![](https://www.dharitri.com/wp-content/uploads/2021/01/n-4-16.jpg)
ଭୋପାଳ, ୨୩।୧: କୃଷି ଆଇନ ନେଇ ଦେଶରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଶନିବାର ମଧ୍ୟାହ୍ନରେ କୃଷି ଆଇନକୁ ବିରୋଧ କରି କଂଗ୍ରେସକର୍ମୀମାନେ ଜବାହର ଛକରୁ ରାଜଭବନ ଆଡ଼କୁ ଯାଉଥିବା ସମୟରେ ପୋଲିସ ସହିତ ମୁହାଁମୁହିଁ ହୋଇଛନ୍ତି। ପୋଲିସ କଂଗ୍ରେସକର୍ମୀଙ୍କୁ ଅଧାବାଟରେ ଅଟକାଇଥିଲା। କର୍ମୀମାନେ ଉତ୍କ୍ଷୀପ୍ତ ହୋଇ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲେ। ସୁରକ୍ଷା ତଥା ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କର୍ମୀଙ୍କୁ ଘଉଡ଼େଇବା ଲାଗି ଲାଠି ଚାର୍ଜ କରାଯାଇଥିଲା। ଏହା ସହିତ ଓ୍ବାଟର କ୍ୟାନନରୁ ପାଣି ମାଡ଼ ମଧ୍ୟ କରାଯାଇଥିଲା। ପୋଲିସ କର୍ମୀଙ୍କୁ ଗୋଡ଼େଇ ପିଟିବା ଘଟଣାକୁ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି।