ଚାର୍ଜଶିଟ୍‌ ଦାଖଲକୁ ନେଇ ରାଜନୀତି

ଭୁବନେଶ୍ବର, ୩୧ା୫(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବକିଶୋର ଦାସଙ୍କ ହତ୍ୟାର ଚାର୍ଜଶିଟ୍‌ କ୍ରାଇମବ୍ରାଞ୍ଚ ଦାଖଲ କରିବା ପରେ ଏବେ ଏହି ଘଟଣାକୁ ନେଇ ଶାସକ ଦଳକୁ ସିଧାସଳଖ ଭାଜପା ପକ୍ଷରୁ ଟାର୍ଗେଟ କରାଯାଇଛି। କିନ୍ତୁ ଏହି ଘଟଣାରେ ବିଜେଡି ପାଲଟା ଜବାବ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛି।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ଖବରଦାତା ସମ୍ମିଳନୀ କରି କହିଛନ୍ତି, ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ୫୧୨ ପୃଷ୍ଠାର ପ୍ରାଥମିକ ଚାର୍ଜଶିଟ୍‌ ଶେଷ ମୁହୂର୍ତ୍ତରେ ଅତି ଚତୁରତାର ସହ ଦାଖଲ କରାଗଲା। ଚାର୍ଜଶିଟ୍‌ରେ ହତ୍ୟାକାଣ୍ଡର କାରଣ, ପ୍ରକୃତ ଷଡ଼ଯନ୍ତ୍ରକାରୀ ପ୍ରସଙ୍ଗରେ କୌଣସି ତଥ୍ୟ ନାହିଁ। ଗୋପାଳ ଦାସକୁ ଖସାଇ ବଞ୍ଚାଇବାକୁ ଉଦ୍ୟମ କରାଯିବାର ଗୋଟିଏ ସୁଚିନ୍ତିତ ରାସ୍ତା ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଶାସକ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରିମଣ୍ଡଳର ଜଣେ ସହଯୋଗୀଙ୍କୁ ସୁରକ୍ଷା ଦେଇପାରିନାହାନ୍ତି। ଏହି ହତ୍ୟାକାଣ୍ଡରେ କେବଳ ଗୋପାଳ ଦାସକୁ ବଞ୍ଚେଇବା ପାଇଁ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ରହସ୍ୟକୁ ଉନ୍ମୋଚନ କଲେନାହିଁ। ଗୋପାଳ ଦାସଙ୍କ ଚିରାଚରିତ କଥାକୁ ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତ ପ୍ରକ୍ରିୟାରେ ରଖିଛନ୍ତି। ଭାଜପା ପକ୍ଷରୁ ଦାବି କରାଯିବା ସହିତ ସିବିଆଇ ତଦନ୍ତ ପାଇଁ ମଧ୍ୟ ଦାବି କରାଯାଇଥିଲା ା ଏସବୁ କଥାରୁ ସ୍ପଷ୍ଟ ପ୍ରମାଣିତ ହେଉଛି ସରକାର ନିଜେ ଏହି ହତ୍ୟାକାଣ୍ଡରେ ସାମିଲ ଥିବା କାରଣରୁ ଆଜି ଏ କଥାକୁ ଘଣ୍ଟ ଘୋଡ଼ାଇବା ପାଇଁ ବିଭିନ୍ନ ପ୍ରକାର ନାଟକ ରଚନା କରିଛନ୍ତି ବୋଲି ମୋହନ କହିଛନ୍ତି।
ଅନ୍ୟପଟେ ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶା ଭାଜପାର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନବକିଶୋର ଦାସଙ୍କ ହତ୍ୟା ଭଳି ଅତ୍ୟନ୍ତ ସମ୍ବେଦନଶୀଳ ଘଟଣାରେ ମିଥ୍ୟା ଏବଂ ମନଗଢ଼ା ଅଭିଯୋଗ କରୁଛନ୍ତି। ହତ୍ୟାକାଣ୍ଡ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଶସ୍ତା ରାଜନୀତି କରିବା ଯୋଗୁ ଝାରସୁଗୁଡ଼ାବାସୀ ଉପନିର୍ବାଚନରେ ଏହାର ଉପଯୁକ୍ତ ଉତ୍ତର ଦେଲେ। ଏଭଳି ଉଦ୍ଦେଶ୍ୟ ପ୍ରଣୋଦିତ ବିବୃତିର ଜବାବ ଦେବାରେ ବିଜେଡି ବିଶ୍ୱାସ କରେନାହିଁ ା ବିଜେଡି ଚ୍ୟାଲେଞ୍ଜ କରୁଛି, ଯଦି ଆପଣଙ୍କ ନିକଟରେ କୌଣସି ତଥ୍ୟ କିମ୍ବା ସୂଚନା ଅଛି, ତେବେ ଏଭଳି ମନଗଢ଼ା ବିବୃତି ଦେବା ବଦଳରେ ତାହାକୁ ତଦନ୍ତକାରୀ ସଂସ୍ଥା କିମ୍ବା ଅଦାଲତଙ୍କ ନିକଟରେ ଦାଖଲ କରନ୍ତୁ ବୋଲି ଲେନିନ୍‌ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?