ଆମରଣ ଅନଶନରୁ ଲୋକଙ୍କୁ ଉଠାଇନେଲା ପୋଲିସ

ଛତ୍ରପୁର,୧ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ ଅଧୀନ ଆର୍ଯ୍ୟପଲ୍ଲୀ ରାଜସ୍ବ ଗ୍ରାମର ଲୋକେ ପଟ୍ଟା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ୨୧ ଦିନରେ ପହଞ୍ଚିଛି। ତେବେ ଅନଶନରେ ବସିଥିବା ଲୋକଙ୍କୁ ଛତ୍ରପୁର ଥାନା ପୋଲିସ ଉଠାଇ ଛତ୍ରପୁର ଥାନାକୁ ନେଇଯାଇଛି। ଏହାକୁ ଲୋକେ ତୀବ୍ର ବିରୋଧ କରି ନାରାବାଜି କରିଥିଲେ। ଏପରିକି ନ୍ୟାୟ ପାଇଁ ହାଇକୋର୍ଟର ଆଶ୍ରୟ ନେବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ଭାରତୀୟ ବିକାଶ ପରିଷଦ ଓ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ଲୋକେ ଏହି ଅନଶନରେ ସାମିଲ ହୋଇଛନ୍ତି।

ଏମାନଙ୍କ ପକ୍ଷରୁ କୁହାଯାଇଛି,୧୯୭୫ଠାରୁ ଆର୍ଯ୍ୟପଲ୍ଳୀ ପଞ୍ଚାୟତର ସାନ ଆର୍ଯ୍ୟପଲ୍ଲୀ, ବଡ଼ ଆର୍ଯ୍ୟପଲ୍ଲୀ, କେ.ଆର୍ଯ୍ୟପଲ୍ଲୀ ଓ କତୁରୁ ଗାଁ ର ୧୮୦୦ ପରିବାରର ପଟ୍ଟା ଜିଲା ପ୍ରଶାସନ ଏଯାବତ ଦେଇନାହାନ୍ତି। ପଟ୍ଟା ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ୨୦୨୨ ଫେବୃୟାରୀ ୧୫, ମେ ୨୫ , ଜୁନ ୧୭ ଓ ୨୦୨୩ ଫେବୃୟାରୀ ୬ ତାରିଖରେ ତହସିଲଦାର ଓ ଜିଲାପାଳଙ୍କ କାର୍ଯ୍ୟାଳୟଙ୍କ ସମ୍ମୁଖରେ ପ୍ରତିବାଦ ଓ ଘେରାଉ କରାଯାଇଥିଲା। ଏହାସତ୍ତ୍ୱେ ଏହାର ସମାଧାନ ନ ହେବାରୁ ୧୧ ତାରିଖରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼

ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ...

ବରୀରେ ପ୍ରାର୍ଥୀ ଘୋଷଣା କରିପାରୁନି ଭାଜପା

ବରୀ,୨୮ା୪(ମହେନ୍ଦ୍ର ସ୍ବାଇଁ)ଯାଜପୁର ଜିଲାର ବରୀ ନିର୍ବାଚନମଣ୍ଡଳୀରେ ଭାଜପା ଏଯାଏ ପ୍ରାର୍ଥୀ ଦେଇପାରିନାହିଁ। ଏଠାରେ ବିଜେଡି ବିଶ୍ୱରଞ୍ଜନ ମଲ୍ଲିକ ଓ କଂଗ୍ରେସ ଆରତୀ ଦେଓଙ୍କୁ ପ୍ରାର୍ଥୀ କରିବା...

ଭାଜପା,ବିଜେଡି କଳହପ୍ରିୟ: ଅଜୟ କୁମାର

କଟକ, ୨୮ା୪(ଶିଳ୍ପା ପ୍ରିୟଦର୍ଶିନୀ)ବାରବାଟୀ-କଟକ କଂଗ୍ରେସ ପକ୍ଷରୁ କଂଗ୍ରେସ ସମାବେଶ କଟକସ୍ଥିତ ଖ୍ରୀଷ୍ଟିଆନ୍‌ ପଡିଆଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ...

ଡବଲ ଇଞ୍ଜିନ ନୁହେଁ, ଯୋଡି ଶଙ୍ଖ ଦରକାର: ପାଣ୍ଡିଆନ

ନୂଆପଡ଼ା,୨୮ା୪ (ମକାରୁ ବେମାଲ)୫-ଟି ଅଧ୍ୟକ୍ଷ ତଥା ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ନୂଆପଡ଼ା ଜିଲା ଗସ୍ତରେ ଆସି ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଆୟୋଜିତ...

ଅପରାଧପ୍ରବଣ ରାଉରକେଲା ରେଳଷ୍ଟେଶନ

ରାଉରକେଲା,୨୮ା୪(ସଙ୍ଗୀତା ଜେନା)ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ଥିବା ରାଉରକେଲା ରେଳ ଷ୍ଟେଶନର ପ୍ରମୁଖତା ରହିଆସିଛି। ଦୂରଦୂରାନ୍ତକୁ ଯାତ୍ରା କରିବା ପାଇଁ ପ୍ରତିଦିନ ଏହି ଷ୍ଟେଶନକୁ ହଜାର...

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସପ୍ତଗିରି

ରାୟଗଡ଼ା,୨୮ା୪(ଆଶିଷ ରଞ୍ଜନ ପଣ୍ଡା)କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ସମ୍ମିଳନୀରେ ଏମ୍‌ପି ସପ୍ତଗିରି...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri