ପରିବାରଠୁ ଦୂରେଇ ଦେଇଛି ବାତ୍ୟା

ପାରାଦୀପ,୭ା୧(ସ୍ବ:ପ୍ର:): ଗତ ଅକ୍ଟୋବରରେ ୨ଟି ବୋଟ୍‌ ଯୋଗେ ସମୁଦ୍ରରେ ମାଛ ଧରୁଥିଲେ। ସେଥିରେ ଥିଲେ ୩୭ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀ। ଏହି ସମୟରେ ବାତ୍ୟା ‘ସିତରଙ୍ଗ’ ପ୍ରଭାବରେ ଉଭୟ ବୋଟ୍‌ ଓଲଟି ପଡ଼ିଥିଲା। ସେମାନେ ସମସ୍ତେ ଅଥଳ ସମୁଦ୍ରରେ ଭାସୁଥିଲେ। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ବାଲେଶର ଅଞ୍ଚଳର ‘ରଘୁନାଥ’ ନାମକ ମାଛଧରା ବୋଟ୍‌ର ମତ୍ସ୍ୟଜୀବୀ ଅକ୍ଟୋବର ୨୮ରେ ସାଗରଦ୍ୱୀପଠାରୁ ୯୦ ନଟିକାଲ ମାଇଲ (୧୬୨କିମି) ସମୁଦ୍ରରୁ ମୁର୍ମୂର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ଆଣି ପାରାଦୀପ ମାଛଧରାବନ୍ଦର ପରିସରରେ ମତ୍ସ୍ୟବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ମେରାଇନ ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ୩ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ନେଇ ପ୍ରଥମେ ଅଠରବାଙ୍କି ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସୁସ୍ଥ ହେବାପରେ ସେମାନଙ୍କୁ ଅଠରବାଙ୍କିର ଆଶ୍ରୟ କେନ୍ଦ୍ରରେ ରଖାଯାଇଛି। ପୋଲିସ ସେମାନଙ୍କୁ ଦିନରାତି ଜଗି ରହୁଛି। ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କ ଖାଇବା ବନ୍ଦୋବସ୍ତ କରାଯାଇଛି। ଜିଲା ପ୍ରଶାସନ ଓ ଇମିଗ୍ରେସନ ବିଭାଗ ପକ୍ଷରୁ ଅକ୍ଟୋବର ୨୮ରୁ ଏପର୍ଯ୍ୟନ୍ତ ୩ ଥର କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟକୁ ସୂଚନା ଦିଆଗଲାଣି। ହେଲେ ବାଂଲାଦେଶ ସରକାର ଏଯାଏ କ୍ଲିୟରାନ୍ସ ଦେଇ ନ ଥିବାରୁ ଏହି ୩ଜଣ ଘରକୁ ଫେରିପାରୁନାହାନ୍ତି।
ସୂଚନାଯୋଗ୍ୟ, ବାତ୍ୟା ସିତରଙ୍ଗ ସମୟରେ ଅର୍ଥାତ୍‌ ଗତ ଅକ୍ଟୋବର ୨୬ରେ କୋଷ୍ଟଗାର୍ଡ ମଧ୍ୟ ସମୁଦ୍ରରୁ ୧୮ଜଣଙ୍କୁ ଉଦ୍ଧାର କରିଥିଲା। ସେତେବେଳେ ପ୍ରାଥମିକ ଯାଞ୍ଚ କରାଯାଇ ବାଂଲାଦେଶ କୋଷ୍ଟଗାର୍ଡକୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ଯେଉଁ ୩ ଜଣଙ୍କୁ ମାଛଧରା ବୋଟ୍‌ ଦ୍ୱାରା ଉଦ୍ଧାର କରାଯାଇଛି ସେମାନେ ଅଟକି ରହିଛନ୍ତି। ସେମାନେ ହେଲେ ମହମ୍ମଦ ମିରାଜ, ମହମ୍ମଦ ନାର୍ଜି ଏବଂ ହବିସ ମହମ୍ମଦ। ଏମାନେ ଉର୍ଦ୍ଦୁ ମିଶା ବଙ୍ଗଳା ଭାଷାରେ କଥା ହେଉଛନ୍ତି। ମିରାଜ ଏବଂ ନାଜିର କୁହନ୍ତି, ସେମାନଙ୍କ ଘର ବାଂଲାଦେଶର ଭୋଲା ଜିଲା ଚୋପତାର ଓ୍ବାର୍ଡ ୯ ଅଞ୍ଚଳରେ। ଗତ ଅକ୍ଟୋବର ୨୦ରେ ସେମାନେ ୧୮ ଜଣ ଗୋଟିଏ ବୋଟ୍‌ରେ ସମୁଦ୍ରକୁ ମାଛ ଧରିବା ପାଇଁ ବାହାରିଥିଲେ। ଅକ୍ଟୋବର ୨୩ରେ ବାତ୍ୟା ପ୍ରଭାବରେ ବୋଟ୍‌ ଦୁଇଫାଳ ହୋଇଯାଇଥିଲା। ପାଣିରେ ଭାସୁଥିଲେ। ଆସନ୍ନ ମୃତ୍ୟୁ ଅବସ୍ଥାରେ ଥିବାବେଳେ ‘ରଘୁନାଥ’ ବୋଟ୍‌ ଡ୍ରାଇଭର ବିଶ୍ବନାଥ ଗାରୁ ସେମାନଙ୍କୁ ଉଦ୍ଧାର କରିଥିଲେ। ଅନ୍ୟ ୧୬ ଜଣ ସମୁଦ୍ରରେ ନିଖୋଜ ହୋଇଯାଇଛନ୍ତି କହି ସେମାନେ କାନ୍ଦି ପକାଇଥିଲେ। ଇତିମଧ୍ୟରେ ପୋଲିସ ବାବୁଙ୍କ ମୋବାଇଲ ଫୋନ ଜରିଆରେ ସେମାନେ ଦୁଇଥର ସ୍ତ୍ରୀ, ପରିବାର ଲୋକଙ୍କ ସହିତ କଥା ହୋଇଛନ୍ତି। ପରିବାର ଲୋକମାନେ ମଧ୍ୟ ବାଂଲାଦେଶ ସରକାରଙ୍କ ପାଖରେ ଆବେଦନ କରିଛନ୍ତି। ଶୀଘ୍ର ଘରକୁ ଫେରିବେ ବୋଲି ମିରାଜ ଏବଂ ନାଜିର ଆଶା କରି ରହିଛନ୍ତି। ସେହିପରି ହବିସ ମହମ୍ମଦଙ୍କ ଘର ବାଂଲାଦେଶର ପାତୁଆଖଲି ଜିଲାର ଦୋଲୁତଖାନ ଅଞ୍ଚଳରେ। ତାଙ୍କ ସହିତ ବୋଟ୍‌ରେ ୧୯ ଜଣ ଥିଲେ। ଅନ୍ୟ ୧୮ ଜଣ ମଧ୍ୟ ସେହି ସ୍ଥାନରେ ଭାସୁଥିବା ବେଳେ ଅଲଗା ହୋଇଯାଇଥିଲେ। ଉଦ୍ଧାର ମତ୍ସ୍ୟଜୀବୀଙ୍କ ପାଖରେ କୌଣସି କାଗଜପତ୍ର ନ ଥିବାରୁ ଏବେ ଦୁଇ ଦେଶର ସରକାରୀ ସ୍ତରରେ ଅସୁବିଧା ହେଉଛି ବୋଲି ପାରାଦୀପ ଇମିଗ୍ରେଶନ ଡିଏସ୍‌ପି ମାନସ ରଞ୍ଜନ ଦାଶ କହିଛନ୍ତି।
୨୦୦୯ରେ ଏଭଳି ଏକ ଘଟଣାରେ ପାରାଦୀପ ଷଣ୍ଢକୁଦର ନୋଳିଆ ମତ୍ସ୍ୟଜୀବୀ ୬ ଜଣ ମ୍ୟାନ୍‌ମାର ନାଗରିକଙ୍କୁ ଉଦ୍ଧାର କରି ଆଣିଥିଲେ। ସେମାନଙ୍କ ପାଖରେ କାଗଜପତ୍ର ନ ଥିବାରୁ ପାରାଦୀପ ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜେଲରେ ଦୀର୍ଘଦିନ ରହିବା ପରେ ମୁକୁଳିଥିଲେ। ହେଲେ ସେମାନେ ନିଜ ଦେଶକୁ ଯାଇନାହାନ୍ତି। ଷଣ୍ଢକୁଦ ବସ୍ତିରେ ରହୁଥିଲେ। ତାଙ୍କ ମଧ୍ୟରୁ ଦୁଇଜଣ ପ୍ରେମଜନିତ ଘଟଣାରେ ପରସ୍ପରଙ୍କୁ ହତ୍ୟା କରିଥିଲେ। ସେହିପରି ଜଣଙ୍କର ଏଡ୍‌ସରେ ମୃତ୍ୟୁ ଘଟିଛି। ଆଉ ୩ଜଣ ସ୍ଥାନୀୟ ଅଞ୍ଚଳରେ ବିବାହ କରି ରହୁଛନ୍ତି। ସବୁଠାରୁ କୌତୂହଳ ବିଷୟ ହେଲା ତାଙ୍କ ନାମରେ ସରକାରୀ ପରିଚୟପତ୍ର ହୋଇସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri