କ୍ରଶର ପାଇଁ ବଢୁଛି ପ୍ରଦୂଷଣ

ଖଡ଼ିଆଳ,୧୧।୧୨(ଡି.ଏନ.ଏ.): ପଥର ଖାଦାନଗୁଡିକୁ ଗାଇଡ଼ ଲାଇନ ନ ମାନି ନିୟମ ଉଲ୍ଲଘଂନ କରି ମାଫିଆ ହାତକୁ ଟେକି ଦେଇଥିବା ଅଭିଯୋଗ ହୋଇଛି। ଐତିହାସିକ କୀର୍ତିରାଜି ଲୀନ ହେବା ସାଙ୍ଗକୁ ପରିବେଶ ପ୍ରଦୂଷଣ ବଢୁଛି। ଏହାକୁ ନେଇ ବାରମ୍ବାର ଅଭିଯୋଗ କଲେ ହେଁ ରାଜସ୍ବ ବିଭାଗ ଓ ଜିଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଛନ୍ତି। ଏମିତି କି କ୍ରଶର ମାଲିକ ଓ ଏକ କମ୍ପାନୀ ସହ ଖଡ଼ିଆଳ ରାଜସ୍ବ ବିଭାଗର ସଲାସୁତୁରା ରହିଥିବା ଅଭିଯୋଗ ହେଉଛି। ପରିବେଶ ଓ ପ୍ରଦୂଷଣ ନିୟମ ଉଲ୍ଲଘଂନ କରି ପଥରକ୍ୱାରୀରୁ ପଥର ଉତ୍ତୋଳନ ପାଇଁ ଅନୁମତି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ନୂଆପଡ଼ା ଜିଲା ଖଡ଼ିଆଳ ତହସିଲର ଋଷିଗାଁରୁ। ଗାଁର ଚତୁଃପାର୍ଶ୍ୱରେ ପଥରକ୍ୱାରୀଗୁଡିକ ରହିଥିବାରୁ ଗାଁରେ ରହିବା ଏକ ପ୍ରକାର ଦୁର୍ବିସହ ହୋଇଯାଇଥିବା ଗ୍ରାମବାସୀ କହିଛନ୍ତି। ବିଶେଷକରି ଗାଁକୁ ଲାଗି ରହିଥିବା ପଥରକ୍ୱାରୀ ଓ ଏକ କମ୍ପାନୀର କ୍ରସର ଉଚ୍ଚ ସମ୍ପନ୍ନ ବିସ୍ଫୋରଣ ଯୋଗୁ ଘରଗୁଡିକ ଫାଟି ଆଁ କଲାଣି। ଗାଁର ପରିବେଶ ଦୂଷିତ ହେବା ସହ ପଥରଗୁଣ୍ଡ ଉଡି ବିଭିନ୍ନ ପ୍ରକାର ଶ୍ୱାସ ରୋଗ ଦେଖାଦେଉଛି। ଦିନରାତି କ୍ରସର ମେସିନ ଚାଲୁଥିବାରୁ ପିଲାଙ୍କ ପାଠପଢିବାରେ ବ୍ୟାଘାତ ଦେଖାଦେଇଛି। ଏହି କ୍ରସର ବନ୍ଦ ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ହେଁ ପ୍ରଶାସନ ନିରବ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଖଡ଼ିଆଳ ତହସିଲ ଅଧୀନରେ ଥିବା ଋଷିଗାଁ ଯୋଗୀମଠ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି ସତ। ହେଲେ ବର୍ତ୍ତମାନ ଖଡ଼ିଆଳ ତହସିଲ ବିଭାଗର ଖାମଖିଆଳି ନୀତି ଯୋଗୁ ଐତିହାସିକ ଯୋଗୀମଠ ଲୀନ ହେବାର ଆଶଙ୍କା ଦେଖାଦେଇଛି। ପଥର ମାଫିଆଙ୍କ କବ୍‌ଜାରେ ଏବେ ଋଷିପୀଠ ଥିବା ବେଳେ ସେମାନଙ୍କୁ ପୂର୍ଣ ସହଯୋଗ କରୁଛି ଖଡ଼ିଆଳ ରାଜସ୍ବ ବିଭାଗ। ଦିନରାତି ପଥର ଖାଦାନ ଚାଲୁଥିବାରୁ ଧୂଳିଗୁଣ୍ଡରେ ସ୍ଥାନୀୟ ଜୀବନଯାପନ ଅସ୍ତବ୍ୟସ୍ତ ହୋଇପଡିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ସରକାରୀ ଧାର୍ଯ୍ୟ ପରିସୀମା ଓ ଗଭୀରତା ସବୁରେ ପଥରମାଫିଆ ରାଜସ୍ବ ବିଭାଗକୁ ଭକୁଆ ବନେଇ ଶହଶହ ଗୁଣା ଅଧିକ କ୍ୱାରି ଲୁଟିଚାଲିଛନ୍ତି। ସରକାରୀ ନିୟମର ବେଖାତିର କରି ଦିନରାତି ହଜାର ହଜାର ଗାଡିରେ ପଥର ଚାଲାଣ ହେଉଛି। ଆଉ ଅତି ଆବଶ୍ୟକତା ହେଲେ ଧର୍ମକୁ ଆଖିଠାର ଭଳି ରାଜସ୍ବ ବିଭାଗ ଚଢ଼ାଉ କରି ଅଳ୍ପ କିଛି ଫାଇନ କାଟି ଚୁପ ବସୁଥିବା ଅଭିଯୋଗ ହୋଇଛି। ବିଶେଷକରି ଋଷିଗାଁ ପାଇଁ ଏହି ପଥରକ୍ୱାରିଗୁଡିକ ଅଭିଶାପ ସଦୃଶ ହୋଇଯାଇଛି। ଏହି ପଥର ଖାଦନଗୁଡିକୁ ବନ୍ଦ ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ହେଁ ପ୍ରଶାସନ କର୍ଣ୍ଣପାତ କରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri