ନୂଆ ଚେହେରାକୁ ନେଇ ମଇଦାନକୁ ଓହ୍ଲାଇଛି ୩ ପ୍ରମୁଖ ଦଳ

ରାଇଘର, ୬ା୨(ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ରାଇଘର ବ୍ଲକର ୪ ଜିଲା ପରିଷଦ ଆସନ ମଧ୍ୟରୁ ୩ନମ୍ବର ଆସନ ମଧ୍ୟରେ ଭାଜପା ବିଜେଡି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବା ସମ୍ଭାବନା ରହିଛି । ଏହି ଜୋନ୍‌ରେ ୩ଟି ନୂଆ ଚେହେରା ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏଠାରେ ତିନି ଦଳର ପ୍ରଚାର ପ୍ରସାର ଜୋରଦାର୍‌ ଚାଲିଛି।
ରାଇଘର ବ୍ଲକ ୩ନମ୍ବର ଜିଲା ପରିଷଦ ଆସନରେ ବିଜେଡିର ଲିପିକା ବାରୋଇ, ଭାଜପାର ସରସ୍ବତୀ ମିସ୍ତ୍ରୀ ଓ କଂଗ୍ରେସର ପୁନମ୍‌ ପନକା ପ୍ରତିଦ୍ବନ୍ଦ୍ୱିତା କରୁଛନ୍ତି। ଏହି ଜୋନ୍‌ଟି ଅନୁସୂଚିତ ଜାତି (ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ଜୋନରେ ଛେଳିଡଙ୍ଗରୀ, ଦେବାଗାଁ, ଗଞ୍ଜାପାରା, ମହଣ୍ଡ, ରାଇଘର ଓ କଚାରପାରା ପଞ୍ଚାୟତ ରହିଛି। ଗତ ନିର୍ବାଚନରେ ଭାଜପା ପ୍ରାର୍ଥୀ ସୁଦର୍ଶନ ମାଝି ନିର୍ବାଚିତ ହୋଇଥିଲେ। ଚଳିତ ନିର୍ବାଚନରେ ଜିଲା ପରିଷଦ ଆସନ ଦଖଲ କରିବା ପାଇଁ ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଯାଇଛି ଛକାପଞ୍ଝା l ନିର୍ବାଚନରେ କେମିତି ଅଧିକ ସଂଖ୍ୟାରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟ କରିବେ ସେଥି ପାଇଁ ମଙ୍ଗ ଧରିଥିବା ନେତାଙ୍କ ଚିନ୍ତା ବଢିଛି। ଅପରପକ୍ଷେ ଦଳୀୟ ପ୍ରାର୍ଥୀ ଗ୍ରାମାଞ୍ଚଳକୁ ଯାଇ ପ୍ରଚାର ଜୋରଦାର କରୁଛନ୍ତି। ତିନି ପ୍ରାର୍ଥୀ ନୂଆ ଚେହେରା ହୋଇଥିବା ବେଳେ ଦଳୀୟ କର୍ମକର୍ତ୍ତା ସୋସିଆଲ ମିଡିଆରୁ ଆରମ୍ଭ କରି ଲୋକଙ୍କ ନିକଟତର ହୋଇ ପ୍ରଚାର କରୁଛନ୍ତି। ଗତଥର ରାଇଘର ବ୍ଲକର ସମସ୍ତ ଆସନ ଭାଜପା ନିଜ ଦଖଲକୁ ନେଇ ଯାଇଥିବାବେଳେ ବିଜେଡି ନିଜ ପୁରାତନଗଡ ଫେରି ପାଇବା ନିମନ୍ତେ ୱାର୍ଡସ୍ତରରୁ ଜୋନ୍‌ ପର୍ଯ୍ୟନ୍ତ କମିଟି ଗଠନ କରି ପ୍ରଚାର ଜୋରଦାର କରୁଛି। ନବରଙ୍ଗପୁର ଏମ୍‌ପି ରମେଶ ମାଝି ରାଇଘର ବ୍ଲକକୁ ଗୁରୁତ୍ୱ ଦେଇ ଲଗାତର ମିଶ୍ରଣ ପର୍ବ ସହ ଅସଜଡା ଥିବା ସଂଗଠନ ମଜଭୁତ କରିଥିଲେ। ପାଞ୍ଚ ବର୍ଷ ମଧ୍ୟରେ ଭାଜପା ମଧ୍ୟ ସଂଗଠନ ସ୍ଥିତି ମଜଭୁତ କରିଛି। ଅନ୍ୟପଟେ କଂଗ୍ରେସ ନିଜର ଅମାନତ ଫେରି ପାଇବା ନିମନ୍ତେ ଏଠାରେ ରାଇଘର ସଦର ମହକୁମାର ପୁନମ୍‌ ପନକାକୁ ପ୍ରାର୍ଥୀ କରିଛି। ନିଜ ଅଞ୍ଚଳର ସମସ୍ୟାକୁ ଗୁରୁତ୍ୱ ଦେଇ ଠିକ୍‌ ପ୍ରାର୍ଥୀକୁ ଭୋଟ୍‌ ଦେବାକୁ ମତଦାତା ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ୩ନଂ ଜିଲା ପରିଷଦ ଆସନ ଉପରେ ସବୁ ଦଳର ଫୋକସ୍‌ ରହିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ଉପରେ ଚଢିଗଲା ଟ୍ରକ: ୩ ଘଟଣାସ୍ଥଳରେ ମୃତ, ୯ ଗୁରୁତର ଆହତ

ରାଇଘର,୨୧/୪: ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଟୋ ଓ ଟ୍ରକ ମୁହମୁହି ଧକ୍କା ହେବା ଫଳରେ...

ମାଣ୍ଡିଆ କିଣାର ଭିଜିଲାନ୍ସ ତଦନ୍ତ ଦାବି କଲେ ଚାଷୀ

ନବରଙ୍ଗପୁର,୨୧।୪,(ସଦାଶିବ ପ୍ରହରାଜ)ନବରଙ୍ଗପୁରରେ କର୍ନାଟକରୁ ଆସିଥିବା ଏକ ମାଣ୍ଡିଆ ବୋଝେଇ ଗାଡ଼ି ଶୁକ୍ରବାର ଜବତ ହୋଇଛି। ଏହାପରେ ଜିଲାରେ ମିଲେଟ ମିଶନ କିପରି କାର୍ଯ୍ୟକାରୀ ହେଉଛି ତାହାକୁ...

ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ...

ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ...

ଆଡ୍‌ମିଟ୍‌ କାର୍ଡ ପାଇଁ ଟଙ୍କା

ଚନ୍ଦାହାଣ୍ଡି, ୬।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ନୂତନ ହାଇସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡ୍‌ମିଟ୍‌ କାର୍ଡ ଦେବା...

ଭାଜପା ଲୋକସଭା ପ୍ରାର୍ଥୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପାପଡ଼ାହାଣ୍ଡି, ୨୮।୩(ସ୍ବପ୍ନଜିତ ପଟ୍ଟନାୟକ)ନବରଙ୍ଗପୁର ଜିଲା ମଇଦଲପୁର ହାଟପଦାଠାରେ ବୁଧବାର ଭାଜପାର ନବରଙ୍ଗପୁର ଲୋକ ସଭା ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ବଳଭଦ୍ର...

ସିସି କ୍ୟାମେରାରେ କାଦୁଅ ଲଗାଇ କରୁଥିଲେ ବ୍ୟାଙ୍କ ଚୋରି: ସାଇରନ ବାଜିବାରୁ…

ଉମରକୋଟ, ୨୨।୩(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହର ମାଁ ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ କିଛି ଦୁର୍ବୁତ୍ତ ଲୁଟ୍‌...

ପିଇବା ପାଣି ପାଇଁ ପ୍ରକୃତି ସାହା

ତେନ୍ତୁଳିଖୁଣ୍ଟି,୨୨।୩(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ପାତ୍ରପୁଟ ପଞ୍ଚାୟତ କଳାହାଣ୍ଡି ସୀମାନ୍ତ ପାହାଡ଼ ତଳି ଗାଁ ଝରଣଗୁଡ଼ା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ ପ୍ରକୃତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri