ମାସ୍କ୍‌ ପିନ୍ଧି ନ ଥିବା ଛେଳିକୁ ବାନ୍ଧି ନେଲେ ପୋଲିସ ବାବୁ…

କାନପୁର, ୨୮।୭: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ମାସ୍କ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏପରିସ୍ଥଳେ ଉତ୍ତରପ୍ରଦେଶରେ ମାସ୍କ୍‌ ନ ପିନ୍ଧି ରାସ୍ତାରେ ବୁଲୁଥିବା ଏକ ଛେଳିକୁ ପୋଲିସ ବାବୁ ବାନ୍ଧି ଥାନାକୁ ନେଇ ଯାଇଥିବା ଖବର ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଅନଓ୍ବରଗଞ୍ଜ ପୋଲିସ ଷ୍ଟେଶନର ସର୍କଲ ଅଫିସର ସୈଫୁଦ୍ଦିନ୍‌ ବେଗ୍‌ କହିଛନ୍ତି ଯେ, ଜଣେ ଯୁବକ ବିନା ମାସ୍କ୍‌ରେ ଛେଳିକୁ ଧରି ରାସ୍ତାରେ ବୁଲୁଥିଲେ। ପୋଲିସ ପାଟ୍ରୋଲିଂ ଟିମ୍‌କୁ ଦେଖି ସେ ଜରିମାନା ଭୟରେ ଦୌଡ଼ି ପଳାଇଥିଲେ। ତେଣୁ ତାଙ୍କୁ ବୁଦ୍ଧି ଶିଖାଇବା ପାଇଁ ପାଟ୍ରୋଲିଂ ଟିମ୍‌ ଛେଳିକୁ ଜିପ୍‌ରେ ବସାଇ ଷ୍ଟେଶନକୁ ଆଣିଥିଲୋ। ପରେ ଯୁବକ ଜଣକ ଷ୍ଟେଶନକୁ ଆସି ଜରିମାନା ଦେଇ ଛେଳିକୁ ଘରକୁ ନେଇଥିଲେ। ଷ୍ଟେଶନର ଅନ୍ୟ ଜଣେ କର୍ମଚାରୀ ମଜାରେ କହିଥିଲେ ଯେ, ଏବେ ଲୋକେ ପୋଷା କୁକୁରକୁ ମାସ୍କ୍‌ ପିନ୍ଧାଉଛନ୍ତି। ଏପରିସ୍ଥଳେ ପୋଷା ଛେଳି କାହିଁକି ମାସ୍କ୍‌ ନ ପିନ୍ଧିବ। କର୍ମଚାରୀଙ୍କ ଏହି ମଜାଳିଆ ମନ୍ତବ୍ୟ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବିଚରା ଛେଳି ମାଲିକ ପାଇଁ ବନ୍ଧା ହୋଇ ଥାନାକୁ ଯାଇଥିବା ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଜବତ ହେଲା ବିଡ଼ା ବିଡ଼ା ନୋଟ୍‌…

କାନପୁର, ୨୫।୧୨: ଉତ୍ତରପ୍ରଦେଶରେ କେବଳ ଜଣେ ବ୍ୟକ୍ତିଙ୍କ ଘରୁ ବିପୁଳ ପରିମାଣର ନଗଦ ଜବତ ହୋଇଛି। ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ଘରୁ ଆୟକର ଚଢ଼ାଉ...

ଲକ୍ଷ୍ନୌ ହଜରତଗଞ୍ଜରେ ଦୁର୍ଘଟଣା, କାନ୍ଥ ଭୁଷୁଡି ୨ ଶିଶୁ ସମେତ ୯ ମୃତ

ଲକ୍ଷ୍ନୌ,୧୬ ।୯: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଥିବା ହଜରତଗଞ୍ଜ ଅଞ୍ଚଳରେ ଏକ କାନ୍ଥ ଭୁଷୁଡି ପଡିବା...

ଆଖି ସମସ୍ୟା ଥିଲେ ଆପଣନ୍ତୁ ଏହିସବୁ ଉପାୟ

ଆଖି ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ। ଏହାଦ୍ୱାରା ଆମେ ସୁନ୍ଦର ପୃଥିବୀକୁ ଦେଖିବା ସଙ୍ଗେ ସଙ୍ଗେ ନିଜର ଜୀବନକୁ ଅତିବାହିତ କରିଥାଉ। ଏଥିପାଇଁ ଆଖିର...

କଟକରୁ ହଟିବ ଶଟ୍‌ଡାଉନ୍‌

କଟକ ଅଫିସ,୧୨।୭- କଟକ ସହରରୁ ସୋମବାରଠାରୁ ଶଟ୍‌ଡାଉନ୍‌ ହଟିବ। କଟକ ମହାନଗର ନିଗମ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ତେବେ ପୂର୍ବପରି ଶନିବାର ଏବଂ ରବିବାର...

ଥରିଲା ମହାରାଷ୍ଟ୍ର

ପାଲଘର,୧୪।୧୨: ମହାରାଷ୍ଟ୍ରରେ ଶନିବାର ସକାଳେ ଏକ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୮ ସକାଳ ପ୍ରାୟ ୫ଟା ୨୨ରେ ଏହି...

ଚିନ୍ତା ବଢାଉଛି ଧରାବି

ମୁମ୍ବାଇ,୨୪।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ମହାରାଷ୍ଟ୍ରରେ ଏହି ସଂଖ୍ୟା ସର୍ବାଧିକ। ଏହା ମହାରାଷ୍ଟ୍ର ସରକାରଙ୍କୁ ଚିନ୍ତାରେ ପକାଇ...

ଟାଇମ୍ସ ସ୍କୋୟାର ବିଲ୍‌ବୋର୍ଡରେ ସୋନା

ନୂଆଦିଲ୍ଲୀ, ୨୧।୭: ଓଡ଼ିଶା ଜନ୍ମିତ ପ୍ରଚ୍ଛଦପଟ୍ଟ ଗାୟିକା ସୋନା ମହାପାତ୍ରଙ୍କୁ ବଡ଼ ସଫଳତା ମିଳିଛି। ଆମେରିକାର ନ୍ୟୁୟର୍କ ସହର ଟାଇମ୍ସ ସ୍କୋୟାର ବିଲ୍‌ବୋର୍ଡରେ ତାଙ୍କର ବିଶାଳ...

CORONAVIRUS UPDATE: ଆଉ ୩ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ଛୁଇଁଲା୧୨୮

ଭୁବନେଶ୍ୱର,୩୦।୪:(ବ୍ୟୁରୋ)- ପୁଣି ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଛି। ଗୁରୁବାର ଚିହ୍ନଟ ୩ ପଜିଟିଭ୍...

Advertisement
Archives

Model This Week