ରାସ୍ତା ଉପରେ ଅପରାଧୀଙ୍କୁ ବସଉଠ୍‌ କରାଇଲେ ପୋଲିସ

ଭୋପାଳ,୨୧।୮: ମଧ୍ୟପ୍ରଦେଶର ଇନ୍ଦୋର ସହର ଲଗାତାର ୪ର୍ଥ ଥର ସ୍ବଚ୍ଛତା ପାଇଁ ଭାରତର ସବୁଠୁ ସ୍ବଚ୍ଛ ସହର ଭାବେ ମାନ୍ୟତା ହାସଲ କରିଛି। ସହର ପରେ ଏବେ ଇନ୍ଦୋର ପୋଲିସ କିଛି ଏଭଳି କାର୍ଯ୍ୟ କରିଛି, ଯେଉଁଥିପାଇଁ ତାଙ୍କୁ ବେଶ୍‌ ପ୍ରଶଂସା କରାଯାଉଛି। ନିକଟରେ ୨ଜଣ ଅପରାଧୀଙ୍କୁ ପୋଲିସ ଧରି ରାସ୍ତା ଉପରେ ସମସ୍ତଙ୍କ ସମ୍ମୁଖରେ ବସଉଠ୍‌ କରାଇବା ସହ ଭୂଇଁରେ ମୁଣ୍ଡ ନୁଆଇଁ କ୍ଷମା ମଗାଇଥିଲେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ଇନ୍ଦୋର ଦ୍ୱାରିକାପୁରୀରେ ୨ଜଣ ଅପରାଧୀ ରାସ୍ତା ମଝିରେ ସମସ୍ତଙ୍କ ସାମ୍ନାରେ ବସଉଠ୍‌ କରିଥିଲେ। ବସଉଠ୍‌ କରିବା ପରେ ଉକ୍ତ ଦ୍ୱୟ ଅପରାଧୀଙ୍କୁ ପୋଲିସ ଭୂଇଁରେ ମୁଣ୍ଡ ନୁଆଁଇ କ୍ଷମା ମାଗିବାକୁ କହିଥିଲେ। ଏହାକୁ ଦେଖି ଘର ବାହାରେ ଓ ବାଲକୋନିରେ ଠିଆହୋଇଥିବା ଲୋକେ ପୋଲିସଙ୍କୁ ପ୍ରଶଂସା କରିବା ସହ ତାଳି ବଜାଇଥିଲେ। ଶୁକ୍ରବାର ସକାଳେ ଏହି ଭିଡିଓକୁ ପୋଷ୍ଟ କରାଯାଇଥିବା ବେଳେ ଏବେ ଭାଇରାଲ ହେବାରେ ଲାଗିଛି। ଶେୟାର ହେବାର ମାତ୍ର ୬ଘଣ୍ଟା ଭିତରେ ଏହାକୁ ୬ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖିବା ସହ ୪୦୦ରୁ ଊର୍ଦ୍ଧ୍ୱ ଲାଇକ ମଧ୍ୟ କରିଛନ୍ତି। ପୋଲିସର ଏଭଳି କାର୍ଯ୍ୟକୁ ଲୋକେ ପ୍ରଶଂସା କରିବା ସହ ପ୍ରତିକ୍ରିୟା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରେ ଆଲ୍‌ବିନୋ ପାଣ୍ଡା

ଚେଙ୍ଗ୍‌ଡୁ: ବିଶ୍ୱରେ ଅନେକ ପ୍ରକାର ପ୍ରାଣୀ ରହିଛନ୍ତି। ଆନିମଲ ଏକ୍ସପର୍ଟଙ୍କ ଅନୁସାରେ, ଏମିତି ବି କିଛି ପ୍ରାଣୀ ଅଛନ୍ତି ଯେଉଁମାନେ ଆଜି ପର୍ଯ୍ୟନ୍ତ ସାମ୍ନାକୁ ଆସିନାହାନ୍ତି।...

ଅଧା ସିଝା ମାଛ ତରକାରୀ ଖାଇବା ଏହି ବ୍ୟକ୍ତିଙ୍କୁ ପଡ଼ିଲା ମହଙ୍ଗା, ଯାହା ଦେଖି ଡାକ୍ତର ହେଲେ ଆଶ୍ଚର୍ଯ୍ୟ

ବର୍ତ୍ତମାନ ସମଗ୍ର ବିଶ୍ୱ କରୋନା କବଳିତ। ଲୋକେ ଏଥିରୁ ନିସ୍ତାର ପାଇବା ପାଇଁ ବାଟ ଖୋଜୁଛନ୍ତି। ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାରରସ୍‌...

ବାଇକ ମେକାନିକଙ୍କ ସହିତ କାମ କରୁଥିବା ରାହୁଲଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ,୨୮।୬ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାଇକ ମେକାନିକ ସହିତ ଫଟୋ ଏବେ ସାମ୍ନାକୁ ଆସିଛି। ଏହାର କିଛି ଫଟୋ କଂଗ୍ରେସର ଅଫିସିଆଲ ଟୁଇଟର...

ଏକତରଫା ପ୍ରେମ: ନାବାଳିକାଙ୍କ ଗଳା କାଟିଦେଲେ ଯୁବକ

ବାଲେଶ୍ୱର ଅଫିସ, ୩।୨- ବାଲେଶ୍ବର ସହଦେବଖୁଣ୍ଟା ଥାନା ଅଧୀନ ନୂଆବଜାର ଅଞ୍ଚଳର ଜଣେ ଯୁବକ ଏକ ନାବାଳିକାଙ୍କୁ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା...

ବିଚାରପତି ସୁଧୀର ଅଗ୍ରଓ୍ବାଲ: ୧୫ ବର୍ଷରେ ଲକ୍ଷେ ୩୦ ହଜାର ମାମଲାର ଫଇସଲା

ନୂଆଦିଲ୍ଲୀ,୨।୧୧: ଦେଶର ବିଭିନ୍ନ କୋର୍ଟରେ ଶହ ଶହ ମାମଲାର ବିଚାର ନ ହୋଇ ପଡ଼ି ରହିଛି। ଏପରିସ୍ଥଳେ ଆହ୍ଲାବାଦ୍‌ ହାଇକୋର୍ଟର ବିଚାରପତି ସୁଧୀର ଅଗ୍ରଓ୍ବାଲ ଏକ...

ମନୋଜ ତିଓ୍ବାରୀଙ୍କୁ ନୋଟିସ୍‌ ଜାରି: ଲୋକାୟୁକ୍ତଙ୍କ ପାଖରେ ହେବେ ହାଜର

ନୂଆଦିଲ୍ଲୀ,୧୩।୭: ଦିଲ୍ଲୀ ଭାଜପା ଅଧ୍ୟକ୍ଷ ମନୋଜ ତିଓ୍ବାରୀଙ୍କୁ ନୋଟିସ୍‌ ଜାରି ହୋଇଛି। ନୋଟିସ୍‌ ଅନୁସାରେ ଜୁଲାଇ ୩୦ରେ ସେ ଦିଲ୍ଲୀ ଲୋକାୟୁକ୍ତଙ୍କ ପାଖରେ ହାଜର ହେବେ।...

ନିର୍ବାଚନ ପୂର୍ବରୁ ସିଏମ୍‌ ଅଶୋକ ଗେହଲେଟ୍‌ଙ୍କ ବଡ଼ ଘୋଷଣା: ରାଜସ୍ଥାନରେ ଗଠନ ହେବ ୧୯ ନୂଆ ଜିଲା

ଜୟପୁର,୧୭।୩: ଚଳିତ ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ୍‌ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସେ ୧୯...

୧୪ ଟିଭି ଉପସ୍ଥାପକଙ୍କୁ ‘ଇଣ୍ଡିଆ’ର ବର୍ଜନ

ନୂଆଦିଲ୍ଲୀ,୧୫ା୯:ବିରୋଧୀ ବ୍ଲକ୍‌ ଇଣ୍ଡିଆ ପକ୍ଷରୁ ଗୁରୁବାର ରିପବ୍ଲିକ୍‌ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ, ଭାରତ୨୪ ଭାଇସ୍‌ ପ୍ରେସିଡେଣ୍ଟ ଲୁବିକା ଲିଆକତ୍‌, ଇଣ୍ଡିଆ ଟୁଡେ-ଆଜତକ୍‌ର ସୁଧୀର...

Advertisement
Archives

Model This Week