ନୂଆ ଚେହେରାକୁ ନେଇ ମଇଦାନକୁ ଓହ୍ଲାଇଛି ୩ ପ୍ରମୁଖ ଦଳ

ରାଇଘର, ୬ା୨(ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ରାଇଘର ବ୍ଲକର ୪ ଜିଲା ପରିଷଦ ଆସନ ମଧ୍ୟରୁ ୩ନମ୍ବର ଆସନ ମଧ୍ୟରେ ଭାଜପା ବିଜେଡି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବା ସମ୍ଭାବନା ରହିଛି । ଏହି ଜୋନ୍‌ରେ ୩ଟି ନୂଆ ଚେହେରା ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏଠାରେ ତିନି ଦଳର ପ୍ରଚାର ପ୍ରସାର ଜୋରଦାର୍‌ ଚାଲିଛି।
ରାଇଘର ବ୍ଲକ ୩ନମ୍ବର ଜିଲା ପରିଷଦ ଆସନରେ ବିଜେଡିର ଲିପିକା ବାରୋଇ, ଭାଜପାର ସରସ୍ବତୀ ମିସ୍ତ୍ରୀ ଓ କଂଗ୍ରେସର ପୁନମ୍‌ ପନକା ପ୍ରତିଦ୍ବନ୍ଦ୍ୱିତା କରୁଛନ୍ତି। ଏହି ଜୋନ୍‌ଟି ଅନୁସୂଚିତ ଜାତି (ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ଜୋନରେ ଛେଳିଡଙ୍ଗରୀ, ଦେବାଗାଁ, ଗଞ୍ଜାପାରା, ମହଣ୍ଡ, ରାଇଘର ଓ କଚାରପାରା ପଞ୍ଚାୟତ ରହିଛି। ଗତ ନିର୍ବାଚନରେ ଭାଜପା ପ୍ରାର୍ଥୀ ସୁଦର୍ଶନ ମାଝି ନିର୍ବାଚିତ ହୋଇଥିଲେ। ଚଳିତ ନିର୍ବାଚନରେ ଜିଲା ପରିଷଦ ଆସନ ଦଖଲ କରିବା ପାଇଁ ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଯାଇଛି ଛକାପଞ୍ଝା l ନିର୍ବାଚନରେ କେମିତି ଅଧିକ ସଂଖ୍ୟାରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟ କରିବେ ସେଥି ପାଇଁ ମଙ୍ଗ ଧରିଥିବା ନେତାଙ୍କ ଚିନ୍ତା ବଢିଛି। ଅପରପକ୍ଷେ ଦଳୀୟ ପ୍ରାର୍ଥୀ ଗ୍ରାମାଞ୍ଚଳକୁ ଯାଇ ପ୍ରଚାର ଜୋରଦାର କରୁଛନ୍ତି। ତିନି ପ୍ରାର୍ଥୀ ନୂଆ ଚେହେରା ହୋଇଥିବା ବେଳେ ଦଳୀୟ କର୍ମକର୍ତ୍ତା ସୋସିଆଲ ମିଡିଆରୁ ଆରମ୍ଭ କରି ଲୋକଙ୍କ ନିକଟତର ହୋଇ ପ୍ରଚାର କରୁଛନ୍ତି। ଗତଥର ରାଇଘର ବ୍ଲକର ସମସ୍ତ ଆସନ ଭାଜପା ନିଜ ଦଖଲକୁ ନେଇ ଯାଇଥିବାବେଳେ ବିଜେଡି ନିଜ ପୁରାତନଗଡ ଫେରି ପାଇବା ନିମନ୍ତେ ୱାର୍ଡସ୍ତରରୁ ଜୋନ୍‌ ପର୍ଯ୍ୟନ୍ତ କମିଟି ଗଠନ କରି ପ୍ରଚାର ଜୋରଦାର କରୁଛି। ନବରଙ୍ଗପୁର ଏମ୍‌ପି ରମେଶ ମାଝି ରାଇଘର ବ୍ଲକକୁ ଗୁରୁତ୍ୱ ଦେଇ ଲଗାତର ମିଶ୍ରଣ ପର୍ବ ସହ ଅସଜଡା ଥିବା ସଂଗଠନ ମଜଭୁତ କରିଥିଲେ। ପାଞ୍ଚ ବର୍ଷ ମଧ୍ୟରେ ଭାଜପା ମଧ୍ୟ ସଂଗଠନ ସ୍ଥିତି ମଜଭୁତ କରିଛି। ଅନ୍ୟପଟେ କଂଗ୍ରେସ ନିଜର ଅମାନତ ଫେରି ପାଇବା ନିମନ୍ତେ ଏଠାରେ ରାଇଘର ସଦର ମହକୁମାର ପୁନମ୍‌ ପନକାକୁ ପ୍ରାର୍ଥୀ କରିଛି। ନିଜ ଅଞ୍ଚଳର ସମସ୍ୟାକୁ ଗୁରୁତ୍ୱ ଦେଇ ଠିକ୍‌ ପ୍ରାର୍ଥୀକୁ ଭୋଟ୍‌ ଦେବାକୁ ମତଦାତା ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ୩ନଂ ଜିଲା ପରିଷଦ ଆସନ ଉପରେ ସବୁ ଦଳର ଫୋକସ୍‌ ରହିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବରଙ୍ଗପୁରରେ ଲଜ୍ଜା; ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲକୁ ଟାଣିନେଇ ବଳାତ୍କାର ଅଭିଯୋଗ, ଚିତ୍କାର ଶୁଣି ଦୌଡ଼ି ଆସିଲେ ଗ୍ରାମବାସୀ

ନବରଙ୍ଗପୁର,୧।୧୦(ସଦାଶିବ ପ୍ରହରାଜ ): ମାନବିକତାକୁ ଲଜ୍ଜିତ କଲା ଅମାନବୀୟ ଘଟଣା । ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲରେ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?