Posted inଜାତୀୟ

ଦୁର୍ନୀତି ଯୋଗୁ ପୋଲିସ ଛବି ଖରାପ

ନୂଆଦିଲ୍ଲୀ,୨ା୪: ଦୁର୍ନୀତି, ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ନିରପେକ୍ଷତାର ଅଭାବ ଓ ରାଜନେତାଙ୍କ ସହ ଘନିଷ୍ଠ ସମ୍ପର୍କ ଯୋଗୁ ପୋଲିସର ଛବି ଖରାପ ହୋଇଯାଇଛି। ତେଣୁ ଅସୁବିଧାରେ ପଡ଼ିଥିବା ଲୋକେ ଜରୁରୀ ସମୟରେ ପୋଲିସ ନିକଟକୁ ଯିବା ପାଇଁ କୁଣ୍ଠାବୋଧ କରୁଛନ୍ତି ବୋଲି ଶୁକ୍ରବାର ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନା କହିଛନ୍ତି। ସେହିପରି ସିବିଆଇ ଉପରେ ମଧ୍ୟ ସିଜେଆଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସିବିଆଇର କାର୍ଯ୍ୟାନୁଷ୍ଠାନ ଓ ନିଷ୍କ୍ରିୟତା ଏହାର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସିବିଆଇ ଭଳି ଏଜେନ୍ସିଗୁଡ଼ିକୁ ଗୋଟିଏ ଛାତ ତଳକୁ ଆଣିବା ପାଇଁ ଏକ ସ୍ବୟଂଶାସିତ ସଂସ୍ଥା ଗଠନ ଆବଶ୍ୟକ ବୋଲି ଜଷ୍ଟିସ୍‌ ରମନା ମତ ରଖିଛନ୍ତି।
ରୋଲ୍‌ ଆଣ୍ଡ୍‌ ରେସ୍‌ପନ୍ସିବିଲିଟିଜ୍‌ ଅଫ୍‌ ଇନ୍‌ଭେଷ୍ଟିଗେଟିଭ୍‌ ଏଜେନ୍ସିଜ୍‌’ ଶୀର୍ଷକ ଊନବିଂଶ ଡି.ପି. କୋହଲି ବକ୍ତୃତାମାଳାକୁ ସମ୍ବୋଧନ କରି ଜଷ୍ଟିସ୍‌ ରମନା କହିଛନ୍ତି, ଶାସନ ବଦଳିବା ପରେ ପୋଲିସ ଅଧିକାରୀମାନଙ୍କୁ ହଇରାଣ କରାଯାଉଥିବା ନେଇ ଅନେକ ସମୟରେ ସେମାନେ ଆମକୁ ଗୁହାରି କରିଥାଆନ୍ତି। ସେମାନେ ବୁଝିବା ଦରକାର ଯେ, ରାଜନୈତିକ କାର୍ଯ୍ୟନିର୍ବାହୀମାନେ ସମୟକ୍ରମେ ବଦଳିବେ। କିନ୍ତୁ ପୋଲିସ ଅଧିକାରୀମାନେ ସ୍ଥାୟୀ ଭାବେ ରହିଥିବେ। ୫୦ରୁ ଊର୍ଦ୍ଧ୍ୱ ବର୍ଷ ହେଲା ପୋଲିସ ସଂସ୍କାର ସରକାରଙ୍କ କାର୍ଯ୍ୟସୂଚୀରେ ରହିଆସିଛି। କିନ୍ତୁ ଅଦ୍ୟାବଧି ଏଦିଗରେ କିଛି ଅଗ୍ରଗତି ହୋଇନାହିଁ। ସ୍ବାଧୀନତା ପରବର୍ତ୍ତୀ ସମୟରେ ସମାଜରେ ନାଟକୀୟ ପରିବର୍ତ୍ତନ ଆସିଛି। ପୋଲିସ ବ୍ୟବସ୍ଥାରେ ସଂସ୍କାର ସାମ୍ପ୍ରତିକ ଦୃଶ୍ୟପଟ ଅନୁଯାୟୀ କରାଯିବା ଜରୁରୀ। ଗଣତାନ୍ତ୍ରିକ ପୋଲିସ ବ୍ୟବସ୍ଥା ପାଇଁ ରାଜନୈତିକ ଇଚ୍ଛାଶକ୍ତି ଆବଶ୍ୟକ। ପୋଲିସ ବାହିନୀର ଭିତ୍ତିଭୂମିରେ ବଡ଼ ପରିବର୍ତ୍ତନ ଲୋଡ଼ା ହେଉଥିବା ବିଷୟ ସରକାରୀ ରିପୋର୍ଟଗୁଡ଼ିକରେ ସ୍ବୀକାର କରାଯାଇଛି। କିନ୍ତୁ ଆମ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଏକ ସାଧାରଣ ଆଇନ ଦ୍ୱାରା ପରିଚାଳିତ ହେଉନାହାନ୍ତି। ଅନୁଷ୍ଠାନ ହିସାବରେ ଆମକୁ ସାମାଜିକ ବୈଧତା ହାସଲ କରିବାକୁ ପଡ଼ିବ। ପୋଲିସ ଅପରାଧ ନିରାକରଣ ସହ ଆଇନଶୃଙ୍ଖଳା ବଜାୟ ରଖିବା ଉପରେ କାର୍ଯ୍ୟ କରୁ ବୋଲି ସିଜେଆଇ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ ଚାଷୀ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri