ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ଆବର୍ଜନାରେ ଭର୍ତ୍ତି

ଫୁଲବାଣୀ ଅଫିସ,୫।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଫୁଲବାଣୀ ସହର ଦିନକୁ ଦିନ ଅସ୍ବଚ୍ଛ ହେବାରେ ଲାଗିଛି ା ସହରର ଅନେକ ସ୍ଥାନ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ରହିଛି। ବ୍ଲକ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖକୁ ଦେଖିଲେ କେହି ବିଶ୍ୱାସ କରିପାରିବ ନାହିଁ। ପୌର ପରିଷଦ ଅଧିକାରୀଙ୍କଠାରୁ ଆରମ୍‌ କରି ବିଡିଓ, ତହସିଲଦାର ସବୁ ଦେଖୁଥିଲେ ହେଁ କ’ଣ ପାଇଁ ଚୁପ ବସିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ଏତେ ଅପରିସ୍କାର ଅପରିଚ୍ଛନ ହୋଇଛି ଯେ, ସେଠାରେ ଜଣେ ମୂହୂର୍ତ୍ତ ପାଇଁ ଠିଆ ହୋଇ ପାରିବ ନାହିଁ ା ଅନ୍ୟପଟେ ରାତିରେ ଲୋକେ ଏହା ରାସ୍ତା ପାଖ ଏବଂ ପଡିଥିବା ସିମେଣ୍ଟ ବେଞ୍ଚରେ ବସିବାକୁ ଯାଇ ହଟହଟା ହେଉଛନ୍ତି। ଗୋଡଠାରୁ ଆଣ୍ଠୁ ତଳକୁ ଡ୍ରେସ ଆବର୍ଜନା ପାଣିରେ ଭିଜି ଯାଉଛି ା କେହି କେହି ଅସାବଧାନ ବସଃତ ତଳେ ପଡି ଯାଉଛନ୍ତି। କେନ୍ଦ୍ର ଓ ରାଜ୍ୟରକାର ‘ସ୍ବଚ୍ଛ ଭାରତ ଅଭିଯାନ’କୁ ଗୁରୁତ୍ୱ ଦେଉଛନ୍ତି। ଫୁଲବାଣୀ ପୌର ପରିଷଦ ଏହି ସ୍ବଚ୍ଛ ଭାରତ ଅଭିଯାନର ବହୁ ଦୁରରେ । ଏଠାରେ ୭୦ ଜଣ ସଫେଇ କର୍ମଚାରୀ ଥିଲେ ମଧ୍ୟ ସଫେଇ କାର୍ଯ୍ୟ ଠିକ୍‌ ହେଉ ନ ଥିବା ଅଭିଯୋଗ ହେଇଛି। ଜିଲାର ଅଧିକାଂଶ କାର୍ଯ୍ୟାଳୟ ପାଖରେ କୁଢ କୁଢ ଆବର୍ଜନା ପଡ଼ି ରହିଛି। ଫୁଲବାଣୀ ବ୍ଲକ ଓ ତହସିଲ ମୁଖ୍ୟ ଗେଟ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଥିବା ଡ୍ରେନ୍‌ ବହୁଦିନ ଧରି ପୋତି ହୋଇ ରହିଛି। ଫଳରେ ରାସ୍ତା ଉପର ପାଣି ନିଷ୍କାସନ ହୋଇ ନ ପାରି ଜମି ରହୁଛି। ଦିର୍ଘ ଦିନ ହେବ ଏହି ସ୍ଥାନକୁ ସଫେଇ କରାଯାଉନାହିଁ ା ଆଗକୁ ବର୍ଷା ଋତୁ ା ସଫେଇ କେବେ ହେବ ବୋଲି ସହରବାସୀ ପ୍ରଶ୍ନ କରିଛନ୍ତି। ଏ ନେଇ ପୌର ପରିଷଦ ଯନ୍ତ୍ରୀ ନୀଳକଣ୍ଠ ନାୟକଙ୍କୁ ପଚାରିବାରୁ ସେଠାରେ ଡ୍ରେନ ଅଛି କି ନାହିଁ ଜଣାପଡୁନି ା ପୂର୍ବରୁ ରାସ୍ତା ବେଳେ ଡ୍ରେନ୍‌ ପ୍ଲାନିଂ ପୂର୍ତ୍ତ ବିଭାଗ କରିଥିଲା। ତାଙ୍କ ଯନ୍ତ୍ରୀଙ୍କୁ ଏ ବିଷୟରେ ଜଣାଇ ଦିଆଯାଇଛି। ସେମାନେ ଆସି ଅନୁଧ୍ୟାନ କରିଛନ୍ତି ା ଶୀଘ୍ର କାର୍ଯ୍ୟ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ପୂର୍ବତନ ପ୍ରଧାନଶିକ୍ଷକଙ୍କ ସମେତ ୨ଜଣଙ୍କୁ ଜେଲ ଦଣ୍ଡାଦେଶ

ଫୁଲବାଣୀ ଅଫିସ,୧୨।୫: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ ମାମଲାର ବିଚାର କରି ଶୁକ୍ରବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ସମର ବିଳାସ ବେହେରା ଘଟଣାରେ ସମ୍ପୃକ୍ତ...

ଦାରିଙ୍ଗବାଡ଼ିରେ ଶୀତ କମିଲା: ତାପମାତ୍ରା ୧୨ ଡିଗ୍ରୀ, ଘନ କୁହୁଡ଼ି

ଦାରିଙ୍ଗବାଡ଼ି,୨୦।୧୧(ଡି.ଏନ୍‌.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଗତ ୩ ଦିନ ହେଲା ତାପମାତ୍ରା ୯.୫ରୁ ବୃଦ୍ଧି ପାଇ ୧୨ ଡିଗ୍ରୀରେ ରହିଛି। ଫଳରେ ଶୀତ...

ଲକ୍‌ଡାଉନ୍‌ ମାନୁନାହାନ୍ତି ଲୋକେ, ସାଧାରଣରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୩ା୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ପ୍ରତିହତ ପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିପାଇଁ ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତିବିଶେଷଙ୍କୁ ନିଜ ଘରେ ସଙ୍ଗରୋଧ ହୋଇ ରହିବାକୁ...

ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଇକୋ ରିଟ୍ରିଟ୍‌ କାର୍ଯ୍ୟ

ଦାରିଙ୍ଗବାଡ଼ି,୨୩ା୧୦(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏବେ ଦୁଇଦିନ ହେଲା ଶୀତ ଅନୁଭୂତ ହେଉଛି। ତାପମାତ୍ରା ତଳମୁହାଁ ହୋଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପାର୍ବଣ...

ଫେରାର୍‌ ବଳାତ୍କାର ଅଭିଯୁକ୍ତ ଗିରଫ

ଦାରିଙ୍ଗବାଡ଼ି,୨୧।୧(ଡି.ଏନ.ଏ): ଏକ ବଳାତ୍କାର ମାମଲାରେ ସମ୍ପୃକ୍ତ ଥାଇ ୧୨ ବର୍ଷ ଧରି ଫେରାର୍‌ ଥିବା ଅଭିଯୁକ୍ତଙ୍କୁ ସୋମବାର ଦାରିଙ୍ଗବାଡ଼ି ଥାନା ପୋଲିସ ଗିରଫ କରିଛି। ସେ...

କନ୍ଧମାଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩: ଦିନକରେ ୭ ଚିହ୍ନଟ, ଜଣଙ୍କୁ ନେଇ ଚିନ୍ତା

ଫୁଲବାଣୀ ଅଫିସ, ୨୭ା୫-କନ୍ଧମାଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଗୋଟିଏ ଦିନରେ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଜିଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା...

କଫିବଗିଚା, ଜଳପ୍ରପାତ ବୁଲିଲେ ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୧୬।୩(ଡି.ଏନ୍‌.ଏ.) ସାରା ପୃଥିବୀରେ ଏବେ କରୋନା ଭୟ। ରାଜ୍ୟ ବିପର୍ଯ୍ୟୟ ଘୋଷଣା ପରେ କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ସମସ୍ତ ନିର୍ଦ୍ଦେଶକୁ କଡାକଡି ପାଳନ...

ଶର୍ଟସର୍କିଟ ଯୋଗୁ ବାଇକରେ ଲାଗିଲା ନିଆଁ

ଦାରିଙ୍ଗବାଡି,୨୭ା୩(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ଥାନା କୁମ୍ଭବଜାରଠାରେ ଏକ ବାଇକରେ ଅଚାନକ ନିଆଁ ଲାଗିଯାଇଥିଲା। ନିଆଁ ଦେଖି ବାଇକ୍‌ ଚାଳକ ପାଟି କରବାରୁ ସାହିଲୋକେ ପହଞ୍ଚତ୍ ଲିଭାଇବା ପାଇଁ...

Advertisement
Archives

Model This Week