କ୍ରଶର ପାଇଁ ବଢୁଛି ପ୍ରଦୂଷଣ

ଖଡ଼ିଆଳ,୧୧।୧୨(ଡି.ଏନ.ଏ.): ପଥର ଖାଦାନଗୁଡିକୁ ଗାଇଡ଼ ଲାଇନ ନ ମାନି ନିୟମ ଉଲ୍ଲଘଂନ କରି ମାଫିଆ ହାତକୁ ଟେକି ଦେଇଥିବା ଅଭିଯୋଗ ହୋଇଛି। ଐତିହାସିକ କୀର୍ତିରାଜି ଲୀନ ହେବା ସାଙ୍ଗକୁ ପରିବେଶ ପ୍ରଦୂଷଣ ବଢୁଛି। ଏହାକୁ ନେଇ ବାରମ୍ବାର ଅଭିଯୋଗ କଲେ ହେଁ ରାଜସ୍ବ ବିଭାଗ ଓ ଜିଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଛନ୍ତି। ଏମିତି କି କ୍ରଶର ମାଲିକ ଓ ଏକ କମ୍ପାନୀ ସହ ଖଡ଼ିଆଳ ରାଜସ୍ବ ବିଭାଗର ସଲାସୁତୁରା ରହିଥିବା ଅଭିଯୋଗ ହେଉଛି। ପରିବେଶ ଓ ପ୍ରଦୂଷଣ ନିୟମ ଉଲ୍ଲଘଂନ କରି ପଥରକ୍ୱାରୀରୁ ପଥର ଉତ୍ତୋଳନ ପାଇଁ ଅନୁମତି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ନୂଆପଡ଼ା ଜିଲା ଖଡ଼ିଆଳ ତହସିଲର ଋଷିଗାଁରୁ। ଗାଁର ଚତୁଃପାର୍ଶ୍ୱରେ ପଥରକ୍ୱାରୀଗୁଡିକ ରହିଥିବାରୁ ଗାଁରେ ରହିବା ଏକ ପ୍ରକାର ଦୁର୍ବିସହ ହୋଇଯାଇଥିବା ଗ୍ରାମବାସୀ କହିଛନ୍ତି। ବିଶେଷକରି ଗାଁକୁ ଲାଗି ରହିଥିବା ପଥରକ୍ୱାରୀ ଓ ଏକ କମ୍ପାନୀର କ୍ରସର ଉଚ୍ଚ ସମ୍ପନ୍ନ ବିସ୍ଫୋରଣ ଯୋଗୁ ଘରଗୁଡିକ ଫାଟି ଆଁ କଲାଣି। ଗାଁର ପରିବେଶ ଦୂଷିତ ହେବା ସହ ପଥରଗୁଣ୍ଡ ଉଡି ବିଭିନ୍ନ ପ୍ରକାର ଶ୍ୱାସ ରୋଗ ଦେଖାଦେଉଛି। ଦିନରାତି କ୍ରସର ମେସିନ ଚାଲୁଥିବାରୁ ପିଲାଙ୍କ ପାଠପଢିବାରେ ବ୍ୟାଘାତ ଦେଖାଦେଇଛି। ଏହି କ୍ରସର ବନ୍ଦ ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ହେଁ ପ୍ରଶାସନ ନିରବ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଖଡ଼ିଆଳ ତହସିଲ ଅଧୀନରେ ଥିବା ଋଷିଗାଁ ଯୋଗୀମଠ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି ସତ। ହେଲେ ବର୍ତ୍ତମାନ ଖଡ଼ିଆଳ ତହସିଲ ବିଭାଗର ଖାମଖିଆଳି ନୀତି ଯୋଗୁ ଐତିହାସିକ ଯୋଗୀମଠ ଲୀନ ହେବାର ଆଶଙ୍କା ଦେଖାଦେଇଛି। ପଥର ମାଫିଆଙ୍କ କବ୍‌ଜାରେ ଏବେ ଋଷିପୀଠ ଥିବା ବେଳେ ସେମାନଙ୍କୁ ପୂର୍ଣ ସହଯୋଗ କରୁଛି ଖଡ଼ିଆଳ ରାଜସ୍ବ ବିଭାଗ। ଦିନରାତି ପଥର ଖାଦାନ ଚାଲୁଥିବାରୁ ଧୂଳିଗୁଣ୍ଡରେ ସ୍ଥାନୀୟ ଜୀବନଯାପନ ଅସ୍ତବ୍ୟସ୍ତ ହୋଇପଡିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ସରକାରୀ ଧାର୍ଯ୍ୟ ପରିସୀମା ଓ ଗଭୀରତା ସବୁରେ ପଥରମାଫିଆ ରାଜସ୍ବ ବିଭାଗକୁ ଭକୁଆ ବନେଇ ଶହଶହ ଗୁଣା ଅଧିକ କ୍ୱାରି ଲୁଟିଚାଲିଛନ୍ତି। ସରକାରୀ ନିୟମର ବେଖାତିର କରି ଦିନରାତି ହଜାର ହଜାର ଗାଡିରେ ପଥର ଚାଲାଣ ହେଉଛି। ଆଉ ଅତି ଆବଶ୍ୟକତା ହେଲେ ଧର୍ମକୁ ଆଖିଠାର ଭଳି ରାଜସ୍ବ ବିଭାଗ ଚଢ଼ାଉ କରି ଅଳ୍ପ କିଛି ଫାଇନ କାଟି ଚୁପ ବସୁଥିବା ଅଭିଯୋଗ ହୋଇଛି। ବିଶେଷକରି ଋଷିଗାଁ ପାଇଁ ଏହି ପଥରକ୍ୱାରିଗୁଡିକ ଅଭିଶାପ ସଦୃଶ ହୋଇଯାଇଛି। ଏହି ପଥର ଖାଦନଗୁଡିକୁ ବନ୍ଦ ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ହେଁ ପ୍ରଶାସନ କର୍ଣ୍ଣପାତ କରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର ମାମଲା: ୬ ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲଦଣ୍ଡ

କେନ୍ଦୁଝର, ୧୦ା୯(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ବଡବିଲ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ମଙ୍ଗଳବାର କେନ୍ଦୁଝର ଅତିରିକ୍ତ ଜିଲା ଓ ସ୍ବତନ୍ତ୍ର ବିଚାରପତି ଲୋକନାଥ ସାହୁ...

ଡାକ୍ତରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଅନୁଗୋଳ ଅଫିସ,୨ା୧୨: ଅନୁଗୋଳ ଜିଲା ତାଳଚେର ଥାନା ଅଞ୍ଚଳରେ ନାବାଳିକା ବଳାତ୍କାର ଘଟଣାରେ ଜେଲ୍‌ରେ ଥିବା ଡାକ୍ତର ପ୍ୟାରୀମୋହନ ପ୍ରଧାନ(୭୨)ଙ୍କର ମୃତ୍ୟୁ ହୋଇଛି। ଅନୁଗୋଳ ଜିଲା...

କରୋନା ଯୋଦ୍ଧାଙ୍କୁ ଅଣଦେଖା ପ୍ରସଙ୍ଗ: ପ୍ରତିଶ୍ରୁତି ପରେ ଏମ୍‌କେସିଜି ମେଡିକାଲ ନର୍ସଙ୍କ ଧାରଣା ପ୍ରତ୍ୟାହୃତ

ବ୍ରହ୍ମପୁର ଅଫିସ, ୧୧।୫ : କରୋନା ମୁକାବିଲାରେ ନର୍ସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୋଭିଡ଼ -୧୯ ହସ୍ପିଟାଲରେ ନର୍ସମାନେ ଦିନରାତି ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି।...

ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରର ଶୁଭାରମ୍ଭ କଲେ ମନ୍ତ୍ରୀ

ପୋଲସରା,୬ା୧(ଡି.ଏନ୍‌.ଏ.): ଲୋକଙ୍କୁ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ଉଦ୍ଦେଶ୍ୟରେ ଶୁକ୍ରବାର ପୋଲସରା କାଳୀ ମନ୍ଦିର ସାହି ରାସ୍ତା ନିକଟରେ ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଶ୍ରମ...

ବିକୃତ ଗଣେଶ ମୂର୍ତ୍ତି ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଲେ ହାଇକୋର୍ଟ

କଟକ ଅଫିସ,୨୯।୮: କଟକରେ ବିକୃତ ଗଣେଶ ମୂର୍ତ୍ତି ତିଆରି ସଂପର୍କିତ ମାମଲାରେ ହାଇକୋର୍ଟ ସୋମବାର ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ତେବେ ବିକୃତ ମୂର୍ତ୍ତି ନିର୍ମାଣ...

ପଶିରେ ୮ ହାତୀ: କଦଳୀ ଖାଇ ଉଜାଡ଼ିଲେ ଫସଲ

ବୁଗୁଡ଼ା,୧୫ା୧(ଡି.ଏନ୍‌.ଏ.): ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ନୂଆ ଦଦରାଖୋଲ ଓ ମହୁଲପଲ୍ଲୀ ଗଁାରେ ଶନିବାର ରାତିରେ ୮ ଟିକିଆ ହାତୀପଲ ପଶି ବ୍ୟାପକ ଫସଲ କ୍ଷତି ଘଟାଇଥିବା...

ଟୁଇଟ୍‌ରେ ପୁରୀବାସୀଙ୍କୁ ଧନ୍ୟବାଦ ଦେଲେ ଡିଜିପି

କଟକ ଅଫିସ,୬ା୬: କରୋନା ପାଇଁ ଶୁକ୍ରବାର ପୁରୀରେ ଭକ୍ତଙ୍କ ବିନା ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି। ଭକ୍ତଙ୍କ ଉପସ୍ଥିତି ଉପରେ କଟକଣା ସହ ୧୪୪ ଧାରା ଜାରି...

ମଣ୍ଡିରୁ ଧାନ ନ ଉଠିବାରୁ ଅଭିନବ ପ୍ରତିବାଦ: ଜିଲାପାଳଙ୍କ ଅଫିସ ସମ୍ମୁଖରେ ଚାଷୀ ଖାଇଲେ ପଖାଳ

ବରଗଡ଼ ଅଫିସ,୧୦।୬: ବରଗଡ଼ ଜିଲାରେ ଧାନ କିଣାବିକାରେ ଅବ୍ୟବସ୍ଥା ଲାଗି ରହିଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାର ପ୍ରତିବାଦରେ ବୁଧବାର...

Advertisement
Archives

Model This Week