ଲଣ୍ଡନରେ ମିଳିଲା ପୋଲିଓ ଭାଇରସ୍‌, ଡବ୍ଲୁଏଚଓ ଜାରି କଲା ସତର୍କ ସୂଚନା…

ଜେନେଭା, ୨୩।୬ : ଲଣ୍ଡନର ଏକ ସିଓ୍ବେଜ ନମୁନାରେ ପୋଲିଓ ଭାଇରସ ଚିହ୍ନଟ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏବଂ ବ୍ରିଟିଶ ସ୍ବାସ୍ଥ୍ୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଏଥିସହ ଏହି ଘଟଣାର ତଦନ୍ତ ଜାରି ରହିଛି ବୋଲି ସ୍ବାସ୍ଥ୍ୟ ଅଧିକାରୀମାନେ କହିଛନ୍ତି। ଏନେଇ ଡବ୍ଲୁଏଚଓ ପକ୍ଷରୁ ବ୍ରିଟେନରେ ଏକ ସତର୍କ ସୂଚନା ଜାରି କରାଯାଇଛି।

ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ବ୍ରିଟେନରୁ ପୋଲିଓ ଦୂର ହୋଇଯାଇଥିଲା। ସେବେଠାରୁ ପୋଲିଓର କୌଣସି ଗୋଟିଏ ମାମଲା ରୁଜୁ ହୋଇନାହିଁ। ଡବ୍ଲୁଏଚଓ ଏକ ବିବୃତ୍ତିରେ କହିଛି ଯେ ବ୍ରିଟେନର ରାଜଧାନୀ ଲଣ୍ଡନରେ ସିଓ୍ବେଜ ନମୁନାରେ ୍‌ପୋଲିଓ ଭାଇରସ ଟାଇପ-୨ର ସନ୍ଧାନ ମିଳିଛି। ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍‌ ରିପୋର୍ଟ ଅନୁଯାୟୀ, ଡବ୍ଲୁଏଚଓ ଏକ ବିବୃତ୍ତି ଜାରି କରି କହିଛି ଯେ ଏଥିପ୍ରତି ଧ୍ୟାନ ଦେବା ଜରୁରୀ।

୧୯୮୮ଠାରୁ ୧୨୫ ଟି ଦେଶରେ ପୋଲିଓ ସଂକ୍ରମଣ ହୋଇଥିଲା ଏବଂ ସାରା ବିଶ୍ୱରେ ୩୫୦,୦୦୦ ମାମଲା ଚିହ୍ନଟ ହୋଇଥିଲା। ତେବେ ମାମଲାରେ ୯୯ ପ୍ରତିଶତ ହ୍ରାସ ପାଇଛି। ପୋଲିଓ ଭାଇରସର ବିପଜ୍ଜନକ ନମୁନା ବର୍ତ୍ତମାନ କେବଳ ଆଫଗାନିସ୍ତାନ ଏବଂ ପାକିସ୍ଥାନରେ ବିଦ୍ୟମାନ ଅଛି। ୨୦୦୩ରେ, ବ୍ରିଟେନକୁ ପୋଲିଓ ମୁକ୍ତ ଦେଶ ଘୋଷିତ କରାଯାଇଥିଲା। ସେବେଠାରୁ ଏଠାରେ କୌଣସି ନୂଆ ମାମଲା ଆସିନାହିଁ।

ତେବେ ପୋଲିଓ ସମେତ ଅନ୍ୟାନ୍ୟ ବିପଜ୍ଜନକ ରୋଗ ଉପରେ ଦୀର୍ଘ ସମୟ ଧରି ନଜର ରଖାଯାଉଛି। ବ୍ରିଟେନ ସ୍ବାସ୍ଥ୍ୟ ସୁରକ୍ଷା ଏଜେନ୍ସି ଫେବୃଆରୀ ଏବଂ ମେ ମାସରେ ସମାନ କ୍ରମରେ ଜଳ ନିଷ୍କାସନର ନମୁନା ନେଇଥିଲେ। ସେଥି ମଧ୍ୟରୁ ଏହି ଭୂତାଣୁ ଚିହ୍ନଟ ହୋଇଛି। ଡବ୍ଲୁଏଚଓ କହିଛି ଯେ ଲଣ୍ଡନରେ ପୋଲିଓ ଟିକାକରଣ କଭରେଜ ପ୍ରାୟ ୮୭ ପ୍ରତିଶତ ରହିଛି। ଏବେ ଦେଶରେ ସତର୍କ ସୂଚନା ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri