ଭୁଲ୍‌ ତଥ୍ୟ ଯୋଗୁ ଧାନ ବିକ୍ରି କରିପାରିଲେନି ଚାଷୀ

ବୈପାରିଗୁଡ଼ା,୬ା୨(ଡି.ଏନ୍‌.ଏ.) କୋରାପୁଟ ଜିଲା ବୈପାରିଗୁଡ଼ା ବ୍ଲକ କେନ୍ଦୁଗୁଡା ପଞ୍ଚାୟତ କଦମଗୁଡା ଗ୍ରାମର ଚାଷୀ ମୁଦି ତଲିଆ ା ମଣ୍ଡିରେ ଖରିଫ ଧାନ ବିକ୍ରି ପାଇଁ ସେ ବୈପାରିଗୁଡ଼ା ଲ୍ୟାମ୍ପସରେ ପଞ୍ଜୀକରଣ କରିଥିଲେ ା ମଣ୍ଡିରେ ୮୦ କୁଇଣ୍ଟାଲ ଧାନ ବିକ୍ରି ଲାଗି ତାଙ୍କୁ ଟୋକନ୍‌ ମଧ୍ୟ ମିଳିଥିଲା। ଡିସେମ୍ବର ୨୮ ସୁଦ୍ଧା ଧାନ ବିକ୍ରି କରିବାକୁ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ତାଙ୍କ ମୋବାଇଲ ଫୋନ୍‌କୁ ମେସେଜ୍‌ ଆସିଥିଲା। ତେବେ ମୁଦି ଅଶିକ୍ଷିତ ହେତୁ ମେସେଜ୍‌ ପଢି ବୁଝି ନ ପାରି ନୀରବ ରହିଯାଇଥିଲେ। ନିର୍ଦ୍ଧାରିତ ସମୟ ବିତିଯିବାରୁ ପୁଣି ଏକ ମେସେଜ୍‌ରେ ଜାନୁୟାରୀ ୨୬ରେ ମଣ୍ଡକୁ ଧାନ ଆଣିବାକୁ କୁହାଯାଇଥିଲା। ୨୬ ତାରିଖରେ ମୁଦି କାନ୍ଦୁଲଗୁଡ଼ା ମଣ୍ଡିକୁ ଯାଇଥିଲେ। ମାତ୍ର ସେଠାରେ ଚାଷୀଙ୍କ ତାଲିକାରେ ତାଙ୍କ ନାମ ନ ଥିବାରୁ ନିରାଶ ହୋଇ ଫେରି ଆସିଥିଲେ ା ପରେ ସେ ବୈପାରିଗୁଡ଼ା ଯାଇ ଲ୍ୟାମ୍ପସରେ ପଚାରିବାରୁ ବୈପାରିଗୁଡ଼ା ଧାନମଣ୍ଡିରେ ତାଙ୍କ ନାମ ଥିବା କୁହାଯାଇଥିଲା। ନିର୍ଦ୍ଧାରିତ ସମୟ ଗଡ଼ିଯାଇଥିବାରୁ ଆଉ ଧାନ କିଣାଯାଇପାରିବ ନାହିଁ ବୋଲି ତାଙ୍କୁ କୁହାଯାଇଥିଲା। ଏନେଇ ଜୟପୁର ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ସେ ପଚାରିବାରୁ ସେହି ସମାନ ଉତ୍ତର ମିଳିଥିଲା। ହେଲ୍‌ପଲାଇନକୁ ଯୋଗାଯୋଗ କରିବା ସତ୍ତ୍ବେ କୌଣସି ସହାୟତା ମିଳି ନ ଥିଲା ା ମୁଦି ଅଭିଯୋଗ କରିଛନ୍ତି, ପଞ୍ଜୀକରଣ ବେଳେ ସେ କାନ୍ଦୁଲଗୁଡ଼ା ମଣ୍ଡିରେ ଧାନ ବିକ୍ରି କରିବାକୁ ଉଲ୍ଲେଖ କରିଥିଲେ। କାନ୍ଦୁଲଗୁଡ଼ା ମଣ୍ଡିକୁ ବଦଳାଇ କାହିଁକି ବୈପାରିଗୁଡ଼ା ମଣ୍ଡି କରାଗଲା। ମୋବାଇଲ୍‌ରେ ଯେଉଁ ମେସେଜ୍‌ ଆସୁଥିଲା ସେଥିରେ ମଣ୍ଡି ସ୍ଥାନ ଉଲ୍ଲେଖ ନ ଥିଲା ା କମ୍ପ୍ୟୁଟରରେ ଭୁଲ୍‌ ତଥ୍ୟ ଏଣ୍ଟ୍ରି ପାଇଁ ତାଙ୍କ ଧାନ ବିକ୍ରି ହୋଇପାରିନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ରଙ୍କ ନାମାଙ୍କନପତ୍ର ଦାଖଲ

କୋରାପୁଟ,୨୨ା୪(ଅମିତାଭ ବେହେରା): ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ର ସାଉଁତା କୋରାପୁଟ ଅତିରିକ୍ତ ଜିଲାପାଳ ଲଗ୍ନଜିତ୍‌ ରାଉତଙ୍କଠାରେ ନାମାଙ୍କନପତ୍ର ଦାଖଲ କରୁଛନ୍ତି। ଏହି ଅବସରରେ...

ଦୀର୍ଘବର୍ଷ ପରେ ପୂଜା ପାଇବେ ପ୍ରଭୁ ରଘୁନାଥଜୀଉ, ମାଳିପୁଟ ଉତ୍ସବମୁଖର

ପଟାଙ୍ଗି,୨୨ା୪(ଶରତ ଧଳ): ଦୀର୍ଘବର୍ଷ ଧରି ଗ୍ରାମବାସୀଙ୍କ ଶ୍ରମଦାନ ଓ ଜଣେ ବ୍ୟକ୍ତିଙ୍କ ସ୍ବେଚ୍ଛାକୃତ ଅର୍ଥଦାନରେ ଗଢ଼ି ଉଠିଥିବା ମନ୍ଦିର ପ୍ରତିଷ୍ଠା କରି ସମସ୍ତଙ୍କ ପାଇଁ ଉଦାହରଣ...

ସପ୍ତଗିରିଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ସ୍ତ୍ରୀ

କୋରାପୁଟ,୨୧।୪(ଅମିତାଭ ବେହେରା): ଚଳିତ ସାଧାରଣ ନିର୍ବାଚନରେ କୋରାପୁଟ ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ସପ୍ତଗିରି ଉଲାକାଙ୍କୁ ପ୍ରାର୍ଥୀଭାବେ ରିପିଟ କରାଯାଇଛି। ବର୍ତ୍ତମାନ ସପ୍ତଗିରି...

ପାହାଡ଼ ଜଙ୍ଗଲରେ ନିଆଁ

ଦାମନଯୋଡ଼ି,୨୧ା୪(ମାନସ ରଞ୍ଜନ କର): ଲୋକ ସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ହୁତୁହୁତୁ ହୋଇ ଜଳୁଛି। ଜଙ୍ଗଲ ପାହାଡ଼ ନିଆଁ ଯୋଗୁ ଜଙ୍ଗଲ ଜୀବଜନ୍ତୁ ଭୟଭୀତ ହୋଇପଡ଼ିଥିବା...

ବେସରକାରୀ ଛାତରେ ଲାଗିଛି ସରକାରୀ ହୋର୍ଡିଂ

ସୁନାବେଡା,ସେମିଳିଗୁଡା,୨୧ା୪କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼: ସୁନାବେଡା ପୌର ପରିଷଦ ଅଧୀନ ସେମିଳିଗୁଡା ଗୋପବନ୍ଧୁ ନଗରଠାରେ ମିଶନ୍‌ ଶକ୍ତି ଏବଂ ନୂଆ-ଓ ର ଦୁଇଟି ବଡ ହୋର୍ଡିଂ ଲାଗିଛି।...

ତୃତୀୟ ଦିନରେ କୋରାପୁଟ ଲୋକ ସଭା ପାଇଁ ୨ ପ୍ରାର୍ଥୀ, ବିଧାନସଭା ପାଇଁ ଜଣେ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୦ା୪(ଅମିତାଭ ବେହେରା): ଶନିବାର ନାମାଙ୍କନପତ୍ର ଦାଖଲର ତୃତୀୟ ଦିନ ହୋଇଥିବା ବେଳେ କୋରାପୁଟ ଲୋକ ସଭା ଆସନ ପାଇଁ ୨ ଜଣ ଓ କୋରାପୁଟ ବିଧାନସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri