Posted inଫୁରସତ

ବରଫ ଆଚ୍ଛାଦିତ ହ୍ରଦରେ ଫସି ରହିଥିବା କୁକୁରକୁ ଉଦ୍ଧାର କଲେ ଦୁଇ ପୋଲିସ କର୍ମଚାରୀ

ପଶୁପକ୍ଷୀ ଉଦ୍ଧାର ହେବାର ଭିଡିଓ ସୋସିଆଲ ମିଡିଆରେ ଅନେକ ସମୟରେ ଚର୍ଚ୍ଚାରେ ରହିଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦୁଇଜଣ ପୋଲିସ କର୍ମଚାରୀ ଗୋଟିଏ କୁକୁରକୁ ବରଫରୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ପରେ ଲୋକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି। କୁକୁରକୁ ବଞ୍ଚାଇ ଏହି ବ୍ୟକ୍ତି ବିଶ୍ୱବାସୀଙ୍କ ହୃଦୟ ଜିତିଛନ୍ତି।

ଏହି ଭିଡିଓଟି ଅଧିକ ଲୋକପ୍ରିୟ ହେବାରେ ଲାଗିଛି, ଯାହା ସ୍ପେନର ଉତ୍ତର ଅଞ୍ଚଳର ବୋଲି କୁହାଯାଉଛି। କୁକୁରଟିକୁ ଉଦ୍ଧାର କରିବା ପାଇଁ ଦୁଇ ପୋଲିସ କର୍ମଚାରୀ ବରଫ ଆଚ୍ଛାଦିତ ହ୍ରଦରେ ପଶୁଛନ୍ତି। ପରେ ହ୍ରଦରେ ଫସି ରହିଥିବା କୁକୁରକୁ ଉଦ୍ଧାର ପାଇଁ ପୋଲିସ କର୍ମଚାରୀ ଚେଷ୍ଟା କରୁଛନ୍ତି। ଜଣେ ପୋଲିସ ହ୍ରଦରେ ଆଗକୁ ବଢୁଥିବା ବେଳେ ଅନ୍ୟ ଜଣେ ପୋଲିସ ତାଙ୍କୁ ସାହାଯ୍ୟ କରୁଛନ୍ତି।

ଏହି ଘଟଣା ବିଷୟରେ ସ୍ପେନ ପୋଲିସ କହିଛି ଯେ, କୁକୁରଟି ପୂର୍ବ ସ୍ପେନର କ୍ୟାନ୍‌ଫ୍ରେଙ୍କ୍‌ ହ୍ରର୍ଦ ମଧ୍ୟରେ ଦୀର୍ଘଘଣ୍ଟା ଧରି ଫସି ରହିଥିଲା, ଯାହାକୁ ଦୁଇ ପୋଲିସ ଉଦ୍ଧାର କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ପହଞ୍ଚିବା ମାତ୍ରେ ଲୋକମାନେ ସେମାନଙ୍କର ପ୍ରତିକ୍ରିୟା ଦେଇଥିଲେ। ଜଣେ ୟୁଜର ଲେଖିଛନ୍ତି, ପୋଲିସ କର୍ମଚାରୀଙ୍କ କାର୍ଯ୍ୟ ପ୍ରକୃତରେ ପ୍ରଶଂସନୀୟ।

ବର୍ତ୍ତମାନ ସୁଦ୍ଧା ଭିଡିଓଟିକୁ ୭ ହଜାରରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ଅନେକ ୟୁଜର ସେମାନଙ୍କ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର ବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସମେତ ଏହି ୨ ଦେଶ ପାଇଁ ଜାତୀୟ ସଂଗୀତ ଲେଖିଛନ୍ତି ଟାଗୋର

କବି, କାହାଣୀକାର, ଗୀତିକାର, ସଂଗୀତକାର, ନାଟ୍ୟକାର ତଥା ଚିତ୍ରକାର ରବୀନ୍ଦ୍ରନାଥ ଟାଗୋରଙ୍କର ଅଗଷ୍ଟ ୭ ହେଉଛି ଶ୍ରାଦ୍ଧ ବାର୍ଷିକୀ। ୧୯୪୧ରେ କୋଲକାତାରେ ତାଙ୍କର ଦେହାନ୍ତ ହୋଇଥିଲା।...

ଡିଜେ ପେସାରେ ଯାଜପୁର ଜିଲାର ଝିଅ କେଟି

କ୍ଷୀରାବ୍ଧି ତନୟା ଜେନାଙ୍କୁ ସମସ୍ତେ ଜାଣନ୍ତି ଡିଜେ କେଟି ଭାବେ। ବର୍ତ୍ତମାନ କେଟି ଭୁବନେଶ୍ୱରର ଏକ ବଡ଼ ହୋଟେଲରେ ରେସିଡେନ୍ସ ଇନ୍‌ହାଉସ୍‌ ଡିଜେ ଅଛନ୍ତି। ଏହି...

୫୦ ବର୍ଷ ମଧ୍ୟରେ ପୁଣି ଦେଖିବାକୁ ମିଳିଲା ଇନ୍ଦ୍ରଧନୁ ସାପ, ଫଟୋ ଭାଇରାଲ

ଓ୍ବାଶିଂଟନ୍‌: ବେଳେବେଳେ କିଛି ଖରାପ ଜିନିଷ ମଧ୍ୟରେ ଖୁବ୍‌ ସୁନ୍ଦର ଝଲକ ଦେଖିବାକୁ ମିଳେ। ସେ ବୃକ୍ଷଲତା ହୁଅନ୍ତୁ କିମ୍ବା ଜୀବଜନ୍ତୁ। ଏମିତି ଏକ ସୁନ୍ଦର...

ଭୂକମ୍ପରେ ବି ସୁରକ୍ଷିତ ରହିବ ଏହି ଟ୍ରେନ୍‌

ଟୋକିଓ,୬।୭: ଜାପାନ ଏକ ନୂଆ ପ୍ରକାର ବୁଲେଟ୍‌ ଟ୍ରେନ୍‌ ନିର୍ମାଣ କରିଛି। ଏହି ଟ୍ରେନ୍‌ ଭୂକମ୍ପରେ ମଧ୍ୟ ସୁରକ୍ଷିତ ରହିପାରିବ। ଘଣ୍ଟାପ୍ରତି ୩୬୦ କିମି ବେଗରେ...

କୁମ୍ଭୀରକୁ ଗିଳିଲା ଅଜଗର, ସୋସିଆଲ ମିଡିିଆରେ ଫଟୋ ଭାଇରାଲ

କୁମ୍ଭୀରକୁ ପାଣିର ରାଜା କୁହାଯାଏ। କାରଣ ଏହାର ଅଞ୍ଚଳକୁ କେହି ଯଦି ଯାଏ ତେବେ ତା’ ପାଟିରୁ ବଞ୍ଚିବା ଅସମ୍ଭବ ହୋଇପଡ଼େ। କିନ୍ତୁ ଏକ ଅଜଗର...

ମଙ୍ଗଳରେ ମିଳିଲା କାର୍ବନ

ନୂଆଦିଲ୍ଲୀ, ୨୦ା୧: ପୃଥିବୀରେ ଜୀବନର ମୂଳ ଆଧାର କାର୍ବନର ଉପସ୍ଥିତି ଅନ୍ୟଗ୍ରହରେ ଅଛି କି ନାହିଁ ଜାଣିବା ବୈଜ୍ଞାନିକଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିବାବେଳେ ଆମେରିକାର ମହାକାଶ...

ପୃଥିବୀ ଗୋଟିଏ ପଟକୁ ୮୦ ସେ.ମି. ଢଳିଛି

ଅତ୍ୟଧିକ ଭୂତଳ ଜଳ ବ୍ୟବହାର ମଧ୍ୟ ପୃଥିବୀ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି। ଜିଓଫିଜିକାଲ ରିସର୍ଚ୍ଚ ଲେଟର୍ସରେ ପ୍ରକାଶିତ ତଥ୍ୟ ଅନୁଯାୟୀ ୧୯୯୩ରୁ ୨୦୧୦...

ଉଡୁଥିଲା ଡ୍ରୋନ୍‌, ଖାଇଗଲା କୁମ୍ଭୀର; ଫଟୋ ଶେୟାର କଲେ ଗୁଗଲ୍‌ ସିଇଓ

ଗୁଗଲ ଏବଂ ଆଲ୍‌ଫାବେଟ୍‌ର ସିଇଓ ସୁନ୍ଦର ପିଚାଇ ନିଜ ଟୁଇଟରରେ ଏକ ଭିଡିଓ ଶେୟାର କରିଛନ୍ତି ,ଯାହା ଖୁବ୍‌ ଭାଇରାଲ ହେଉଛି। ପିଚାଇ ଏମିତି ଭିଡିଓ...

Advertisement
Archives

Model This Week