କୋଟିଆରେ ଆନ୍ଧ୍ର ଅନୁପ୍ରବେଶକୁ ପଣ୍ଡକଲା ପୋଲିସ

ପଟ୍ଟାଙ୍ଗି/କୋରାପୁଟ,୭।୧(ଡି.ଏନ.ଏ./ସ୍ବ.ପ୍ର.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତରେ ଆନ୍ଧ୍ର ପ୍ରଦେଶ ବାରମ୍ବାର ଅନୁପ୍ରବେଶ ଜାରି ରଖିଛି। ଅଧିକାଂଶ ସମୟରେ ପଞ୍ଚାୟତର ଅନେକ ଗ୍ରାମରେ ସଭା କରିବା ସହ ସ୍ବାସ୍ଥ୍ୟସେବା ଶିବିର କରି ସମ୍ପୃକ୍ତ ଅଞ୍ଚଳବାସୀଙ୍କ ମନ ଜିଣିବାକୁ ପ୍ରୟାସ କରୁଛି। ମାତ୍ର ଶୁକ୍ରବାର କୋଟିଆ ପଞ୍ଚାୟତର ଉପରସେମ୍ବି ଗ୍ରାମକୁ ସ୍ବାସ୍ଥ୍ୟସେବା ଶିବିର କରିବାକୁ ଆସି ଆନ୍ଧ୍ର ଫେଲ୍‌ ମାରିଛି।
ଖବରରୁ ଜଣାପଡିଛି, ଆନ୍ଧ୍ର ତା’ର ପୂର୍ବ ଯୋଜନା ମୁତାବକ ସାଲୁର ବ୍ଲକର ୧୦୪ ଆମ୍ବୁଲାନ୍ସ କୋଟିଆ ଅଞ୍ଚଳରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଔଷଧ, ଡାକ୍ତର, ଫାର୍ମାସିଷ୍ଟ, ଟେଷ୍ଟ କିଟ୍‌, ଏଏନ୍‌ଏମ୍‌ଙ୍କୁ ନେଇ ପୂବାର୍ହ୍ନ ୧୧ଟାରେ ଉପରସେମ୍ବିରେ ପହଞ୍ଚତ୍ଥିଲା। ଏହି ସୂଚନା ପାଇବା ମାତ୍ରେ କୋଟିଆ ଏସ୍‌ଆଇ ବିଷ୍ଣୁ ପ୍ରସାଦ ଦାସ ଘଟଣା ସ୍ଥଳରେ ପହଞ୍ଚତ୍ ଏଠାରେ କୌଣସି ସ୍ବାସ୍ଥ୍ୟ ଶିବିର, ପରୀକ୍ଷା ଆଦି କରାଯାଇପାରିବ ନାହିଁା। ତୁମେମାନେ ଆନ୍ଧ୍ର ଫେରିଯାଅ କହି ତାଗିଦ୍‌ କରିଥିଲେ। କାହିଁକି ଫେରିଯିବୁ ବୋଲି ଆନ୍ଧ୍ର ଟିମ୍‌ ଏସ୍‌ଆଇ ଦାସଙ୍କୁ ପ୍ରଶ୍ନ କରିଥିଲେ। ଆନ୍ଧ୍ରର ପୂର୍ବତନ ସରପଞ୍ଚ ବିଶୁ ଗେମେଲ କୋଟିଆ ପଞ୍ଚାୟତ ସୀମା ବିବାଦ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି। ଏପରି ସ୍ଥଳେ ଉକ୍ତ ଅଞ୍ଚଳରେ ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବାରେ କାହାରିକୁ ବାରଣ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ପଚାରିଥିଲେ। ଗେମେଲଙ୍କ କୌଣସି କଥାକୁ ଏସ୍‌ଆଇ ଦାସ ଶୁଣି ନ ଥିଲେ। ଶେଷରେ ଆନ୍ଧ୍ର ସ୍ବାସ୍ଥ୍ୟ ଟିମ୍‌ ବାଧ୍ୟ ହୋଇ ଫେରିଯାଇଥିଲା। ଏ ସମ୍ପର୍କରେ ସମ୍ପୃକ୍ତ ଏସ୍‌ଆଇ ଦାସଙ୍କୁ ପଚାରିବାରୁ ଏହା ଉପରେ ମୁଁ କିଛି କହିପାରିନାହିଁ। ଥାନା ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ କହି ଗଣମାଧ୍ୟମକୁ ଏଡାଇଯାଇଥିଲେ। ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ କୋଟିଆର ଗଞ୍ଜେଇ ପଦର ଓ ଧୂଳିପଦର ଗ୍ରାମରେ ଆନ୍ଧ୍ରର ସ୍ବାସ୍ଥ୍ୟ ଟିମ୍‌ ଗ୍ରାମବାସୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଆସିଥିବାବେଳେ ପଟ୍ଟାଙ୍ଗି ବିଡିଓ ଓ ସ୍ଥାନୀୟ ଜିଲା ପରିଷଦ ସଭ୍ୟା ଏହାକୁ ତୀବ୍ର ବିରୋଧ କରିଥିଲେ। ଫଳରେ ସେତେବେଳେ ମଧ୍ୟ ଆନ୍ଧ୍ରର ସ୍ବାସ୍ଥ୍ୟ ଟିମ୍‌ ଅଧାବାଟରୁ ଫେରିଯାଇଥିଲା।
ଅନ୍ୟପକ୍ଷରେ କୋଟିଆର ସାମଗ୍ରିକ ବିକାଶ ନେଇ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଜିଲାପାଳ ଅବଦାଲ ଏମ୍‌. ଅଖତାର ଗୁରୁବାର ସମୀକ୍ଷା କରିଥିଲେ। କୋଟିଆରେ ଯେପରି ଆନ୍ଧ୍ରର ଅନୁପ୍ରବେଶକୁ ସ୍ଥାୟୀ ଭାବେ ବନ୍ଦ କରାଯିବ ସେନେଇ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ବୈଠକର ୨୪ ଘଣ୍ଟା ନ ପୂରୁଣୁ ଆନ୍ଧ୍ରର ଆମ୍ବୁଲାନ୍ସକୁ ଅଟକାଇ ସ୍ବାସ୍ଥ୍ୟସେବା ବନ୍ଦ କରିବା ଜିଲା ପ୍ରଶାସନ ଆଭିମୁଖ୍ୟକୁ ପ୍ରମାଣିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri