କୋଟିଆରେ ଆନ୍ଧ୍ର ଅନୁପ୍ରବେଶକୁ ପଣ୍ଡକଲା ପୋଲିସ

ପଟ୍ଟାଙ୍ଗି/କୋରାପୁଟ,୭।୧(ଡି.ଏନ.ଏ./ସ୍ବ.ପ୍ର.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତରେ ଆନ୍ଧ୍ର ପ୍ରଦେଶ ବାରମ୍ବାର ଅନୁପ୍ରବେଶ ଜାରି ରଖିଛି। ଅଧିକାଂଶ ସମୟରେ ପଞ୍ଚାୟତର ଅନେକ ଗ୍ରାମରେ ସଭା କରିବା ସହ ସ୍ବାସ୍ଥ୍ୟସେବା ଶିବିର କରି ସମ୍ପୃକ୍ତ ଅଞ୍ଚଳବାସୀଙ୍କ ମନ ଜିଣିବାକୁ ପ୍ରୟାସ କରୁଛି। ମାତ୍ର ଶୁକ୍ରବାର କୋଟିଆ ପଞ୍ଚାୟତର ଉପରସେମ୍ବି ଗ୍ରାମକୁ ସ୍ବାସ୍ଥ୍ୟସେବା ଶିବିର କରିବାକୁ ଆସି ଆନ୍ଧ୍ର ଫେଲ୍‌ ମାରିଛି।
ଖବରରୁ ଜଣାପଡିଛି, ଆନ୍ଧ୍ର ତା’ର ପୂର୍ବ ଯୋଜନା ମୁତାବକ ସାଲୁର ବ୍ଲକର ୧୦୪ ଆମ୍ବୁଲାନ୍ସ କୋଟିଆ ଅଞ୍ଚଳରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଔଷଧ, ଡାକ୍ତର, ଫାର୍ମାସିଷ୍ଟ, ଟେଷ୍ଟ କିଟ୍‌, ଏଏନ୍‌ଏମ୍‌ଙ୍କୁ ନେଇ ପୂବାର୍ହ୍ନ ୧୧ଟାରେ ଉପରସେମ୍ବିରେ ପହଞ୍ଚତ୍ଥିଲା। ଏହି ସୂଚନା ପାଇବା ମାତ୍ରେ କୋଟିଆ ଏସ୍‌ଆଇ ବିଷ୍ଣୁ ପ୍ରସାଦ ଦାସ ଘଟଣା ସ୍ଥଳରେ ପହଞ୍ଚତ୍ ଏଠାରେ କୌଣସି ସ୍ବାସ୍ଥ୍ୟ ଶିବିର, ପରୀକ୍ଷା ଆଦି କରାଯାଇପାରିବ ନାହିଁା। ତୁମେମାନେ ଆନ୍ଧ୍ର ଫେରିଯାଅ କହି ତାଗିଦ୍‌ କରିଥିଲେ। କାହିଁକି ଫେରିଯିବୁ ବୋଲି ଆନ୍ଧ୍ର ଟିମ୍‌ ଏସ୍‌ଆଇ ଦାସଙ୍କୁ ପ୍ରଶ୍ନ କରିଥିଲେ। ଆନ୍ଧ୍ରର ପୂର୍ବତନ ସରପଞ୍ଚ ବିଶୁ ଗେମେଲ କୋଟିଆ ପଞ୍ଚାୟତ ସୀମା ବିବାଦ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି। ଏପରି ସ୍ଥଳେ ଉକ୍ତ ଅଞ୍ଚଳରେ ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବାରେ କାହାରିକୁ ବାରଣ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ପଚାରିଥିଲେ। ଗେମେଲଙ୍କ କୌଣସି କଥାକୁ ଏସ୍‌ଆଇ ଦାସ ଶୁଣି ନ ଥିଲେ। ଶେଷରେ ଆନ୍ଧ୍ର ସ୍ବାସ୍ଥ୍ୟ ଟିମ୍‌ ବାଧ୍ୟ ହୋଇ ଫେରିଯାଇଥିଲା। ଏ ସମ୍ପର୍କରେ ସମ୍ପୃକ୍ତ ଏସ୍‌ଆଇ ଦାସଙ୍କୁ ପଚାରିବାରୁ ଏହା ଉପରେ ମୁଁ କିଛି କହିପାରିନାହିଁ। ଥାନା ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ କହି ଗଣମାଧ୍ୟମକୁ ଏଡାଇଯାଇଥିଲେ। ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ କୋଟିଆର ଗଞ୍ଜେଇ ପଦର ଓ ଧୂଳିପଦର ଗ୍ରାମରେ ଆନ୍ଧ୍ରର ସ୍ବାସ୍ଥ୍ୟ ଟିମ୍‌ ଗ୍ରାମବାସୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଆସିଥିବାବେଳେ ପଟ୍ଟାଙ୍ଗି ବିଡିଓ ଓ ସ୍ଥାନୀୟ ଜିଲା ପରିଷଦ ସଭ୍ୟା ଏହାକୁ ତୀବ୍ର ବିରୋଧ କରିଥିଲେ। ଫଳରେ ସେତେବେଳେ ମଧ୍ୟ ଆନ୍ଧ୍ରର ସ୍ବାସ୍ଥ୍ୟ ଟିମ୍‌ ଅଧାବାଟରୁ ଫେରିଯାଇଥିଲା।
ଅନ୍ୟପକ୍ଷରେ କୋଟିଆର ସାମଗ୍ରିକ ବିକାଶ ନେଇ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଜିଲାପାଳ ଅବଦାଲ ଏମ୍‌. ଅଖତାର ଗୁରୁବାର ସମୀକ୍ଷା କରିଥିଲେ। କୋଟିଆରେ ଯେପରି ଆନ୍ଧ୍ରର ଅନୁପ୍ରବେଶକୁ ସ୍ଥାୟୀ ଭାବେ ବନ୍ଦ କରାଯିବ ସେନେଇ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ବୈଠକର ୨୪ ଘଣ୍ଟା ନ ପୂରୁଣୁ ଆନ୍ଧ୍ରର ଆମ୍ବୁଲାନ୍ସକୁ ଅଟକାଇ ସ୍ବାସ୍ଥ୍ୟସେବା ବନ୍ଦ କରିବା ଜିଲା ପ୍ରଶାସନ ଆଭିମୁଖ୍ୟକୁ ପ୍ରମାଣିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri