Posted inଜାତୀୟ

ପୋଲିସ, ବିକ୍ଷୋଭକାରୀ ସଂଘର୍ଷ

ଇମ୍ଫାଲ,୨୮ା୯: ଜାତିଆଣ ହିଂସା ପ୍ରଭାବିତ ମଣିପୁରରେ ମେଇତି ସମ୍ପ୍ରଦାୟର ନିଖୋଜ ଛାତ୍ରୀ ଲୁଓ୍ବାଙ୍ଗ୍‌ବି ହିଜାମ୍‌ ଏବଂ ଛାତ୍ର ଫିଜାମ୍‌ ହେମନ୍‌ଜିତଙ୍କୁ ଅପହରଣ ଓ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ଉତ୍ତେଜନା ପ୍ରକାଶ ପାଇ ସ୍ଥିତି ଅଣାୟତ୍ତ ହୋଇଛି। ଇମ୍ଫାଲରେ ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ଛାତ୍ରୀଛାତ୍ରମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୋଲିସ ସେମାନଙ୍କୁ ଘଉଡ଼ାଇବାକୁ ଯାଇ ଲୁହବୁହା ବାଷ୍ପ ପ୍ରୟୋଗ ସହ ଲାଠିମାଡ଼ କରିଛି। ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷର ଅନେକେ ଆହତ ହୋଇଛନ୍ତି। ସଂଘର୍ଷ ପରେ ତତ୍କାଳ ରାଜଧାନୀରେ କର୍ଫ୍ୟୁ ଜାରି କରାଯାଇଛି।

ଜୁଲାଇ ୬ରେ ମେଇତି ସମ୍ପ୍ରଦାୟର ଲୁଓ୍ବାଙ୍ଗ୍‌ବି ହିଜାମ୍‌ ଏବଂ ଫିଜାମ୍‌ ହେମନ୍‌ଜିତ ନିଖୋଜ ହୋଇଯାଇଥିଲେ। ଜଙ୍ଗଲରେ ଥିବା ଏକ ସଶସ୍ତ୍ର ଗୋଷ୍ଠୀର ଶିବିରରେ ଉଭୟେ ବସିଥିବାବେଳେ ୨ ଜଣ ବନ୍ଧୁକଧାରୀ ସେମାନଙ୍କ ପଛରେ ଛିଡ଼ା ହୋଇଥିଲେ। ଏହି ଫଟୋ ସୋମବାର ସାମ୍ନାକୁ ଆସିଥିଲା। ଏହା ପରେ ଲୁଓ୍ବାଙ୍ଗ୍‌ବି ଏବଂ ଫିଜାମ୍‌ଙ୍କ ମୃତଦେହ ତଳେ ପଡ଼ିଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଥିଲା। କୁକି ଉଗ୍ରପନ୍ଥୀମାନେ ଦୁହିଁଙ୍କୁ ଅପହରଣ ପରେ ହତ୍ୟା କରିଥିବା ରାଜ୍ୟ ସରକାର ସୂଚନା ଦେଇଥିଲେ। ବିକ୍ଷୋଭକାରୀମାନେ ବୁଧବାର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂଙ୍କ ବାସଭବନ ଆଡ଼କୁ ଶୋଭାଯାତ୍ରାରେ ଯାଉଥିବାବେଳେ ପୋଲିସ କାଙ୍ଗ୍‌ଲା ଗେଟ୍‌ ନିକଟରେ ଅଟକାଇଥିଲା। ଫଳରେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଅନେକ ବିକ୍ଷୋଭକାରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ କେତେଜଣ ଗୁରୁତର ଥିବା ଜଣାପଡ଼ିଛି।

୬ ମାସ ବଢ଼ିଲା ଏଏଫ୍‌ଏସ୍‌ଏ

ମଣିପୁରକୁ ପୁଣି ଉତ୍ତେଜନା ଫେରିଥିବାରୁ ଉଗ୍ରପନ୍ଥୀ ଓ କଠୋରପନ୍ଥୀ ଗୋଷ୍ଠୀଙ୍କ କାର୍ଯ୍ୟକାଳପକୁ ଦୃଷ୍ଟିରେ ରଖି ସରକାର ରାଜ୍ୟକୁ ଅସ୍ଥିର ଅଞ୍ଚଳ ଘୋଷଣା କରିଛନ୍ତି। ରାଜ୍ୟପାଳ ରାଜ୍ୟରେ ସଶସ୍ତ୍ର ବଳ (ସ୍ବତନ୍ତ୍ର କ୍ଷମତା) ଆଇନ (ଏଏଫ୍‌ଏସ୍‌ଏ)କୁ ଆଉ ୬ ମାସ ପାଇଁ ବୃଦ୍ଧି କରିଛନ୍ତି। ଏହି ବିବାଦୀୟ ଆଇନ ଅକ୍ଟୋବର ୧ରୁ ଲାଗୁ ହେବ। ତେବେ ଇମ୍ଫାଲ ଉପତ୍ୟକା ଅଧୀନ ୧୯ ଥାନା ଅଞ୍ଚଳରେ ଏହା ଲାଗୁହେବ ନାହିଁ ବୋଲି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।

ଇମ୍ଫାଲରେ ସିବିଆଇ ଟିମ୍‌

ଇତିମଧ୍ୟରେ ଘଟଣାର ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସ୍ବତନ୍ତ୍ର ନିର୍ଦ୍ଦେଶକ ଅଜୟ ଭଟ୍ଟନାଗରଙ୍କ ନେତୃତ୍ୱରେ ଏକ ଟିମ୍‌ ଇମ୍ଫାଲରେ ପହଞ୍ଚତ୍ ତନାଘନା ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାର ଏହି ମାମଲାକୁ ନେଇ ସମ୍ବେଦନଶୀଳ ଅଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତଦନ୍ତ ପାଇଁ ସିବିଆଇ ଟିମ୍‌ ପଠାଇଛନ୍ତି।

ଅଯୋଗ୍ୟ ମୁଖ୍ୟମନ୍ତ୍ରୀଙ୍କୁ ବହିଷ୍କାର କର

ଭାଜପା ଯୋଗୁ ୧୪୭ ଦିନ ହେଲା ମଣିପୁର ଯୁଦ୍ଧଭୂମିରେ ପରିଣତ ହୋଇଛି। ରାଜ୍ୟରେ ମହିଳା ବିରୋଧୀ ହିଂସା ବଢ଼ୁଥିବାବେଳେ ଶିଶୁମାନଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି। ସ୍ଥିତି ନିୟନ୍ତ୍ରଣ କରିବାରେ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଭାଜପାର ଏହି ଅଯୋଗ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ବହିଷ୍କାର କରନ୍ତୁ।
-ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ଅଧ୍ୟକ୍ଷ

ଅପରାଧୀଙ୍କୁ ଛଡ଼ାଯିବ ନାହିଁ: ଭାଜପା

ମଣିପୁରରେ ୨ ଛାତ୍ରୀ ଓ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା କରିଥିବା ଅପରାଧୀଙ୍କୁ ଛଡ଼ାଯିବ ନାହିଁ। ସ୍ବରାଷ୍ଟ୍ରମନ୍ତ୍ରୀ ସିବିଆଇ ଅଧିକାରୀମାନଙ୍କ ଏକ ଟିମ୍‌କୁ ତଦନ୍ତ ପାଇଁ ପଠାଇଛନ୍ତି। ପୀଡ଼ିତ ପରିବାରକୁ ଯଥାଶୀଘ୍ର ସମ୍ଭବ ନ୍ୟାୟ ପ୍ରଦାନ କରାଯିବ।
-ସମ୍ବିତ ପାତ୍ର, ଭାଜପା ମୁଖପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?