ଇସ୍ତଫାପତ୍ର ଲେଖିଛନ୍ତି ପୋପ୍‌

ରୋମ୍‌,୧୯।୧୨: ୨୦୧୩ରେ କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ଦାୟିତ୍ୱ ଗ୍ରହଣ କରିବା ପରେ ଏକ ଇସ୍ତଫା ପତ୍ର ଲେଖି ରଖିଥିବା ସଦ୍ୟ ସାକ୍ଷାତ୍‌କାରରେ କହିଛନ୍ତି। ଆଗାମୀ ଦିନରେ ଯେତେବେଳେ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ସେ କାର୍ଯ୍ୟ କରିବାକୁ ଅକ୍ଷମ ବୋଧ କରିବେ, ସେତିକିବେଳେ ସେ ନିଜ ପଦରୁ ଓହରି ପାରିବେ ବୋଲି ଉକ୍ତ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ସ୍ପେନ୍‌ର ଖବରକାଗଜ ଏବିସିକୁ ଦେଇଥିବା ସାକ୍ଷାତ୍‌କାରରେ ପୋପ୍‌ କହିଛନ୍ତି, ଏ ପ୍ରକାର ସ୍ଥିତି ଉପୁଜିଲେ ସେ ଉକ୍ତ ଇସ୍ତଫା ପତ୍ରକୁ କାର୍ଡିନାଲ ଟାର୍କିସିଓ ବେଟ୍ରୋନ୍‌ଙ୍କୁ ହସ୍ତାନ୍ତର କରିବା ପରେ ସେ ଏହାକୁ ଷ୍ଟେଟ୍‌ର ଭର୍ଟିକାଲ ସେକ୍ରେଟାରୀଙ୍କୁ ପ୍ରଦାନ କରିବେ।

ଶନିବାର ଫ୍ରାନ୍ସିସ୍‌ ୮୬ ବର୍ଷରେ ପଦାର୍ପଣ କରିଛନ୍ତି। ପେଟଜନିତ ସମସ୍ୟା ଭୋଗୁଥିବା ଫ୍ରାନ୍ସିସ୍‌ଙ୍କର ୨୦୨୧ରେ ଏକ ଅସ୍ତ୍ରୋପଚାର କରାଯାଇଥିଲା, ଯାହାପରେ ସେ ପୂରା ସୁସ୍ଥ ହୋଇଥିଲେ। ଏହାପରେ ଆଣ୍ଠୁ ସମସ୍ୟା ପାଇଁ ଚାଲିବାରେ କଷ୍ଟ ଅନୁଭୂତ ହେବା ଯୋଗୁ କିଛିଦିନ ସେ ହ୍ବିଲ୍‌ ଚେୟାରରେ ବସି ରହୁଥିବା ଦେଖିବାକୁ ମିଳିଥିଲା। ଫ୍ରାନ୍ସିସ୍‌ଙ୍କ ପୂର୍ବରୁ ବେନେଡିକ୍ସ ଚତୁର୍ଦ୍ଦଶ ପୋପ୍‌ ଦାୟିତ୍ୱରେ ଥିଲେ। ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସେ ନିଜ ପଦରୁ ଇସ୍ତଫା ଦେବା ପରେ ଫ୍ରାନ୍ସିସ୍‌ଙ୍କୁ ପରବର୍ତ୍ତୀ ପୋପ୍‌ ଭାବେ ଚୟନ କରାଯାଇଥିଲା। ଫ୍ରାନ୍ସିସ୍‌ ଥିଲେ ପ୍ରଥମ ଦକ୍ଷିଣ ଆମେରିକୀୟ, ଯେ ଏହି ଗୁରୁଦାୟିତ୍ୱ ବହନ କରିଛନ୍ତି। ୬୦୦ ବର୍ଷର ଇତିହାସରେ ବେନେଡିକ୍ସ ଚତୁର୍ଦ୍ଦଶ ପ୍ରଥମ ପୋପ୍‌ ଯେ ନିଜ ପଦରୁ ଇସ୍ତଫା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ୟୁଏଇ ଆଣବିକ ପ୍ଲାଣ୍ଟକୁ ଟାର୍ଗେଟ, ବଢ଼ିଲା ଚିନ୍ତା…

ଦୁବାଇ,୧୭ା୫: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ବାରାକାହ ଆଣବିକ ବିଦ୍ୟୁତ୍‌ ପ୍ଲାଣ୍ଟକୁ ଟାର୍ଗେଟ କରି ରବିବାର ଡ୍ୟୋନ୍‌ ଆକ୍ରମଣ ହୋଇଛି। ଫଳରେ ପ୍ଲାଣ୍ଟ ପରିସରରେ ଥିବା ବିଦ୍ୟୁତ୍‌…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ମସ୍କୋରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ଚାଲିଗଲା ୪ ଜଣଙ୍କ ଜୀବନ

ମସ୍କୋ,୧୭ା୫: ରୁଷିଆ ରାଜଧାନୀ ମସ୍କୋ ନିକଟରେ ୟୁକ୍ରେନ୍‌ ରବିବାର ଜୋର୍‌ଦାର ଡ୍ରୋନ୍‌ ଆକ୍ରମଣ କରିଛି। ଏଥିରେ ଜଣେ ଭାରତୀୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ…

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri