ଓଡ଼ିଶାରୁ ବାଇକ୍‌ ଉଠାଇ ପଶ୍ଚିମବଙ୍ଗରେ ବିକୁଥିବା ଗ୍ୟାଙ୍ଗକୁ ଧରିଲା ପୋଲିସ

ଭଦ୍ରକ ଅଫିସ, ୧୭।୨: ଭଦ୍ରକ ଟାଉନ ପୋଲିସ ଏକ ବାଇକ୍‌ ଚୋର ଗ୍ୟାଙ୍ଗକୁ କାବୁ କରିଛି। ବୁଧବାର ଗ୍ୟାଙ୍ଗର ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
ଦୁଇଦିନ ତଳେ ଗ୍ୟାଙ୍ଗର ଅନ୍ୟ ଜଣେ ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଗ୍ୟାଙ୍ଗର ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ତାଙ୍କଠାରୁ ବିଭିନ୍ନ ଥାନା ଅଞ୍ଚଳରୁ ଚୋରି କରି ବିକ୍ରି କରିଥିବା ୧୧ ବାଇକ୍‌ ଜବତ କରିବାରେ ସକ୍ଷମ ହୋଇଛି। ବୁଧବାର ଟାଉନ ଥାନା ପରିସରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜତୀନ ପଣ୍ଡା ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରୁ ଏହି ଗ୍ୟାଙ୍ଗକୁ କାବୁ କରାଯାଇଛି। ଭଦ୍ରକ ସହରରେ ଏହି ଗ୍ୟାଙ୍ଗ ଦୀର୍ଘମାସ ଧରି ବାଇକ୍‌ ଚୋରି କରିଆସୁଥିଲେ। ଟାଉନ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଗ୍ୟାଙ୍ଗକୁ ଧରିବା ପାଇଁ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ଡେରା ପକାଇଥିଲା। ପୋଲିସ ପ୍ରଥମେ ଚାନ୍ଦବାଲି ଥାନା ଅଧୀନ ହରିପୁର ଗାଁର ଦିଲ୍ଲୀପ ଦାସଙ୍କୁ ପଶ୍ଚିମବଙ୍ଗ ସୀମାନ୍ତରୁ ଗିରଫ କରି ପଚରାଉଚୁରା କରିଥିଲା। ପରେ ଅନ୍ୟ ଦୁଇ ସହଯୋଗୀ ଚାନ୍ଦବାଲି ଅଞ୍ଚଳ ବଡ଼ହରିପୁର ଗାଁର ରାକେଶ ରାୟ ଓ ଧାମନଗର ପଳିକିରିର ଓମପ୍ରକାଶ ରାଉତଙ୍କୁ ପୋଲିସ ଗିରଫ କରିଥିଲା। ଗିରଫ ୩ ଜଣଙ୍କ ବୟାନକୁ ଭିତ୍ତିକରି ପୋଲିସ କଲିକତାରେ ବିକ୍ରି କରାଯାଇଥିବା ୫ ବାଇକ୍‌ ଓ ଚାନ୍ଦବାଲି ଅଞ୍ଚଳରୁ ୬ ବାଇକ୍‌ ଜବତ ହୋଇଛି। ଭଦ୍ରକ ସହରାଞ୍ଚଳ ମଠସାହିର ଅଶ୍ୱିନୀ କୁମାର ଦାସଙ୍କ ଏତଲା କ୍ରମେ ଏକ ମାମଲା (ନଂ.୬୭/୨୧) ରୁଜୁ କରି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଧିକାରୀ ଚନ୍ଦନ କୁମାର ଘଡ଼େଇ ସୂଚନା ଦେଇଛନ୍ତି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଅନ୍ୟ ଏକ ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଛତ୍ରପୁରରେ ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା: ଆକର୍ଷଣ ସାଜିଛି ପାରମ୍ପରିକ ବାଘ ବେଶ

ଛତ୍ରପୁର (ଦିଲୀପ ସାମଲ), ୨୩।୫: ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅବସରରେ ଏବେ ସାରା ସହର ଉତ୍ସବମୁଖର ହୋଇଉଠିଛି।…

ଭଟଲି ରାଇସ୍‌ ମିଲ୍‌ରୁ ଧରାପଡ଼ିଲା ଛତିଶଗଡ଼ ଧାନ, ଥାନାରେ ଅଟକ ରଖି ପୋଲିସର ତଦନ୍ତ, ଦାବିଦାର ଆସୁ ନଥିବାରୁ…

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟକୁ ଦିନକ ପରେ ୨ସପ୍ତାହ ପୂରିବ। କିନ୍ତୁ ଜିଲାରେ ଧାନ କିଣାବିକା ଶୀଥିଳ ହୋଇ ପଡ଼ିଛି। ମଣ୍ଡିକୁ ଧାନ ଆସୁଛି,…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ସନାତନ ଧର୍ମକୁ ଅପମାନ ବିରୋଧରେ ବଲାଙ୍ଗୀରରେ ଗର୍ଜିଲା ରାଷ୍ଟ୍ରୀୟ ହିନ୍ଦୁ ପରିଷଦ: ଉଦୟନିଧି ଷ୍ଟାଲିନଙ୍କ ଗିରଫଦାରୀ ଦାବି

ବଲାଙ୍ଗୀର,୨୩।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସଂଧ୍ୟାରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା, ବଲାଙ୍ଗୀର ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri