ଚାର୍ଜଶିଟ୍‌ ଦାଖଲକୁ ନେଇ ରାଜନୀତି

ଭୁବନେଶ୍ବର, ୩୧ା୫(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବକିଶୋର ଦାସଙ୍କ ହତ୍ୟାର ଚାର୍ଜଶିଟ୍‌ କ୍ରାଇମବ୍ରାଞ୍ଚ ଦାଖଲ କରିବା ପରେ ଏବେ ଏହି ଘଟଣାକୁ ନେଇ ଶାସକ ଦଳକୁ ସିଧାସଳଖ ଭାଜପା ପକ୍ଷରୁ ଟାର୍ଗେଟ କରାଯାଇଛି। କିନ୍ତୁ ଏହି ଘଟଣାରେ ବିଜେଡି ପାଲଟା ଜବାବ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛି।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ଖବରଦାତା ସମ୍ମିଳନୀ କରି କହିଛନ୍ତି, ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ୫୧୨ ପୃଷ୍ଠାର ପ୍ରାଥମିକ ଚାର୍ଜଶିଟ୍‌ ଶେଷ ମୁହୂର୍ତ୍ତରେ ଅତି ଚତୁରତାର ସହ ଦାଖଲ କରାଗଲା। ଚାର୍ଜଶିଟ୍‌ରେ ହତ୍ୟାକାଣ୍ଡର କାରଣ, ପ୍ରକୃତ ଷଡ଼ଯନ୍ତ୍ରକାରୀ ପ୍ରସଙ୍ଗରେ କୌଣସି ତଥ୍ୟ ନାହିଁ। ଗୋପାଳ ଦାସକୁ ଖସାଇ ବଞ୍ଚାଇବାକୁ ଉଦ୍ୟମ କରାଯିବାର ଗୋଟିଏ ସୁଚିନ୍ତିତ ରାସ୍ତା ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଶାସକ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରିମଣ୍ଡଳର ଜଣେ ସହଯୋଗୀଙ୍କୁ ସୁରକ୍ଷା ଦେଇପାରିନାହାନ୍ତି। ଏହି ହତ୍ୟାକାଣ୍ଡରେ କେବଳ ଗୋପାଳ ଦାସକୁ ବଞ୍ଚେଇବା ପାଇଁ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ରହସ୍ୟକୁ ଉନ୍ମୋଚନ କଲେନାହିଁ। ଗୋପାଳ ଦାସଙ୍କ ଚିରାଚରିତ କଥାକୁ ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତ ପ୍ରକ୍ରିୟାରେ ରଖିଛନ୍ତି। ଭାଜପା ପକ୍ଷରୁ ଦାବି କରାଯିବା ସହିତ ସିବିଆଇ ତଦନ୍ତ ପାଇଁ ମଧ୍ୟ ଦାବି କରାଯାଇଥିଲା ା ଏସବୁ କଥାରୁ ସ୍ପଷ୍ଟ ପ୍ରମାଣିତ ହେଉଛି ସରକାର ନିଜେ ଏହି ହତ୍ୟାକାଣ୍ଡରେ ସାମିଲ ଥିବା କାରଣରୁ ଆଜି ଏ କଥାକୁ ଘଣ୍ଟ ଘୋଡ଼ାଇବା ପାଇଁ ବିଭିନ୍ନ ପ୍ରକାର ନାଟକ ରଚନା କରିଛନ୍ତି ବୋଲି ମୋହନ କହିଛନ୍ତି।
ଅନ୍ୟପଟେ ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶା ଭାଜପାର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନବକିଶୋର ଦାସଙ୍କ ହତ୍ୟା ଭଳି ଅତ୍ୟନ୍ତ ସମ୍ବେଦନଶୀଳ ଘଟଣାରେ ମିଥ୍ୟା ଏବଂ ମନଗଢ଼ା ଅଭିଯୋଗ କରୁଛନ୍ତି। ହତ୍ୟାକାଣ୍ଡ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଶସ୍ତା ରାଜନୀତି କରିବା ଯୋଗୁ ଝାରସୁଗୁଡ଼ାବାସୀ ଉପନିର୍ବାଚନରେ ଏହାର ଉପଯୁକ୍ତ ଉତ୍ତର ଦେଲେ। ଏଭଳି ଉଦ୍ଦେଶ୍ୟ ପ୍ରଣୋଦିତ ବିବୃତିର ଜବାବ ଦେବାରେ ବିଜେଡି ବିଶ୍ୱାସ କରେନାହିଁ ା ବିଜେଡି ଚ୍ୟାଲେଞ୍ଜ କରୁଛି, ଯଦି ଆପଣଙ୍କ ନିକଟରେ କୌଣସି ତଥ୍ୟ କିମ୍ବା ସୂଚନା ଅଛି, ତେବେ ଏଭଳି ମନଗଢ଼ା ବିବୃତି ଦେବା ବଦଳରେ ତାହାକୁ ତଦନ୍ତକାରୀ ସଂସ୍ଥା କିମ୍ବା ଅଦାଲତଙ୍କ ନିକଟରେ ଦାଖଲ କରନ୍ତୁ ବୋଲି ଲେନିନ୍‌ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୨ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri