ରାଜ୍ୟ ଖଣି ରାଜସ୍ବକୁ ଜେଏସ୍‌ଡବ୍ଲ୍ୟର ସର୍ବାଧିକ ଯୋଗଦାନ

କୁଜଙ୍ଗ,୨ା୪(ଡି.ଏନ୍‌.ଏ.): ଚଳିତ ବର୍ଷ ଓଡ଼ିଶା ସରକାରଙ୍କ ଦ୍ୱାରା ଆଦାୟ ହୋଇଥିବା ମୋଟ ଖଣି ରାଜସ୍ବରେ ଜେଏସ୍‌ଡବ୍ଲ୍ୟୁ ପୁଣି ସର୍ବାଧିକ ଯୋଗଦାନକାରୀ ହୋଇପାରିଛି। ଚଳିତ ଆର୍ଥିକ ବର୍ଷରେ ଜେଏସ୍‌ଡବ୍ଲ୍ୟୁ ଖଣି ରାଜସ୍ବ ବାବଦକୁ ୧୮ହଜାର ୨୮୪କୋଟି ଟଙ୍କା ଦେଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ କେବଳ ବିଡ୍‌ ପ୍ରିମିୟମ ମାଧ୍ୟମରେ କମ୍ପାନୀ ୧୧ହଜାର ୬୮୬ କୋଟି ଟଙ୍କାର ରିଟର୍ନ ଦେଇଛି। ଗତ ଆର୍ଥିକ ବର୍ଷରେ ଜେଏସ୍‌ଡବ୍ଲ୍ୟୁର ମୋଟ ଖଣିଜ ରାଜସ୍ବ ୩ ହଜାର ୬୫୦ କୋଟି ଟଙ୍କା ଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ଏଥିରେ ଆଖିଦୃଶିଆ ବୃଦ୍ଧି ଘଟିଛି। ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ ନିଲାମ ନେଇଥିବା କ୍ୟାପ୍ଟିଭ୍‌ ଖଣିରୁ ପ୍ରିମିୟମ ଏବଂ ଅନ୍ୟାନ୍ୟ ବକେୟା ବାବଦ ରାଜସ୍ବ ରାଜ୍ୟ ସରକାରଙ୍କ ଦ୍ୱାରା ଆଦାୟ ହୋଇଥିବା ମୋଟ ଖଣିଜ ରାଜସ୍ବର ୫୨.୫ ପ୍ରତିଶତ ବା ୨୪ହଜାର ୧୭୧କୋଟି ଟଙ୍କା। ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ କ୍ୱାର୍ଟର ତଥା ଶେଷ ତ୍ରୈମାସିକ ରାଜସ୍ବ ଡାଟା ଅନୁସାରେ ଜେଏସ୍‌ଡବ୍ଲ୍ୟୁ ଏହାର କ୍ୟାପ୍ଟିଭ ଖଣିରୁ ସମସ୍ତ ବକେୟା ପ୍ରଦାନ ସହ ରାଜକୋଷକୁ ୩ ହଜାର ୫୧୭ କୋଟି ଟଙ୍କାର ଯୋଗଦାନ ଦେଇଛି।
ସୂଚନା ଯୋଗ୍ୟ, ମାର୍ଚ୍ଚରେ ରାଜ୍ୟ ଖଣି ରାଜକୋଷରେ ଜେଏସ୍‌ଡବ୍ଲ୍ୟୁର ଯୋଗଦାନ ୧ହଜାର ୯ଶହ କୋଟି ଟଙ୍କା ପାର କରିଥିଲା। ନିକଟରେ ଆଗତ ହୋଇଥିବା ଅନ୍ତରୀଣ ବଜେଟ ଅନୁସାରେ ଖଣି ରାଜସ୍ବ ରାଜ୍ୟର ନିଜସ୍ବ ମୋଟ ଅଣ ଟିକସ ରାଜସ୍ବର ୯୦ ପ୍ରତିଶତ। ନିଲାମ ବ୍ଲକଗୁଡ଼ିକରୁ ଆଦାୟ ଖଣିଜ ରାଜସ୍ବ ସମ୍ପ୍ରତି ରାଜ୍ୟ ଅର୍ଥନୀତିକୁ ସୁଦୃଢ କରିପାରିଛି। ବିଶେଷକରି ଜେଏସ୍‌ଡବ୍ଲ୍ୟୁ ଓଡ଼ିଶାରେ ଖଣି ନିଲାମ ନେବାରେ ସର୍ବାଗ୍ରେ ରହିଛି ଏବଂ ରାଜ୍ୟ ତଥା ରାଜ୍ୟବାସୀଙ୍କ ଅଭିବୃଦ୍ଧି ଲକ୍ଷ୍ୟକୁ ଗୁରୁତ୍ୱ ଦେଇ ଆସୁଛି। ଆହୁରି ମଧ୍ୟ ଚଳିତ ଆର୍ଥିକ ବର୍ଷରେ ଜେଏସ୍‌ଡବ୍ଲ୍ୟୁ ନିଲାମ ନେଇଥିବା ଖଣିରୁ ଉପତ୍ାଦନ ୨୪.୧ ମେଟ୍ରିକ ଟନ୍‌ ଥିବା ବେଳେ ଉପତ୍ାଦ ପ୍ରେରଣ ୨୧.୩ମେଟ୍ରିକ ଟନ୍‌ ରହିଥିବାର ଜଣାପଡ଼ିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଉପତ୍ାଦନ ଓ ଡେସ୍‌ପାଚ ଯଥାକ୍ରମେ ୧୬.୬୬ ଏବଂ ୯.୬୭ ମେଟ୍ରିକ ଟନ୍‌ ରହିଥିଲା। କରୋନା ମହାମାରୀ ଯୋଗୁ ସମସ୍ତ ଯୋଗାଣ ଶୃଙ୍ଖଳ ବ୍ୟାହତ ହୋଇଥିବା ବେଳେ ଜେଏସ୍‌ଡବ୍ଲ୍ୟୁ ଏହାର ଖଣି କାର୍ଯ୍ୟ ଆରମ୍ଭ କରିଥିଲା। କ୍ରମେ ଏହାର ଉପତ୍ାଦନ ବୃଦ୍ଧି ଜାରିରଖି ଗୋଟିଏ ଦିନରେ ୧ଲକ୍ଷ ଟନ୍‌ ଲୁହାପଥର ପରିବହନ ତଥା ପ୍ରେରଣ କରିବାର ମାଇଲ ଖୁଣ୍ଟ ହାସଲ କରିଛି। ଖଣିଜ ରାଜସ୍ବରେ ଆଖିଦୃଶିଆ ବୃଦ୍ଧିଯୋଗୁ ଏହି ମଧ୍ୟବର୍ତ୍ତିକାଳୀନ ବଜେଟରେ ଗ୍ରାମୀଣ ବିକାଶ ପାଇଁ ଅଧିକ ବ୍ୟୟ ବରାଦ କରାଯାଇଛି। ତେଣୁ ଉନ୍ନତ ଓ ସମୃଦ୍ଧ ଓଡ଼ିଶା ଗଠନରେ ସହଭାଗିତା ପାଇଁ ଜେଏସ୍‌ଡବ୍ଲ୍ୟୁ ଗର୍ବିତ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?