Posted inଜାତୀୟ

୨ୟ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ସିଦ୍ଦାରାମାୟା ଜେଡିଏସ ଛାଡି କଂଗ୍ରେସ ହାତ ଧରିଥିଲେ, ଏଭଳି ଥିଲା ରାଜନୈତିକ କ୍ୟାରିୟର

ବେଙ୍ଗାଲୁରୁ,୧୮।୫: ଚାରି ଦିନର କସରତ ପରେ ଗୁରୁବାର କଂଗ୍ରେସ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି। ତେବେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଦାରାମାୟାଙ୍କୁ କଂଗ୍ରେସ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ କରିଛି। କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଶନିବାର ଶପଥ ନେବେ। ୨୦୧୩ ରେ ସିଦ୍ଦାରାମାୟା ପ୍ରଥମ ଥର ପାଇଁ କର୍ନାଟକର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।

ସିଦ୍ଦାରାମାୟାଙ୍କ କର୍ନାଟକ ରାଜନୀତିରେ ବଡ ନାଁ ରହିଛି । ସିଦ୍ଦାରାମାୟା ୧୯୭୮ରେ ସକ୍ରିୟ ରାଜନୀତିରେ ପାଦ ରଖିଥିଲେ। ଯଦିଓ ସିଦ୍ଦାରାମାୟାଙ୍କ ମା’ବାପା ଚାହୁଁଥିଲେ , ସେ  ଡାକ୍ତର ହୁଅନ୍ତୁ, ହେଲେ ସେ ଜଣେ ଓକିଲ ବୃତ୍ତି ବାଛିଥିଲେ। ଏହା ପରେ ସେ ଓକିଲାତି ଛାଡି ରାଜନୀତିର ରାସ୍ତା ଆପଣେଇ ‘କ୍ଷୁଧା ମୁକ୍ତ କର୍ନାଟକ’ର ସ୍ବପ୍ନକୁ ସାକାର କରିବାକୁ ସ୍ଥିର କଲେ।

ସିଦ୍ଦାରାମାୟା କର୍ନାଟକ ବିଧାନସଭାରେ ବିଭିନ୍ନ ପଦବୀରେ ରହିଛନ୍ତି। ବିଧାୟକ, ଅର୍ଥମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ପରେ ସେ ୨୦୧୩ରେ କର୍ନାଟକର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସିଦ୍ଦାରାମାୟା କୁରୁବା ସମ୍ପ୍ରଦାୟର ଜଣେ ନେତା, ଅନ୍ୟ ସମ୍ପ୍ରଦାୟ ଉପରେ ମଧ୍ୟ ତାଙ୍କର ଭଲ ପ୍ରଭାବ ରହିଛି। ସେ ଜଣେ ସ୍ପଷ୍ଟ ବକ୍ତବ୍ୟ, ସେଥିପାଇଁ ସେ ଜନସାଧାରଣଙ୍କ ସମର୍ଥନ ପାଇଛନ୍ତି ଏବଂ ବର୍ତ୍ତମାନ ସେ ଦ୍ୱିତୀୟ ଥର ପାଇଁ କର୍ନାଟକର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

ସିଦ୍ଦାରାମାୟା କଂଗ୍ରେସରେ ଯୋଗଦେବା ପୂର୍ବରୁ ବର୍ଷ ବର୍ଷ ଧରି ଏଚ୍‌ଡି ଦେବେଗୌଡାଙ୍କ ସହ ବିଶ୍ୱସ୍ତ ଭାବରେ କାର୍ଯ୍ୟ କରିଥିଲେ। ଏଭଳି ପରିସ୍ଥିତିରେ ସିଦ୍ଦାରାମାୟାଙ୍କୁ ଦଳର ପରବର୍ତ୍ତୀ ମୁଖ୍ୟ କରାଯିବ ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ ଯେତେବେଳେ ଦଳର ଆଭିମୁଖ୍ୟ ହସ୍ତାନ୍ତର କରିବାକୁ ସମୟ ଆସିଲା, ସେତେବେଳେ ଦେବେଗୌଡା ପାର୍ଟି ବିଶ୍ୱସ୍ତ ସିଦ୍ଦାରାମାୟାଙ୍କ ବଦଳରେ ତାଙ୍କ ପୁଅ କୁମାରସ୍ବାମୀଙ୍କୁ ବାଛିଥିଲେ।

କୁମାରସ୍ବାମୀ ପ୍ରଥମେ ରାଜନୀତିରେ ପ୍ରବେଶ କରିବାକୁ ମନା କରିଦେଇଥିଲେ ଏବଂ ବର୍ଷ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ରହିଥିଲେ। କିନ୍ତୁ ଦଳର କମାଣ୍ଡ ପାଇବା ପରେ ସେ ରାଜନୀତିକୁ ଫେରିଥିଲେ। ଏଭଳି ପରିସ୍ଥିତିରେ ସିଦ୍ଦାରାମାୟା ବୁଝିପାରିଥିଲେ ଯେ ଜେଡିଏସରେ ଥିବାବେଳେ ସେ ଚାହୁଁଥିବା ପଦବୀ ହାସଲ କରିପାରିବେ ନାହିଁ। ଦେବେଗୌଡାଙ୍କ ସହ ମତଭେଦ ପରେ ସିଦ୍ଦାରାମାୟା ୨୦୦୫-୦୬ରେ ଜେଡଏସ୍‌ ଛାଡି ପରେ କଂଗ୍ରେସରେ ଯୋଗ ଦେଇ କର୍ନାଟକ ରାଜନୀତିର ଶିଖରରେ ପହଞ୍ଚିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?