ନୋ-ପାର୍କିଂରୁ ଗାଡ଼ି ଉଠାଇଲା ପୋଲିସ

ବ୍ରହ୍ମପୁର ଅଫିସ,୫।୬: ବ୍ରହ୍ମପୁର ସହରର ବିଭିନ୍ନ ଥାନା ଅଞ୍ଚଳର ନୋ-ପାର୍କିଂରେ ରଖାଯାଉଥିବା ଗାଡ଼ି ହଟାଇବା ଅଭିଯାନ ଟ୍ରାଫିକ୍‌ ପୋଲିସ ଆରମ୍ଭ କରିଛି। ଏଣୁ ଟ୍ରାଫିକ୍‌ ପୋଲିସ ନୋ-ପାର୍କିଂରେ ଥିବା ଗାଡ଼ି ଉଠାଇବା ସହ ଖିଲାପକାରୀ ମାନଙ୍କଠାରୁ ଜରିମାନା ଆଦାୟ କରିଛି। ନିର୍ଦ୍ଧାରିତ ପାର୍କିଂସ୍ଥଳରେ ଗାଡି ନ ରଖି ରାସ୍ତାକଡ଼ରେ ଯେ କୌଣସି ସ୍ଥାନରେ ପାର୍କିଂ କରିଥିବା ୨୦୮ ଗାଡି ଚାଳକଙ୍କଠାରୁ ୫୦୦ ଟଙ୍କା ଲେଖାଏ ଜରିମାନା ଆଦାୟ କରିଛି। ଦୁଇଦିନରେ ଟ୍ରାଫିକ ପୋଲିସ ୧ ଲକ୍ଷ ୪ ହଜାର ଟଙ୍କା ଆଦାୟ କରିଥିବା ସୂଚନା ମିଳିଛି। ଗତ ଗୁରୁବାରଠାରୁ ଟ୍ରାଫିକ୍‌ ପୋଲିସ ବ୍ରହ୍ମପୁର ସହରରେ ଘୂରି ବୁଲି ନୋ-ପାର୍କିଂସ୍ଥଳରୁ ଗାଡି ଉଠାଇବା ସହ ଚାଳକଙ୍କଠାରୁ ଜରିମାନା ଆଦାୟ କରୁଛି। ଗୁରୁବାର ୧୦୩ ଗାଡି ନୋ-ପାର୍କିଂସ୍ଥଳରୁ ଉଠାଇଥିବା ବେଳେ ଶୁକ୍ରବାର ୧୦୫ ଗାଡ଼ି ଉଠାଇଥିଲା ବୋଲି ପୋଲିସ ସୂଚନା ଦେଇଛି। ଏନେଇ ଟ୍ରାଫିକ ଥାନାଧିକାରୀ ସୁନୀଲ ବେହେରା କହିଛନ୍ତି, ଲୋକମାନେ ପାର୍କିଂସ୍ଥଳରେ ଗାଡିନରଖି ମନଇଚ୍ଛା ଏଣେତେଣେ ପାର୍କିଂ କରୁଥିବାରୁ ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଫଳରେ ଲୋକମାନଙ୍କର ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ ପୋଲିସ ପକ୍ଷରୁ ଏଭଳି ଅଭିଯାନ ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି। ବିଶେଷକରି ବାଇକ୍‌ ଚାଳକମାନେ ମନଇଚ୍ଛା ପାର୍କିଂ ନ କରି ନିର୍ଦ୍ଧାରିତ ସ୍ଥଳରେ ସେମାନଙ୍କ ଗାଡି ପାର୍କିଂ କରିବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ସିଲ୍କସିଟି ଫେଷ୍ଟ

ବ୍ରହ୍ମପୁର ଅଫିସ,୧୪ା୧: ପୁରୁଷ ହକି ବିଶ୍ୱକପ ଅବସରରେ ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ଜିଲା ପ୍ରଶାସନର ମିଳିତ ସହଯୋଗରେ ଶୁକ୍ରବାରଠାରୁ ୟୁସିପି ଇଞ୍ଜିନିୟରିଂ ସ୍କୁଲ...

ଚିତ୍ରରେ କରୋନା ସଚେତନତା ବାର୍ତ୍ତା

ଶେରଗଡ଼,୩ା୪(ଡି.ଏନ୍‌.ଏ.): କରୋନା ସଚେତନତା ଲାଗି ସମଗ୍ର ଦେଶବାସୀ ଯେମିତି ଅଣ୍ଟା ଭିଡ଼ିଛନ୍ତି। ସମସ୍ତଙ୍କୁ ସରକାର ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ଏହି ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କ...

ମାସ୍କ କିଣା ଦୁର୍ନୀତିର ତଦନ୍ତ ଦାବି କଲା କଂଗ୍ରେସ: ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଛତ୍ରପୁର,୧୧ା୬(ଡି.ଏନ୍‌.ଏ.): ଓଡ଼ିଶାରେ କରୋନା ମହାମାରୀ ବେଳେ ମାସ୍କ କିଣା ନେଇ ଦୁର୍ନୀତି ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଏହାର ତଦନ୍ତ ପାଇଁ କଂଗ୍ରେସ ଦାବି...

ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୪ ଗିରଫ

ବ୍ରହ୍ମପୁର ଅଫିସ,୨୩ା୯-ପୂର୍ବଶତ୍ରୁତାରୁ ଜଣେ ବ୍ୟବସାୟୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ସଦର ଥାନା ପୋଲିସ ୪ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ମଙ୍ଗଳା...

ଶିକୁଳା ଦଣ୍ଡନାଚରେ ଅଘଟଣ: ବିଦ୍ୟୁତ ଆଘାତରେ ଚାଲିଗଲା ଦିବ୍ୟାଙ୍ଗଙ୍କ ଜୀବନ

ପୁରୁଷୋତ୍ତମପୁର,୧୬ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଶନିବାର ରାତିରେ ଦୁଇଟି ଦଳର ଦଣ୍ଡନାଚ ଚାଲିଥିଲା। ଏହାକୁ ଦେଖିବା ଲାଗି ଶହ ଶହ...

ଗଞ୍ଜାମରେ ପୁଣି ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ

ବ୍ରହ୍ମପୁର ଅଫିସ,୧୧ା୪-ଗଞ୍ଜାମ ଜିଲାବାସୀଙ୍କୁ ପୁଣିଥରେ କରୋନା ଭୟ ଘାରିଛି। ଦୀର୍ଘଦିନ ପରେ ମଙ୍ଗଳବାର ଜିଲାରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହାକି ଚଳିତ ବର୍ଷର...

ଶ୍ରମ ଆଇନ ସଂଶୋଧନକୁ ବିରୋଧ:ଇପିଏଫ ଅଫିସ ଆଗରେ ସିଟୁର ବିକ୍ଷୋଭ

ବ୍ରହ୍ମପୁର ଅଫିସ,୩ା୮-କେନ୍ଦ୍ର ସରକାରଙ୍କ ପ୍ରଚଳିତ ଶ୍ରମ ଆଇନ ସଂଶୋଧନ ପ୍ରତିବାଦରେ ସେଣ୍ଟର ଅଫ ଇଣ୍ଡିଆନ ଟ୍ରେଡ ୟୁନିୟନସ (ସିଟୁ) ଗଞ୍ଜାମ ଜିଲା କମିଟି ପକ୍ଷରୁ ଶୁକ୍ରବାର...

ମହିଳାଙ୍କୁ ପ୍ରତାରଣା, ଯୁବକ ଗିରଫ

ବ୍ରହ୍ମପୁର ଅଫିସ,୧୯ା୯: ଜଣେ ଦଳିତ ମହିଳାଙ୍କୁ ପ୍ରତାରଣା କରିବା ସହ ତାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ ଯୁବକଙ୍କୁ...

Advertisement
Archives

Model This Week