Posted inଫୁରସତ

ଫିଲ୍ମ ଷ୍ଟାଇଲ୍‌ରେ ମୋବାଇଲ୍‌ ଚୋରକୁ କାବୁ କଲେ ପୋଲିସ କର୍ମଚାରୀ, ଭିଡିଓ ଦେଖିଲେ…

ଚୋର ଧରିବା ପୋଲିସର କାମ। ହେଲେ ଅନେକ ସମୟରେ ଏପରି କିଛି ଘଟେ ଯାହା ଚର୍ଚ୍ଚାର ବିଷୟ ପାଲଟିଥାଏ। ମାଙ୍ଗାଲୁର ପୋଲିସର ସେଭଳି ଏକ ଭିଡିଓ ଏବେ ବେଶ ଭାଇରାଲ ହେଉଛି। ଏଥିରେ ଜଣେ ପୋଲିସ କର୍ମଚାରୀ ଫିଲ୍ମ ଷ୍ଟାଇଲ୍‌ଷର ଚୋର ଧରୁଥିବା ଦେଖିବାକୁ ମିଳୁଛି। ସେ ପ୍ରଥମେ ଟ୍ରାଫିକ୍‌ ଭିତରେ ଚୋରଙ୍କୁ ଦୌଡ଼ାଇବା ପରେ ତାକୁ କାବୁ କରିଥିଲେ। ଘଟଣାରେ ଏଯାଏ ୩ ଲୋକଙ୍କୁ ଗିରଫ କରାଯାଇଛି।

ସମ୍ପୂର୍ଣ୍ଣ ଘଟଣାଟି ଏପରି। ଚୋରଜଣଙ୍କ ବିହାରର ଜଣେ ପ୍ରବାସୀ ଶ୍ରମିକଙ୍କ ମୋବାଇଲ ଚୋରାଇଥିଲେ। ସେ ମାଙ୍ଗାଲୋର ନେହେରୁ ଷ୍ଟାଡିୟମରେ ଶୋଇଥିବା ବେଳେ ଏପରି ଘଟିଥିଲା। ସେଠାରେ ପାଟ୍ରୋଲିଂ କରୁଥିବା ପୋଲିସ କର୍ମଚାରୀ ଚୋରଙ୍କୁ ଦେଖି ନେଇଥିଲେ। ଦୌଡ଼ାଇ ଦୌଡ଼ାଇ ହାଲିଆ କରିବା ପରେ ମାଡ଼ିବସି ତାଙ୍କୁ ଗିରଫ କରିଥିଲେ। ଘଟଣାଟି ଚର୍ଚ୍ଚା ବିଷୟ ପାଲଟିବା ପରେ ପୋଲିସଜଣଙ୍କ ବରୁଣ ଅଲ୍ବା ବୋଲି ଜଣାପଡ଼ିଛି। ସେ ମାଙ୍ଗାଲୋର ପୋଲିସ ଅଧୀନରେ ସବ୍‌-ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି।

ଜାନୁୟାରୀ ୧୨ରେ ଏହି ଘଟଣା ଘଟିଥିବା ବେଳେ ଏହାର କିଛି ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ନେହେରୁ ପଡ଼ିଆ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଦୁଇଜଣ ଲୋକ ଦୌଡ଼ୁଥିବା ସେ ଦେଖିବାକୁ ପାଇଥିଲେ। ସେ ତୁରନ୍ତ ଗାଡ଼ିରୁ ଡେଇଁ ତାଙ୍କର ପିଛା କରିଥିଲେ। ପୋଲିସକୁ ଦେଖି ଚୋରମାନେ ଆହୁରି ବେଗରେ ଧାଇଁବାକୁ ଲାଗିଥିଲେ। ହେଲେ ଟ୍ରାଫିକ୍‌ ଭିତରେ ପଶି ଖସିବାକୁ ଚେଷ୍ଟା କରୁଥିବା ଚୋରଙ୍କୁ ଧରିନେଇଥିଲେ ସେ।

ଦୌଡ଼ୁଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ମୋବାଇଲ ଚୋର ଥିଲେ। ପୋଲିସ ତାଙ୍କ ନିକଟରୁ ଫୋନ୍‌ ଜବତ କରିଥିଲା। ପଚରାଉଚରା କରାଯିବା ପରେ ଅନ୍ୟ ଦୁଇ ଲୋକଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖାଇବା ସମୟରେ ଜୋର୍‌ରେ ହସିଉଠୁଛି ଏହି ଶିଶୁ, ଭିଡିଓ ଦେଖିଲେ ଆପଣ ବି ହସିହସି ଗଡ଼ିବେ

ସତରେ ଛୋଟ ପିଲାମାନଙ୍କୁ ଖାଇବାକୁ ଦେବା ବହୁତ କଷ୍ଟକର। ଏକଥା ଜଣେ ମା’ ହିଁ କେବଳ କହିପାରିବ। ଏପରିକି ଯେତେବେଳେ ପିଲାଟିକୁ ଖାଇବାକୁ ଦିଆଯାଏ, ସେତେବେଳେ...

ଜନ୍ମଦାତ୍ରୀମା’ଙ୍କୁ ଖୋଜୁଛନ୍ତି ଝିଅ

ମୁମ୍ବାଇ: ସୁଇଜରଲାଣ୍ଡରେ ରହୁଥିବା ବୀଣା ମଖିଜାନି ମୁମ୍ବାଇ ଆସି ତାଙ୍କ ଜନଦାତ୍ରୀ ମା’ଙ୍କୁ ଖୋଜୁଛନ୍ତି। ମା’ଙ୍କୁ ଖୋଜିବାରେ ବିତିଗଲାଣି ୧୦ ବର୍ଷ, କିନ୍ତୁ ଏ ପର୍ଯ୍ୟନ୍ତ...

ଅଜବ ଚୋର

ଚୋରିର ଏକ ଅଜବ ଘଟଣା ନିକଟରେ ଦେଖିବାକୁ ମିଳିଛି। ପେରୁରେ ତିନିଜଣ ଚୋର ଏକ ଶୋ’ରୁମ୍‌ରେ ରାତି ସାଢେ ତିନିଟାରେ ଲକ୍‌ ଭାଙ୍ଗି ପଶିଲେ। ଆଉ...

ବର୍ଷକୁ ପ୍ରାୟ ୭୬ ହାତୀଙ୍କ ମୃତ୍ୟୁ

୧୯୭୯ରେ ରାଜ୍ୟରେ ମୋଟ ୨୦୪୪ ହାତୀ ଥିଲେ। ୨୦୧୭ ଗଣନା ଅନୁଯାୟୀ ଏହି ସଂଖ୍ୟା ୧୯୭୬କୁ ଖସି ଆସିଥିଲା। ୧୯୯୦ରୁ ୨୦୦୦ ପର୍ଯ୍ୟନ୍ତ ବର୍ଷକୁ ହାରାହାରି...

ଲହଡ଼ି ମାରୁଛି ବନ୍ୟାପାଣି, ରେଷ୍ଟୁରାଣ୍ଟରେ ଖାଦ୍ୟର ମଜା ନେଉଛନ୍ତି ଗ୍ରାହକ

କରୋନା ମହାମାରୀ ଯୋଗୁ ଥାଇଲାଣ୍ଡର ଲୋକେ ବହୁ ସମସ୍ୟାରେ ପଡ଼ିଥିଲେ। ଏବେ ପୁଣି ବନ୍ୟା। ଫଳରେ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ହୋଇପଡ଼ିଛି। ଏହି ସମୟରେ ଜଣେ...

କାର୍ଟୁନ୍‌ ବହି ଛୋଟ ପିଲାଙ୍କ ସ୍ମୃତିଶକ୍ତିକୁ କରେ ପ୍ରଖର…

ଛୋଟପିଲାଙ୍କ ମନ ସବୁବେଳେ ଚଳଚଞ୍ଚଳ। ତେବେ ସେମାନଙ୍କ ସ୍ମୃତି ଶକ୍ତିକୁ ପ୍ରଖର କରିବା ପାଇଁ କାର୍ଟୁନ୍‌ ବହିର ଗପ ଅବା ଗୀତ ବେଶ୍‌ ଉପଯୋଗୀ ହୋଇଥାଏ।...

୬୦୦ରୁ ୬୦୦ ନମ୍ବର ଆଣି ଇତିହାସ ରଚିଲେ ଦିବ୍ୟାଂଶୀ, ଏହି ବିଷୟରେ କ୍ୟାରିୟର୍‌ ଗଢିବାକୁ ଚାହୁଁଛନ୍ତି

ଲକ୍ଷ୍ନୌ,୧୪।୭: ସିବିଏସଇ ବୋର୍ଡ ଦ୍ୱାଦଶ ପରୀକ୍ଷାରେ ୬୦୦ରୁ ୬୦୦ନମ୍ବର ଆଣି ଇତିହାସ ସୃଷ୍ଟି କରିଛନ୍ତି ଲକ୍ଷ୍ନୌର ଦିବ୍ୟାଂଶୀ। ୧୭ ବର୍ଷୀୟ ଏହି ଛାତ୍ରୀ ଇଂରାଜୀ, ସଂସ୍କୃତ,...

ଗର୍ଲଫ୍ରେଣ୍ଡ୍‌ ହେବାକୁ ମନା କରିବାରୁ ରାଗିଗଲେ ଏହି ବ୍ୟକ୍ତି, ଦାୟର କଲେ ୨୪ କୋଟି ଟଙ୍କାର ମୋକଦ୍ଦମା

ସିଙ୍ଗାପୁରର ଜଣେ ବ୍ୟକ୍ତି ପ୍ରେମରେ ପଡିଥିବା ଝିଅ ବିରୋଧରେ ମୋକଦ୍ଦମା ଦାୟର କରିଛନ୍ତି। ଏହି ମୋକଦ୍ଦମା ପଛର କାରଣ ମଧ୍ୟ ଅଜବ। କେ କାୱସିଗାନ ନାମକ...

Advertisement
Archives

Model This Week