Posted inଜାତୀୟ

ଜାମିନ ସତ୍ତ୍ୱେ ମୁକୁଳି ପାରୁନାହାନ୍ତି ଗରିବ ବନ୍ଦୀ: ରାଷ୍ଟ୍ରପତିଙ୍କ ଉଦ୍‌ବେଗ ପରେ ଜେଲକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୧୧(ପି.ଟି.): ଜାମିନ ସତ୍ତ୍ୱେ ମାମୁଲି ଅପରାଧରେ ଜେଲରେ ଥିବା ଗରିବ ଆଦିବାସୀ ମୁକୁଳି ପାରୁନାହାନ୍ତି। ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆବେଗଭରା ଉଦ୍‌ବୋଧନ ପରେ ସୁପ୍ରିମକୋର୍ଟ ମଙ୍ଗଳବାର ସାରା ଦେଶରେ ଥିତ୍ବା ଜେଲ କର୍ତ୍ତୃପକ୍ଷଙ୍କୁ ଏଭଳି ବନ୍ଦୀଙ୍କ ସବିଶେଷ ରିପୋର୍ଟ ମାଗିଛନ୍ତି। ସେମାନଙ୍କ ମୁକ୍ତି ଲାଗି ଏକ ଜାତୀୟ ଯୋଜନା ପ୍ରସ୍ତୁତି ନିମନ୍ତେ ଉକ୍ତ ବନ୍ଦୀମାନଙ୍କ ରିପୋର୍ଟ ୧୫ ଦିନ ମଧ୍ୟରେ ଜାତୀୟ ନ୍ୟାୟିକ ସେବା କର୍ତ୍ତୃପକ୍ଷ (ଏନ୍‌ଏଏଲ୍‌ଏସ୍‌ଏ)ରେ ଦାଖଲ କରିବାକୁ କୁହାଯାଇଛି। ସୁପ୍ରିମକୋର୍ଟରେ ଗତ ୨୬ ତାରିଖ ସମ୍ବିଧାନ ଦିବସ ପାଳନ ଅବସରରେ ରାଷ୍ଟ୍ରପତି ନିଜ ରାଜ୍ୟ ଓଡ଼ିଶା ସମେତ ଝାଡ଼ଖଣ୍ଡର ଗରିବ ଆଦିବାସୀମାନଙ୍କ ଅସୁବିଧା ସମ୍ପର୍କରେ ଅବତାରଣା କରିଥିଲେ। ଜାମିନ ପାଇବା ସତ୍ତ୍ୱେ ଜମାନତ ଅର୍ଥ ଜମା କରି ନ ପାରି ସେମାନେ ଜେଲରେ ରହିବାକୁ ବାଧ୍ୟ ହେଉଛନ୍ତି। ନ୍ୟାୟପାଳିକା ସେମାନଙ୍କ ପାଇଁ କିଛି କରିବା ନିମନ୍ତେ ରାଷ୍ଟ୍ରପତି ଅନୁରୋଧ କରିଥିଲେ। ବଡ଼ ଅପରାଧରେ ସମ୍ପୃକ୍ତ ବ୍ୟକ୍ତି ଅନାୟାସରେ ଖସିଯାଉଥିବାବେଳେ କାହାକୁ ଚାପୁଡ଼ାଟିଏ ମାରି ଗରିବ ଲୋକ ବର୍ଷ ବର୍ଷ ଧରି ସଜା କାଟୁଛନ୍ତି। ରାଷ୍ଟ୍ରପତି ଭାଷଣ ଦେଉଥିବାବେଳେ ମଞ୍ଚରେ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍‌ ଏସ୍‌.କେ. କୌଲ ଉପସ୍ଥିତ ଥିଲେ। ଏଭଳି ବନ୍ଦୀଙ୍କ ସବିଶେଷ ବିବରଣୀ ଦାଖଲ କରିବା ଲାଗି ମଙ୍ଗଳବାର ଜଷ୍ଟିସ୍‌ କୌଲଙ୍କ ଖଣ୍ଡପୀଠ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

କଂଗ୍ରେସ ଶାସନ ସମୟରେ କାହିଁକି ପାକିସ୍ତାନ ଆକ୍ରମଣର ଜବାବ ଦିଆଯାଇ ନ ଥିଲା, କାରଣ କହିଲେ ଶାହା

ନୂଆଦିଲ୍ଲୀ,୨୩।୪: ଲୋକ ସଭା ନିର୍ବାଚନ -୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ମହାରାଷ୍ଟ୍ରର ଆକୋଲା ଠାରେ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ନିର୍ବାଚନ ପ୍ରଚାର, ଶୁକ୍ରବାର ପଡିବ ଭୋଟ୍‌

ନୂଆଦିଲ୍ଲୀ,୨୩।୪: ଆରମ୍ଭ ହୋଇଯାଇଛି ଦେଶର ସବୁଡାରୁ ମଡ଼ ମହାପର୍ବ ନିର୍ବାଚନ ୨୦୨୪। ତେବେ ଆଜି ୨ୟ ପର୍ଯ୍ୟାୟ ମତଦାନ ପାଇଁ ସରିଛି ପ୍ରଚାର । ଶେଷ...

ଟିକେଟ ବିକୁଛନ୍ତି ତେଜସ୍ବୀ ଯାଦବ: କଂଗ୍ରେସ ନେତା

ବାଲ୍ମିକିନଗର,୨୩।୪: ବିହାରର ବାଲ୍ମିକିନଗରରେ ଥିବା ଗ୍ରାଣ୍ଡ ଆଲାଇନ୍ସରେ ବିଦ୍ରୋହର ସ୍ବର ବୃଦ୍ଧି ପାଇବାରେ ଲାଗିଛି। ତେଜସ୍ବୀ ଯାଦବଙ୍କୁ ପୁଞ୍ଜିପତିମାନଙ୍କୁ ଟିକେଟ ବିକ୍ରି କରୁଥିବା ଅଭିଯୋଗ କରି...

ସବୁଠାରୁ ଧନୀ ପ୍ରାର୍ଥୀ

ନୂଆଦିଲ୍ଲୀ,୨୩।୪: ତେଲୁଗୁ ଦେଶମ ପାର୍ଟିର ଡାକ୍ତର ଚନ୍ଦ୍ର ଶେଖର ପେମାସାନୀ ଗୁଣ୍ଟୁର ଲୋକ ସଭା ଆସନରୁ ଆଜି ପର୍ଯ୍ୟନ୍ତ ଦାଖଲ କରାଯାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ପରିବାରକୁ ଶେଷ କରିବାକୁ ସୁପାରି ଦେଇଥିଲେ ପୁଅ, ହେଲେ ଭୁଲରେ ଅତିଥିଙ୍କୁ ମାରିଲେ କିଲର, ଜାଣନ୍ତୁ ମର୍ଡର ମିଷ୍ଟ୍ରି

ବେଙ୍ଗାଲୁରୁ,୨୩।୪: କର୍ନାଟକର ଜଣେ କାଳିଯୁଗ ପୁଅର ହୃଦୟ ବିଦାରକ କାର୍ଯ୍ୟ ସାମ୍ନାକୁ ଆସିଛି। ତାଙ୍କ ମାତାପିତା ଏବଂ ସାବତ ଭାଇଙ୍କ ହତ୍ୟା ପାଇଁ ସେ ୬୫...

ମୁର୍ଖ ନ ଥିଲେ ନେହେରୁ-ଇନ୍ଦିରା, କାହିଁକି ଏମିତି କହିଲେ ଶାନ୍ତିଶ୍ରୀ ପଣ୍ଡିତ

ନୂଆଦିଲ୍ଲୀ,୨୩।୪: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ପ୍ରଫେସର ଶାନ୍ତିଶ୍ରୀ ପଣ୍ଡିତ କହିଛନ୍ତି ଯେ ଧର୍ମ, ଭାଷା ଏବଂ ‘ଡ୍ରେସ କୋଡ’ରେ ସମାନତା ଦେଶରେ କାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri