ଭୁଲ୍‌ ତଥ୍ୟ ଯୋଗୁ ଧାନ ବିକ୍ରି କରିପାରିଲେନି ଚାଷୀ

ବୈପାରିଗୁଡ଼ା,୬ା୨(ଡି.ଏନ୍‌.ଏ.) କୋରାପୁଟ ଜିଲା ବୈପାରିଗୁଡ଼ା ବ୍ଲକ କେନ୍ଦୁଗୁଡା ପଞ୍ଚାୟତ କଦମଗୁଡା ଗ୍ରାମର ଚାଷୀ ମୁଦି ତଲିଆ ା ମଣ୍ଡିରେ ଖରିଫ ଧାନ ବିକ୍ରି ପାଇଁ ସେ ବୈପାରିଗୁଡ଼ା ଲ୍ୟାମ୍ପସରେ ପଞ୍ଜୀକରଣ କରିଥିଲେ ା ମଣ୍ଡିରେ ୮୦ କୁଇଣ୍ଟାଲ ଧାନ ବିକ୍ରି ଲାଗି ତାଙ୍କୁ ଟୋକନ୍‌ ମଧ୍ୟ ମିଳିଥିଲା। ଡିସେମ୍ବର ୨୮ ସୁଦ୍ଧା ଧାନ ବିକ୍ରି କରିବାକୁ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ତାଙ୍କ ମୋବାଇଲ ଫୋନ୍‌କୁ ମେସେଜ୍‌ ଆସିଥିଲା। ତେବେ ମୁଦି ଅଶିକ୍ଷିତ ହେତୁ ମେସେଜ୍‌ ପଢି ବୁଝି ନ ପାରି ନୀରବ ରହିଯାଇଥିଲେ। ନିର୍ଦ୍ଧାରିତ ସମୟ ବିତିଯିବାରୁ ପୁଣି ଏକ ମେସେଜ୍‌ରେ ଜାନୁୟାରୀ ୨୬ରେ ମଣ୍ଡକୁ ଧାନ ଆଣିବାକୁ କୁହାଯାଇଥିଲା। ୨୬ ତାରିଖରେ ମୁଦି କାନ୍ଦୁଲଗୁଡ଼ା ମଣ୍ଡିକୁ ଯାଇଥିଲେ। ମାତ୍ର ସେଠାରେ ଚାଷୀଙ୍କ ତାଲିକାରେ ତାଙ୍କ ନାମ ନ ଥିବାରୁ ନିରାଶ ହୋଇ ଫେରି ଆସିଥିଲେ ା ପରେ ସେ ବୈପାରିଗୁଡ଼ା ଯାଇ ଲ୍ୟାମ୍ପସରେ ପଚାରିବାରୁ ବୈପାରିଗୁଡ଼ା ଧାନମଣ୍ଡିରେ ତାଙ୍କ ନାମ ଥିବା କୁହାଯାଇଥିଲା। ନିର୍ଦ୍ଧାରିତ ସମୟ ଗଡ଼ିଯାଇଥିବାରୁ ଆଉ ଧାନ କିଣାଯାଇପାରିବ ନାହିଁ ବୋଲି ତାଙ୍କୁ କୁହାଯାଇଥିଲା। ଏନେଇ ଜୟପୁର ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ସେ ପଚାରିବାରୁ ସେହି ସମାନ ଉତ୍ତର ମିଳିଥିଲା। ହେଲ୍‌ପଲାଇନକୁ ଯୋଗାଯୋଗ କରିବା ସତ୍ତ୍ବେ କୌଣସି ସହାୟତା ମିଳି ନ ଥିଲା ା ମୁଦି ଅଭିଯୋଗ କରିଛନ୍ତି, ପଞ୍ଜୀକରଣ ବେଳେ ସେ କାନ୍ଦୁଲଗୁଡ଼ା ମଣ୍ଡିରେ ଧାନ ବିକ୍ରି କରିବାକୁ ଉଲ୍ଲେଖ କରିଥିଲେ। କାନ୍ଦୁଲଗୁଡ଼ା ମଣ୍ଡିକୁ ବଦଳାଇ କାହିଁକି ବୈପାରିଗୁଡ଼ା ମଣ୍ଡି କରାଗଲା। ମୋବାଇଲ୍‌ରେ ଯେଉଁ ମେସେଜ୍‌ ଆସୁଥିଲା ସେଥିରେ ମଣ୍ଡି ସ୍ଥାନ ଉଲ୍ଲେଖ ନ ଥିଲା ା କମ୍ପ୍ୟୁଟରରେ ଭୁଲ୍‌ ତଥ୍ୟ ଏଣ୍ଟ୍ରି ପାଇଁ ତାଙ୍କ ଧାନ ବିକ୍ରି ହୋଇପାରିନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ କହିଲେ…

କୋରାପୁଟ/ଜୟପୁର,୧୬ା୮(ଅମିତାଭ ବେହେରା/ପବନ ପାଣିଗ୍ରାହୀ): କୋରାପୁଟ ଜିଲାର ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂତନ କ୍ରିଟିକାଲ କେୟାର ୟୁନିଟ୍‌ ଉଦ୍‌ଘାଟିତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri