ସଙ୍ଗରୋଧରେ ପୋଲିସ, ଫାଇଦାରେ ଲୁଟେରା

ଭୁବନେଶ୍ୱର, ୮।୮(ବ୍ୟୁରୋ): କରୋନା ଲଢ଼େଇରେ ଆଗଧାଡ଼ିର ଯୋଦ୍ଧା ସାଜିଛି ପୋଲିସ। ସଂକ୍ରମଣ ରୋକିବାକୁ ଦିନରାତି କାର୍ଯ୍ୟ କରୁଥିବା ପୋଲିସ ଏବେ ନିଜେ ସଂକ୍ରମଣର ଶିକାର ହୋଇଛି। ଗାଇଡ୍‌ଲାଇନ୍‌ ମାନୁ ନ ଥିବାରୁ ଥାନାରେ କରୋନା ପଶିଛି। ଇତିମଧ୍ୟରେ ବହୁ ପୋଲିସ ଅଫିସର ଓ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ସଂସ୍ପର୍ଶରେ ଆସିଥିବା ଅନ୍ୟମାନେ ମଧ୍ୟ ସଙ୍ଗରୋଧରେ ରହୁଛନ୍ତି। ଫଳରେ ଏବେ ବିଭିନ୍ନ ଥାନାରେ କର୍ମଚାରୀ ଅଭାବ ଦେଖାଦେଇଥିବାରୁ ଏହାର ଫାଇଦା ଅପରାଧୀମାନେ ନେଉଛନ୍ତି। କିଛିଦିନ ହେବ ସହରରେ ଏକାଧିକ ଗ୍ୟାଙ୍ଗ୍‌ ସକ୍ରିୟ ରହି ଅପରାଧ ଘଟାଉଛନ୍ତି। ହାତରେ ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଧରି ପୋଲିସକୁ ନାଲିଆଖି ଦେଖାଉଛନ୍ତି। ଲୁଟ୍‌, ଡକାୟତି ଓ ହତ୍ୟାକାଣ୍ଡ ଘଟାଉଛନ୍ତି। ବିଶେଷକରି ଲୁଟେରାମାନେ ପ୍ରତିଦିନ କେଉଁଠି ନା କେଉଁଠି ଲୁଟ୍‌ପାଟ କରୁଥିବାରୁ କମିଶନରେଟ ପୋଲିସର ନିଦ ହଜୁଛି। ଘଟଣା ଘଟିବା ପରେ ପୋଲିସ କେବଳ ମାମଲା ରୁଜୁ କରି ଚୁପ୍‌ ବସୁଥିବାରୁ ଲୋକଙ୍କ ସୁରକ୍ଷା ବିପନ୍ନ ହେବାରେ ଲାଗିଛି।
ମିଳିଥିବା ସୂଚନାନୁସାରେ, କମିଶନରେଟ ପୋଲିସର ୬୧ରୁ ଉର୍ଦ୍ଧ୍ୱ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଇତିମଧ୍ୟରେ ୨୧ଜଣ ସୁସ୍ଥ ହୋଇଥିଲେ ମଧ୍ୟ ଆଉ କେତେଜଣ ମଧ୍ୟ ଆକ୍ରାନ୍ତ ହେଉଛନ୍ତି। କ୍ୟାପିଟାଲ ଥାନାର ୯ଜଣ ପୋଲିସ କର୍ମଚାରୀଙ୍କ ନମୁନା ପଜିଟିଭ୍‌ ଆସିବା ପରେ ସଂସ୍ପର୍ଶରେ ଆସିଥିବା ଥାନା ଅଧିକାରୀ ଓ କର୍ମଚାରୀ ସଙ୍ଗରୋଧରେ ଅଛନ୍ତି। ସେହିପରି ନୟାପଲୀ ଥାନାରେ ୩ଜଣ ଅଫିସରଙ୍କ ସମେତ ୯ଜଣ ଆକ୍ରାନ୍ତ ହୋଇଛନ୍ତି। ଏଥିସହ ଥାନା ଅଧିକାରୀଙ୍କ ସମେତ ଅନେକ କର୍ମଚାରୀ ଏବେ ସଙ୍ଗରୋଧରେ ଅଛନ୍ତି। ଜିଆର୍‌ପି ଥାନାର ଜଣେ ଏସ୍‌ଆଇଙ୍କୁ କରୋନା ହେବା ପରେ ଏକାଧିକ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ଚନ୍ଦ୍ରଶେଖରପୁର ଥାନାର ଜଣେ କର୍ମଚାରୀଙ୍କ ରିପୋର୍ଟ ପ୍ରଥମେ ପଜିଟିଭ୍‌ ଓ ପରେ ନେଗେଟିଭ୍‌ ଆସିଥିଲେ ମଧ୍ୟ ଅନ୍ୟମାନେ ଭୟର ସହ କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷରେ ୫୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ଅଫିସର ଓ କର୍ମଚାରୀଙ୍କୁ ଥାନାକୁ ଆସିବାକୁ ବାରଣ କରାଯାଇଛି। ହେଲେ କର୍ମଚାରୀ ଅଭାବ ଯୋଗୁ କାର୍ଯ୍ୟ କରିବାକୁ ପଡୁଥିବା ଜଣାପଡିଛି। ଏହାବ୍ୟତୀତ ଥାନାକୁ ପିପିଇଟି କିଟ୍‌ ଦିଆଯାଇଥିଲେ ମଧ୍ୟ ଅନେକ ଅଫିସର ଏହାକୁ ବ୍ୟବହାର କରୁ ନ ଥିବାରୁ ଯାଞ୍ଚ କିମ୍ବା ଅଭିଯୁକ୍ତଙ୍କୁ ଧରିବାବେଳେ ସଂକ୍ରମିତ ହେଉଥିବା କୁହାଯାଉଛି। ଥାନାରେ କରୋନା ପଶିବା ପରେ ଗେଟ୍‌ରେ ତାଲା ପଡୁଛି। ବହୁ କଷ୍ଟରେ ଲୋକେ ଅଭିଯୋଗ କରୁଛନ୍ତି, କିନ୍ତୁ ଠିକ୍‌ ଭାବେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହୋଇପାରୁନି। ଫଳରେ ଲୁଟେରା ଓ ଅନ୍ୟ ଅପରାଧୀମାନେ ଖୋଲାଖୋଲି ଅପରାଧ ଘଟାଉଛନ୍ତି। କଲୋନୀଠୁ ମୁଖ୍ୟ ରାସ୍ତାରେ ଅସାମାଜିକ କାର୍ଯ୍ୟ କଳାପ ବଢ଼ି ଚାଲିଛି।
ଏନେଇ ଡିସିପି ଡା.ଉମାଶଙ୍କର ଦାଶ କୁହନ୍ତି, ଥାନାରେ ଯେତିକି କର୍ମଚାରୀ ଅଛନ୍ତି ସେତିକରେ କାର୍ଯ୍ୟ କରାଯାଉଛି। ତଦନ୍ତରେ ଯେପରି ବାଧା ସୃଷ୍ଟି ନ ହେବ ସେଥିଲାଗି ବ୍ୟବସ୍ଥା କରାଯାଉଛି। ଥାନା କର୍ମଚାରୀଙ୍କୁ ପିପିଇ କିଟ୍‌ ବ୍ୟବହାର କରି ସତର୍କତାର ସହ ଲୋକଙ୍କୁ ସେବା ଯୋଗାଇବା ପାଇଁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri