Posted inଫୁରସତ

ଝିଟିପିଟି ସହ ବନ୍ଧୁତା କରି ଚର୍ଚ୍ଚାରେ ପୋଲିସ ଅଫିସର

ସମ୍ପର୍କ ଏମିତି ଏକ ଶବ୍ଦ ଯାହାର କଳନା ନାହିଁ। ସେ ମଣିଷ ମଣିଷ ମଧ୍ୟରେ ହେଉ କି ପଶୁ ମଣିଷ ମଧ୍ୟରେ। କେତେବେଳେ କେଉଁ ପରିସ୍ଥିତିରେ ଗଢ଼ି ଉଠେ କହି ହୁଏ ନାହିଁ। ମଣିଷ-ମଣିଷ ମଧ୍ୟରେ ସମ୍ପର୍କ ବଢ଼ିବା ସାଧାରଣ କଥା। ଏକ ଛୋଟ ଜୀବ ବା ପ୍ରାଣୀ ସହ ବନ୍ଧୁତା ବଢ଼ିବା ବିରଳ କଥା। ଜଣେ ପୋଲିସ ଅଧିକାରୀ ଏକ ଝିଟିପିଟି ସହ ବନ୍ଧୁତା କରି ଚର୍ଚ୍ଚାକୁ ଆସିଛନ୍ତି। ଥୋମାସ ସ୍ବାଣ୍ଟନ ନାମକ ଜଣେ ପୋଲିସ ଅଧିକାରୀ ଏକ ଝିପିପିଟି ସହ ବନ୍ଧୁତା କରିଛନ୍ତି।

ଝିଟିପିଟି ସହ ତାଙ୍କର ଏତେ ଗଭୀର ସମ୍ପର୍କ ଅଛି ଯେ, କେହି କାହାକୁ ଛାଡ଼ି କୁଆଡ଼େ ବି ଯାଇପାରନ୍ତି ନାହିଁ। ସ୍ଲାଇଡେଲ ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ଥୋମାସ ଇଗୁଆନା ପ୍ରଜାତିର ଏକ ଝିଟିପିଟି ଧରିବା ପାଇଁ କଲ୍‌ ଆସିଥିଲା। ଖବର ପାଇବା ପରେ ଥୋମାସ ଶୀଘ୍ର ସେହି ସ୍ଥାନରେ ପହଞ୍ଚିଥିଲେ, ତାପରେ ସେ ଇଗୁଆନା ବଦଳରେ ଏହି ଝିଟିପିଟି ପାଇଥିଲେ। ଯେହେତୁ ଥୋମାସ ପ୍ରାଣୀମାନଙ୍କୁ ବହୁତ ଭଲ ପାଉଥିଲେ। ତେଣୁ ଏହି ଝିଟିପିଟିକୁ ସେ ତାଙ୍କ ପାଖରେ ରଖିଥିଲେ। ଲୋକମାନେ ତାଙ୍କୁ ଏକ ଇଗୁଆନା ବୋଲି କହୁଥିଲେ, କିନ୍ତୁ ଥୋମାସ ତାଙ୍କୁ ବିୟର୍ଡେଡ ଡ୍ରାଗନ ଭାବରେ ଚିହ୍ନିଥିଲେ ଏବଂ ତାକୁ ଧିରେ ଧିରେ ପୋଷା କରିଦେଲେ। ଯେତେବେଳେ ତାଙ୍କ ମାଲିକ ଆସିଲେ ନାହିଁ, ଥୋମାସ ତାକୁ ବନ୍ଧୁ କରି ପାଖରେ ରଖିଲେ।

ସୋସିଆଲ ମିଡିଆରେ ଥୋମାସ କିଛି ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ଝିଟିପିଟିକୁ ଧରିଛନ୍ତି। ଫଟୋ ଶେୟାର କରି ସେ କହିଛନ୍ତି, ଏହାର ମାଲିକ କେହି ଆସିଲେନି। ମୁଁ ଏହାର ଯତ୍ନ ନେଉଛି।

ଥୋମାସ ଘରୁ ବାହାରକୁ ଗଲେ ଝିଟିପିଟିକୁ ସାଙ୍ଗରେ ନେଇ ଯାଆନ୍ତି। ତାଙ୍କ କାର୍‌ରେ ରଖି ସେ କାମ କରନ୍ତି। ଫେରିବା ସମୟରେ ପୁଣି ସାଥିରେ ଧରି ଆସିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri