ରାଜରାଜେଶ୍ୱର ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ, ୭ା୧: ପବିତ୍ର ପୌଷ ପୂର୍ଣ୍ଣମୀ ଶୁକ୍ରବାର ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ରତ୍ନ ସିଂହାସନରେ ମହାପ୍ରଭୁ ରାଜରାଜେଶ୍ୱର ବା ସୁନାବେଶରେ ଦର୍ଶନ ଦେଇଛନ୍ତି। ବର୍ଷକ ମଧ୍ୟରେ ହେଉଥିବା ପାଞ୍ଚଥର ସୁନାବେଶ ମଧ୍ୟରୁ ଏହା ଅନ୍ୟତମ। ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ, ଗୁରୁବାର ଚନ୍ଦନ ଲାଗି ନୀତି ପରେ ୮୭ ଗରା ଜଳ ଓ ୨୧ ଗରା ଘିଅ ଭୋଗମଣ୍ଡପ ଘରେ ଅଧିବାସ ହୋଇ ରହିଥିଲା। ଶୁକ୍ରବାର ଶ୍ରୀମନ୍ଦିର ଭିତର ବେଢ଼ାରେ ନିର୍ମିତ ଯଜ୍ଞଶାଳାରେ ହୋମ କରାଯାଇଥିଲା। ଅପର ପକ୍ଷରେ ସକାଳ ଧୂପ ବଢ଼ି ଅଭିଷେକ ନୀତି ଆରମ୍ଭ ହୋଇଥିଲା। ଟେରାବନ୍ଧା ପରେ ଭୋଗମଣ୍ଡପ ଘରଠାରୁ ଜଳଛେକ ପର୍ଯ୍ୟନ୍ତ ଗରାବଡୁମାନେ ବାଘମୁହଁ ବାନ୍ଧି, ଘଣ୍ଟା ଛତା କାହାଳି ସହ ତଳୁଚ୍ଛ ପ୍ରଧାନୀ ପଟୁଆରରେ ଆସି ଚାରୋଟି ପନ୍ତି ରଖିଥିଲେ। ଶୀତଳ ଭୋଗ ଛେକ ଆସିଥିଲା। ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥିଲେ। ଅଧିବାସ ହୋଇଥିବା ୧୦୮ ଗରା ଘିଅମିଶ୍ରିତ ଜଳରେ କେବଳ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଅଭିଷେକ କରାଯାଇଥିଲା। ମହାପ୍ରଭୁଙ୍କଠାରୁ ଶ୍ରୀଦେବୀ (ମହାଲକ୍ଷ୍ମୀ) ଆଜ୍ଞାମାଳ ପାଇ ମହାଲକ୍ଷ୍ମୀ ମନ୍ଦିର ଜଗମୋହନକୁ ବିଜେ କରିଥିଲେ। ସେଠାରେ ମାଜଣା, ବନକଲାଗି ଓ ବେଶ କରାଯାଇଥିଲା। ସେହିପରି ଶ୍ରୀମନ୍ଦିରରେ ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା। ତିନିଠାକୁର କିରୀଟ, ଶ୍ରୀପୟର, ଶ୍ରୀଭୁଜ, ଆଡ଼କାନି, ଚନ୍ଦ୍ର, ସୂର୍ଯ୍ୟ, ସେବତୀ ମାଳି, ଘାଗଡ଼ା ମାଳି, ମକର କୁଣ୍ଡଳ, ବାଘନଖି ପ୍ରଭୃତି ସୁବର୍ଣ୍ଣ ଅଳଙ୍କାର ଧାରଣ କରିଥିଲେ। ଶ୍ରୀଜଗନ୍ନାଥ ମହାପ୍ରଭୁ ସୁବର୍ଣ୍ଣ ଚକ୍ର, ରୁପା ଶଙ୍ଖ ଏବଂ ବଳଭଦ୍ର ସୁବର୍ଣ୍ଣ ହଳମୂଷଳ ଧାରଣ କରିଥିଲେ। ଯାତ୍ରାଙ୍ଗୀ ଭୋଗ ଶ୍ରୀଛାମୁକୁ ଆସିବାବେଳେ ମନ୍ଦିରରୁ ମହାଲକ୍ଷ୍ମୀ ଫେରି ଶ୍ରୀଅଙ୍ଗ ଲାଗି ହୋଇଥିଲେ। ଭିତରଚ୍ଛ ମହାପାତ୍ର ଲକ୍ଷ୍ମଣ ଏବଂ ଜଣେ ପାଳିଆ ହନୁମାନ ରୂପରେ ମେକାପ ଦଣ୍ଡଛତ୍ର ମୂଳ ଧାରଣ କରିଥିଲେ। ମହାପ୍ରଭୁ ଫୁଲ ଧନୁଶର ଧାରଣ କରିଥିଲେ। ରାଜନୀତି ବନ୍ଦାପନା ପରେ ମୁଦିରସ୍ତ ମଇଲମ କରିଥିଲେ। ଦକ୍ଷିଣୀଘର ଭୋଗ ବଢ଼ିବା ପରେ ଶ୍ରୀରଘୁନାଥ ମହାଜନ ରତ୍ନସିଂହାସନ ପାଖକୁ ବିଜେ କରିଥିଲେ। ସେଠାରେ ପାଳିଆ ପୂଜାପଣ୍ଡା ସାମନ୍ତ ଶ୍ରୀବିଗ୍ରହଙ୍କଠାରୁ ଆଜ୍ଞାମାଳ ଆଣି ଶ୍ରୀରଘୁନାଥଙ୍କୁ ପ୍ରଦାନ କରିଥିଲେ। ଶ୍ରୀରଘୁନାଥ ଲକ୍ଷ୍ମୀ ମନ୍ଦିରକୁ ବିଜେ କରିଥିଲେ। ମହାସ୍ନାନ, ଶୀତଳ ଭୋଗ, ବନ୍ଦାପନା ଆଦି ସରିବା ପରେ ଠାକୁର ଦକ୍ଷିଣୀଘରକୁ ଫେରିଥିଲେ। ପରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି ସମ୍ପନ୍ନ ହୋଇଥିଲା। ପୌରାଣିକ ତଥ୍ୟ ଅନୁଯାୟୀ, ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ୧୪ ବର୍ଷ ବନବାସ ପରେ ଅଯୋଧ୍ୟାକୁ ଫେରି ପୌଷ ପୂର୍ଣ୍ଣିମା ତିଥିରେ ସିଂହାସନରେ ଅଭିଷିକ୍ତ ହୋଇଥିଲେ। ସେହି ସ୍ମୃତିରେ ପ୍ରତିବର୍ଷ ଉକ୍ତ ତିଥିରେ ମହାପ୍ରଭୁଙ୍କ ଅଭିଷେକ ଉତ୍ସବ ପାଳିତ ହୋଇଥାଏ। ଏହି ଦିନ ମହାପ୍ରଭୁଙ୍କ ଅଭିଷେକ ନୀତି ଦର୍ଶନ ପାଇଁ ଦେବଦେବୀ ଶ୍ରୀମନ୍ଦିରକୁ ଆସିଥାନ୍ତି ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri