ରାଜ୍ୟ ଖଣି ରାଜସ୍ବକୁ ଜେଏସ୍‌ଡବ୍ଲ୍ୟର ସର୍ବାଧିକ ଯୋଗଦାନ

କୁଜଙ୍ଗ,୨ା୪(ଡି.ଏନ୍‌.ଏ.): ଚଳିତ ବର୍ଷ ଓଡ଼ିଶା ସରକାରଙ୍କ ଦ୍ୱାରା ଆଦାୟ ହୋଇଥିବା ମୋଟ ଖଣି ରାଜସ୍ବରେ ଜେଏସ୍‌ଡବ୍ଲ୍ୟୁ ପୁଣି ସର୍ବାଧିକ ଯୋଗଦାନକାରୀ ହୋଇପାରିଛି। ଚଳିତ ଆର୍ଥିକ ବର୍ଷରେ ଜେଏସ୍‌ଡବ୍ଲ୍ୟୁ ଖଣି ରାଜସ୍ବ ବାବଦକୁ ୧୮ହଜାର ୨୮୪କୋଟି ଟଙ୍କା ଦେଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ କେବଳ ବିଡ୍‌ ପ୍ରିମିୟମ ମାଧ୍ୟମରେ କମ୍ପାନୀ ୧୧ହଜାର ୬୮୬ କୋଟି ଟଙ୍କାର ରିଟର୍ନ ଦେଇଛି। ଗତ ଆର୍ଥିକ ବର୍ଷରେ ଜେଏସ୍‌ଡବ୍ଲ୍ୟୁର ମୋଟ ଖଣିଜ ରାଜସ୍ବ ୩ ହଜାର ୬୫୦ କୋଟି ଟଙ୍କା ଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ଏଥିରେ ଆଖିଦୃଶିଆ ବୃଦ୍ଧି ଘଟିଛି। ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ ନିଲାମ ନେଇଥିବା କ୍ୟାପ୍ଟିଭ୍‌ ଖଣିରୁ ପ୍ରିମିୟମ ଏବଂ ଅନ୍ୟାନ୍ୟ ବକେୟା ବାବଦ ରାଜସ୍ବ ରାଜ୍ୟ ସରକାରଙ୍କ ଦ୍ୱାରା ଆଦାୟ ହୋଇଥିବା ମୋଟ ଖଣିଜ ରାଜସ୍ବର ୫୨.୫ ପ୍ରତିଶତ ବା ୨୪ହଜାର ୧୭୧କୋଟି ଟଙ୍କା। ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ କ୍ୱାର୍ଟର ତଥା ଶେଷ ତ୍ରୈମାସିକ ରାଜସ୍ବ ଡାଟା ଅନୁସାରେ ଜେଏସ୍‌ଡବ୍ଲ୍ୟୁ ଏହାର କ୍ୟାପ୍ଟିଭ ଖଣିରୁ ସମସ୍ତ ବକେୟା ପ୍ରଦାନ ସହ ରାଜକୋଷକୁ ୩ ହଜାର ୫୧୭ କୋଟି ଟଙ୍କାର ଯୋଗଦାନ ଦେଇଛି।
ସୂଚନା ଯୋଗ୍ୟ, ମାର୍ଚ୍ଚରେ ରାଜ୍ୟ ଖଣି ରାଜକୋଷରେ ଜେଏସ୍‌ଡବ୍ଲ୍ୟୁର ଯୋଗଦାନ ୧ହଜାର ୯ଶହ କୋଟି ଟଙ୍କା ପାର କରିଥିଲା। ନିକଟରେ ଆଗତ ହୋଇଥିବା ଅନ୍ତରୀଣ ବଜେଟ ଅନୁସାରେ ଖଣି ରାଜସ୍ବ ରାଜ୍ୟର ନିଜସ୍ବ ମୋଟ ଅଣ ଟିକସ ରାଜସ୍ବର ୯୦ ପ୍ରତିଶତ। ନିଲାମ ବ୍ଲକଗୁଡ଼ିକରୁ ଆଦାୟ ଖଣିଜ ରାଜସ୍ବ ସମ୍ପ୍ରତି ରାଜ୍ୟ ଅର୍ଥନୀତିକୁ ସୁଦୃଢ କରିପାରିଛି। ବିଶେଷକରି ଜେଏସ୍‌ଡବ୍ଲ୍ୟୁ ଓଡ଼ିଶାରେ ଖଣି ନିଲାମ ନେବାରେ ସର୍ବାଗ୍ରେ ରହିଛି ଏବଂ ରାଜ୍ୟ ତଥା ରାଜ୍ୟବାସୀଙ୍କ ଅଭିବୃଦ୍ଧି ଲକ୍ଷ୍ୟକୁ ଗୁରୁତ୍ୱ ଦେଇ ଆସୁଛି। ଆହୁରି ମଧ୍ୟ ଚଳିତ ଆର୍ଥିକ ବର୍ଷରେ ଜେଏସ୍‌ଡବ୍ଲ୍ୟୁ ନିଲାମ ନେଇଥିବା ଖଣିରୁ ଉପତ୍ାଦନ ୨୪.୧ ମେଟ୍ରିକ ଟନ୍‌ ଥିବା ବେଳେ ଉପତ୍ାଦ ପ୍ରେରଣ ୨୧.୩ମେଟ୍ରିକ ଟନ୍‌ ରହିଥିବାର ଜଣାପଡ଼ିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଉପତ୍ାଦନ ଓ ଡେସ୍‌ପାଚ ଯଥାକ୍ରମେ ୧୬.୬୬ ଏବଂ ୯.୬୭ ମେଟ୍ରିକ ଟନ୍‌ ରହିଥିଲା। କରୋନା ମହାମାରୀ ଯୋଗୁ ସମସ୍ତ ଯୋଗାଣ ଶୃଙ୍ଖଳ ବ୍ୟାହତ ହୋଇଥିବା ବେଳେ ଜେଏସ୍‌ଡବ୍ଲ୍ୟୁ ଏହାର ଖଣି କାର୍ଯ୍ୟ ଆରମ୍ଭ କରିଥିଲା। କ୍ରମେ ଏହାର ଉପତ୍ାଦନ ବୃଦ୍ଧି ଜାରିରଖି ଗୋଟିଏ ଦିନରେ ୧ଲକ୍ଷ ଟନ୍‌ ଲୁହାପଥର ପରିବହନ ତଥା ପ୍ରେରଣ କରିବାର ମାଇଲ ଖୁଣ୍ଟ ହାସଲ କରିଛି। ଖଣିଜ ରାଜସ୍ବରେ ଆଖିଦୃଶିଆ ବୃଦ୍ଧିଯୋଗୁ ଏହି ମଧ୍ୟବର୍ତ୍ତିକାଳୀନ ବଜେଟରେ ଗ୍ରାମୀଣ ବିକାଶ ପାଇଁ ଅଧିକ ବ୍ୟୟ ବରାଦ କରାଯାଇଛି। ତେଣୁ ଉନ୍ନତ ଓ ସମୃଦ୍ଧ ଓଡ଼ିଶା ଗଠନରେ ସହଭାଗିତା ପାଇଁ ଜେଏସ୍‌ଡବ୍ଲ୍ୟୁ ଗର୍ବିତ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri