ପ୍ରଦୂଷିତ ହେଉଛି ସମୁଦ୍ରକୂଳ

ଭୁବନେଶ୍ୱର,୭।୭(ବ୍ୟୁରୋ): ଶିଳ୍ପ, କୃଷି ଏବଂ ସହରାଞ୍ଚଳରୁ ବାହାରୁଥିବା ଦୂଷିତ ଜଳ ନଦୀରେ ମିଶୁଛି। ସେହି ଜଳ ସିଧାସଳଖ ସମୁଦ୍ରକୁ ଚାଲିଯାଉଛି। ଏଥିଯୋଗୁ ସମୁଦ୍ର କୂଳରେ ପ୍ରଦୂଷଣ ବଢ଼ିଯାଉଛି। ସମଗ୍ର ଦେଶର ଉପକୂଳ ଏବଂ ୩୫୧ଟି ନଦୀ ପ୍ରଦୂଷିତ ହୋଇଛି। ସେହି ନଦୀଗୁଡିକ ମଧ୍ୟରେ ଓଡ଼ିଶାର ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଭଳି ବଡ଼ ବଡ଼ ନଦୀର ଜଳ ମଧ୍ୟ ପ୍ରଦୂଷିତ ହେଉଛି। ଏହାର ଜଳ ବିନା ବିଶେଧାନରେ ସମୁଦ୍ରରେ ମିଶୁଛି। ଫଳରେ ଉପକୂଳ ଅତିମାତ୍ରାରେ ପ୍ରଦୂଷଣ ହେଉଛି। ଏନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ତୁରନ୍ତ ରାଜ୍ୟଗୁଡ଼ିକର ସମୁଦ୍ରକୂଳକୁ ପ୍ରଦୂଷଣମୁକ୍ତ କରିବା ଲାଗି ପଦକ୍ଷେପ ନେବାକୁ ଟ୍ରିବ୍ୟୁନାଲ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମୁଦ୍ର ଉପକୂଳ ପ୍ରଦୂଷଣ ସମ୍ପର୍କିତ ଏକ ମାମଲାର ଶୁଣାଣିକରି ଏନ୍‌ଜିଟି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଏକ ଚିଠି ହସ୍ତଗତ ହୋଇଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ଅଧିକାରୀ କହିଛନ୍ତି।
ସ୍ବେରେଜ ପାଣି, ଅଳିଆ ଆବର୍ଜନା ଗଦାହେବା ଯୋଗୁ ଉପକୂଳ ବହୁମାତ୍ରାରେ ପ୍ରଦୂଷିତ ହୋଇଛି। ଶିଳ୍ପ, କୃଷି ଏବଂ ସହରାଞ୍ଚଳରୁ ନିର୍ଗତ ବର୍ଜ୍ୟଜଳ ଯୋଗୁ ଉପକୂଳ ୮୦ ପ୍ରତିଶତ ପ୍ରଦୂଷିତ ହୋଇଥିବା କୁହାଯାଇଛି। ସ୍ବେରେଜ ପାଣିକୁ ସିଧାସଳଖ ନଦୀରେ ଛାଡ଼ିବା ଯୋଗୁ ତାହା ଉଭୟ ନଦୀ ଓ ସମୁଦ୍ର ଜଳକୁ ପ୍ରଦୂଷିତ କରିଛି।
ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଦେଶର ୭,୬୬୬ କି.ମି. ଉପକୂଳ ବିପଦସଙ୍କୁଳ ହୋଇପଡ଼ିଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୬୩ ନିୟୁତ ପରିବାର ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି। ଉପକୂଳରେ କୋଲକତା, ଚେନ୍ନାଇ, ମୁମ୍ବାଇ, କୋଚି, ବିଶାଖାପାଟଣା ଭଳି ୭୭ଟି ବୃହତ୍‌ ସହର ରହିଛି। ନଦୀକୁ ସିଧାସଳଖ ପ୍ରଦୂଷିତ ଜଳ ଛଡ଼ାଯାଉଥିବାରୁ ଉପକୂଳ ଜଳ ଅତିମାତ୍ରାରେ ପ୍ରଦୂଷଣ ହେଉଛି। ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ଏ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ।
ଦେଶର ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୨୧ଟି ସହରରୁ ପ୍ରାୟ ଦୈନିକ ୬,୦୬୬ ନିୟୁତ ସ୍ବେରେଜ ଜଳ ବାହାରୁଛି। ସେହିପରି ୧୦ଟି ଉପକୂଳବର୍ତ୍ତୀ ରାଜ୍ୟରେ ଥିବା ୪୮,୧୮୮ଟି ଶିଳ୍ପରୁ ପ୍ରାୟ ଦୈନିକ ୫୨୭୯ ନିୟୁତ ଲିଟର ବିଷାକ୍ତ ଜଳ ବାହାରୁଛି। ଏହାକୁ ରୋକିବା ସହିତ ନଦୀକୁ ଦୂଷିତ ଜଳ ଛାଡୁଥିବା ଶିଳ୍ପାନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ଏହାକୁ ରୋକିବା ଦିଗରେ ପଦକ୍ଷେପ ନେବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri