Posted inଫୁରସତ

କରୋନା ଟିକା ନେବା ବେଳେ ହସି ହସି ଗଡ଼ିଲେ ପୋଲିସ ବାବୁ, ନାକେଦମ ହେଲେ ନର୍ସ; ଭିଡିଓ ଦେଖିଲେ..

ମହାମାରୀ କରୋନାଠାରୁ ରକ୍ଷା ପାଇବା ଲାଗି ସାରା ବିଶ୍ୱରେ କରୋନା ଟିକାକରଣ ଅଭିଯାନ ଜାରି ରହିଛି। ପ୍ରଥମ ଥର ପାଇଁ ଟିକା ନେଉଥିବା ଅନେକ ନିଜର ଫଟୋକୁ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରି ଅନ୍ୟଙ୍କୁ ସଚେତନ କରୁଛନ୍ତି। ହେଲେ ଏବେ ଟୁଇଟରରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ନ ହସି ରହିପାରିବେ ନାହିଁ।

ଆଇପିଏସ୍‌ ରୁପିନ୍‌ ଶର୍ମା ନିଜ ଟୁଇଟରରେ ନାଗାଲାଣ୍ଡରେ କରାଯାଉଥିବା ଟିକାକରଣ ସମୟର ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଜଣେ ପୋଲିସ କର୍ମୀଙ୍କୁ ଦେଖିବାକୁ ମିଳୁଛି। ସେ ଟିକା ନେବାକୁ ସେଣ୍ଟରରେ ପହଞ୍ଚିଛନ୍ତି। ହେଲେ ଯେତେବେଳେ ନର୍ସ ତାଙ୍କୁ ଟିକା ଦେବାକୁ ଆସି ଛୁଇଁଛନ୍ତି, ସେ ବଡ଼ ପାଟିରେ ହସିବାରେ ଲାଗିଛନ୍ତି। ଏହାଦେଖି ଅନ୍ୟମାନେ ତାଙ୍କୁ ଟିକା ଦେବାର ଭିନ୍ନ ପ୍ରୟାସ କରିବା ସହ ହସୁଥିବା ନଜର ଆସୁଛି। କ’ଣ ପାଇଁ ବ୍ୟକ୍ତିଜଣଙ୍କ ହସୁଛନ୍ତି ଜଣା ପଡ଼ି ନ ଥିଲେ ହେଁ କେହି କେହି ତାଙ୍କୁ କୁତୁକୁତୁ ଲାଗୁଛି ବୋଲି କହୁଛନ୍ତି। ସେହିଭଳି ଅନ୍ୟମାନେ କରୋନା ଟିକା ଲଗାଉଥିବାରୁ ସେ ନିଜ ଖୁସିକୁ ରୋକି ପାରୁ ନାହାନ୍ତି ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରେ ଝିଅ ବାହାକଲେ ମୁସ୍‌ଲିମ୍‌ ଦମ୍ପତି

କାସାରଗଡ଼: କେରଳରେ ଏକ ମୁସ୍‌ଲିମ୍‌ ପରିବାର ଝିଅର ବିବାହ ହିନ୍ଦୁ ପରମ୍ପରା ଅନୁଯାୟୀ କରାଇ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। କାସାରଗଡ଼ ଜିଲାର...

ଧାନବାଦକୁ ଘାରିଛି କୁକୁର ଭୟ

ଧାନବାଦ: ରାସ୍ତା ସମସ୍ୟା କି ପରିମଳ ସମସ୍ୟାକୁ ନେଇ କୌଣସି ନଗର ନିଗମ ଚିନ୍ତିତ ହେଉଥିବାବେଳେ କୁକୁରଙ୍କୁ ନେଇ ଅସୁବିଧାରେ ପଡିଯାଇଛି ଝାଡ଼ଖଣ୍ଡର ଧାନବାଦ ସହର।...

ଏମିତି ମାସ୍କ, ଯାହା ମୁହଁରୁ ନ ଖୋଲି ଖାଇପାରିବେ ଖାଦ୍ୟ

ସାରା ବିଶ୍ୱରେ କରୋନା ଭାଇରସ୍‌ ତା’ର କାୟା ବିସ୍ତାର କରିସାରିଛି। ଏହି ଭାଇରସ୍‌ ଯୋଗୁ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା...

ଏହି ଅଣ୍ଡର ଓ୍ବାଟର ସୁଡ଼ଙ୍ଗ ସାହାଯ୍ୟରେ ଚାଇନାକୁ ପାନେ ଦେବ ଭାରତ

ନୂଆଦିଲ୍ଲୀ,୨୭ା୭: ବ୍ରହ୍ମପୁତ୍ର ନଦୀରେ ଆସୁଥିବା ବନ୍ୟା ଚାଇନାର ପ୍ରତ୍ୟେକ ଷଡ଼ଯନ୍ତ୍ରକୁ ଶକ୍ତି ପ୍ରଦାନ କରିଥାଏ ଏବଂ ଆମର ସମସ୍ତ ପ୍ରସ୍ତୁତିକୁ ପଛରେ ପକାଇଥାଏ। ଏଥିପାଇଁ ଅରୁଣାଚଳ...

ରାମମନ୍ଦିର ନିର୍ମାଣ ନେଇ ଅଧିକ ଖୁସି ହେଉଛନ୍ତି ରାବଣ

ଫରିଦାବାଦ୍‌, ୨୯।୭: ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମମନ୍ଦିରର ଭୂମି ପୂଜନ କରିବେ। ଏହି ଅବସରରେ ସାଧୁସନ୍ଥଙ୍କ ସମେତ ପ୍ରାୟ ୨୦୦ଜଣ ଅତିଥି...

ଆହତ ହୋଇ ନିଜେ ଡାକ୍ତରଖାନାରେ ପହଞ୍ଚିଲା ମାଙ୍କଡ

ସୋସିଆଲ ମିଡିଆରେ ଏକ ମାଙ୍କଡର ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଏକ ମାଙ୍କଡ ଆହତ ହୋଇ ନିଜେ ଡାକ୍ତରଖାନା ଯାଇଥିବା ଦେଖିବାକୁ ମିଳିଛି। ମାଙ୍କଡଟି...

କଣ୍ଢେଇ ସ୍ତ୍ରୀ

ସବୁ ପୁରୁଷ ଚାହାନ୍ତି ଜୀବନସାଥୀ ଗୁଣବତୀ ହେବା ସହ ମନକୁ ବୁଝିବା ଭଳି ହୋଇଥିବା ଜରୁରୀ। କାମରୁ ଫେରିଲେ ସ୍ନେହରେ ଗଣ୍ଡେ ବାଢି ଦେଉଥିବ। ଦେହ...

ପ୍ରଥମ ଡୋଜ୍‌ କୋଭିଶିଲ୍ଡ,, ଦ୍ୱିତୀୟ ଡୋଜ୍‌ କୋଭାକ୍ସିନ୍‌ ନେଲେ ୨୦ ଗ୍ରାମବାସୀ: ହରଡ଼ଘଣାରେ ପ୍ରଶାସନ…

ଲକ୍ଷ୍ନୌ,୨୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଲୋକଙ୍କୁ କୋଭାକ୍ସିନ୍‌ ଅବା କୋଭିଶିଲ୍ଡର ପ୍ରଥମ ଏବଂ...

Advertisement
Archives

Model This Week