ରାଜରାଜେଶ୍ୱର ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ, ୭ା୧: ପବିତ୍ର ପୌଷ ପୂର୍ଣ୍ଣମୀ ଶୁକ୍ରବାର ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ରତ୍ନ ସିଂହାସନରେ ମହାପ୍ରଭୁ ରାଜରାଜେଶ୍ୱର ବା ସୁନାବେଶରେ ଦର୍ଶନ ଦେଇଛନ୍ତି। ବର୍ଷକ ମଧ୍ୟରେ ହେଉଥିବା ପାଞ୍ଚଥର ସୁନାବେଶ ମଧ୍ୟରୁ ଏହା ଅନ୍ୟତମ। ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ, ଗୁରୁବାର ଚନ୍ଦନ ଲାଗି ନୀତି ପରେ ୮୭ ଗରା ଜଳ ଓ ୨୧ ଗରା ଘିଅ ଭୋଗମଣ୍ଡପ ଘରେ ଅଧିବାସ ହୋଇ ରହିଥିଲା। ଶୁକ୍ରବାର ଶ୍ରୀମନ୍ଦିର ଭିତର ବେଢ଼ାରେ ନିର୍ମିତ ଯଜ୍ଞଶାଳାରେ ହୋମ କରାଯାଇଥିଲା। ଅପର ପକ୍ଷରେ ସକାଳ ଧୂପ ବଢ଼ି ଅଭିଷେକ ନୀତି ଆରମ୍ଭ ହୋଇଥିଲା। ଟେରାବନ୍ଧା ପରେ ଭୋଗମଣ୍ଡପ ଘରଠାରୁ ଜଳଛେକ ପର୍ଯ୍ୟନ୍ତ ଗରାବଡୁମାନେ ବାଘମୁହଁ ବାନ୍ଧି, ଘଣ୍ଟା ଛତା କାହାଳି ସହ ତଳୁଚ୍ଛ ପ୍ରଧାନୀ ପଟୁଆରରେ ଆସି ଚାରୋଟି ପନ୍ତି ରଖିଥିଲେ। ଶୀତଳ ଭୋଗ ଛେକ ଆସିଥିଲା। ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥିଲେ। ଅଧିବାସ ହୋଇଥିବା ୧୦୮ ଗରା ଘିଅମିଶ୍ରିତ ଜଳରେ କେବଳ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଅଭିଷେକ କରାଯାଇଥିଲା। ମହାପ୍ରଭୁଙ୍କଠାରୁ ଶ୍ରୀଦେବୀ (ମହାଲକ୍ଷ୍ମୀ) ଆଜ୍ଞାମାଳ ପାଇ ମହାଲକ୍ଷ୍ମୀ ମନ୍ଦିର ଜଗମୋହନକୁ ବିଜେ କରିଥିଲେ। ସେଠାରେ ମାଜଣା, ବନକଲାଗି ଓ ବେଶ କରାଯାଇଥିଲା। ସେହିପରି ଶ୍ରୀମନ୍ଦିରରେ ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା। ତିନିଠାକୁର କିରୀଟ, ଶ୍ରୀପୟର, ଶ୍ରୀଭୁଜ, ଆଡ଼କାନି, ଚନ୍ଦ୍ର, ସୂର୍ଯ୍ୟ, ସେବତୀ ମାଳି, ଘାଗଡ଼ା ମାଳି, ମକର କୁଣ୍ଡଳ, ବାଘନଖି ପ୍ରଭୃତି ସୁବର୍ଣ୍ଣ ଅଳଙ୍କାର ଧାରଣ କରିଥିଲେ। ଶ୍ରୀଜଗନ୍ନାଥ ମହାପ୍ରଭୁ ସୁବର୍ଣ୍ଣ ଚକ୍ର, ରୁପା ଶଙ୍ଖ ଏବଂ ବଳଭଦ୍ର ସୁବର୍ଣ୍ଣ ହଳମୂଷଳ ଧାରଣ କରିଥିଲେ। ଯାତ୍ରାଙ୍ଗୀ ଭୋଗ ଶ୍ରୀଛାମୁକୁ ଆସିବାବେଳେ ମନ୍ଦିରରୁ ମହାଲକ୍ଷ୍ମୀ ଫେରି ଶ୍ରୀଅଙ୍ଗ ଲାଗି ହୋଇଥିଲେ। ଭିତରଚ୍ଛ ମହାପାତ୍ର ଲକ୍ଷ୍ମଣ ଏବଂ ଜଣେ ପାଳିଆ ହନୁମାନ ରୂପରେ ମେକାପ ଦଣ୍ଡଛତ୍ର ମୂଳ ଧାରଣ କରିଥିଲେ। ମହାପ୍ରଭୁ ଫୁଲ ଧନୁଶର ଧାରଣ କରିଥିଲେ। ରାଜନୀତି ବନ୍ଦାପନା ପରେ ମୁଦିରସ୍ତ ମଇଲମ କରିଥିଲେ। ଦକ୍ଷିଣୀଘର ଭୋଗ ବଢ଼ିବା ପରେ ଶ୍ରୀରଘୁନାଥ ମହାଜନ ରତ୍ନସିଂହାସନ ପାଖକୁ ବିଜେ କରିଥିଲେ। ସେଠାରେ ପାଳିଆ ପୂଜାପଣ୍ଡା ସାମନ୍ତ ଶ୍ରୀବିଗ୍ରହଙ୍କଠାରୁ ଆଜ୍ଞାମାଳ ଆଣି ଶ୍ରୀରଘୁନାଥଙ୍କୁ ପ୍ରଦାନ କରିଥିଲେ। ଶ୍ରୀରଘୁନାଥ ଲକ୍ଷ୍ମୀ ମନ୍ଦିରକୁ ବିଜେ କରିଥିଲେ। ମହାସ୍ନାନ, ଶୀତଳ ଭୋଗ, ବନ୍ଦାପନା ଆଦି ସରିବା ପରେ ଠାକୁର ଦକ୍ଷିଣୀଘରକୁ ଫେରିଥିଲେ। ପରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି ସମ୍ପନ୍ନ ହୋଇଥିଲା। ପୌରାଣିକ ତଥ୍ୟ ଅନୁଯାୟୀ, ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ୧୪ ବର୍ଷ ବନବାସ ପରେ ଅଯୋଧ୍ୟାକୁ ଫେରି ପୌଷ ପୂର୍ଣ୍ଣିମା ତିଥିରେ ସିଂହାସନରେ ଅଭିଷିକ୍ତ ହୋଇଥିଲେ। ସେହି ସ୍ମୃତିରେ ପ୍ରତିବର୍ଷ ଉକ୍ତ ତିଥିରେ ମହାପ୍ରଭୁଙ୍କ ଅଭିଷେକ ଉତ୍ସବ ପାଳିତ ହୋଇଥାଏ। ଏହି ଦିନ ମହାପ୍ରଭୁଙ୍କ ଅଭିଷେକ ନୀତି ଦର୍ଶନ ପାଇଁ ଦେବଦେବୀ ଶ୍ରୀମନ୍ଦିରକୁ ଆସିଥାନ୍ତି ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri