉଛି। କର୍ନାଟକ ହାଇକୋର୍ଟ ସର୍ବଦା ଲୋକଙ୍କ ଉନ୍ନତି ପାଇଁ ଟେକ୍ନୋଲୋଜି ବ୍ୟବହାରକୁ ସମର୍ଥନ କରିଥାନ୍ତି। କିନ୍ତୁ, ଏହି ପରିସ୍ଥିତି ଯୋଗୁଁ ଆମକୁ ଏହି ସୁବିଧା ବନ୍ଦ କରିବାକୁ ନିଷ୍ପତ୍ତି ନେବାକୁ ପଡିବ ।

କର୍ନାଟକ ହାଇକୋର୍ଟ ବର୍ତ୍ତମାନ ଏହି ଘଟଣାରେ ଏଫଆଇଆର୍‌ ପଞ୍ଜିକରଣ କରିଛନ୍ତି। ଅଶ୍ଳୀଳ ବିଷୟବସ୍ତୁ ଚଳାଇବା ଏବଂ ଆଇଟି ଆକ୍ଟ ୨୦୦୦ଉଲ୍ଲଂଘନ ଅଭିଯୋଗରେ କର୍ନାଟକ ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ କହିଛି ଏହି ପର୍ନ କେଉଁଠାରୁ ଷ୍ଟ୍ରିମ ହୋଇଥିଲା ସେମାନେ ଆଇପି ଠିକଣା ଆବିଷ୍କାର କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?