ଲଣ୍ଡନରେ ମିଳିଲା ପୋଲିଓ ଭାଇରସ୍‌, ଡବ୍ଲୁଏଚଓ ଜାରି କଲା ସତର୍କ ସୂଚନା…

ଜେନେଭା, ୨୩।୬ : ଲଣ୍ଡନର ଏକ ସିଓ୍ବେଜ ନମୁନାରେ ପୋଲିଓ ଭାଇରସ ଚିହ୍ନଟ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏବଂ ବ୍ରିଟିଶ ସ୍ବାସ୍ଥ୍ୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଏଥିସହ ଏହି ଘଟଣାର ତଦନ୍ତ ଜାରି ରହିଛି ବୋଲି ସ୍ବାସ୍ଥ୍ୟ ଅଧିକାରୀମାନେ କହିଛନ୍ତି। ଏନେଇ ଡବ୍ଲୁଏଚଓ ପକ୍ଷରୁ ବ୍ରିଟେନରେ ଏକ ସତର୍କ ସୂଚନା ଜାରି କରାଯାଇଛି।

ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ବ୍ରିଟେନରୁ ପୋଲିଓ ଦୂର ହୋଇଯାଇଥିଲା। ସେବେଠାରୁ ପୋଲିଓର କୌଣସି ଗୋଟିଏ ମାମଲା ରୁଜୁ ହୋଇନାହିଁ। ଡବ୍ଲୁଏଚଓ ଏକ ବିବୃତ୍ତିରେ କହିଛି ଯେ ବ୍ରିଟେନର ରାଜଧାନୀ ଲଣ୍ଡନରେ ସିଓ୍ବେଜ ନମୁନାରେ ୍‌ପୋଲିଓ ଭାଇରସ ଟାଇପ-୨ର ସନ୍ଧାନ ମିଳିଛି। ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍‌ ରିପୋର୍ଟ ଅନୁଯାୟୀ, ଡବ୍ଲୁଏଚଓ ଏକ ବିବୃତ୍ତି ଜାରି କରି କହିଛି ଯେ ଏଥିପ୍ରତି ଧ୍ୟାନ ଦେବା ଜରୁରୀ।

୧୯୮୮ଠାରୁ ୧୨୫ ଟି ଦେଶରେ ପୋଲିଓ ସଂକ୍ରମଣ ହୋଇଥିଲା ଏବଂ ସାରା ବିଶ୍ୱରେ ୩୫୦,୦୦୦ ମାମଲା ଚିହ୍ନଟ ହୋଇଥିଲା। ତେବେ ମାମଲାରେ ୯୯ ପ୍ରତିଶତ ହ୍ରାସ ପାଇଛି। ପୋଲିଓ ଭାଇରସର ବିପଜ୍ଜନକ ନମୁନା ବର୍ତ୍ତମାନ କେବଳ ଆଫଗାନିସ୍ତାନ ଏବଂ ପାକିସ୍ଥାନରେ ବିଦ୍ୟମାନ ଅଛି। ୨୦୦୩ରେ, ବ୍ରିଟେନକୁ ପୋଲିଓ ମୁକ୍ତ ଦେଶ ଘୋଷିତ କରାଯାଇଥିଲା। ସେବେଠାରୁ ଏଠାରେ କୌଣସି ନୂଆ ମାମଲା ଆସିନାହିଁ।

ତେବେ ପୋଲିଓ ସମେତ ଅନ୍ୟାନ୍ୟ ବିପଜ୍ଜନକ ରୋଗ ଉପରେ ଦୀର୍ଘ ସମୟ ଧରି ନଜର ରଖାଯାଉଛି। ବ୍ରିଟେନ ସ୍ବାସ୍ଥ୍ୟ ସୁରକ୍ଷା ଏଜେନ୍ସି ଫେବୃଆରୀ ଏବଂ ମେ ମାସରେ ସମାନ କ୍ରମରେ ଜଳ ନିଷ୍କାସନର ନମୁନା ନେଇଥିଲେ। ସେଥି ମଧ୍ୟରୁ ଏହି ଭୂତାଣୁ ଚିହ୍ନଟ ହୋଇଛି। ଡବ୍ଲୁଏଚଓ କହିଛି ଯେ ଲଣ୍ଡନରେ ପୋଲିଓ ଟିକାକରଣ କଭରେଜ ପ୍ରାୟ ୮୭ ପ୍ରତିଶତ ରହିଛି। ଏବେ ଦେଶରେ ସତର୍କ ସୂଚନା ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?