ସଙ୍ଗରୋଧରେ ପୋଲିସ, ଫାଇଦାରେ ଲୁଟେରା

ଭୁବନେଶ୍ୱର, ୮।୮(ବ୍ୟୁରୋ): କରୋନା ଲଢ଼େଇରେ ଆଗଧାଡ଼ିର ଯୋଦ୍ଧା ସାଜିଛି ପୋଲିସ। ସଂକ୍ରମଣ ରୋକିବାକୁ ଦିନରାତି କାର୍ଯ୍ୟ କରୁଥିବା ପୋଲିସ ଏବେ ନିଜେ ସଂକ୍ରମଣର ଶିକାର ହୋଇଛି। ଗାଇଡ୍‌ଲାଇନ୍‌ ମାନୁ ନ ଥିବାରୁ ଥାନାରେ କରୋନା ପଶିଛି। ଇତିମଧ୍ୟରେ ବହୁ ପୋଲିସ ଅଫିସର ଓ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ସଂସ୍ପର୍ଶରେ ଆସିଥିବା ଅନ୍ୟମାନେ ମଧ୍ୟ ସଙ୍ଗରୋଧରେ ରହୁଛନ୍ତି। ଫଳରେ ଏବେ ବିଭିନ୍ନ ଥାନାରେ କର୍ମଚାରୀ ଅଭାବ ଦେଖାଦେଇଥିବାରୁ ଏହାର ଫାଇଦା ଅପରାଧୀମାନେ ନେଉଛନ୍ତି। କିଛିଦିନ ହେବ ସହରରେ ଏକାଧିକ ଗ୍ୟାଙ୍ଗ୍‌ ସକ୍ରିୟ ରହି ଅପରାଧ ଘଟାଉଛନ୍ତି। ହାତରେ ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଧରି ପୋଲିସକୁ ନାଲିଆଖି ଦେଖାଉଛନ୍ତି। ଲୁଟ୍‌, ଡକାୟତି ଓ ହତ୍ୟାକାଣ୍ଡ ଘଟାଉଛନ୍ତି। ବିଶେଷକରି ଲୁଟେରାମାନେ ପ୍ରତିଦିନ କେଉଁଠି ନା କେଉଁଠି ଲୁଟ୍‌ପାଟ କରୁଥିବାରୁ କମିଶନରେଟ ପୋଲିସର ନିଦ ହଜୁଛି। ଘଟଣା ଘଟିବା ପରେ ପୋଲିସ କେବଳ ମାମଲା ରୁଜୁ କରି ଚୁପ୍‌ ବସୁଥିବାରୁ ଲୋକଙ୍କ ସୁରକ୍ଷା ବିପନ୍ନ ହେବାରେ ଲାଗିଛି।
ମିଳିଥିବା ସୂଚନାନୁସାରେ, କମିଶନରେଟ ପୋଲିସର ୬୧ରୁ ଉର୍ଦ୍ଧ୍ୱ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଇତିମଧ୍ୟରେ ୨୧ଜଣ ସୁସ୍ଥ ହୋଇଥିଲେ ମଧ୍ୟ ଆଉ କେତେଜଣ ମଧ୍ୟ ଆକ୍ରାନ୍ତ ହେଉଛନ୍ତି। କ୍ୟାପିଟାଲ ଥାନାର ୯ଜଣ ପୋଲିସ କର୍ମଚାରୀଙ୍କ ନମୁନା ପଜିଟିଭ୍‌ ଆସିବା ପରେ ସଂସ୍ପର୍ଶରେ ଆସିଥିବା ଥାନା ଅଧିକାରୀ ଓ କର୍ମଚାରୀ ସଙ୍ଗରୋଧରେ ଅଛନ୍ତି। ସେହିପରି ନୟାପଲୀ ଥାନାରେ ୩ଜଣ ଅଫିସରଙ୍କ ସମେତ ୯ଜଣ ଆକ୍ରାନ୍ତ ହୋଇଛନ୍ତି। ଏଥିସହ ଥାନା ଅଧିକାରୀଙ୍କ ସମେତ ଅନେକ କର୍ମଚାରୀ ଏବେ ସଙ୍ଗରୋଧରେ ଅଛନ୍ତି। ଜିଆର୍‌ପି ଥାନାର ଜଣେ ଏସ୍‌ଆଇଙ୍କୁ କରୋନା ହେବା ପରେ ଏକାଧିକ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ଚନ୍ଦ୍ରଶେଖରପୁର ଥାନାର ଜଣେ କର୍ମଚାରୀଙ୍କ ରିପୋର୍ଟ ପ୍ରଥମେ ପଜିଟିଭ୍‌ ଓ ପରେ ନେଗେଟିଭ୍‌ ଆସିଥିଲେ ମଧ୍ୟ ଅନ୍ୟମାନେ ଭୟର ସହ କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷରେ ୫୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ଅଫିସର ଓ କର୍ମଚାରୀଙ୍କୁ ଥାନାକୁ ଆସିବାକୁ ବାରଣ କରାଯାଇଛି। ହେଲେ କର୍ମଚାରୀ ଅଭାବ ଯୋଗୁ କାର୍ଯ୍ୟ କରିବାକୁ ପଡୁଥିବା ଜଣାପଡିଛି। ଏହାବ୍ୟତୀତ ଥାନାକୁ ପିପିଇଟି କିଟ୍‌ ଦିଆଯାଇଥିଲେ ମଧ୍ୟ ଅନେକ ଅଫିସର ଏହାକୁ ବ୍ୟବହାର କରୁ ନ ଥିବାରୁ ଯାଞ୍ଚ କିମ୍ବା ଅଭିଯୁକ୍ତଙ୍କୁ ଧରିବାବେଳେ ସଂକ୍ରମିତ ହେଉଥିବା କୁହାଯାଉଛି। ଥାନାରେ କରୋନା ପଶିବା ପରେ ଗେଟ୍‌ରେ ତାଲା ପଡୁଛି। ବହୁ କଷ୍ଟରେ ଲୋକେ ଅଭିଯୋଗ କରୁଛନ୍ତି, କିନ୍ତୁ ଠିକ୍‌ ଭାବେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହୋଇପାରୁନି। ଫଳରେ ଲୁଟେରା ଓ ଅନ୍ୟ ଅପରାଧୀମାନେ ଖୋଲାଖୋଲି ଅପରାଧ ଘଟାଉଛନ୍ତି। କଲୋନୀଠୁ ମୁଖ୍ୟ ରାସ୍ତାରେ ଅସାମାଜିକ କାର୍ଯ୍ୟ କଳାପ ବଢ଼ି ଚାଲିଛି।
ଏନେଇ ଡିସିପି ଡା.ଉମାଶଙ୍କର ଦାଶ କୁହନ୍ତି, ଥାନାରେ ଯେତିକି କର୍ମଚାରୀ ଅଛନ୍ତି ସେତିକରେ କାର୍ଯ୍ୟ କରାଯାଉଛି। ତଦନ୍ତରେ ଯେପରି ବାଧା ସୃଷ୍ଟି ନ ହେବ ସେଥିଲାଗି ବ୍ୟବସ୍ଥା କରାଯାଉଛି। ଥାନା କର୍ମଚାରୀଙ୍କୁ ପିପିଇ କିଟ୍‌ ବ୍ୟବହାର କରି ସତର୍କତାର ସହ ଲୋକଙ୍କୁ ସେବା ଯୋଗାଇବା ପାଇଁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?