ଗୋ ଚାଲାଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର: ୨ ଅପରାଧୀ ଆହତ

ସମ୍ବଲପୁର,୧୧।୩(ପ୍ରମୋଦ ବହିଦାର): ସମ୍ବଲପୁରର ସିଟି ଷ୍ଟେସନ ନିକଟରେ ପୋଲିସ ଓ ଗୋରୁ ଚୋରା ଚାଲାଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଗୋରୁ ଚୋରା ଚାଲାଣକରୀଙ୍କ ମଧ୍ୟରୁ ଦୁଇଜଣ ଆହତ ହୋଇଥିବା ଖବର ମିଳିଛି। ଉଭୟଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତମାନେ ପଶ୍ଚିମବଙ୍ଗର ହୋଇଥିବା ବେଳେ ସେମାନଙ୍କ ପ୍ରକୃତ ପରିଚୟ ମିଳିନାହିଁ।

ମିଳିଥିବା ସୂଚନା ଅନୁସାରେ, ସମ୍ବଲପୁର ଦେଇ ଯାଇଥିବା ଜାତୀୟ ରାଜପଥ-୫୩ରେ ଗୋରୁ ଚୋରାଚାଲାଣ ନେଇ ଧନୁପାଲି ଥାନା ପୋଲିସକୁ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା। ଉକ୍ତ ଖବର ଅନୁଯାଇ ଧନନପାଲି ଥାନାର ଏକ ପୋଲିସ ଦଳ ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଜଗି ରହିଥିଲେ। ଏହି ସମୟରେ ପୋଲିସ ଦଳଭୋର ପ୍ରାୟ ସାଢ଼େ ୫ଟା ସମୟରେ ଗୋରୁ ବୋଝେଇ ଟ୍ରକ(ଆରଜେ-୦୯-ଜିବି-୨୭୪୬)କୁ ଦେଖି ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ଟ୍ରକଟି ଅଟକି ନ ଥିବା ବେଳେ ଏହି ଟ୍ରକକୁ ଏସ୍କର୍ଟ କରୁଥିବା ଏକ କାର(ଡବ୍ଲ୍ୟୁବି-୧୪-ଏଏ-୧୨୩୨)ରୁ ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି ଚାଳନା ହୋଇଥିଲା। ଏହାର ଜବାବରେ ଆତ୍ମରକ୍ଷା ସ୍ବରୂପ ପୋଲିସ ପକ୍ଷରୁ ୍ଯଯଯ ପାଲଟା ୫ ରାଉଣ୍ଡ ଗୁଳି ଚାଳନା କରିଥିଲା। ଫଳରେ ପୋଲିସ ଗୁଳିରେ ଅଭିଯୁକ୍ତ ଦ୍ବୟ ଆହତ ହୋଇଥିଲେ। ଜଣକ ବାମ ଓ ଅନ୍ୟ ଜଣକର ଡାହାଣ ଗୋଡ଼ର ଆଣ୍ଠୁ ତଳକୁ ଗୁଳି ବାଜି ଉଭୟେ ଗୁରୁତର ଆହତ ହୋଇଥିଲେ ସେମାନଙ୍କୁ ପୋଲିସ ତୁରନ୍ତ ଭିମସାରରେ ଭର୍ତ୍ତି କରିଛି। ସେମାନେ ବର୍ତ୍ତମାନ ବିପଦମୁକ୍ତ ଥିବା ପୋଲିସ କହିଛି।

ଅପରପକ୍ଷରେ ଉକ୍ତ ଟ୍ରକକୁ ଯାଞ୍ଚ କଲାପରେ ସେଥିରେ ୩୦ଟି ଗୋରୁ ଥିବା ଦେଖିବାକୁ ପାଇଥିଲା। ଟ୍ରକରୁ ଗୋରୁମାନଙ୍କୁ ଉଦ୍ଧାର କରି ପୋଲିସ ପୋତାପାଲିସ୍ଥିତ ଶ୍ରୀକୃଷ୍ଣ ଗୋଶାଳାରେ ଛାଡ଼ିଛି। ପ୍ରାଥମିକ ତଦନ୍ତରୁ ଗୋରୁ ମାନଙ୍କୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ଜଣା ପଡ଼ିଛି।
ଘଟଣା ସ୍ଥଳରୁ ପୋଲିସ ଚାରୋଟି ଫୁଟାଗୁଳିର ଖାଲି ଖୋକା, ଉଭୟ ଅଭିଯୁକ୍ତଙ୍କ ନିକଟରୁ ୭.୬୫ ମିହିର ଦୁଇଟି ଦେଶୀ ପିସ୍ତଲ, ଏକ କଳା ରଙ୍ଗର ହୁଣ୍ଡାଇ ଆଲକାଜାର କାର ଓ ଗୋରୁ ଚୋରାଚାଲାଣ ହେଉଥିବା ଟ୍ରକକୁ ପୋଲିସ ଜବତ କରିଛି। ଏନେଇ ଧନୁପାଲି ଥାନାରେ ଏକ ମାମଲା ରୁଜୁକରି ଘଟଣାର ପୋଲିସ ତଦନ୍ତ କରୁଛି ।

 


Enter your email to get our daily news in your inbox.

All Right Reserved By Dharitri.Com

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?